ରାଜ୍ୟ

ଇଲେକ୍ଟ୍ରୋନିକ୍ସ ମ୍ୟାନୁଫ୍ୟାକ୍‌ଚରିଂକୁ ପ୍ରୋତ୍ସାହନ

ଭୁବନେଶ୍ୱର,୧୨।୧୧ (ବ୍ୟୁରୋ):ରାଜ୍ୟରେ ଇଲେକ୍ଟ୍ରୋନିକ୍ସ ମ୍ୟାନୁଫ୍ୟାକ୍ଚରିଂକୁ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସରକାର ଖୁବ୍‌ଶୀଘ୍ର ଇଲେକ୍ଟ୍ରୋନିକ୍ସ ସିଷ୍ଟମ ଡିଜାଇନ୍‌ ଆଣ୍ଡ୍‌ ମ୍ୟାନୁଫ୍ୟାକ୍ଚରିଂ(ଇଏସ୍‌ଡିଏମ୍‌) ପଲିସି ବା ଇଲେକ୍ଟ୍ରୋନିକ୍ସ ନୀତି ଆଣିବେ। ଏନେଇ ଏକ ଡ୍ରାଫ୍ଟ ପଲିସି ପ୍ରସ୍ତୁତ ହୋଇଛି। ଏହାକୁ ଆସନ୍ତା ମାସେ କିମ୍ବା ଦୁଇମାସ…

ଦେଶର ଶ୍ରେଷ୍ଠ ୧୦ ସରକାରୀ ସ୍କୁଲ ତାଲିକାରେ ‘ଓଡ଼ିଶା ଆଦର୍ଶ ବିଦ୍ୟାଳୟ’

ଭୁବନେଶ୍ୱର, ୧୨।୧୧ (ବ୍ୟୁରୋ):ଦେଶର ଶ୍ରେଷ୍ଠ ୧୦ ସରକାରୀ ସ୍କୁଲ ତାଲିକାରେ ଓଡ଼ିଶାର ଦୁଇଟି ‘ଓଡ଼ିଶା ଆଦର୍ଶ ବିଦ୍ୟାଳୟ’ ସ୍ଥାନ ପାଇଛି। ଗଞ୍ଜାମ ଜିଲା ପୋଲସରା ବ୍ଲକ ଅନ୍ତର୍ଗତ ହାତିଓଟାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ୫ମ ସ୍ଥାନରେ ରହିଥିବାବେଳେ ଆବାସିକ ବର୍ଗରେ ବଲାଙ୍ଗୀର…

ଏଫ୍‌ଏସ୍‌ଏସ୍‌ଏମ୍‌ରେ ଭୁବନେଶ୍ୱର ଦେଶରେ ପ୍ରଥମ

ନୂଆଦିଲ୍ଲୀ,୧୨।୧୧ :ଫିକଲ୍‌ ସ୍ଲଗ୍‌ ଆଣ୍ଡ ସେପ୍ଟେଜ୍‌ ମ୍ୟାନେଜମେଣ୍ଟ (ଏଫ୍‌ଏସ୍‌ଏସ୍‌ଏମ୍‌) କ୍ଷେତ୍ରରେ ରାଜଧାନୀ ଭୁବନେଶ୍ୱରକୁ ବଡ଼ ସଫଳତା ମିଳିଛି। ମଳଯୁକ୍ତ ଆବର୍ଜନା ଓ ସେପ୍ଟେଜ୍‌ ପରିଚାଳନାରେ ଭୁବନେଶ୍ୱର ଦେଶର ପ୍ରଥମ ସହର ଭାବେ ଅନ୍ତର୍ଜାତୀୟ ମାନକୀକରଣ ସଙ୍ଗଠନ (ଆଇଏସ୍‌ଓ) ସାର୍ଟିଫିକେଶନ ପାଇଛି। କେବଳ…

ବିପଦ ସୃଷ୍ଟି ନ କରୁ ଶିଳ୍ପ ବର୍ଜ୍ୟ: ଶିଳ୍ପମନ୍ତ୍ରୀ

ଭୁବନେଶ୍ୱର, ୧୨।୧୧ (ବ୍ୟୁରୋ): ଶିଳ୍ପ ସଂସ୍ଥାଗୁଡ଼ିକରୁ ନିର୍ଗତ କଠିନ ବର୍ଜ୍ୟବସ୍ତୁ ଯେପରି ପୃଥିବୀକୁ ପ୍ରଦୂଷିତ ନ କରିବ ଏହା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ସେଥିପାଇଁ ସମସ୍ତ ଶିଳ୍ପସଂସ୍ଥା ବର୍ଜ୍ୟ ପରିଚାଳନାକୁ କଡ଼ାକଡ଼ି ଭାବେ ପାଳନ କରିବା ଦରକାର। ଏଥିପ୍ରତି…

‘ଆମ ନେତା କାମ ନ କରି ଶୋଇଲେ’

ଭୁବନେଶ୍ୱର, ୧୨।୧୧ (ବ୍ୟୁରୋ):ବାଲେଶ୍ୱର ଏବଂ ତିର୍ତ୍ତୋଲ ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନର ଫଳ ବିଜେଡି ସପକ୍ଷରେ ଯାଇଛି। ଦୁଇଟି ଯାକ ଆସନରେ ଶାସକ ଦଳର ବିଜୟ ପରେ ବିରୋଧୀ କଂଗ୍ରେସ ଏବଂ ଭାଜପା ପରାଜୟକୁ ସ୍ବୀକାର କରିଛନ୍ତି। କଂଗ୍ରେସ ବିଶ୍ୱାସଘାତ କଥା…

‘ଜିଓ ଓ୍ବାଲା ଆଣ୍ଟି’ ଗୀତ ଗାଇଲେ ରାପର ଦୁଲେ

ଭୁବନେଶ୍ୱର, ୧୨।୧୧ (ବ୍ୟୁରୋ)- କଳାହାଣ୍ଡିର ରାପର ଦୁଲେଶ୍ୱର ତାଣ୍ଡି ଓରଫ ଦୁଲେ ଓଡ଼ିଆ ସିନେମା ପାଇଁ ବୁଧବାର ଗୀତ ଗାଇଛନ୍ତି। ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦଙ୍କ ଆଗାମୀ ଫିଲ୍ମର ‘ଜିଓ ଓ୍ବାଲା ଆଣ୍ଟି’ ଗୀତରେ ସେ…

କଠୋର ନୁହେଁ କୋହଳ କର

ଅନୁଗୋଳ ଅଫିସ, ୧୨ା୧୧: କୋଭିଡ୍‌ କଟକଣା ମଧ୍ୟରେ ରାଜ୍ୟରେ ଉପନିର୍ବାଚନ ହେଲା। ଧାଡ଼ିରେ ଠିଆ ହୋଇ ଲକ୍ଷାଧିକ ଭୋଟର ଭୋଟ ଦେଲେ। ତେଣୁ ପୋଲିସ ଓ ମନ୍ଦିର ପରିଚାଳନା କମିଟି ସହଯୋଗରେ ଏଣିକି ଧର୍ମାନୁଷ୍ଠାନ ଖୋଲାଯାଉ। ଭକ୍ତମାନେ ଧାଡ଼ିରେ ଯାଇ ଦିଅଁ ଦର୍ଶନ…

ପାନୀୟ ଜଳ ପାଇଁ ଝରଣା ପାଣି ଭରସା

କୋକସରା, ୧୨।୧୧(ଡି.ଏନ.ଏ.):  କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ଅନ୍ତର୍ଗତ ସାହାଜଖୋଲ ଜଙ୍ଗଲ ଭିତରେ ଥିବା ସର୍ଗିପାନୀ ଗାଁ। ବିରିମୁହାଣ ରାଜସ୍ବ ଗ୍ରାମ ଅଧୀନରେ ଥିବା ଏହି ଗାଁକୁ ଚାରିପଟୁ ଘଞ୍ଚ ଜଙ୍ଗଲ ଘେରି ରହିଛି । ଗାଁକୁ ଯିବାପାଇଁ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୪୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୧ା୧୧(ବ୍ୟୁରୋ): ରାଜ୍ୟରେ ରବିବାର ଆଉ ୧୩୪୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୫୯ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡ ଜିଲାରୁ ୧୦୬, କଟକରୁ ୯୯, ବଲାଙ୍ଗୀରରୁ ୮୬, କେନ୍ଦ୍ରାପଡାରୁ ୭୬, ବରଗଡରୁ ୭୧, ନୂଆପଡାରୁ ୭୦, ପୁରୀରୁ…

ଭୁବନେଶ୍ୱରରୁ ଆଜି ୫୯ ପଜିଟିଭ ଚିହ୍ନଟ: ସେଥିରୁ ଲୋକାଲ କେସ୍‌ ୫୪

ଭୁବନେଶ୍ୱର,୧୧ା୧୧(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୫ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୫୪ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୭୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…

ଅଙ୍ଗନଓ୍ବାଡି ପିଲାଙ୍କୁ ମିଳିବ ଚୁନାମାଛ

ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ଅଙ୍ଗନଓ୍ବାଡି ପିଲାଙ୍କୁ ସୁଷମ ଖାଦ୍ୟ ଦିଆଯାଉଥିଲା। ତେବେ ପୃଷ୍ଟି ପାଇଁ ସେମାନଙ୍କୁ ଅଣ୍ଡା, ଛତୁଆ ଦିଆଯାଉଥିବା ବେଳେ ଏହି ତାଲିକାରେ ବର୍ତ୍ତମାନ ଚୁନାମାଛ ସାମିଲ୍‌ ହେବାକୁ ଯାଉଛି। ଏଣିକି ଅଙ୍ଗନଓ୍ବାଡି କେନ୍ଦ୍ରରେ ୩ରୁ ୬ ବର୍ଷ ବୟସର ଗର୍ଭବତୀ, ପ୍ରସୂତୀ…

ରାଜ୍ୟରେ କରୋନାରେ ଆଖିବୁଜିଲେ ଆଉ ୧୫ ଆକ୍ରାନ୍ତ

ଭୁବନେଶ୍ୱର, ୧୧।୧୧(ବ୍ୟୁରୋ): ରାଜ୍ୟରେ କରୋନାରେ ବୁଧବାର ଆଉ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୪୬୯ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri