ଅଲ୍ରାଉଣ୍ଡର, ଶୋ’ମ୍ୟାନ୍
ଓଡ଼ିଆ ଚଳଚ୍ଚିତ୍ର ଜଗତର ଶୋ’ ମ୍ୟାନ୍ଭାବେ ପରିଚିତ ଥିଲେ ରାଜୁ ମିଶ୍ର। ତାଙ୍କର ପ୍ରତିଟି ସିନେମା ଥିଲା ଭିନ୍ନ ସ୍ବାଦର। ନିଜର ଦକ୍ଷତା ଓ ଲକ୍ଷ୍ୟ ହାସଲ କରିବାର ଦୃଢ ମନୋବଳ ଯୋଗୁ ସେ ଜନ୍ମମାଟି ଜଟଣୀରୁ ଅନ୍ତର୍ଜାତୀୟସ୍ତରରେ ପହଞ୍ଚତ୍ ପାରିଥିଲେ।…
ଭୁବନେଶ୍ୱରରେ ସାଇବର କମ୍ପ୍ଲେକ୍ସ ଉଦ୍ଘାଟିତ
ଭୁବନେଶ୍ୱର,୩।୧୧ (ବ୍ୟୁରୋ): ରାଜ୍ୟରେ ବଢ଼ି ଚାଲିଥିବା ସାଇବର ଅପରାଧକୁ ରୋକିବା ପାଇଁ ଓଡ଼ିଶା ପୋଲିସ ନୂଆ ପ୍ରୟାସ ଆରମ୍ଭ କରିଛି। ଭୁବନେଶ୍ୱର କେଶରୀନଗରଠାରେ ଏକ ସାଇବର କମ୍ପ୍ଲେକ୍ସ ସ୍ଥାପନ କରାଯାଇଛି। ସୋମବାର ଏହାକୁ ପୋଲିସ ଡିଜି ଅଭୟ ଉଦ୍ଘାଟନ କରିଛନ୍ତି। ଏହି…
କେନ୍ଦ୍ର, ରାଜ୍ୟରେ ଅଘୋଷିତ ମେଣ୍ଟ ସରକାର ଚାଲିଛି: କଂଗ୍ରେସ
ଭୁବନେଶ୍ୱର,୩।୧୧(ବ୍ୟୁରୋ): ୨୦୧୪ରୁ କେନ୍ଦ୍ର ଶାସନ ଦାୟିତ୍ୱ ଭାଜପା ହାତକୁ ଯିବାଠାରୁ ଓଡ଼ିଶାରେ ଭିନ୍ନ ସମୀକରଣ ଦେଖିବାକୁ ମିଳୁଛି। ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଚାଲିଥିବା ଅଘୋଷିତ ମେଣ୍ଟ ସରକାର ଯୋଗୁ ରାଜକୋଷକୁ ୭୨ ହଜାର କୋଟିର କ୍ଷତି ପହଞ୍ଚିଛି ବୋଲି କଂଗ୍ରେସ…
ଦରବୃଦ୍ଧି ପ୍ରତିବାଦରେ ସବୁ ଜିଲାରେ ଆନ୍ଦୋଳନ ପ୍ରସ୍ତୁତି
ଭୁବନେଶ୍ୱର, ୩।୧୧(ବ୍ୟୁରୋ): ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍ ବୃଦ୍ଧି ପ୍ରତିବାଦରେ ଯୁବକଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହା ବିରୋଧରେ ସୋମବାର କଂଗ୍ରେସ ଭବନଠାରୁ ଏକ ର଼୍ୟାଲି ବାହାରି ମାଷ୍ଟରକ୍ୟାଣ୍ଟିନ୍ ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି…
ଚିଲିକାରେ ବିଦେଶୀ ପକ୍ଷୀଙ୍କ ଆଗମନ
ବାଲୁଗାଁ,୩।୧୧(ଡି.ଏନ୍.ଏ.): ବାୟୁମଣ୍ଡଳରୁ ଉଷ୍ମତା ହ୍ରାସ ପାଇଥିବା ବେଳେ ଚିଲିକାକୁ ରଙ୍ଗବେରଙ୍ଗର ବିଦେଶୀ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଛି। ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ସୂଚନା ଅନୁଯାୟୀ, ସୋମବାର ସୁଦ୍ଧା ଚିଲିକାକୁ ୧୫ହଜାରରୁ ଊର୍ଦ୍ଧ୍ୱ ପକ୍ଷୀ ଆସିଛନ୍ତି। ତନ୍ମଧ୍ୟରୁ ପକ୍ଷୀ ଅଭୟାରଣ୍ୟ ନଳବଣ ଅଞ୍ଚଳରେ…
ଓଡ଼ିଶାର ବାନ୍ଧକଳା ହେବ ବିଶ୍ୱବ୍ରାଣ୍ଡ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ
ଭୁବନେଶ୍ୱର, ୩।୧୧(ବ୍ୟୁରୋ): ଜାତୀୟସ୍ତରରେ ଏକ ଉତ୍କୃଷ୍ଟ ପାରମ୍ପରିକ ହସ୍ତତନ୍ତର ମାନ୍ୟତା ହାସଲ କଲାପରେ ଓଡ଼ିଶାର ବାନ୍ଧକଳା(ଇକାତ୍) ଏବେ ଏକ ବିଶ୍ୱବ୍ରାଣ୍ଡ ହେବାକୁ ଯାଉଛି। ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏନେଇ ଆଲୋଚନା…
ସରକାରୀ ବାବୁଙ୍କ ଘରେ ନାବାଳିକାଙ୍କୁ ବଳାତ୍କାର
ବାଲିଚନ୍ଦ୍ରପୁର,୩।୧୧(ସ୍ବ.ପ୍ର.): ବାଲିଚନ୍ଦ୍ରପୁର ଥାନା ଅଞ୍ଚଳର ଜଣେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ସୋମବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗରୁ ଜଣାପଡ଼ିଛି ଯେ, ନାନପୁର ବିରୂପା ନଦୀ ପୋଲ ନିକଟରେ ଆଦିବାସୀ ସମ୍ପ୍ରଦାୟର ଜଣେ ଲୋକ ପରିବାର ସହ ରହିଆସୁଛନ୍ତି। ସେ ଅତ୍ୟନ୍ତ…
ଯେକୌଣସି ମାସରେ ଜୀବନ ପ୍ରମାଣପତ୍ର ଦାଖଲ କରିବେ ଇପିଏଫ୍ ଉପଭୋକ୍ତା
ଭୁବନେଶ୍ୱର,୩।୧୧(ବ୍ୟୁରୋ): ଇପିଏଫ୍ ପେନ୍ସନ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ଏଣିକି ଯେକୌଣସି ମାସରେ ଜୀବନ ପ୍ରମାଣପତ୍ର (ଲାଇଫ୍ ସାର୍ଟିଫିକେଟ) ଦାଖଲ କରିପାରିବେ। ଇପିଏଫ୍ ଉପଭୋକ୍ତାମାନେ ମାସିକ ପେନସନ ଅବ୍ୟାହତ ରଖିବାକୁ ହେଲେ ପ୍ରତିବର୍ଷ ନଭେମ୍ବର ମାସରେ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ କରିଥାନ୍ତି।…
ଯୁକ୍ତ୩ ସ୍ପଟ୍ ନାମଲେଖା ପାଇଁ ବିଜ୍ଞପ୍ତି
ଭୁବନେଶ୍ୱର, ୩।୧୧(ବ୍ୟୁରୋ): ଯୁକ୍ତ୩ ପ୍ରଥମ ବର୍ଷ ସ୍ପଟ୍ ନାମଲେଖା ପାଇଁ ସୋମବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭିନ୍ନ ଡିଗ୍ରୀ କଲେଜରେ ଖାଲିଥିବା ସିଟ୍ ନେଇ ନଭେମ୍ବର ୯ରେ ବିଭାଗୀୟ ୱେବ୍ସାଇଟ୍ରେ ସୂଚନା ପ୍ରଦାନ କରାଯିବ ଓ ୧୦ରୁ…
୩ କ୍ରୀଡ଼ା ଭିତ୍ତିଭୂମିର ଉଦ୍ଘାଟନ
ଭୁବନେଶ୍ୱର,୩।୧୧(ବ୍ୟୁରୋ): ରାଜ୍ୟକୁ କ୍ରୀଡ଼ା ହବ୍ରେ ପରିଣତ କରିବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତି। ଏହିକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭିଡିଓ କନଫରେନ୍ସ ଜରିଆରେ ୩ଟି କ୍ରୀଡ଼ା ଭିତ୍ତିଭୂମିକୁ ଉଦ୍ଘାଟନ କରିଛନ୍ତି। ଗଞ୍ଜାମ ଜିଲାର ହିଞ୍ଜିଳିକାଟୁରେ ଇନ୍ଡୋର ଷ୍ଟାଡିୟମ୍, ଛତ୍ରପୁରରେ ୩ଟି…
ଟିକା ପାଇଁ ୯୮% ସ୍ବାସ୍ଥ୍ୟକର୍ମୀ ପଞ୍ଜୀକୃତ
ଭୁବନେଶ୍ୱର, ୩।୧୧(ବ୍ୟୁରୋ): ଖୁବ୍ଶୀଘ୍ର କରୋନା ଟିକା ଆସିବାର ଅଛି। ଟିକା ଆସିଲେ ପ୍ରଥମେ ସ୍ବାସ୍ଥ୍ୟକର୍ମୀ, ଅଙ୍ଗନଓ୍ବାଡ଼ି କର୍ମୀଙ୍କ ସହିତ ଆଗଧାଡ଼ିର ଯୋଦ୍ଧାଙ୍କୁ ଦିଆଯିବ ବୋଲି କୁହାଯାଉଛି। ତେଣୁ କେନ୍ଦ୍ର ସରକାର ସମ୍ପୃକ୍ତ ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ତଥ୍ୟ ଦେବାକୁ ରାଜ୍ୟଗୁଡ଼ିକୁ…
ଅବହେଳାରୁ ୧୨୪କୋଟି କ୍ଷତି
ଭୁବନେଶ୍ୱର,୩।୧୧(ବ୍ୟୁରୋ): ପରିବହନ ବିଭାଗର କେତେକ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଏବଂ ଟିକସ ଆଦାୟରେ ଅନିୟମିତତା ଯୋଗୁ ରାଜ୍ୟ ସରକାରଙ୍କୁ ବହୁ କୋଟି ଟଙ୍କାର ରାଜସ୍ବ ହରାଇବାକୁ ପଡୁଛି। ମୋଟର ଯାନ ଟିକସ ଆଦାୟ ବିଳମ୍ବ, ଡେରିରେ ଆଦାୟ ହେଉଥିବା ଟିକସରେ ଜରିମାନା…
Archives


