ବିଷାକ୍ତ ମଦ ପିଇ ୪ ମୃତ

ବନ୍ତଳା,୨୮ା୧୦(ଡି.ଏନ.ଏ.): ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଶରଧାପୁର ପଞ୍ଚାୟତ ପଥରଗଡ଼ ଗ୍ରାମରେ ବିଷାକ୍ତ ମଦ୍ୟପାନ ଯୋଗୁ ୪ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତିମାନେ ହେଲେ ଅନିଲ ପଧାନ (୧୮), ଟୁକୁନା ପଧାନ (୨୫), ଶଶିକାନ୍ତ ଦେହୁରୀ (୩୦) ଓ ପ୍ରମୋଦ ସାହୁ (୪୨)। ଅନିଲ, ଟୁକୁନାଙ୍କ ରବିବାର ରାତିରେ ଗଁାରେ ମୃତ୍ୟୁ ହୋଇଥିବାବେଳେ ଶଶିକାନ୍ତଙ୍କ ସୋମବାର ଏବଂ ପ୍ରମୋଦ ସାହୁଙ୍କ ମଙ୍ଗଳବାର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଆଉ ୪ଜଣ ବାସୁଦେବ ପଧାନ (୩୨), ସୁଶାନ୍ତ ଦେହୁରୀ (୩୫), ରୋହନ ପଧାନ (୨୦), ବସନ୍ତ ଦେହୁରୀ (୪୫) ଚିକିତ୍ସାଧୀନ ଅଛନ୍ତି। ତେବେ ଏହା ବିଷାକ୍ତ ମଦ୍ୟପାନଜନିତ ମୃତ୍ୟୁ କି ନୁହେଁ ସେ ନେଇ ପୋଲିସ କି ଅବକାରୀ ବିଭାଗ ଅଧିକାରୀମାନେ ମୁହଁ ଖୋଲୁ ନ ଥିବାରୁ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି।
ଗ୍ରାମର କେତେଜଣଙ୍କ କହିବା ଅନୁଯାୟୀ, ଏକ ଘରର ଛାତ ପକାଇବା କାର୍ଯ୍ୟରେ ରବିବାର ୧୫ରୁ ଅଧିକ ଶ୍ରମିକ ନିୟୋଜିତ ହୋଇଥିଲେ। କାର୍ଯ୍ୟ ଶେଷ କରିବା ପରେ କେତେଜଣ ମହୁଲି ମଦ ପିଇଥିଲେ। ଏହାପରେ ସେମାନେ ବାନ୍ତି କରିବା ସହିତ ଅଚେତ ହୋଇପଡ଼ିଥିଲେ। ମୃତ ଟୁକୁନାଙ୍କ ବଡ଼ ଭାଇ ମାଟିଆ ପଧାନ କହିଛନ୍ତି, ଟୁକୁନା ଓ ଅନିଲଙ୍କଠାରେ ମୁଣ୍ଡ ବୁଲାଇବା ସହ ଆଖିକୁ ଦେଖା ନ ଯିବା, କଳା ବାନ୍ତି କରିବା ଲକ୍ଷଣ ଦେଖାଯାଇଥିଲା। ଉଭୟଙ୍କୁ ମେଡିକାଲ ନିଆଯିବା ବାଟରେ ଅନିଲଙ୍କ ମୃତ୍ୟୁ ହୋଇଯାଇଥିଲା। ଟୁକୁନା ଦେହ ଭଲ ଲାଗୁଥିବା କହିବାରୁ ଘରକୁ ଫେରାଇ ଅଣାଯାଇଥିଲା। ସେହିଦିନ ରାତିରେ ଅନିଲଙ୍କ ମୃତଦେହ ସତ୍କାର କରାଯାଇଥିଲା। ପରେ ଟୁକୁନା ଭୋର ସମୟରେ ପ୍ରାଣ ହରାଇଥିଲେ। ସେହିପରି ଗୁରୁତର ସୁଶାନ୍ତଙ୍କ ବାପା ଅଲେଖ ଦେହୁରୀ କହିଛନ୍ତି, ପୁଅ କାମରୁ ଆସିଲା ପରେ ଜଣେ ବ୍ୟକ୍ତି ଦେଇଥିବା ମହୁଲି ମଦ ପିଇଥିଲା। ପରେ ଆଖିକୁ ଭଲ ଦେଖାଯାଉନି ଓ ମୁଣ୍ଡ ବୁଲାଉଛି ବୋଲି କହିବାରୁ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅପରପକ୍ଷରେ ଏପରି ଖବରପାଇ ରବିବାର ରାତିରେ ଅନୁଗୋଳ ଏସ୍‌ଡିପିଓ ଅଶ୍ୱିନୀ କୁମାର ସାହୁ, ଜରପଡ଼ା ଆଇଆଇସି ପ୍ରଦୀପ କୁମାର ପ୍ରଧାନ, ପୁରଣାକୋଟ ଥାନା ଅଧିକାରୀ ବିକ୍ରମ ବିହାରୀ ଜୟପୁରିଆ ପଥରଗଡ଼ରେ ପହଞ୍ଚି ତଦନ୍ତ କରିଥିଲେ। ସୋମବାର ଜିଲା ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ରମେନ୍ଦ୍ର ନାଏକ ତଦନ୍ତ କରିଥିବା ବେଳେ ବିଭାଗୀୟ କର୍ମଚାରୀମାନେ ମହୁଲି ମଦ ରନ୍ଧାଯାଇଥିବା ସ୍ଥାନକୁ ଯାଇ ସ୍ପିରିଟ୍‌, ଜାର, ମହୁଲ ଓ ବିଭିନ୍ନ ସାମଗ୍ରୀ ଜବତ କରିଛନ୍ତି। ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ମଙ୍ଗଳବାର ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ ଘଟଣାସ୍ଥଳ ପରିଦର୍ଶନ କରିଥିବା ଖବର ମିଳିଛି। ଏ ବିଷୟରେ ଜିଲା ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ନାଏକ କହିଛନ୍ତି, ଏହା ବିଷାକ୍ତ ମଦ୍ୟପାନଜନିତ ମୃତ୍ୟୁ କି ନୁହେଁ ତାହା ଦୁଇଜଣଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିବ। ସେହିପରି ଗ୍ରାମ ସମ୍ପାଦକ ଗୌତମ ପଧାନଙ୍କ ଅଭିଯୋଗ କ୍ରମେ ଏ ସଂକ୍ରାନ୍ତରେ ପୁରୁଣାକୋଟ ଥାନାରେ ଅଭିଯୁକ୍ତ ଠିକାଦାର କାଳିଆ ଦେହୁରୀ ଓ ସହଯୋଗୀ ବସନ୍ତ ଦେହୁରୀଙ୍କ ବିରୋଧରେ ନଂ. ୫୫/୨୦୨୦ରେ ଏକ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି। ଅଭିଯୁକ୍ତ କାଳିଆ ଦେହୁରୀ ପଥରଗଡ଼ ଜଙ୍ଗଲରେ ବେଆଇନ ଭାବେ ମଦ ପ୍ରସ୍ତୁତ କରିବା ସହ ଶ୍ରମିକମାନଙ୍କୁ ପିଇବାକୁ ଦେଇଥିଲେ। ଏଥିରେ ବସନ୍ତ ଦେହୁରୀ ଓ ଶଶିକାନ୍ତ ଦେହୁରୀ ସହଯୋଗ କରିଥିବା ପୋଲିସ ଏକ ପ୍ରେସ୍‌ ବାର୍ତ୍ତାରେ କହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

୧୬ ଶିକ୍ଷୟିତ୍ରୀ-ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି: ବିଭିନ୍ନ ମହଲରୁ ଶୁଭେଚ୍ଛା

କର୍ଲାମୁଣ୍ଡା, ୨୮।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ୧୬ ଜଣ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ପଦୋନ୍ନତି ମିଳିଥିବା ଜଣାପଡ଼ିଛି। ଏଥିରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୩ ଜଣ…

କାଠ ସଂଗ୍ରହ ବେଳେ ମହୁମାଛି ଆକ୍ରମଣ: ୪ ଜଣ ଆହତ, ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ

ତୁମୁଡ଼ିବନ୍ଧ, ୨୮୯ (ଦୀପକ କୁମାର ପରାସେଠ): ଜାଳେଣି କାଠ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବାବେଳେ ମହୁମାଛି ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ…

କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲା: ବିଦ୍ୟୁତ୍‌ ବିଭାଗର ୩ ଯନ୍ତ୍ରୀ କଲେ ଆତ୍ମସମର୍ପଣ

କେନ୍ଦୁଝର,୨୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲାରେ ୩ଜଣ ଯନ୍ତ୍ରୀ ଆତ୍ମସମର୍ପଣ କରିଛନ୍ତି। ସୋମବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଦ୍ୟୁତ୍‌…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

ନଦୀ ପାର ହେବା ବେଳେ ପୁଅ ଆଗରେ ଭାସିଗଲେ ବାପା, କାଠ ସଂଗ୍ରହ କରିବାକୁ ଯାଉଥିଲେ

ତୁମୁଡିବନ୍ଧ,୨୮ା୯(ଦୀପକ କୁମାର ପରାସେଠ): ପରିବାର ପାଇଁ ଦୁଇ ପଇସା ରୋଜଗାର କରିବା ଆଶାରେ ଜଙ୍ଗଲକୁ କାଠକୋଇଲା ସଂଗ୍ରହ କରିବାକୁ ଯାଉଥିଲେ ବାପା ପୁଅ । ହେଲେ ଜଙ୍ଗଲରେ…

ମହାନଦୀ ଜଳ ବିବାଦକୁ ନେଇ AG ପୀତାମ୍ବର ଆଚାର୍ଯ୍ୟଙ୍କ ବଡ଼ ସୂଚନା, କହିଲେ…

ଭୁବନେଶ୍ୱର,୨୮।୯: ମହାନଦୀ ଜଳ ବିବାଦ ସମାଧାନକୁ ନେଇ AG ପୀତାମ୍ବର ଆଚାର୍ଯ୍ୟ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ମହାନଦୀ ଜଳ ବିବାଦ ସମାଧାନ ନେଇ ଏକ…

UPI ଚାର୍ଜ ଉପରେ ରୋକ ଲଗାଇବା ନେଇ ସୁପ୍ରିମକୋର୍ଟ ନେଲେ ଏହି ନିଷ୍ପତ୍ତି: RBI, କେନ୍ଦ୍ରକୁ…

ନୂଆଦିଲ୍ଲୀ,୨୮।୯: ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ MDR (Merchant Discount Rate) ଲାଗୁ କରାଯିବାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?