ଓଡ଼ିଶା ଛାଡିଲା ମୌସୁମୀ
ଭୁବନେଶ୍ୱର,୨୮।୧୦(ବ୍ୟୁରୋ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବୁଧବାର ଓଡ଼ିଶା ସହ ସାରା ଦେଶରୁ ବିଦାୟ ନେଇଛି। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଦୁଇ ଦିନ ପୂର୍ବେ ମୌସୁମୀ ୮ଟି ଜିଲାରୁ ସମ୍ପୂର୍ଣ୍ଣ ଏବଂ ଆଉ ୮ଟି ଜିଲାରୁ ଆଶିଂକ ପଳାଇଥିଲା।…
କନ୍ଧମାଳରେ କମିଲାଣି ଧୂଆଁପତ୍ର ଚାଷ
ଦାରିଙ୍ଗବାଡ଼ି,୨୮।୧୦(ଡି.ଏନ.ଏ.): ବିଶ୍ୱରେ ବଜାରୀକରଣ ବ୍ୟବସ୍ଥା ହେବା ପରେ ପାରମ୍ପରିକ ଚାଷର କୁପ୍ରଭାବ ଦେଖିବାକୁ ମିଳିଛି କନ୍ଧମାଳ ଜିଲାରେ। ଏଠାରେ ପୂର୍ବରୁ ପାରମ୍ପରିକ ଚାଷ ମଧ୍ୟରେ କୁଏରୀ, ମାଣ୍ଡିଆ, କାଙ୍ଗୁ, ଜନା, ସୋରିଷ, ତିଳା, କାନ୍ଦୁଲ, ହଳଦୀ, ଅଦା, ଧୂଆଁପତ୍ର ଭଳି ତେଲ ଜାତୀୟ,…
ବିଧାୟକଙ୍କ ସହ ସ୍ତ୍ରୀ ମଧ୍ୟ କାଟିଲେ ଧାନ
ନବରଙ୍ଗପୁର,୨୮।୧୦(ବି.ପ୍ର.): ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ନିଜର ନିଆରା କାର୍ଯ୍ୟଶୈଳୀକୁ ନେଇ ପ୍ରାୟ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ବିଧାୟକ ତାଙ୍କ ବ୍ୟସ୍ତ ବହୁଳ ଜୀବନରୁ ସମୟ ବାହାର କରି ନିଜ ଚାଷଜମିରେ ଧାନ କାଟୁଥିବା ଦେଖିବାକୁ ମିଳିଛି। ବିଧାୟକ ବିଲରେ ଦିନମଜୁରିଆଙ୍କ…
କରୋନାରେ ୧୨ ଜୀବନ ଗଲା
ଭୁବନେଶ୍ୱର,୨୮।୧୦(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଆଉ ୧୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୦୮୯କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ୧୨…
ଆଜି ରାଜ୍ୟରେ ପୁଣି ୧୫୪୦ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୨୮।୧୦(ବ୍ୟୁରୋ): ରାଜ୍ୟରେ ପୁଣି ୧୫୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୮୬ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୬୫୪ଜଣ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଏହାକୁ…
ବିଷାକ୍ତ ମଦ ପିଇ ୪ ମୃତ
ବନ୍ତଳା,୨୮ା୧୦(ଡି.ଏନ.ଏ.): ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଶରଧାପୁର ପଞ୍ଚାୟତ ପଥରଗଡ଼ ଗ୍ରାମରେ ବିଷାକ୍ତ ମଦ୍ୟପାନ ଯୋଗୁ ୪ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତିମାନେ ହେଲେ ଅନିଲ ପଧାନ (୧୮), ଟୁକୁନା ପଧାନ (୨୫), ଶଶିକାନ୍ତ ଦେହୁରୀ (୩୦) ଓ…
ଦାଦାବଟି ମାଗି ୬ ସାମ୍ବାଦିକ ଗିରଫ
ଭୁବନେଶ୍ୱର,୨୮ ା୧୦ (ବ୍ୟୁରୋ): ରାଜଧାନୀରେ ଛାଇ ଗଲେଣି ନକଲି ସାମ୍ବାଦିକ। ଛତୁ ଫୁଟିଲା ପରି ଓ୍ବେବ୍ ପୋଟାଲ ଖୋଲି ବସିଛନ୍ତି। ବେକରେ ଆଇକାର୍ଡ ପକାଇ, ଗାଡ଼ିର ଆଗ ପଛ ପ୍ରେସ୍ ଲେଖି ସହର ସାରା ପଇଁତରା ମାରୁଛନ୍ତି। ଲୋକଙ୍କୁ ବୁମ୍ର ଭୟ…
‘ଦେଶର ୩୨ ପ୍ରମୁଖ ବ୍ୟାଘ୍ର କରିଡରକୁ ସମୃଦ୍ଧ କରାଯିବା ଉଚିତ’
ଭୁବନେଶ୍ୱର, ୨୮।୧୦(ବ୍ୟୁରୋ): ଓଡ଼ିଶା ପରିବେଶ ସମିତିର ୩୯ତମ ପ୍ରତିଷ୍ଠା ଦିବସ ଏବଂ ପୁରସ୍କାର ପ୍ରଦାନ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ସମିତିର ସଭାପତି ସୁନ୍ଦର ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍ଫରେନ୍ସ ଜରିଆରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଓଡ଼ିଶାର ପୂର୍ବତନ…
ପ୍ରଥମେ ହେବ ସାତପାହାଚ ଦ୍ୱାର
ପୁରୀ ଅଫିସ,୨୮ା୧୦: ଶ୍ରୀମନ୍ଦିରର ୮ଟି ଦ୍ୱାର ହେବ ରୁପା ଛାଉଣି। ଜୟ ବିଜୟ, କଳାହାଟ, ବେହେରଣ, ସାତପାହାଚ, ପଶ୍ଚିମ ଭୋଗ ମଣ୍ଡପ, ନୃସିଂହ ମନ୍ଦିର, ମା’ ବିମଳା ଓ ମା’ ମହାଲକ୍ଷ୍ମୀ ମନ୍ଦିରର ଗର୍ଭ ଦ୍ୱାରକୁ ରୁପା ଛାଉଣି କରାଯିବ। ଏଥିପାଇଁ…
ମନ୍ମଥ ଶତପଥୀଙ୍କୁ ‘ସୁରେଶ ସୃଜନ ସମ୍ମାନ’
ଭୁବନେଶ୍ୱର, ୨୮।୧୦(ବ୍ୟୁରୋ): ବିଶିଷ୍ଟ ଲୋକସଂସ୍କୃତି ଗବେଷକ ଡ. ମନ୍ମଥ ଶତପଥୀଙ୍କୁ ‘ସୁରେଶ ସୃଜନ ସମ୍ମାନ’ ପ୍ରଦାନ କରାଯାଇଛି। ଖ୍ୟାତନାମା ନାଟ୍ୟକାର, ଅନୁବାଦକ, ସଂସ୍କୃତିକର୍ମୀ ଓ ଲୋକସଂସ୍କୃତି ବିଶାରଦ ସ୍ବର୍ଗୀୟ ସୁରେଶ ବଳବନ୍ତରାୟଙ୍କ ୬୬ତମ ଜୟନ୍ତୀ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଡ.…
ହଡ଼ପ ହେଉଛି ସରକାରୀ ଅର୍ଥ: ଭୃଗୁ ବକ୍ସିପାତ୍ର
ଭୁବନେଶ୍ୱର,୨୮ା୧୦(ବ୍ୟୁରୋ): ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଶାସକ ଦଳ ବୁଡି ରହିଛି। ଜନସାଧାରଣଙ୍କ ବିକାଶ ପାଇଁ ଆସୁଥିବା କେନ୍ଦ୍ରୀୟ ଅର୍ଥକୁ ହଡପ କରି ସରକାର ବିକାଶର ଡିଣ୍ଡିମ ପିଟି ଚାଲିଛନ୍ତି। ଗରିବ ଲୋକଙ୍କ ପାଇଁ ଆସୁଥିବା ଆବାସ ଯୋଜନାର ଅର୍ଥ, ବାର୍ଦ୍ଧକ୍ୟ ଭତ୍ତା…
ତିର୍ତ୍ତୋଲରେ ପୋଷ୍ଟାଲ ଭୋଟ ଜାଲିଆତି
ଭୁବନେଶ୍ୱର,୨୮ା୧୦(ବ୍ୟୁରୋ): ତିର୍ତ୍ତୋଲ ଉପନିର୍ବାଚନରେ ସରକାରୀ ଅଧିକାରୀମାନେ ଶାସକ ଦଳକୁ ଜିତାଇବା ପାଇଁ ପୋଷ୍ଟାଲ ଭୋଟ ଜାଲିଆତି କରୁଛନ୍ତି। ପ୍ରିଜାଇଡିଂ ଅଫିସର ପୋଷ୍ଟାଲ ଭୋଟ ଜାଲିଆତି କରି ଶାସକ ଦଳ ସପକ୍ଷରେ ଭୋଟ କରାଉଛନ୍ତି ବୋଲି ରାଜ୍ୟ ଭାଜପା ଅଭିଯୋଗ କରିଛି। ଭାରତର…
Archives


