ବିଧାୟକଙ୍କ ସହ ସ୍ତ୍ରୀ ମଧ୍ୟ କାଟିଲେ ଧାନ

ନବରଙ୍ଗପୁର,୨୮।୧୦(ବି.ପ୍ର.): ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ନିଜର ନିଆରା କାର୍ଯ୍ୟଶୈଳୀକୁ ନେଇ ପ୍ରାୟ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ବିଧାୟକ ତାଙ୍କ ବ୍ୟସ୍ତ ବହୁଳ ଜୀବନରୁ ସମୟ ବାହାର କରି ନିଜ ଚାଷଜମିରେ ଧାନ କାଟୁଥିବା ଦେଖିବାକୁ ମିଳିଛି। ବିଧାୟକ ବିଲରେ ଦିନମଜୁରିଆଙ୍କ ସହ ଧାନ କାଟିଥିଲେ। ଜଣେ ଚାଷୀ ପରିବାରରୁ ଆସିଥିବା ଯୋଗୁ ଚାଷ ପ୍ରତି ତାଙ୍କର ଦୁର୍ବଳତା ରହିଛି। ଅନ୍ୟ ମାନଙ୍କୁ ଚାଷ କାର୍ଯ୍ୟରେ ସାହାଯ୍ୟ କଲେ ସେମାନଙ୍କ ମନୋବଳ ବୃଦ୍ଧି ପାଇବ ବୋଲି କହିଛନ୍ତିି ଉମରକୋଟ ବିଧାୟକ। ଜନତାଙ୍କ ସେବା ପାଇଁ ମୋତେ ସୁଯୋଗ ମିଳିଛି। ସେମାନେ ମୋତେ ନିର୍ବାଚିତ କରି ବିଧାୟକ କରିଛନ୍ତି। ମୁଁ ବିଧାୟକ ହେଲେ ମଧ୍ୟ ପ୍ରଥମେ ଜଣେ ଚାଷୀ। ତେବେ ଆଗରୁ ଜମିରେ ଅଧିକ ସମୟ ଦେଇ ପାରୁଥିଲି। ମାତ୍ର ବିଧାୟକ ଭାବେ ଦାୟିତ୍ୱ ବଢ଼ି ଯାଇଛି। ତେଣୁ ଜମିରେ ଚାଷ କାର୍ଯ୍ୟରେ ଅଧିକ ସମୟ ଦେଇ ପାରୁ ନାହିଁ ବୋଲି ସେ କହିଛନ୍ତି । ବିଧାୟକ ନିତ୍ୟାନନ୍ଦଙ୍କ ସହ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଧାନ କରୁଥିବା ଦେଖିବାକୁ ମିଳିଥିଲା । ସେ ଜଣେ ଶିକ୍ଷୟତ୍ରୀ । ବର୍ତ୍ତମାନ କରୋନା ଯୋଗୁ ସ୍କୁଲ ଛୁଟି ରହିଥିବାରୁ ସେ ମଧ୍ୟ ତାଙ୍କ ସହ ଚାଷ କାମରେ ସାହାଯ୍ୟ କରୁଥିବା ବିଧାୟକ କହିଛନ୍ତି । ଅନ୍ୟ ପକ୍ଷରେ ଯୁବ ସମାଜ ଚାଷ ପ୍ରତି ଆଗ୍ରହ ଦେଖାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…

ଭୁବନେଶ୍ୱର,୧୦ା୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୟୁଏଇର ପର୍ଯ୍ୟଟନ ମନ୍ତ୍ରୀ ତଥା ଅନ୍ତର୍ଜାତୀୟ ବିନିଯୋଗ ପରିଷଦର ଅଧ୍ୟକ୍ଷ ଅବ୍‌ଦୁଲ୍ଲା ବିନ ତୌକ ଅଲ ମାରିଙ୍କ ସହ ବୈଠକ…

ପାକିସ୍ତାନକୁ ଧୂଳି ଚଟେଇଲା ଭାରତ: ଏସିଆ କପ୍‌ରେ ଏକପାଖିଆ ବିଜୟ

ନୂଆଦିଲ୍ଲୀ,୧୦।୯: କ୍ରିକେଟ୍‌ରେ ସଫଳତା ପରେ ଭାରତର ଝିଅମାନେ ଏବେ ହକିରେ ମଧ୍ୟ ପାକିସ୍ତାନକୁ ସମ୍ପୂର୍ଣ୍ଣ ଭାବେ ପରାସ୍ତ କରିଛନ୍ତି। ମଙ୍ଗୋଲିଆରେ ଚାଲିଥିବା ମହିଳା ଜୁନିୟର ଏସିଆ କପ୍‌ରେ…

ଓଡ଼ିଶା, ଆଇଏଚ୍‌ସି, ଆଦାନୀ ମଧ୍ୟରେ ୧୪ ନୂଆ ପ୍ରକଳ୍ପ ପାଇଁ ଏମ୍‌ଓୟୁ

ଭୁବନେଶ୍ୱର, ୧୦।୯(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ଦ୍ୱିତୀୟ ଦିନରେ ଓଡ଼ିଶା ବୈଦେଶିକ ନିବେଶ କ୍ଷେତ୍ରରେ ଏକ ବିରାଟ ସଫଳତା ହାସଲ କରିଛି।…

ଦୁର୍ଲଭ ସଂଯୋଗର ଚମକିବ ୪ ରାଶିର ମହିଳାଙ୍କ ଭାଗ୍ୟ! ଧନବର୍ଷା ସହ ଖୋଲିବ ସୌଭାଗ୍ୟର ଦ୍ୱାର, ଜାଣନ୍ତୁ ସେହି ରାଶି କିଏ…

ଏଥର ହରତାଳିକା ତୀଜ ଓ ଗଣେଶ ଚତୁର୍ଥୀର ସଂଯୋଗକୁ ଧାର୍ମିକ ଦୃଷ୍ଟିରୁ ବେଶ ବିଶେଷ ମନେ କରାଯାଉଛି। ହିନ୍ଦୁ ଧର୍ମରେ ଉଭୟ ପର୍ବର ରହିଛି ବିଶେଷ ମହତ୍ତ୍ୱ।…

ତ୍ରୁଟିପୂର୍ଣ୍ଣ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱ

ଖୋର୍ଦ୍ଧା,୧୦ା୯(ପ୍ରଭାତ ପାଣିଗ୍ରାହୀ): ଏମ୍‌ଏସ୍‌ଏମ୍‌ଇ ବିଭାଗର କମିଶନର-କମ୍‌-ସଚିବ ତଥା ଇଲେକ୍ଟୋରାଲ ରୋଲ ପର୍ଯ୍ୟବେକ୍ଷକ ରଶ୍ମିତା ପଣ୍ଡା, ଖୋର୍ଦ୍ଧା ଜିଲାକୁ ଦ୍ୱିତୀୟ ଥର ଗସ୍ତରେ ଆସି ଏସ୍‌ଆଇଆର ସମ୍ପର୍କିତ କାର୍ଯ୍ୟର…

ସରକାରଙ୍କ ବଡ ଘୋଷଣା: ପ୍ରତ୍ୟେକ ମହିଳାଙ୍କୁ ମିଳିବ ୧ ଲକ୍ଷ ଟଙ୍କା

ଲକ୍ଷ୍ନୌ,୧୦।୯: ଉତ୍ତର ପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବହୁତ କମ ସମୟ ବାକି ଅଛି। ଫଳସ୍ବରୂପ ଭାଜପା ସମେତ ବିଭିନ୍ନ ରାଜନୈତିକ ଦଳ ନିଜର ପ୍ରସ୍ତୁତିକୁ…

ବାଇକ୍‌ରେ ମଦ ଲଦି ଏ ଦୋକାନରୁ ସେ ଦୋକାନକୁ ଚାଲାଣ

ମହାକାଳପଡ଼ା,୧୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଛି । ଯୁବକମାନେ ବାଇକ୍‌ରେ ଲଦି ମଦକୁ…

୪୭ ବର୍ଷରେ କମାଲ କଲେ ଏହି ବୋଲର: କ୍ରିକେଟ ଜଗତ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୯: ମାତ୍ର ୮ ବର୍ଷର କ୍ୟାରିୟର ପରେ ଇମ୍ରାନ ତାହିର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ଏହାର କିଛି ବର୍ଷ ପରେ ମଧ୍ୟ ତାଙ୍କ ସ୍ପିନ ବୋଲିଂର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri