ପାନୀୟ ଜଳ ପାଇଁ ଝରଣା ପାଣି ଭରସା

କୋକସରା, ୧୨।୧୧(ଡି.ଏନ.ଏ.):  କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ଅନ୍ତର୍ଗତ ସାହାଜଖୋଲ ଜଙ୍ଗଲ ଭିତରେ ଥିବା ସର୍ଗିପାନୀ ଗାଁ। ବିରିମୁହାଣ ରାଜସ୍ବ ଗ୍ରାମ ଅଧୀନରେ ଥିବା ଏହି ଗାଁକୁ ଚାରିପଟୁ ଘଞ୍ଚ ଜଙ୍ଗଲ ଘେରି ରହିଛି । ଗାଁକୁ ଯିବାପାଇଁ ରାସ୍ତା ନାହିଁ। ଗାଁରେ ରହନ୍ତି ୨୦ ସାନ୍ତା ଆଦିବାସୀ ପରିବାର। ଏମାନେ ସମସ୍ତେ ରାୟଗଡା କାଶିପୁର ଅଞ୍ଚଳର ମୂଳ ବାସିନ୍ଦା। ୩୦ ବର୍ଷରୁ ଊର୍ଦ୍ଧ୍ୱ ହେବ ଏହି ଜଙ୍ଗଲ ଭିତରେ ରହି ଆସୁଛନ୍ତି। ଜଙ୍ଗଲଜାତ ଦ୍ରବ୍ୟ, ମକାଚାଷ ଓ ପୋଡୁଚାଷ କରି ଗୁଜୁରାଣ ମେଣ୍ଟାନ୍ତି। ବର୍ଷର ୧୨ ମାସ ଝରଣା ପାଣିକୁ ପାନୀୟ ଜଳଭାବେ ବ୍ୟବହାର କରିଥାନ୍ତି। ଜଙ୍ଗଲ ଭିତରେ ରହିଥିବା ଏହି ଜନଜାତି ପରିବାରଙ୍କ ପ୍ରତି ପ୍ରଶାସନର କୌଣସି ନିଘା ନ ଥିବା ଅଭିଯୋଗ କରିଛନ୍ତି ସର୍ଗିପାନୀ ଗ୍ରାମବାସୀ। ଏ ନେଇ କୋକସରା ବିଡିଓ ମନୀଷା ଦାସଙ୍କୁ ପଚାରିବାରୁ ଗାଁଟି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରହିଥିବାରୁ ଜଙ୍ଗଲ ବିଭାଗ ବିନା ଅନୁମତିରେ କୌଣସି ସରକାରୀ ଯୋଜନା କରି ହେଉନାହିଁ। ତଥାପି ଜିଲା ପ୍ରଶାସନକୁ ଅବଗତ କରି ଆଗକୁ ମୌଳିକ ସୁବିଧା ଦେବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୟପୁରରେ ଲମ୍ଫି ଚିହ୍ନଟ

ଜୟପୁର,୧୫ା୧୨(ନି.ପ୍ର.): ରାଜସ୍ଥାନରେ ଲାମ୍ଫି ରୋଗ ବ୍ୟାପି ଲକ୍ଷ ଲକ୍ଷ ଗୋରୁଙ୍କ ମୃତ୍ୟୁ ହେଇଛି। ଏବେ କୋରାପୁଟ ଜିଲା ଜୟପୁରରେ ଗାଈଙ୍କଠାରେ ଲମ୍ଫି ରୋଗ ଚିହ୍ନଟ ହୋଇଛି।...

୫୦୪ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର, ୧୦।୨(ବ୍ୟୁରୋ): ରାଜ୍ୟରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟରେ ୫୦୪ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ବିଜ୍ଞପ୍ତି ପ୍ରକାଶ କରିଛି।...

୬ ମାସ ହେଲା ଏସ୍‌ଏଚଜି ସଦସ୍ୟାଙ୍କୁ ମିଳିନି ପ୍ରାପ୍ୟ: ଜିଲାପାଳଙ୍କ ଠାରେ ଅଭିଯୋଗ

ନୟାଗଡ଼ ଅଫିସ,୧୮।୭: ନୟାଗଡ଼ ଜିଲାରେ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚଜି)ର ମହିଳାମାନେ ବିଦ୍ୟୁତ୍‌ ବିଭାଗ ତରଫରୁ ବିଲ୍‌ ସଂଗ୍ରହ କରି ସ୍ବାବଲମ୍ବୀ ହେବା ଜିଲା ତଥା...

ଚାପରେ କମିଲା ତେଲ ଦର

ଭାରତରେ ଆକାଶଛୁଅଆଁ ତେଲ ଦର ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ମୂଲ୍ୟବୃଦ୍ଧି ଘଟାଇଛି। ଏହାକୁ ନେଇ ସାରା ଦେଶରେ ଜନ ଅସନ୍ତୋଷ ଦେଖାଦେଇଥିବାବେଳେ ରାଜନୀତି ମଧ୍ୟ ସରଗରମ ହୋଇଛି।...

ଓଡ଼ିଶା ପୋଲିସକୁ ସଫଳତା: ଓଡ଼ିଶା-ଆନ୍ଧ୍ର ସୀମାରୁ ବିସ୍ପୋରକ, ମାଓ ସାମଗ୍ରୀ ଜବତ

ମାଲକାନଗିରି,୨୧।୩(ଡି.ଏନ.ଏ.): ଓଡ଼ିଶା ପୋଲିସକୁ ବଡ଼ ସଫଳତା। ମାଲକାନଗିରି ଜିଲା ସୀମା ଆନ୍ଧ୍ରପ୍ରଦେଶର କୁସୁମପୁଟ ଅଞ୍ଚଳରୁ ସର୍ଚ୍ଚ ଅପରେଶନ ସମୟରେ ବିପୁଳ ମାଓ ସାମଗ୍ରୀ ଓ ବିସ୍ପୋରକ...

ପୂର୍ବ ଶତ୍ରୁତାକୁ ନେଇ କଟକରେ ବୋମାମାଡ଼

କଟକ ଅଫିସ,୨୨ା୮: ଲାଲବାଗ ଥାନା ଅନ୍ତର୍ଗତ ଡଗରପଡା ଭୂତିଆସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୁଧବାର ବୋମାମାଡ ହୋଇଛି। ୩ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍‌ରେ ଆସି ଗୋଲକ...

ଭୁବନେଶ୍ୱରରୁ ପୁଣି ୫୧୫ କରୋନା ଆକ୍ରାନ୍ତ ଚିହ୍ନଟ: ୧୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୩୦।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ରବିବାର ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ହୋଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ମୋଟ ୬୭ ଓ୍ବାର୍ଡରୁ ୫୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ...

ଭୁବନେଶ୍ୱରକୁ ଉଡ଼ିଲା ବିମାନ, ୫ ବାତିଲ

ଭୁବନେଶ୍ୱର, ୨୬ା୫ (ବ୍ୟୁରୋ): ଦୀର୍ଘ ଦୁଇମାସ ପରେ ସୋମବାରଠାରୁ ଦେଶର ବିଭିନ୍ନ ରାଜ୍ୟରେ ଘରୋଇ ବିମାନ ସେବା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ବିଜୁ...

Advertisement
Archives

Model This Week