ଇଲେକ୍ଟ୍ରୋନିକ୍ସ ମ୍ୟାନୁଫ୍ୟାକ୍‌ଚରିଂକୁ ପ୍ରୋତ୍ସାହନ

ଭୁବନେଶ୍ୱର,୧୨।୧୧ (ବ୍ୟୁରୋ):ରାଜ୍ୟରେ ଇଲେକ୍ଟ୍ରୋନିକ୍ସ ମ୍ୟାନୁଫ୍ୟାକ୍ଚରିଂକୁ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସରକାର ଖୁବ୍‌ଶୀଘ୍ର ଇଲେକ୍ଟ୍ରୋନିକ୍ସ ସିଷ୍ଟମ ଡିଜାଇନ୍‌ ଆଣ୍ଡ୍‌ ମ୍ୟାନୁଫ୍ୟାକ୍ଚରିଂ(ଇଏସ୍‌ଡିଏମ୍‌) ପଲିସି ବା ଇଲେକ୍ଟ୍ରୋନିକ୍ସ ନୀତି ଆଣିବେ। ଏନେଇ ଏକ ଡ୍ରାଫ୍ଟ ପଲିସି ପ୍ରସ୍ତୁତ ହୋଇଛି। ଏହାକୁ ଆସନ୍ତା ମାସେ କିମ୍ବା ଦୁଇମାସ ମଧ୍ୟରେ ଲାଗୁ କରାଯିବ ବୋଲି ବୁଧବାର ଇଆଣ୍ଡଆଇଟି ବିଭାଗ ପକ୍ଷରୁ ସୂଚନା ମିଳିଛି। ଇଏସ୍‌ଡିଏମ୍‌ ସେକ୍ଟରରେ ପୁଞ୍ଜି ନିବେଶକୁ ଦୁଇଗୁଣା କରିବା ଏବଂ ଇଲେକ୍ଟ୍ରୋନିକ୍ସ ଶିଳ୍ପରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗକୁ ୩ ଗୁଣା କରିବା ଲକ୍ଷ୍ୟନେଇ ଏହି ନୀତି ଲାଗୁ କରାଯିବ। ୨୦୨୫ ସୁଦ୍ଧା ଇଲେକ୍ଟ୍ରୋନିକ୍ସ ସେକ୍ଟରରେ ଓଡ଼ିଶାର ଭାଗୀଦାରିକୁ ବୃଦ୍ଧି କରିବା ଏବଂ ପୁଞ୍ଜି ବିନିଯୋଗ ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି କରିବା ଏହି ନୀତିର ମୂଲ ଲକ୍ଷ୍ୟ ରହିଛି। ଅନ୍ୟପକ୍ଷରେ ରାଜ୍ୟରେ ଉତ୍କୃଷ୍ଟ ଇଲେକ୍ଟ୍ରୋନିକ୍ସ ଭିତ୍ତିଭୂମି, ଜଳ ଓ ଖଣିଜ ସମ୍ପଦ, ଶକ୍ତି ଭିତ୍ତିଭୂମି, ସୁଦୃଢ଼ ଏମ୍‌ଏସ୍‌ଏମ୍‌ଇ ଏବଂ ଶିଳ୍ପ ଭିତ୍ତିଭୂମି, ଦକ୍ଷ ମାନବସମ୍ବଳ ଏହି ନୀତିକୁ ଫଳପ୍ରଦ କରିବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି।
ଏହି ନୂତନ ନୀତି ଅଧୀନରେ ସ୍ଥାନୀୟ ଉଦ୍ୟୋଗୀମାନଙ୍କୁ ସ୍ବତନ୍ତ୍ର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଏଥିରେ ଓଡ଼ିଶାରେ ପଞ୍ଜୀକୃତ ହୋଇଥିବା ଏବଂ ୫୦% ସ୍ଥାନୀୟ ଯୁବପିଢିଙ୍କୁ ନିଯୁକ୍ତ କରିଥିବା ଲୋକାଲ ଇଏସ୍‌ଡିଏମ୍‌ ୟୁନିଟଗୁଡ଼ିକୁ ସରକାର ଇନ୍‌ସେନ୍‌ଟିଭ୍‌ ଦେବାର ବ୍ୟବସ୍ଥା ରହିଛି। ସେହିଭଳି ଦ୍ରବ୍ୟ ଏବଂ ସେବା କିଣିବାରେ ମଧ୍ୟ ସରକାର ସ୍ଥାନୀୟ ଇଏସ୍‌ଡିଏମ୍‌ ୟୁନିଟକୁ ପ୍ରାଧାନ୍ୟ ଦେବେ। ବ୍ୟବସାୟିକ ଉଦ୍ୟୋଗର ବିକାଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ବିଭିନ୍ନ ଇଞ୍ଜିନିୟରିଂ କଲେଜ, ଶିକ୍ଷାନୁଷ୍ଠାନ ସମେତ ବିପିୟୁଟିରେ ସେଣ୍ଟର ଅଫ୍‌ ଏକ୍ସଲେନ୍ସ ଏବଂ ଇନ୍‌କ୍ୟୁବେଶନ ସେଣ୍ଟର ପ୍ରତିଷ୍ଠା କରାଯିବ। ଏହି ସେଣ୍ଟର ଅଫ୍‌ ଏକ୍ସଲେନ୍ସ ଦ୍ୱାରା ଶିକ୍ଷାନୁଷ୍ଠାନଗୁଡ଼ିକରେ ଉଦ୍ୟୋଗ ଶିଳ୍ପକୁ ପ୍ରୋତ୍ସାହନ ଦିଆଯାଇପାରିବ। ସେହିଭଳି ଇଏସ୍‌ଡିଏମ୍‌ ୟୁନିଟ୍‌ ପ୍ରତିଷ୍ଠା କ୍ଷେତ୍ରରେ ଟାୟର-୨ ଓ ଟାୟର-୩ ସହରରେ ପୌର ଟିକସରେ ବିଶେଷ ରିହାତି ପ୍ରଦାନ କରାଯିବ। ଗବେଷଣା କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯିବା ସହ ଏଥିଲାଗି ସ୍ବତନ୍ତ୍ର ଅନୁଦାନର ବ୍ୟବସ୍ଥା ରହିବ। ୫୦କୋଟି ପର୍ଯ୍ୟନ୍ତ ଏଫ୍‌ସିଆଇ ତଥା ନିବେଶ କରୁଥିବା ଇଏସ୍‌ଡିଏମ୍‌ ୟୁନିଟଗୁଡ଼ିକୁ ଏଫ୍‌ସିଆଇର ୨୦% କ୍ୟାପିଟାଲ ଇନ୍‌ଭେଷ୍ଟମେଣ୍ଟ ସବ୍‌ସିଡି ପ୍ରଦାନ କରାଯିବ। ୫୦ରୁ ୨୫୦ କୋଟି ପର୍ଯ୍ୟନ୍ତ ନିବେଶ କରୁଥିବା ଇଏସ୍‌ଡିଏମ୍‌ ୟୁନିଟଗୁଡ଼ିକୁ ଏଫ୍‌ସିଆଇର ୨୫% ଏବଂ ୨୫୦ କୋଟିରୁ ଅଧିକ ନିବେଶ କରୁଥିବା ଇଏସ୍‌ଡିଏମ୍‌ ୟୁନିଟଗୁଡ଼ିକୁ ଏଫ୍‌ସିଆଇର ୩୦% କ୍ୟାପିଟାଲ ଇନ୍‌ଭେଷ୍ଟମେଣ୍ଟ ସବ୍‌ସିଡି ଦିଆଯିବ। ଦିବ୍ୟାଙ୍ଗ ଏବଂ ମହିଳା ଉଦ୍ୟୋଗୀଙ୍କୁ ଅତିରିକ୍ତ ୧୦% ତଥା ୫୦ ଲକ୍ଷ ପର୍ଯ୍ୟନ୍ତ ଇନ୍‌ଭେଷ୍ଟମେଣ୍ଟ ସବ୍‌ସିଡି ପ୍ରଦାନ କରାଯିବ। ଏହାବାଦ୍‌ ନିଯୁକ୍ତି ଏବଂ ଭଡ଼ା ବାବଦରେ ମଧ୍ୟ ଦିବ୍ୟାଙ୍ଗ ଏବଂ ମହିଳାମାନଙ୍କୁ ବିଶେଷ ରିହାତି ମିଳିବ। ଜମି ଅଧିଗ୍ରହଣ ଲାଗି ଏହି ନୀତିରେ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। ଶିଳ୍ପ ନୀତି ୨୦୧୫ ଅଧୀନରେ ଇଡ୍‌କୋ ପକ୍ଷରୁ ରିହାତି ମୂଲ୍ୟରେ ଜମି ଯୋଗାଇ ଦିଆଯିବ। ଜମି କିଣିବା ସମୟରେ ଷ୍ଟାମ୍ପ ଡ୍ୟୁଟିକୁ ଶତପ୍ରତିଶତ ଛାଡ଼ କରଓଇଆର୍‌ସି ଗାଇଡ୍‌ଲାଇନ୍‌ ଅନୁଯାୟୀ ଇଏସ୍‌ଡିଏମ୍‌ ୟୁନିଟଗୁଡ଼ିକୁ ବିଦ୍ୟୁତ୍‌ ଶୁଳ୍କ ପ୍ରଦାନରେ ରିହାତି ଦିଆଯିବ। ଯୋଗ୍ୟ ଇଏସ୍‌ଡିଏମ୍‌ ୟୁନିଟ ପାଇଁ ବିଦ୍ୟୁତ୍‌ ବାବଦକୁ ପୈଠ କରିବାକୁ ଥିବା ଦେୟ ଏବଂ ପରିଦର୍ଶନ ଫି’ ୫ବର୍ଷ ପାଇଁ ଛାଡ଼ କରାଯିବ। ପୂର୍ବ ନୀତି ଅନୁଯାୟୀ ପ୍ରୋତ୍ସାହନ ରାଶି ପାଇଥିବା ଉଦ୍ୟୋଗ ତଥା ସଂସ୍ଥାଗୁଡ଼ିକ ନୂତନ ନୀତିର ସମସ୍ତ ସୁବିଧା ସୁଯୋଗରୁ ବଞ୍ଚତ୍ତ ହେବେ। ନୂତନ ନୀତି ଆସିବା ପରେ ଯେଉଁ ଇଏସ୍‌ଡିଏମ୍‌ ୟୁନିଟ ବ୍ୟବସାୟିକଭାବେ କାର୍ଯ୍ୟକ୍ଷମ ହେବେ, ସେମାନେ ଏହାର ଲାଭ ନେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

Video: ମେଟ୍ରୋରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି, ପିଲାମାନଙ୍କ ସହିତ ଆଲୋଚନା ସମୟରେ ତାଙ୍କ ସଂସଦୀୟ କ୍ଷେତ୍ର କାଶୀକୁ ମନେ ପକାଇଲେ, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୬।୯: ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ, ଶନିବାର (ସେପ୍ଟେମ୍ବର 5, 2026) ସାରେ, ସେମାନଙ୍କ ସହିତ ଯାତ୍ରା କରୁଥିବା ଦେଖି ଖୁସିରେ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

୨୦୨୭ ଯାଏ ୩ ରାଶିଙ୍କୁ କଲବଲ କରିବେ ଶନି, ଛୋଟ ଛୋଟ ଭୁଲ ପଡିବ ଭାରି!

ବର୍ତ୍ତମାନ ସମୟରେ ଶନିଦେବ ମୀନ ରାଶିରେ ଅବସ୍ଥାନ କରୁଛନ୍ତି ଏବଂ ତାଙ୍କ ଗୋଚରର ପ୍ରଭାବ କିଛି ରାଶି ଉପରେ ବିଶେଷ ଭାବରେ ଦେଖିବାକୁ ମିଳୁଛି। ସାଢ଼େସାତୀ ଓ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ଦୀପାବଳି ପାଇଁ ଏବେଠୁ ବୁକ୍‌ ହୋଇଗଲା ସବୁ ଟ୍ରେନ ଟିକେଟ୍‌! କିଛି ସମୟରେ…

ନୂଆଦିଲ୍‌ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…

କାର- ଅଟୋ ମୁହାଁମୁହିଁ ଧକ୍କା: ୨ ଜଣ ଗୁରୁତର

ଧାମନଗର, ୬/୯ (ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଧାମନଗର ଛକ ଫ୍ଲାଏଓଭର ବ୍ରିଜ୍‌ ନିକଟରେ ରବିବାର ସକାଳ ପ୍ରାୟ…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri