ଏଫ୍‌ଏସ୍‌ଏସ୍‌ଏମ୍‌ରେ ଭୁବନେଶ୍ୱର ଦେଶରେ ପ୍ରଥମ

ନୂଆଦିଲ୍ଲୀ,୧୨।୧୧ :ଫିକଲ୍‌ ସ୍ଲଗ୍‌ ଆଣ୍ଡ ସେପ୍ଟେଜ୍‌ ମ୍ୟାନେଜମେଣ୍ଟ (ଏଫ୍‌ଏସ୍‌ଏସ୍‌ଏମ୍‌) କ୍ଷେତ୍ରରେ ରାଜଧାନୀ ଭୁବନେଶ୍ୱରକୁ ବଡ଼ ସଫଳତା ମିଳିଛି। ମଳଯୁକ୍ତ ଆବର୍ଜନା ଓ ସେପ୍ଟେଜ୍‌ ପରିଚାଳନାରେ ଭୁବନେଶ୍ୱର ଦେଶର ପ୍ରଥମ ସହର ଭାବେ ଅନ୍ତର୍ଜାତୀୟ ମାନକୀକରଣ ସଙ୍ଗଠନ (ଆଇଏସ୍‌ଓ) ସାର୍ଟିଫିକେଶନ ପାଇଛି। କେବଳ ଏତିକି ନୁହେଁ, ଭୁବନେଶ୍ୱର ଏହି କ୍ଷେତ୍ରରେ ବିଶ୍ୱର ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ବାଂଲାଦେଶର ଝେନଇଦହ ପ୍ରଥମ ସ୍ଥାନ ଅଧିକାର କରିଛି।
ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)କୁ ବୁଧବାର ଏଫ୍‌ଏସ୍‌ଏସ୍‌ଏମ୍‌ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଆଇଏସ୍‌ଓ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ବିଏମ୍‌ସି ଅନୁସାରେ ଏଫ୍‌ଏସ୍‌ଏସ୍‌ଏମ୍‌ ଆପଣାଇବାରେ ଏହା ହେଉଛି ରାଜ୍ୟର ପ୍ରଥମ ସହରାଞ୍ଚଳ ସ୍ବାୟତ୍ତ ସଂସ୍ଥା। ବିଏମ୍‌ସି ପକ୍ଷରୁ ଖବରକାଗଜରେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ସେଥିରେ ଘରୋଇ ଅପରେଟର୍ସ ଓ ଘରୋଇ ସେସ୍‌ପୁଲ୍‌(ମଇଳା ପରିବହନକାରୀ) ଯାନବାହନଗୁଡ଼ିକୁ ପଞ୍ଜୀକରଣ କରିବା ପାଇଁ କୁହାଯାଇଥିଲା। ପ୍ରଥମେ ରେଜିଷ୍ଟ୍ରେଶନ କରିବାକୁ ଥିବା ୫୦ ଯାନବାହନରେ ବିଏମ୍‌ସି ପକ୍ଷରୁ ମାଗଣାରେ ଗ୍ଲୋବାଲ୍‌ ପଜିଶନିଂ ସିଷ୍ଟମ୍‌ (ଜିପିଏସ୍‌) ସଂଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଏହିକ୍ରମରେ ଘରୋଇ ଅପରେଟର୍ସଙ୍କ ଦ୍ୱାରା ପରିଚାଳିତ ୨୯ ସେସ୍‌ପୁଲ ଯାନବାହନ ମନିଟରିଂ ପାଇଁ ପଞ୍ଜୀକରଣ କରାଇ ଜିପିଏସ୍‌ ଉପକରଣ ଲଗାଇଛନ୍ତି। ସେସ୍‌ପୁଲ୍‌ ଅପରେଟର୍ସଙ୍କ ଦ୍ୱାରା ବେଆଇନ ଭାବେ ଆବର୍ଜନା ଫୋପଡ଼ାଯିବାକୁ ବନ୍ଦ କରିବା ପାଇଁ ବିଏମ୍‌ସି ଏକ ପ୍ରବର୍ତ୍ତନକାରୀ ସ୍କ୍ବାଡ୍‌ ଗଠନ ପାଇଁ ପଦକ୍ଷେପ ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱସ୍ତରୀୟ କ୍ୟାନସର ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨ା୭(ବ୍ୟୁରୋ): ରାଜଧାନୀରେ ସୋମବାର ଦୁଇଟି କ୍ୟାନସର ହସ୍ପିଟାଲ ପାଇଁ ଶୁଭ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜଟଣୀ ଅଞ୍ଚଳରେ ଥିବା ଇନ୍‌ଫୋସିଟି-୨ରେ ୨୦ରୁ ୨୫ ଏକର...

ଟ୍ରକ୍‌ ଚାଳକଙ୍କୁ ତହସିଲଦାରଙ୍କ ମାଡ଼ ଅଭିଯୋଗ

ଧର୍ମଶାଳା/ଚଢ଼େଇଧରା/ଜେନାପୁର,୨୯ା୧୧(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ଚଢ଼େଇଧରା ଉପରଛକଠାରେ ରବିବାର କଳାପଥର ପରିବହନକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। କଳାପଥର ବୋଝେଇ ଗାଡ଼ି...

୨୮ କୋଟି ଟଙ୍କାର ହିସାବ ଦେଉନାହାନ୍ତି ୧୩୫ କଲେଜ

ଭୁବନେଶ୍ୱର, ୨୨।୧(ବ୍ୟୁରୋ): ବାତ୍ୟା ‘ଫନୀ ’ରେ ପ୍ରଭାବିତ ହୋଇଥିବା ୫ଟି ଜିଲାର ୧୪୫ଟି ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ମରାମତି ଓ ନବୀକରଣ ଲାଗି ମୁଖ୍ୟମନ୍ତ୍ରୀ ରିଲିଫ...

ଆଜି ପହଞ୍ଚିବ କଳ୍ପନାଙ୍କ ମରଶରୀର: କଳିଙ୍ଗ ଷ୍ଟାଡିୟମ୍‌ରେ ଏକ ଘଣ୍ଟା ରହିବ

ଭୁବନେଶ୍ୱର, ୨ା୬(ବ୍ୟୁରୋ)- ପର୍ବତାରୋହିଣୀ କଳ୍ପନା ଦାସଙ୍କ ମରଶରୀର ରବିବାର ଭୁବନେଶ୍ୱରରେ ପହଞ୍ଚତ୍ବ। ଶୁକ୍ରବାର ସନ୍ଧ୍ୟାରେ ଆସିବାର ଥିଲା, ହେଲେ କାଠମାଣ୍ଡୁରୁ ମରଶରୀର ନେଇ ଆସିଥିବା ବିମାନ...

ସଚେତନତା ରୋକିପାରିବ କରୋନା ସଂକ୍ରମଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୪।୪(ବ୍ୟୁରୋ): କରୋନା ସଂକ୍ରମଣକୁ କେବଳ ସଚେତନତା ଦ୍ୱାରା ରୋକାଯାଇପାରିବା। କରୋନାକୁ ଡରିବାର ନାହିଁ। ଏଥିପ୍ରତି ଆମକୁ ସାବଧାନ ହେବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ...

ବାଲିପାଟଣାରେ ରଥଯାତ୍ରା

ବାଲିପାଟଣା,୫।୭(ଡି.ଏନ୍‌.ଏ.): ବାଲିପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବାଲିପାଟଣା ହାଟରେ ନିର୍ମିତ ଜଗନ୍ନାଥ ମନ୍ଦିରରୁ ଶ୍ରୀ ବିଗ୍ରହ ପହଣ୍ଡି ହୋଇ ମଧ୍ୟାହ୍ନରେ ରଥକୁ...

୧୪ରୁ ଆହୁରି ବଢ଼ିବ ତାତି

ଭୁବନେଶ୍ୱର,୧୦।୫(ବ୍ୟୁରୋ): ରାଜ୍ୟରେ ଦୁଇଦିନ ହେବ ପାରଦ ଉପର ମୁହାଁ ହୋଇଛି। କେତେକ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ଉପରକୁ ଉଠି ଯାଇଛି। ୧୦...

ଗଠନ ହେଲା ବିଧାନସଭା କାର୍ଯ୍ୟ ପରାମର୍ଶଦାତା କମିଟି

ଭୁବନେଶ୍ୱର,୨୬।୬(ବ୍ୟୁରୋ) : ବୁଧବାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭାର କାର୍ଯ୍ୟ ପରାମର୍ଶଦାତା କମିଟି ଗଠନ କରିଛନ୍ତି। ସେ ଏ ନେଇ ବିଧିବଦ୍ଧ ଭାବେ ଘୋଷଣା...

Advertisement
Archives

Model This Week