ଜବାବ ଦାଖଲ ପାଇଁ ଅନୁଭବଙ୍କୁ ନୋଟିସ

କଟକ ଅଫିସ,୧୩।୧୦: ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପାରିବାରିକ ବିବାଦକୁ ନେଇ କଟକ ସଦର ଏସ୍‌ଡିଜେଏମ୍‌ କୋର୍ଟରେ ଏକ ମାମଲା ଚାଲିଛି। ଭରଣପୋଷଣ ଦାବିରେ ବର୍ଷାଙ୍କ ପକ୍ଷରୁ ଉକ୍ତ ମାମଲା ରୁଜୁ କରାଯାଇଥିଲା। ସୋମବାର ଏହି ମାମଲାର ଶୁଣାଣି ହୋଇଛି। ଏ ନେଇ ଜବାବ ଦାଖଲ ପାଇଁ ଅନୁଭବଙ୍କୁ କୋର୍ଟ ନୋଟିସ ଜାରି କରିଛନ୍ତି। ଆସନ୍ତା ନଭେମ୍ବର ୧୨ରେ ଉକ୍ତ ମାମଲାର ପରବର୍ତ୍ତୀ ଶୁଣାଣି ଲାଗି ତାରିଖ ଧାର୍ଯ୍ୟ ହୋଇଛି। ଅନ୍ୟପକ୍ଷରେ କଟକ ପରିବାର ଅଦାଲତରେ ବର୍ଷା ଯେଉଁ ମାମଲା ରୁଜୁ କରିଥିଲେ, ତାହାର ଶୁଣାଣି ଆସନ୍ତା ୧୪ ତାରିଖରେ ରହିଛି। ସୂଚନାଯୋଗ୍ୟ, ବର୍ଷା କଟକ ସଦର ଏସ୍‌ଡିଜେଏମ୍‌ କୋର୍ଟରେ ପ୍ରୋଟେକ୍ସନ ଅଫ୍‌ ଓମେନ ଫ୍ରମ୍‌ ଡୋମେଷ୍ଟିକ ଭାୟଲାନ୍ସ-୨୦୦୫ ଆକ୍ଟ ଆଧାରରେ ଏକ ଏତଲା ଦେଇଥିଲେ। ଏଥିରେ ସେ ଦର୍ଶାଇଥିଲେ ଯେ, ସ୍ବାମୀ ଅନୁଭବ ଜଣେ ମଦ୍ୟପ। ସେ ଅନେକ ସମୟରେ ନିଜ ବନ୍ଧୁମାନଙ୍କୁ ଆଣି ଶୟନ କକ୍ଷରେ ବସାଇ ମଦ୍ୟପାନ କରାନ୍ତି। ବିବାହ ପରେ ଅନେକ ଚଳଚ୍ଚିତ୍ରରେ ଉଭୟ ଏକତ୍ର କାର୍ଯ୍ୟ କରିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କୌଣସି ପାରିଶ୍ରମିକ ପାଇନାହାନ୍ତି ବୋଲି ବର୍ଷା ଅଭିଯୋଗରେ ଉଲ୍ଲେଖ କରିଥିଲେ। ଏ ନେଇ ଆଇପିସି ଦଫା ୧୨, ୧୭, ୧୮, ୧୯, ୨୦, ୨୨ରେ ମାମଲା ରୁଜୁ ହୋଇଥିଲା। ଭରଣପୋଷଣ ବାବଦକୁ ବର୍ଷା ୧୫କୋଟି ଟଙ୍କା ଦାବି କରିଥିଲେ। ଏଥିମଧ୍ୟରେ ମାସିକ ୨୦ହଜାର ଟଙ୍କା ଘରଭଡ଼ା, ୫୦ହଜାର ଟଙ୍କା ମାସିକ ଖର୍ଚ୍ଚ ଥିବାବେଳେ କ୍ଷତିପୂରଣ ବାବଦ ୧୩କୋଟି ଏବଂ ରୋଜଗାର ହରାଇଥିବାରୁ ୨କୋଟି ଟଙ୍କା ପାଇଁ ଦାବି ରହିଛି। ପୂବର୍ର୍ରୁ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜିଲା ପ୍ରୋଟେକ୍ସନ ଅଫିସର ମଞ୍ଜୁଲତା ନାୟକ ବର୍ଷାଙ୍କ ବୟାନ ରେକର୍ଡ କରି କୋର୍ଟରେ ଦାଖଲ କରିଥିଲେ। ଅନ୍ୟପକ୍ଷରେ ଅନୁଭବ ମଧ୍ୟ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଛାଡ଼ପତ୍ର ମାମଲା ରୁଜୁ କରିଛନ୍ତି। ଆସନ୍ତା ଡିସେମ୍ବର ୧୦ରେ ଏହାର ଶୁଣାଣି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାୟତ୍ତ ଶାସନ ଦିବସ: ସଶକ୍ତ ନଗର ଶାସନ, ସମୃଦ୍ଧ ଓଡ଼ିଶାର ସଂକଳ୍ପ

ସ୍ବାୟତ୍ତ ଶାସନ ଦିବସ ଆମ ଗଣତାନ୍ତ୍ରିକ ବ୍ୟବସ୍ଥାର ସେହି ମୌଳିକ ଆଦର୍ଶକୁ ପୁନର୍ଜୀବିତ କରିବାର ଏକ ମହାର୍ଘ୍ୟ ଅବସର, ଯେଉଁଠି ଶାସନ କ୍ଷମତାର କେନ୍ଦ୍ରବିନ୍ଦୁ ଲୋକସେବା ବନ୍ଦ…

NEET ପରୀକ୍ଷା ଦେବା ପାଇଁ ମଦ୍ୟପାନ କରି ଆସି ସିଟରେ ବସିଗଲେ ପ୍ରାର୍ଥୀ, ହେଲେ କିପରି? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୩୧।୮: ତେଲଙ୍ଗାନାର ରଙ୍ଗା ରେଡ୍ଡି ଜିଲାରେ NEET-PG ପରୀକ୍ଷା ଦେଉଥିବା ପ୍ରାର୍ଥୀ ମହମ୍ମଦ ରିଜୱାନ ମଦ୍ୟପାନ କରି ପରୀକ୍ଷାସ୍ଥଳରେ ପହଞ୍ଚିଥିଲେ। ସେ ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି…

ବିଧାୟକଙ୍କ ବଦାନ୍ୟତା: ଦୁଇ ମହିଳାଙ୍କୁ ପ୍ରତିମାସରେ ନିଜ ଆକାଉଣ୍ଟରୁ ପଠାଇବେ ଟଙ୍କା, ଜାଣନ୍ତୁ କେତେ…

ଖଡ଼ିଆଳ,୩୧।୮(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ କିରିକିଟା ଗ୍ରାମ ପଞ୍ଚାୟତର ଜଙ୍ଗଲ ପାହାଡ଼ ପରିବେଷ୍ଟିତ ଅପହଞ୍ଚ ଇଲାକା କପରଗଡ଼ରେ ଆଦିବାସୀ କଲ୍ୟାଣ ମହାସଂଘ ତରଫରୁ…

ସ୍ବାବଲମ୍ବୀ ହୋଇ ଅନ୍ୟକୁ ରୋଜଗାରର ପଥ ଦେଖାଇଛନ୍ତି ମହିଳା, କଦଳୀ ଚାଷ କରିି ବବି ଲକ୍ଷପତି

ନୂଆପଡା,୩୧।୮ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟର ପାଦଦେଶରେ ଥିବା ବିଶିବାହାଲ ଗାଁ ମାଟି ଲେଖୁଛି ସଫଳତାର ନୂଆ କାହାଣୀ। ବିଶିବାହାଲ…

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରୁ ଦିବ୍ୟାଙ୍ଗ ନାବାଳିକାଙ୍କୁ ଉଠାଇ ନେବା ଘଟଣା ୧୦ କିମି ଦୂର ଗାଁରୁ ଉଦ୍ଧାର

ଛତ୍ରପୁର,୩୧।୮,(ଦିଲ୍ଲୀପି ସାମଲ): ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଜଣେ ୫ ବର୍ଷର ଦିବ୍ୟାଙ୍ଗ ନାବାଳିକାକୁ ସମ୍ପର୍କୀୟ ପରିଚୟ ଦେଇ ଜଣେ ବ୍ୟକ୍ତି ଉଠାଇ ନେବା ଘଟଣାରେ…

ଶିକ୍ଷାରେ ନେତୃତ୍ୱ, ନେତୃତ୍ୱରେ ଶିକ୍ଷକ

କୁରୁକ୍ଷେତ୍ର ରଣଭୂମିରେ ଅର୍ଜୁନ ଯେତେବେଳେ ନିଜ କର୍ତ୍ତବ୍ୟ, ସମ୍ପର୍କ ଓ ଭବିଷ୍ୟତକୁ ନେଇ ଗଭୀର ଦ୍ୱନ୍ଦ୍ୱରେ ପଡ଼ିଥିଲେ, ସେତେବେଳେ ଭଗବାନ୍‌ କୃଷ୍ଣ ତାଙ୍କ ହାତରୁ ଗାଣ୍ଡୀବ ନେଇ…

ଅଙ୍କିତ ବାଲିୟାନ ହତ୍ୟାକାଣ୍ଡ: ୫ଦିନରେ ପୋଲିସ ଏନକାଉଣ୍ଟରରେ ୨ ସୁଟର ନିହତ

ଚଣ୍ଡିଗଡ଼,୩୧।୮: ଶାମଲି ପୋଲିସ ଏକ ଏନକାଉଣ୍ଟର ସମୟରେ ହରିୟାଣଭି ଗାୟକ ଅଙ୍କିତ ବାଲିୟାନଙ୍କ ହତ୍ୟାରେ ଜଡିତ ଦୁଇ ସନ୍ଦିଗ୍ଧଙ୍କୁ ଗୁଳି କରି ହତ୍ୟା କରିଛି। ଅଭିଯୁକ୍ତମାନଙ୍କୁ ସୁମିତ…

ବ୍ୟାୟାମ କରିବା ପୂର୍ବରୁ ହାଲିଆ ଲାଗୁଛି କି? ଯଦି ହଁ, ତେବେ…

ବ୍ୟାୟାମ ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ଏହାପୂର୍ବରୁ ଆମକୁ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ବ୍ୟାୟାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri