ରାଜ୍ୟ

ବେଆଇନ ଭାବେ ଚାଲିଛି ୨୦ ସ’ ମିଲ୍‌

ଗୋପ,୧୧ା୧୧(ଡି.ଏନ୍‌.ଏ.): ପୁରୀ ଜିଲା ଗୋପ ବ୍ଳକ ଅଞ୍ଚଳରେ ବେଆଇନ ଭାବେ ୨୦ରୁ ଊର୍ଦ୍ଧ୍ୱ ସ’ ମିଲ ଚାଲୁଛି। ଏହାପରେ ଭିଜିଲାନ୍ସ, ବନ ବିଭାଗ ପକ୍ଷରୁ ବାରମ୍ବାର ଚଢ଼ାଉ କରାଯାଉଥିଲେ ମଧ୍ୟ କିଛିଦିନ ପରେ ପୁଣି ମିଲ ଖୋଲାଯାଇ କାର୍ଯ୍ୟ ହୋଇଥାଏ। ସୁପ୍ରିମକୋର୍ଟ…

ନାବାଳିକା ଗଣବଳାତ୍କାର ମାମଲା: ୧୮ରେ ଶୁଣାଣି

ଭୁବନେଶ୍ୱର,୧୧ା୧୧ (ବ୍ୟୁରୋ): ଇନଫୋସିଟି ନାବାଳିକା ଗଣବଳାତ୍କାର ମାମଲାର ଶୁଣାଣି ଆସନ୍ତା ୧୮ ତାରିଖରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ହେବ। ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗ ଭିତ୍ତିରେ ଶୁଣାଣି କରାଯିବ। ଉକ୍ତ ତାରିଖରେ ହାଜର ହେବାକୁ ଓଟିଭି ଏମ୍‌ଡି ଜଗିମଙ୍ଗତ ପଣ୍ଡାଙ୍କ…

ବିଏମ୍‌ସିର ନୂଆ ଗାଇଡ୍‌ଲାଇନ: ବିବାହରେ ୧୦୦, ଅନ୍ତିମ ସଂସ୍କାରରେ ୫୦

ଭୁବନେଶ୍ୱର, ୧୧।୧୧(ବ୍ୟୁରୋ): ଶୀତଋତୁରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ବିବାହ କାର୍ଯ୍ୟକ୍ରମ ଓ ଅନ୍ତିମ ସଂସ୍କାର ପାଇଁ ଏକ ନିର୍ଦ୍ଦେଶାବଳୀ ଜାରି ହୋଇଛି। ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ ବିବାହ…

ଆଇଆଇସିସ୍ତରରେ ଅଦଳବଦଳ

କଟକ ଅଫିସ,୧୧ା୧୧ : କଟକ ଜିଲାରେ ଆଇଆଇସିସ୍ତରରେ ମଙ୍ଗଳବାର ଅଦଳବଦଳ ହୋଇଛି। ସଲେପୁର ଥାନା ଅଧିକାରୀ ଭାବେ କାର୍ଯ୍ୟରତ ଦେବେନ୍ଦ୍ର କୁମାର ମଲ୍ଲିକଙ୍କୁ ବାଙ୍କୀ ଥାନା ଅଧିକାରୀ ଭାବେ ବଦଳି କରାଯାଇଛି। ସେହିପରି ବାଙ୍କୀ ଥାନା ଅଧିକାରୀ ସମୀର କୁମାର ପଣ୍ଡାଙ୍କୁ…

ରଘୁରାଜପୁରରେ ଡିଜାଇନ ଦେଖିଲା ଟିମ୍‌

ପୁରୀ ଅଫିସ, ୧୧ା୧୧: ଶ୍ରୀମନ୍ଦିରର ୮ ଦ୍ୱାର ରୁପା ଛାଉଣି ହେବ। ଜୟ ବିଜୟ, କଳାହାଟ, ବେହେରଣ, ସାତପାହାଚ, ପଶ୍ଚିମ ଭୋଗ ମଣ୍ଡପ, ନୃସିଂହ ମନ୍ଦିର, ମା’ ବିମଳା ଏବଂ ମା’ ମହାଲକ୍ଷ୍ମୀ ମନ୍ଦିରର ଗର୍ଭ ଦ୍ୱାରକୁ ରୁପା ଛାଉଣି କରାଯିବ।…

ଘରେ ପହଞ୍ଚିବ ଡିଏଲ୍‌ସି

ଭୁବନେଶ୍ୱର, ୧୧ା୧୧(ବ୍ୟୁରୋ): ପେନ୍‌ସନ୍‌ ଉପଭୋକ୍ତାଙ୍କ ଜୀବନ ପ୍ରମାଣ ତଥା ଡିଜିଟାଲ ଲାଇଫ୍‌ ସାର୍ଟିଫିକେଟ୍‌ (ଡିଏଲ୍‌ସି)କୁ ଏଣିକି ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ୍‌ ଘରେ ଘରେ ପହଞ୍ଚାଇବ। ପେନ୍‌ସନ୍‌ ପ୍ରଦାନକାରୀ କର୍ତ୍ତୃପକ୍ଷ ଡିଏଲ୍‌ସି ଗ୍ରହଣ ପାଇଁ ସମ୍ମତି ପ୍ରଦାନ କଲେ ପୋଷ୍ଟମ୍ୟାନ୍‌ ଓ…

ଓଡ଼ିଆ ଫିଲ୍ମରେ ଗୀତ ଗାଇବେ ରାପର୍‌ ଦୁଲେ

ଭୁବନେଶ୍ୱର,୧୧ା୧୧(ବ୍ୟୁରୋ): କଳାହାଣ୍ଡିର ରାପର ଦୁଲେ ରକର୍‌ ଓଡ଼ିଆ ଫିଲ୍ମରେ ଗୀତ ଗାଇବେ। ୟୁଟ୍ୟୁବ୍‌ ସେନ୍ସେସନ ତଥା ଖପର ଘରର ରାପର ଭାବେ ପରିଚିତ କଳାହାଣ୍ଡିର ଦୁଲେଶ୍ୱର ତାଣ୍ଡି ଓରଫ ଦୁଲେ ରକର୍‌ଙ୍କୁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ…

ପୁଣି ବିଜେଡି ହାତରେ ତିର୍ତ୍ତୋଲ

ଜଗତ୍‌ସିଂହପୁର ଅଫିସ, ୧୦ା୧୧-ତିର୍ତ୍ତୋଲ ଉପନିର୍ବାଚନରେ ପୁଣି ବିଜେଡି ବାଜିମାତ୍‌ କରିଛି। ବିଜେଡି ପ୍ରାର୍ଥୀ ବିଜୟଶଙ୍କର ଦାସ ତାଙ୍କ ନିକଟତ୍ତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ରାଜକିଶୋର ବେହେରାଙ୍କ୪୧,୭୦୩ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟ ଲାଭ କରିଛନ୍ତି। ୩ୟ ସ୍ଥାନରେ ରହିଛନ୍ତି…

ବିଜେଡି ହାତକୁ ଗଲା ବାଲେଶ୍ୱର ସଦର

ବାଲେଶ୍ୱର ଅଫିସ,୧୦।୧୧: ବାଲେଶ୍ୱର ସଦର ବିଧାନସଭା ଆସନରେ ମଙ୍ଗଳବାର ଭୋଟ ଗଣତି ଶେଷ ହୋଇଛି। ଏଥିରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ବିଜୟୀ ହୋଇଛନ୍ତି। ଏବେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଫଳାଫଳ ଘୋଷଣାକୁ ଅପେକ୍ଷା ରହିଛି। ତେବେ ଶେଷ ରାଉଣ୍ଡ ଗଣତି…

କରୋନାରୁ ସୁସ୍ଥ ହେଲେ ଆଉ ୧୪୪୮, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୧୪୪୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୨,୯୧,୧୩୭କୁ ବୃଦ୍ଧି ପାଇଛି। ଆରୋଗ୍ୟ ବ୍ୟକ୍ତିଙ୍କ ମଧ୍ୟରୁ ଖୋର୍ଦ୍ଧାର ସର୍ବାଧିକ ୧୬୧ଜଣ ରହିଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର…

କମୁଛି ସଂକ୍ରମଣ: ଭୁବନେଶ୍ୱରରେ ଆଜି ଚିହ୍ନଟ ହେଲେ ୬୩ ଆକ୍ରାନ୍ତ; ୪୮ ଲୋକାଲ କେସ୍‌

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି। ମଙ୍ଗଳବାର ସହରରେ ୬୩ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୨୯୮୩୭କୁ ବୃଦ୍ଧି ପାଇଛି। ତେବେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌…

ବିଜୟ ମୁହାଁ ବିଜେଡି: ତିର୍ତ୍ତୋଲରେ ୩୭ହଜାରରୁ ଅଧିକ ଭୋଟରେ ଆଗୁଆ; ବାଲେଶ୍ୱରରେ ଗଣତି ଶେଷ

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଗଣତି ଜାରି ରହିଛି। ଉଭୟ ଆସନରେ ଭାଜପାକୁ ପଛରେ ପକାଇଛି ବିଜେଡି। ତିର୍ତ୍ତୋଲ ବିଧାନସଭାରେ ୨୫ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୩୭,୭୯୧ ଭୋଟରେ ଆଗୁଆ ରହିଛି। ସେହିଭଳି ବାଲେଶ୍ୱର ବିଧାନସଭାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri