ବେଆଇନ ଭାବେ ଚାଲିଛି ୨୦ ସ’ ମିଲ୍‌

ଗୋପ,୧୧ା୧୧(ଡି.ଏନ୍‌.ଏ.): ପୁରୀ ଜିଲା ଗୋପ ବ୍ଳକ ଅଞ୍ଚଳରେ ବେଆଇନ ଭାବେ ୨୦ରୁ ଊର୍ଦ୍ଧ୍ୱ ସ’ ମିଲ ଚାଲୁଛି। ଏହାପରେ ଭିଜିଲାନ୍ସ, ବନ ବିଭାଗ ପକ୍ଷରୁ ବାରମ୍ବାର ଚଢ଼ାଉ କରାଯାଉଥିଲେ ମଧ୍ୟ କିଛିଦିନ ପରେ ପୁଣି ମିଲ ଖୋଲାଯାଇ କାର୍ଯ୍ୟ ହୋଇଥାଏ। ସୁପ୍ରିମକୋର୍ଟ ସ’ ମିଲକୁ ବେଆଇନ ଘୋଷଣା କରିଥିଲେ ମଧ୍ୟ ଗୋପରେ ଖୋଲାଖୋଲି ଉଲ୍ଲଂଘନ କରି ଦିନରାତି ମିଲ ଚାଲୁ ରହିଛି। ଏପରି କି ରାଜ୍ୟ ରାଜପଥ କଡ଼ରେ ଏହି ସବୁ ବେଆଇନ କରତକଳ ଚାଲିବା ଯୋଗୁ ପୁରୀ, କୋଣାର୍କ ଯାଉଥିବା ପର୍ଯ୍ୟଟକଙ୍କ ମଧ୍ୟରେ ମଧ୍ୟ ଅସନ୍ତୋଷ ଦେଖା ଦେଉଥିବାବେଳେ ରାସ୍ତାରେ ଯାଉଥିବା ଲୋକମାନେ ମଧ୍ୟ କରତକଳ ଗୁଣ୍ଡରେ ଅସ୍ତବ୍ୟସ୍ତ ହୋଇ ପଡୁଛନ୍ତି। ବାରମ୍ବାର ଅଭିଯୋଗସତ୍ତ୍ୱେ ଗୋପ ଜଙ୍ଗଲ ବିଭାଗ ନୀରବଦ୍ରଷ୍ଟା ସାଜିଛନ୍ତି।
୧୯୯୯ରେ ସୁପ୍ରିମକୋର୍ଟ ଗ୍ରାମାଞ୍ଚଳରେ ଚାଲୁଥିବା ଏହି କରତକଳଗୁଡ଼ିକୁ ବେଆଇନ ଘୋଷଣା କରି ବିଦ୍ୟୁତ୍‌ ଲାଇନ୍‌ କାଟିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ହେଲେ ଅଳ୍ପ କିଛିଦିନ ଏହି ନିୟମ ପାଳନ କରିବା ପରେ ମିଲ୍‌ଗୁଡିକ ପୁଣିଥରେ ଚାଲିଥିଲା। ଏପରି ଭାବରେ ଏହି ବେଆଇନ କରତକଳ ଚାଲିବା ଯୋଗୁ ପୋଲିସ ଓ ବନ ଅଧିକାରୀମାନେ ମଧ୍ୟ ହାତଗୁଞ୍ଜା ନେଇ ଚୁପ୍‌ ରହିଯାଉଥିବା ଅଭିଯୋଗ ହେଉଛି। ଗୋପ ଜଙ୍ଗଲ ବିଭାଗ ଅଧୀନ ଗୋପ, ଜମରା, ଦିଘାଳୋ, ସୁବର୍ଣ୍ଣପୁର, ଶଙ୍ଖାରିଆ, ଚାଉଳିଆପାଟେଣା, ତମ୍ପାଳ, ପଲ୍ଲିଛକ, ନୂଆଗାଁ ସହ ଅନ୍ୟ କେତେକ ସ୍ଥାନରେ ଦିନ ରାତି ସ’ ମିଲ ଚାଲୁଛି। ଜଙ୍ଗଲ ବିଭାଗ ପକ୍ଷରୁ ଲୋକ ଦେଖାଣିଆ ଭାବେ ଅଳ୍ପ କିଛି ଚଢ଼ାଉ ହେଉଥିଲେ ମଧ୍ୟ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଅଧିକାଂଶ ସମୟରେ ଚଢ଼ାଉ ପୂର୍ବରୁ ଜଙ୍ଗଲ ବିଭାଗ ପକ୍ଷରୁ ସ ମିଲ ମାଲିକଙ୍କୁ ଖବର ଦିଆଯିବା ଯୋଗୁ ସେମାନେ ରାତିରେ କରତକଳ ଯନ୍ତ୍ରାଂଶ ସବୁ ଖୋଲି ଦେଉଛନ୍ତି। ପରେ ଚଢ଼ାଉ କରିବାକୁ ଯାଇଥିବା ବିଭିନ୍ନ ବିଭାଗର ଅଧିକାରୀ ଓ ପୋଲିସ ମଧ୍ୟ ନିରାଶରେ ଫେରୁଛନ୍ତି। ଏ ସମ୍ପର୍କରେ ଗୋପ ରେଞ୍ଜର ରବୀନ୍ଦ୍ର କୁମାର ନାୟକ କୁହନ୍ତି, ବେଆଇନ କରତକଳ ଚାଲିବା ଖବର ଆମ ପାଖରେ ଅଛି। କିନ୍ତୁ ମାଲିକମାନେ ପୂର୍ବରୁ ଚଢ଼ାଉ ଖବର ପାଇ ଫେରାର ହୋଇଯାଉଛନ୍ତି। ଏଥିପ୍ରତି ଆଗକୁ ଦୃଷ୍ଟିରେ ରଖି ଅଚାନକ ଚଢ଼ାଉ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri