କଠୋର ନୁହେଁ କୋହଳ କର

ଅନୁଗୋଳ ଅଫିସ, ୧୨ା୧୧: କୋଭିଡ୍‌ କଟକଣା ମଧ୍ୟରେ ରାଜ୍ୟରେ ଉପନିର୍ବାଚନ ହେଲା। ଧାଡ଼ିରେ ଠିଆ ହୋଇ ଲକ୍ଷାଧିକ ଭୋଟର ଭୋଟ ଦେଲେ। ତେଣୁ ପୋଲିସ ଓ ମନ୍ଦିର ପରିଚାଳନା କମିଟି ସହଯୋଗରେ ଏଣିକି ଧର୍ମାନୁଷ୍ଠାନ ଖୋଲାଯାଉ। ଭକ୍ତମାନେ ଧାଡ଼ିରେ ଯାଇ ଦିଅଁ ଦର୍ଶନ କରନ୍ତୁ। ସରକାର ଜିଲା ପ୍ରଶାସନ ଉପରେ ଏ ନେଇ ନିଷ୍ପତ୍ତି ଛାଡ଼ିଥିବାରୁ ଅନୁଗୋଳ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଉ। ମନ୍ଦିର ପରିଚାଳକଙ୍କୁ ଡାକି ପଞ୍ଚକ ପୂର୍ବରୁ ଆଲୋଚନା କରି ଦର୍ଶନ ପାଇଁ ଅନୁମତି ଦେଉ। ଅନେକ କ୍ଷେତ୍ରରେ ସରକାର କୋଭିଡ୍‌ କଟକଣା କୋହଳ କରିଥିବାରୁ ଧର୍ମାନୁଷ୍ଠାନ ପାଇଁ ମଧ୍ୟ ଏତେଟା କଠୋର ନ ହେବାକୁ ଅନୁଗୋଳବାସୀ ମତବ୍ୟକ୍ତ କରିଛନ୍ତି।
ମାର୍ଚ୍ଚ ପରଠାରୁ ରାଜ୍ୟର ସବୁ ଧର୍ମାନୁଷ୍ଠାନର ଦ୍ୱାର ଭକ୍ତଙ୍କ ପାଇଁ ବନ୍ଦ ରହିଛି। କେବଳ ଦୈନିକ ଯାହା ଠାକୁରଙ୍କ ନୀତିକାନ୍ତି ହେଉଛି। ଏହି ୮ ମାସ ମଧ୍ୟରେ କେତେ ପୂଜାପର୍ବ ଗଲାଣି। ଚଇତି ଦୁର୍ଗାଠାରୁ ଆରମ୍ଭ କରି ରଜ ସଂକ୍ରାନ୍ତି, ରଥଯାତ୍ରା, ଗଣେଶ ପୂଜା, ବିଶ୍ୱକର୍ମା, ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଶେଷ ହେଲାଣି। ଆଗକୁ ମା’ କାଳୀଙ୍କ ପୂଜା ସହ ଦୀପାବଳି ଆସୁଥିବାରୁ ତାହା ମଧ୍ୟ କଟକଣା ମଧ୍ୟରେ ପାଳନ ହେବ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ତେଣୁ ଧର୍ମର ମାସ କାର୍ତ୍ତିକରେ ବ୍ରତଧାରୀମାନେ ଠାକୁରଙ୍କ ଦର୍ଶନ କରିପାରୁ ନାହାନ୍ତି। ଏବେ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ସରକାର କହୁଛନ୍ତି। ହାଟ ବଜାରରେ ମଧ୍ୟ ଆଉ ପୂର୍ବପରି କଟକଣା ନାହିଁ। ତେଣୁ କୋଭିଡ୍‌ କଟକଣା ବହୁ କ୍ଷେତ୍ରରେ କୋହଳ କରାଯାଇଛି। କିନ୍ତୁ ଧର୍ମାନୁଷ୍ଠାନ କ୍ଷେତ୍ରରେ ସରକାର କଠୋର ଆଭିମୁଖ୍ୟ ଦେଖାଇ ଆସିଛନ୍ତି। ଏ ଦିଗରେ ରାଜ୍ୟବାସୀ ସରକାରଙ୍କୁ ସହଯୋଗ ଦେଉଛନ୍ତି। ତେଣୁ ଲୋକଙ୍କ ଭାବାବେଗକୁ ଗୁରୁତ୍ୱ ଦେଇ ସରକାର ଧର୍ମାନୁଷ୍ଠାନ ଖୋଲିବା ଦିଗରେ ପଦକ୍ଷେପ ନିଅନ୍ତୁ। ଏହି ଦାବି ନେଇ ଅନେକ ଦିନ ହେଲା ପୂଜକମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ମନ୍ଦିର ସମ୍ମୁଖରେ ଘଣ୍ଟ ପିଟୁଛନ୍ତି। ତେଣୁ ଆଉ ଅଧିକ ବିଳମ୍ବ ନ କରି ରାଜ୍ୟ ସରକାର ପଞ୍ଚକ ପୂର୍ବରୁ ମନ୍ଦିର ଦ୍ୱାର ଭକ୍ତଙ୍କ ପାଇଁ ଉନ୍ମୁକ୍ତ କଲେ ସାଧାରଣରେ ଏହାକୁ ସ୍ବାଗତ କରାଯିବ ବୋଲି ଅନୁଗୋଳର ଭକ୍ତମାନେ ପ୍ରକାଶ କରିଛନ୍ତି।

୮ ମାସ ହେଲା ଚକଡ଼ା ମାଡ଼ିନୁ
ଚୈତ୍ର ମାସରେ ଶେଷ ଥର ପାଇଁ ମନ୍ଦିର ଯାଇଥିଲୁ। ଏବେ କାର୍ତ୍ତିକ ଅଧା ହେଲାଣି। ଏହି ୮ ମାସ ମଧ୍ୟରେ ମନ୍ଦିର ଚକଡ଼ା ମାଡ଼ିନୁ। ଏହି ଧର୍ମ ମାସରେ ଦିଅଁ ଦର୍ଶନ ନ କଲେ ବ୍ରତର କିଛି ମୂଲ୍ୟ ରହିବ ନାହିଁ। ତେଣୁ ପୋଲିସ ମୁତୟନ କରି ମନ୍ଦିର ଖୋଲାଯିବାକୁ ଅନୁମତି ଦିଆଯାଉ।
-ବୀଣାପାଣି ଦେଈ, ଅନୁଗୋଳ

ପରିଚାଳନା କମିଟି ଦାୟିତ୍ୱ ନେଉ
କରୋନା ଆରମ୍ଭ ଠାରୁ ଦେବାଳୟ ବନ୍ଦ ରହିଛି। ଏବେ ସ୍ଥିତି ସୁଧୁରିଲା ଭଳି ଲାଗୁଛି। ତେଣୁ ମନ୍ଦିର ଖୋଲି କୋଭିଡ୍‌ କଟକଣା ମଧ୍ୟରେ ନୀତିକାନ୍ତି ସହ ଦର୍ଶନ କରାଯିବାର ବ୍ୟବସ୍ଥା ହେଉ। ଏଥିପାଇଁ ମନ୍ଦିର ପରିଚାଳନା କମିଟି ଓ ସ୍ବେଚ୍ଛାସେବୀମାନଙ୍କ ସହାୟତା ନିଆଯାଉ।
-ଗୀତାଞ୍ଜଳି ପଟ୍ଟାନୟକ, ଅନୁଗୋଳ

ସରକାର ତୁରନ୍ତ ନିଷ୍ପତ୍ତି ନିଅନ୍ତୁ
କୋଭିଡ୍‌ କଟକଣା ମଧ୍ୟରେ ପାର୍ବଣ ଯିବାକୁ ବସିଲାଣି। ହେଲେ ଏଯାଏ ମନ୍ଦିର ଖୋଲାଯିବ କି ନାହିଁ ସେ ନେଇ କୌଣସି ନିଷ୍ପତ୍ତି ସରକାର ନେଇପାରୁ ନାହାନ୍ତି। ହାଟ ବଜାର ସହ ମଲ୍‌ ସବୁ ଖୋଲିବାକୁ ଅନୁମତି ମିଳିଥିବା ବେଳେ ମନ୍ଦିର ପ୍ରତି ଏପରି କଠୋର ମନୋଭାବ କାହଁିକି ରଖାଯାଉଛି।
-ପ୍ରିୟବ୍ରତ ବେହେରା, ଅନୁଗୋଳ

ଭାବାବେଗ ଜଣାଇବାକୁ ସୁଯୋଗ ମିଳୁ
କେତେକ ରାଜ୍ୟରେ ମନ୍ଦିର ଖୋଲିଲାଣି। ସିନେମା ହଲ୍‌ ଓ ଜିମ୍‌କୁ ମଧ୍ୟ ଅନୁମତି ମିଳିଲାଣି। ନିର୍ବାଚନ ବେଳେ ନେତା ଓ ଲୋକଙ୍କ ଗହଳି ସମସ୍ତେ ଦେଖିସାରିଲେଣି। ତେଣୁ କେବଳ ଧର୍ମାନୁଷ୍ଠାନ ଖୋଲିଦେଲେ ଯେ ସଂକ୍ରମଣ ବଢ଼ିଯିବ ତାହା ମନେହେଉ ନାହିଁ। ତେଣୁ କଟକଣା ମଧ୍ୟରେ ଭଗବାନଙ୍କୁ ଭାବାବେଗ ଜଣାଇବାକୁ ଭକ୍ତଙ୍କୁ ସୁଯୋଗ ମିଳିବା ଦରକାର।
-ଅନାଦି ଚରଣ ପ୍ରଧାନ, ଅନୁଗୋଳ

ଶ୍ରୀମନ୍ଦିର ମଧ୍ୟ ବନ୍ଦ ରହିଛି
ବର୍ତ୍ତମାନ କୋଭିଡ୍‌ କଟକଣା ବଳବତ୍ତର ରହିଛି। ମନ୍ଦିର ଖୋଲାଯିବା ନେଇ ସରକାରଙ୍କ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। କାର୍ତ୍ତିକ ମାସରେ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ମଧ୍ୟ ବନ୍ଦ ରହିଛି। ତେଣୁ ଭକ୍ତମାନେ କଟକଣାର ଗୁରୁତ୍ୱ ବୁଝନ୍ତୁ। ସରକାରଙ୍କଠାରୁ ନିର୍ଦ୍ଦେଶ ଆସିଲେ ମନ୍ଦିର ଖୋଲାଯିବ।
-ବାସୁଦେବ ଶତପଥୀ, ଉପଜିଲାପାଳ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶା ଆସୁଛନ୍ତି ଅମିତ ଶାହା, କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର,୨୪।୪: ଗୁରୁବାର ଓଡିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। କାଲିଠୁ ଭାଜପାର ବିଧିବଦ୍ଧ ଭାବେ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ। ଅପରାହ୍ଣ ସାଢ଼େ...

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ରାଜ୍ୟରେ ଆଣ୍ଟି ଟିବି ଔଷଧ ଅଭାବ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ): ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ(ଏନ୍‌ଟିଇପି) ହେଉଛି ଏକ ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ। ଏଥିରେ ଯକ୍ଷ୍ମା ବା ଟିବି ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା...

ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ...

ବିଜେଡିର ୩୪ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ବିଧାୟକଙ୍କ ସ୍ତ୍ରୀ

ଭୁବନେଶ୍ୱର,୨୪ା୪(ଅନିଲ ଦାସ):ବିଜୁ ଜନତା ଦଳ ସପ୍ତମ ପର୍ଯ୍ୟାୟ ସୁଦ୍ଧା ୧୪୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେମାନଙ୍କ ମଧ୍ୟରେ ୩୪ ଜଣ ମହିଳାଙ୍କୁ ଦଳ...

ମିଶନ ଶକ୍ତିକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୪ା୪(ଅନିଲ ଦାସ): ରାଜ୍ୟର ୭୦ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି ଏସ୍‌ଏଚ୍‌ଜି ସାରା ଓଡ଼ିଶାର ଅନେକ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri