ବିଷାକ୍ତ ମଦ ପିଇ ୪ ମୃତ

ବନ୍ତଳା,୨୮ା୧୦(ଡି.ଏନ.ଏ.): ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଶରଧାପୁର ପଞ୍ଚାୟତ ପଥରଗଡ଼ ଗ୍ରାମରେ ବିଷାକ୍ତ ମଦ୍ୟପାନ ଯୋଗୁ ୪ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତିମାନେ ହେଲେ ଅନିଲ ପଧାନ (୧୮), ଟୁକୁନା ପଧାନ (୨୫), ଶଶିକାନ୍ତ ଦେହୁରୀ (୩୦) ଓ ପ୍ରମୋଦ ସାହୁ (୪୨)। ଅନିଲ, ଟୁକୁନାଙ୍କ ରବିବାର ରାତିରେ ଗଁାରେ ମୃତ୍ୟୁ ହୋଇଥିବାବେଳେ ଶଶିକାନ୍ତଙ୍କ ସୋମବାର ଏବଂ ପ୍ରମୋଦ ସାହୁଙ୍କ ମଙ୍ଗଳବାର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଆଉ ୪ଜଣ ବାସୁଦେବ ପଧାନ (୩୨), ସୁଶାନ୍ତ ଦେହୁରୀ (୩୫), ରୋହନ ପଧାନ (୨୦), ବସନ୍ତ ଦେହୁରୀ (୪୫) ଚିକିତ୍ସାଧୀନ ଅଛନ୍ତି। ତେବେ ଏହା ବିଷାକ୍ତ ମଦ୍ୟପାନଜନିତ ମୃତ୍ୟୁ କି ନୁହେଁ ସେ ନେଇ ପୋଲିସ କି ଅବକାରୀ ବିଭାଗ ଅଧିକାରୀମାନେ ମୁହଁ ଖୋଲୁ ନ ଥିବାରୁ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି।
ଗ୍ରାମର କେତେଜଣଙ୍କ କହିବା ଅନୁଯାୟୀ, ଏକ ଘରର ଛାତ ପକାଇବା କାର୍ଯ୍ୟରେ ରବିବାର ୧୫ରୁ ଅଧିକ ଶ୍ରମିକ ନିୟୋଜିତ ହୋଇଥିଲେ। କାର୍ଯ୍ୟ ଶେଷ କରିବା ପରେ କେତେଜଣ ମହୁଲି ମଦ ପିଇଥିଲେ। ଏହାପରେ ସେମାନେ ବାନ୍ତି କରିବା ସହିତ ଅଚେତ ହୋଇପଡ଼ିଥିଲେ। ମୃତ ଟୁକୁନାଙ୍କ ବଡ଼ ଭାଇ ମାଟିଆ ପଧାନ କହିଛନ୍ତି, ଟୁକୁନା ଓ ଅନିଲଙ୍କଠାରେ ମୁଣ୍ଡ ବୁଲାଇବା ସହ ଆଖିକୁ ଦେଖା ନ ଯିବା, କଳା ବାନ୍ତି କରିବା ଲକ୍ଷଣ ଦେଖାଯାଇଥିଲା। ଉଭୟଙ୍କୁ ମେଡିକାଲ ନିଆଯିବା ବାଟରେ ଅନିଲଙ୍କ ମୃତ୍ୟୁ ହୋଇଯାଇଥିଲା। ଟୁକୁନା ଦେହ ଭଲ ଲାଗୁଥିବା କହିବାରୁ ଘରକୁ ଫେରାଇ ଅଣାଯାଇଥିଲା। ସେହିଦିନ ରାତିରେ ଅନିଲଙ୍କ ମୃତଦେହ ସତ୍କାର କରାଯାଇଥିଲା। ପରେ ଟୁକୁନା ଭୋର ସମୟରେ ପ୍ରାଣ ହରାଇଥିଲେ। ସେହିପରି ଗୁରୁତର ସୁଶାନ୍ତଙ୍କ ବାପା ଅଲେଖ ଦେହୁରୀ କହିଛନ୍ତି, ପୁଅ କାମରୁ ଆସିଲା ପରେ ଜଣେ ବ୍ୟକ୍ତି ଦେଇଥିବା ମହୁଲି ମଦ ପିଇଥିଲା। ପରେ ଆଖିକୁ ଭଲ ଦେଖାଯାଉନି ଓ ମୁଣ୍ଡ ବୁଲାଉଛି ବୋଲି କହିବାରୁ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅପରପକ୍ଷରେ ଏପରି ଖବରପାଇ ରବିବାର ରାତିରେ ଅନୁଗୋଳ ଏସ୍‌ଡିପିଓ ଅଶ୍ୱିନୀ କୁମାର ସାହୁ, ଜରପଡ଼ା ଆଇଆଇସି ପ୍ରଦୀପ କୁମାର ପ୍ରଧାନ, ପୁରଣାକୋଟ ଥାନା ଅଧିକାରୀ ବିକ୍ରମ ବିହାରୀ ଜୟପୁରିଆ ପଥରଗଡ଼ରେ ପହଞ୍ଚି ତଦନ୍ତ କରିଥିଲେ। ସୋମବାର ଜିଲା ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ରମେନ୍ଦ୍ର ନାଏକ ତଦନ୍ତ କରିଥିବା ବେଳେ ବିଭାଗୀୟ କର୍ମଚାରୀମାନେ ମହୁଲି ମଦ ରନ୍ଧାଯାଇଥିବା ସ୍ଥାନକୁ ଯାଇ ସ୍ପିରିଟ୍‌, ଜାର, ମହୁଲ ଓ ବିଭିନ୍ନ ସାମଗ୍ରୀ ଜବତ କରିଛନ୍ତି। ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ମଙ୍ଗଳବାର ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ ଘଟଣାସ୍ଥଳ ପରିଦର୍ଶନ କରିଥିବା ଖବର ମିଳିଛି। ଏ ବିଷୟରେ ଜିଲା ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ନାଏକ କହିଛନ୍ତି, ଏହା ବିଷାକ୍ତ ମଦ୍ୟପାନଜନିତ ମୃତ୍ୟୁ କି ନୁହେଁ ତାହା ଦୁଇଜଣଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିବ। ସେହିପରି ଗ୍ରାମ ସମ୍ପାଦକ ଗୌତମ ପଧାନଙ୍କ ଅଭିଯୋଗ କ୍ରମେ ଏ ସଂକ୍ରାନ୍ତରେ ପୁରୁଣାକୋଟ ଥାନାରେ ଅଭିଯୁକ୍ତ ଠିକାଦାର କାଳିଆ ଦେହୁରୀ ଓ ସହଯୋଗୀ ବସନ୍ତ ଦେହୁରୀଙ୍କ ବିରୋଧରେ ନଂ. ୫୫/୨୦୨୦ରେ ଏକ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି। ଅଭିଯୁକ୍ତ କାଳିଆ ଦେହୁରୀ ପଥରଗଡ଼ ଜଙ୍ଗଲରେ ବେଆଇନ ଭାବେ ମଦ ପ୍ରସ୍ତୁତ କରିବା ସହ ଶ୍ରମିକମାନଙ୍କୁ ପିଇବାକୁ ଦେଇଥିଲେ। ଏଥିରେ ବସନ୍ତ ଦେହୁରୀ ଓ ଶଶିକାନ୍ତ ଦେହୁରୀ ସହଯୋଗ କରିଥିବା ପୋଲିସ ଏକ ପ୍ରେସ୍‌ ବାର୍ତ୍ତାରେ କହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri