Posted inରାଜ୍ୟ

ହଡ଼ପ ହେଉଛି ସରକାରୀ ଅର୍ଥ: ଭୃଗୁ ବକ୍ସିପାତ୍ର

ଭୁବନେଶ୍ୱର,୨୮ା୧୦(ବ୍ୟୁରୋ): ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଶାସକ ଦଳ ବୁଡି ରହିଛି। ଜନସାଧାରଣଙ୍କ ବିକାଶ ପାଇଁ ଆସୁଥିବା କେନ୍ଦ୍ରୀୟ ଅର୍ଥକୁ ହଡପ କରି ସରକାର ବିକାଶର ଡିଣ୍ଡିମ ପିଟି ଚାଲିଛନ୍ତି। ଗରିବ ଲୋକଙ୍କ ପାଇଁ ଆସୁଥିବା ଆବାସ ଯୋଜନାର ଅର୍ଥ, ବାର୍ଦ୍ଧକ୍ୟ ଭତ୍ତା ଏବଂ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଅର୍ଥ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତକୁ ମିଳିଥିବା କୋଟି କୋଟି ଟଙ୍କାର ଅନୁଦାନକୁ ଖର୍ଚ୍ଚ କରାଯାଉନାହିଁ। ଯାହା ବି ଖର୍ଚ୍ଚ ହେଉଛି ତାହାର କୌଣସି ହିସାବ ନାହିଁ ବୋଲି ରାଜ୍ୟ ଭାଜପା ଉପସଭାପତି ଭୃଗୁ ବକ୍ସିପାତ୍ର ଅଭିଯୋଗ କରିଛନ୍ତି।
ସେ କହିଛନ୍ତି ଯେ, ପଞ୍ଚାୟତିରାଜ ବିଭାଗ ଲୋକାଲ ଫଣ୍ଡ ଅଡିଟ୍‌ର ରିପୋର୍ଟ ଅନୁଯାୟୀ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିରିଡି, ରଘୁନାଥପୁର ଓ ତିର୍ତ୍ତୋଲ ପଞ୍ଚାୟତ ସମିତି ପାଉଥିବା ଅନୁଦାନ ସମେତ ଅନ୍ୟ ସମ୍ବଳ ଖର୍ଚ୍ଚ କରାଯାଉ ନାହିଁ। ବିନିଯୋଗ ପ୍ରମାଣପତ୍ର ଦେବାରେ ସେମାନେ ଅସମର୍ଥ ହେଉଛନ୍ତି। ଖର୍ଚ୍ଚ ନ ହୋଇ ଜିଲାପରିଷଦର ୨୫ କୋଟି, ପଞ୍ଚାୟତ ସମିତିରେ ୧୪୧ କୋଟି ଏବଂ ପଞ୍ଚାୟତଗୁଡିକରେ ୮୮ କୋଟି ଟଙ୍କା ପଡିରହିଛି। ବିନିଯୋଗ ହେଉଥିବା ଅର୍ଥରୁ ପଞ୍ଚାୟତ ସମିତିଗୁଡ଼ିକ ୨୪୦ କୋଟି ଓ ପଞ୍ଚାୟତଗୁଡିକ ୧୨୬ କୋଟି ଟଙ୍କାର ହିସାବ ରଖିନାହାନ୍ତି। ଅଗ୍ରିମ ଅର୍ଥ ମଧ୍ୟରୁ ପଞ୍ଚାୟତ ସମିତିଗୁଡିକରେ ୧୨ କୋଟି ଓ ପଞ୍ଚାୟତଗୁଡିକରେ ୭୯ ଲକ୍ଷ ଟଙ୍କାର କୌଣସି କାର୍ଯ୍ୟ ହୋଇନାହିଁ କି ସେମାନଙ୍କଠାରୁ ଏହି ଅର୍ଥ ଅସୁଲ କରାଯାଇ ନାହିଁ। ସରକାରୀ ଅର୍ଥକୁ ଖୋଲାଖୋଲି ହଡପ କରାଯାଉଛି ବୋଲି ବକ୍ସିପାତ୍ର ଅଭିଯୋଗ କରିଛନ୍ତି। ଅର୍ଥକୁ ଠିକ୍‌ ଭାବେ ବିନିଯୋଗ କରାଗଲେ ତିର୍ତ୍ତୋଲବାସୀ ବିଶେଷକରି ଗରିବ ଅସହାୟ ଲୋକମାନେ ଉପକୃତ ହେବା ସହ ସେମାନଙ୍କ ପାଇଁ ଲାଗୁ ହୋଇଥିବା ଯୋଜନାର ଲାଭ ଉଠାଇ ପାରନ୍ତେ ବୋଲି ବକ୍ସିପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ସୁନାମୀ କ’ଣ? ଏହା ଆସିବା ପୂର୍ବରୁ କ’ଣ ମିଳିବ ସଙ୍କେତ, କେମିତି ପାଇବେ ରକ୍ଷା ଜାଣନ୍ତୁ…

ମହାକାଳପଡ଼ା, ୨୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ସମୟରେ ସୁନାମୀ, ସାମୁଦ୍ରିକ ଝଡ଼ ଓ ବଜ୍ରପାତ ଆଦି ଦେଖାଯାଇଥାଏ॥ ଏହି ଅବସରରେ…

ଶେଷରେ ବଦଳିଗଲା ନିଷ୍ପତ୍ତି, ସ୍ଥଗିତ ହେଲା ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୯: ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଯାଇଛି। ସୋମବାରଠାରୁ ହେବାକୁ ଥିବା ପ୍ରସ୍ତାବିତ ୩ ଦିନିଆ ସାରା ଭାରତୀୟ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି।…

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା: ୨ ଭାଇଙ୍କୁ କୋର୍ଟ ଚାଲାଣ

ଦେବଗଡ଼,୨୮ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳ ୧୦ ନମ୍ବର ଓ୍ବାର୍ଡ ରଜାମୁଣ୍ଡା ସାହିର ହାଡୁ ନାୟକ (୪୨)ଙ୍କ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମୀର ମୁଖି…

୮% ମହଙ୍ଗା ହେବ ଗୃହୋପକରଣ, ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ

ନୂଆଦିଲ୍ଲୀ,୨୮ା୯: ସାଧାରଣତଃ ପାର୍ବଣ ସମୟରେ ଭାରତୀୟ ବଜାରରେ ଅଧିକ କାରବାର ହୋଇଥାଏ। କାରଣ ଦଶହରା ଏବଂ ଦୀପାବଳିରେ ଲୋକମାନେ ଅନେକ କିସମର ଗୃହ ଉପକରଣ ଏବଂ ଇଲେକଟ୍ରୋନିକ୍ସ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବନ୍ୟା ପ୍ରପୀଡ଼ିତଙ୍କୁ ମାଗଣା ରାଶନ ସହ ମିଳିବ…

କୋରାପୁଟ/କୋଟପାଡ଼,୨୮ା୯ (ଅମିତାଭ ବେହେରା/ କେ.ରାଜଶେଖର ରାଓ): ବନ୍ୟା ପ୍ରପୀଡ଼ିତଙ୍କ ସହ ରାଜ୍ୟ ସରକାର ସବୁବେଳେ ଅଛନ୍ତି। ସରକାରଙ୍କ ପକ୍ଷରୁ ପ୍ରପୀଡ଼ିତଙ୍କୁ ରିଲିଫ କୋଡ୍‌ ଅନୁଯାୟୀ ସବୁ ପ୍ରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?