ଏଫ୍‌ଏସ୍‌ଏସ୍‌ଏମ୍‌ରେ ଭୁବନେଶ୍ୱର ଦେଶରେ ପ୍ରଥମ

ନୂଆଦିଲ୍ଲୀ,୧୨।୧୧ :ଫିକଲ୍‌ ସ୍ଲଗ୍‌ ଆଣ୍ଡ ସେପ୍ଟେଜ୍‌ ମ୍ୟାନେଜମେଣ୍ଟ (ଏଫ୍‌ଏସ୍‌ଏସ୍‌ଏମ୍‌) କ୍ଷେତ୍ରରେ ରାଜଧାନୀ ଭୁବନେଶ୍ୱରକୁ ବଡ଼ ସଫଳତା ମିଳିଛି। ମଳଯୁକ୍ତ ଆବର୍ଜନା ଓ ସେପ୍ଟେଜ୍‌ ପରିଚାଳନାରେ ଭୁବନେଶ୍ୱର ଦେଶର ପ୍ରଥମ ସହର ଭାବେ ଅନ୍ତର୍ଜାତୀୟ ମାନକୀକରଣ ସଙ୍ଗଠନ (ଆଇଏସ୍‌ଓ) ସାର୍ଟିଫିକେଶନ ପାଇଛି। କେବଳ ଏତିକି ନୁହେଁ, ଭୁବନେଶ୍ୱର ଏହି କ୍ଷେତ୍ରରେ ବିଶ୍ୱର ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ବାଂଲାଦେଶର ଝେନଇଦହ ପ୍ରଥମ ସ୍ଥାନ ଅଧିକାର କରିଛି।
ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)କୁ ବୁଧବାର ଏଫ୍‌ଏସ୍‌ଏସ୍‌ଏମ୍‌ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଆଇଏସ୍‌ଓ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ବିଏମ୍‌ସି ଅନୁସାରେ ଏଫ୍‌ଏସ୍‌ଏସ୍‌ଏମ୍‌ ଆପଣାଇବାରେ ଏହା ହେଉଛି ରାଜ୍ୟର ପ୍ରଥମ ସହରାଞ୍ଚଳ ସ୍ବାୟତ୍ତ ସଂସ୍ଥା। ବିଏମ୍‌ସି ପକ୍ଷରୁ ଖବରକାଗଜରେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ସେଥିରେ ଘରୋଇ ଅପରେଟର୍ସ ଓ ଘରୋଇ ସେସ୍‌ପୁଲ୍‌(ମଇଳା ପରିବହନକାରୀ) ଯାନବାହନଗୁଡ଼ିକୁ ପଞ୍ଜୀକରଣ କରିବା ପାଇଁ କୁହାଯାଇଥିଲା। ପ୍ରଥମେ ରେଜିଷ୍ଟ୍ରେଶନ କରିବାକୁ ଥିବା ୫୦ ଯାନବାହନରେ ବିଏମ୍‌ସି ପକ୍ଷରୁ ମାଗଣାରେ ଗ୍ଲୋବାଲ୍‌ ପଜିଶନିଂ ସିଷ୍ଟମ୍‌ (ଜିପିଏସ୍‌) ସଂଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଏହିକ୍ରମରେ ଘରୋଇ ଅପରେଟର୍ସଙ୍କ ଦ୍ୱାରା ପରିଚାଳିତ ୨୯ ସେସ୍‌ପୁଲ ଯାନବାହନ ମନିଟରିଂ ପାଇଁ ପଞ୍ଜୀକରଣ କରାଇ ଜିପିଏସ୍‌ ଉପକରଣ ଲଗାଇଛନ୍ତି। ସେସ୍‌ପୁଲ୍‌ ଅପରେଟର୍ସଙ୍କ ଦ୍ୱାରା ବେଆଇନ ଭାବେ ଆବର୍ଜନା ଫୋପଡ଼ାଯିବାକୁ ବନ୍ଦ କରିବା ପାଇଁ ବିଏମ୍‌ସି ଏକ ପ୍ରବର୍ତ୍ତନକାରୀ ସ୍କ୍ବାଡ୍‌ ଗଠନ ପାଇଁ ପଦକ୍ଷେପ ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ରାଶି ଉପରେ ରହିବ ରାହୁ-କେତୁଙ୍କ କୃପା: ଘର, ଗାଡ଼ିଠାରୁ ଚାକିରି ଯାଏ ସବୁ ସ୍ୱପ୍ନ ହେବ ପୂରଣ!

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଛାୟା ଗ୍ରହ ସହିତ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ଭାବେ ବିବେଚନା କରାଯାଏ। ଏହି ଦୁଇ ଗ୍ରହଙ୍କ ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ପୁଣି ମହଙ୍ଗା ହେବ ମୋବାଇଲ ରିଚାର୍ଜ ପ୍ଲାନ! ଜାଣନ୍ତୁ କେବେଠୁ…

ନୂଆଦିଲ୍‌ଲୀ,୬।୧୦: ସାଧାରଣ ଲୋକଙ୍କୁ ପୁଣି ଥରେ ମହଙ୍ଗା ମାଡ଼ର ଝଟକା ଲାଗିପାରେ। ଏଥର ଏହି ଝଟକା ଟେଲିକମ କମ୍ପାନୀଗୁଡ଼ିକ ଦେଇପାରନ୍ତି। ଏକ ରିପୋର୍ଟ ଅନୁସାରେ, ଆଗାମୀ ୪ରୁ…

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି

ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ…

କ୍ୟାପଟେନ୍ ସ୍ମିତ ମଚ୍ଚାରଙ୍କର ମାସିକ ଦରମା କେତେ? ସିନିୟର କ୍ୟାପଟେନଙ୍କୁ ମିଳେ ଏସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦୁବାଇରୁ ତେଲ ଆଭିଭ ଯାଉଥିବା ବିମାନରେ ଜଣେ ଓମାନୀ ସହ-ପାଇଲଟ (କୋ-ପାଇଲଟ) ଭାରତୀୟ ପାଇଲଟ ସ୍ମିତ ମଚ୍ଚାରଙ୍କ ଉପରେ ଆକ୍ରମଣ କରି ବିମାନକୁ କ୍ରାସ କରାଇବାକୁ…

ବସ୍‌ଷ୍ଟାଣ୍ଡରେ ବ୍ୟବସାୟୀଙ୍କୁ ଛୁରାମାଡ଼

କୋରାପୁଟ,୬।୧୦(ଅମିତାଭ ବେହେରା): କୋରାପୁଟ ବସ୍‌ଷ୍ଟାଣ୍ଡ ନିକଟରେ ମଙ୍ଗଳବାର ଜଣେ ମକା ବ୍ୟବସାୟୀଙ୍କୁ ଛୁରାମାଡ଼ ହୋଇଛି। ଜନଗହଳିପୂର୍ଣ୍ଣ ସ୍ଥାନରେ ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଟିକିରା…

ମୁକୁଳା ଡ୍ରେନ୍‌ରେ ପଡ଼ିଛି ଗାଈ

ଗଞ୍ଜାମ, ୬ ।୧୦ (ବିଦ୍ୟାଧର ସାହୁ): ବିଳମ୍ବିତ ରାତିରେ ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ଏକ ମୁକୁଳା ଡ୍ରେନରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ରାସ୍ତା ଦେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?