ରାଜ୍ୟ

ପତିତପାବନଙ୍କ ଦର୍ଶନ ମିଳିବନି

ପୁରୀ ଅଫିସ,୨୭।୧୧: ନାଗାର୍ଜୁନ ବେଶ ଅବସରରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଜନସାଧାରଣଙ୍କ ଭିଡ଼ ଆଶଙ୍କା କରି ଏବଂ କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ପୁରୀ ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଗୁରୁବାର ରାତି ୨ଟାରୁ ଶୁକ୍ରବାର ମହାପ୍ରଭୁଙ୍କ ବେଶ…

ଆଜି ନାଗାର୍ଜୁନ ବେଶ

ପୁରୀ ଅଫିସ, ୨୭।୧୧: ଶୁକ୍ରବାର ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। ରତ୍ନସିଂହାସନରେ ଏହି ବୀର ବେଶରେ ସଜେଇ ହେବେ ଦାରୁଦିଅଁ। ୨୫ ବର୍ଷ ପରେ ପଡ଼ିିଥିବା ଏହି ଦୁର୍ଲଭ ବେଶକୁ କିନ୍ତୁ ଏଥର ଭକ୍ତ ଦେଖିପାରିବେନି। କରୋନା ମହାମାରୀ ପାଇଁ ଶ୍ରୀମନ୍ଦିରକୁ ପ୍ରବେଶ…

କାନୁପୁର ସ୍ପିଲ୍‌ ଚ୍ୟାନେଲ ପୋଲ ନିର୍ମାଣ ବିଳମ୍ବ

ଭୁବନେଶ୍ୱର,୨୭।୧୧(ବ୍ୟୁରୋ): ଜାତୀୟ ରାଜପଥ ୨୧୫ କାନୁପୁର ସ୍ପିଲ ଚ୍ୟାନେଲ ଉପରେ ୪ ଲାଇନ ବିଶିଷ୍ଟ ପୋଲ ନିର୍ମାଣ ବିଳମ୍ବ ହେବାରେ ଲାଗିଛି। ଦୀର୍ଘଦିନ ହେବ ଏହି ପୋଲ ନିର୍ମାଣ ହୋଇପାରୁ ନ ଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହାର ନିର୍ମାଣ…

ଓଡ଼ିଶାରେ ଭାରତ ବନ୍ଦର ଆଂଶିକ ପ୍ରଭାବ

ଭୁବନେଶ୍ୱର,୨୭।୧୧(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକମାରଣ ନୀତି ବିରୋଧରେ ୧୦ କେନ୍ଦ୍ର୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ଗୁରୁବାର ଦିଆଯାଇଥିବା ଭାରତ ବନ୍ଦ ଡାକରା ଆଂଶିକ ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳିଛି। ସେଣ୍ଟର ଅଫ ଇଣ୍ଡିଆନ ଟ୍ରେଡ ୟୁନିୟନ (ସିିଟୁ), ଓଡ଼ିଶା…

ରାଜ୍ୟପାଳଙ୍କୁ ଭେଟିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୭।୧୧(ବ୍ୟୁରୋ)-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ୍‌ କରିଛନ୍ତି। ଏଥିସହ ରାଜ୍ୟପାଳଙ୍କ ସହଧର୍ମିଣୀ ସୁଶୀଳା ଦେବୀଙ୍କ ପରଲୋକରେ ଗଭୀର ଶୋକବ୍ୟକ୍ତ କରିବା ସହ ଦିବଂଗତ ଆତ୍ମାର ସଦ୍‌ଗତି କାମନା କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସୁଶୀଳା…

ବିବୃତି ରଖିଲେ ମନ୍ତ୍ରୀ ଅରୁଣ

ଭୁବନେଶ୍ୱର, ୨୭।୧୧(ବ୍ୟୁରୋ): ପରୀ ହତ୍ୟା ମାମଲାରେ ଶେଷରେ ମୁହଁ ଖୋଲିଛନ୍ତି ମନ୍ତ୍ରୀ ଅରୁଣ ସାହୁ। ଏନେଇ ଗୁରୁବାର ବିଧାନସଭାରେ ମନ୍ତ୍ରୀ ସାହୁ ବିବୃତି ରଖି ଏହା ଏକ ସମ୍ବେଦନଶୀଳ ଘଟଣା ବୋଲି କହିଛନ୍ତି। ଏକ ଛୋଟ ଝିଅର ହତ୍ୟା ଘଟଣା ମୋତେ…

ସିବିଆଇ ତଦନ୍ତ ଲାଗି ହାଇକୋର୍ଟରେ ମାମଲା

କଟକ ଅଫିସ୍‌, ୨୭।୧୧: ନୟାଗଡ଼ ଜିଲା ଯଦୁପୁର ଅଞ୍ଚଳର ଏକ ୫ବର୍ଷର ଶିଶୁକୁ ଅପହରଣ ପରେ ହତ୍ୟା ମାମଲାର ସିବିଆଇ ତଦନ୍ତ ଏବଂ ମୃତାଙ୍କ ପରିବାରକୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ହାଇକୋର୍ଟରେ ଗୁରୁବାର ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି।…

ଗାଁ ଶ୍ମଶାନରେ କାଳିଆକୁ ବିଦାୟ

ଫୁଲବାଣୀ ଅଫିସ, ୨୭।୧୧: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ମିଲୁପଡ଼ା ଗ୍ରାମର ଯୋଡ଼ାମୁଣ୍ଡ ଶିଶୁ ଜଗା, କାଳିଆଙ୍କ ମଧ୍ୟରୁ କାଳିଆ ବୁଧବାର କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ (ଏସ୍‌ସିବି) ମେଡିକାଲ ଓ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲା। ଗୁରୁବାର ମୃତଦେହ…

ପିଜି ନାମଲେଖା: ୫ରେ ପ୍ରଥମ ମେଧା ତାଲିକା

ଭୁବନେଶ୍ୱର, ୨୭।୧୧(ବ୍ୟୁରୋ)- ଉଚ୍ଚ ଶିକ୍ଷା ବିଭାଗ ୨୦୨୦-୨୧ ଶିକ୍ଷାବର୍ଷରେ ପିଜି ନାମଲେଖା ପାଇଁ ସମୟ ସୂଚୀ ପ୍ରକାଶ କରିଛି। ଡିସେମ୍ବର ୫ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ମନୋନୀତ ଛାତ୍ରୀଛାତ୍ରମାନେ ୯ ତାରିଖ ପୂର୍ବାହ୍ନ ୧୧ଟାରୁ ୧୧ ତାରିଖ ଅପରାହ୍ନ…

କାଳିଆ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର, ୨୭।୧୧(ବ୍ୟୁରୋ):  ଯୋଡ଼ାମୁଣ୍ଡ ଶିଶୁ କାଳିଆର ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଟୁଇଟ୍‌ରେ ଲେଖିଛନ୍ତି ଯେ, ଡାକ୍ତରଙ୍କ ଅଦମ୍ୟ ଚେଷ୍ଟା ଓ ଶ୍ରେଷ୍ଠ ଚିକିତ୍ସା ସତ୍ତ୍ୱେ କାଳିଆର ଦେହାନ୍ତ…

ସିଏଲ୍‌ସି ନେଇଥିବା ଛାତ୍ରୀଛାତ୍ରଙ୍କୁ ନାମଲେଖା ଫି’ ଫେରାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୭।୧୧(ବ୍ୟୁରୋ)- ଉଚ୍ଚ ମାଧ୍ୟମିକ ସ୍କୁଲଗୁଡ଼ିକରୁ ସିଏଲ୍‌ସି ନେଇଥିବା ଛାତ୍ରୀଛାତ୍ରଙ୍କୁ ନାମଲେଖା ଫି’ ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। କେତେକ ଉଚ୍ଚ ମାଧ୍ୟମିକ ସ୍କୁଲ ସିଏଲ୍‌ସି ନେଇଥିବା ଛାତ୍ରୀଛାତ୍ରଙ୍କୁ ଫି’ ଫେରାଉ ନ ଥିବା ଅଭିଯୋଗ ଆସିବା ପରେ ଏଭଳି…

ମୁଲତବୀ ଆଲୋଚନା ଏଣିକି ୯୫ ମିନିଟ

ଭୁବନେଶ୍ୱର,୨୭।୧୧(ବ୍ୟୁରୋ): ବିଧାନସଭାରେ ମୁଲତବୀ ପ୍ରସ୍ତାବ ଆଲୋଚନା ପାଇଁ ସମୟ ନିର୍ଘଣ୍ଟ ପbନଃନିର୍ଦ୍ଧାରଣ ହୋଇଛି। ୯୦ମିନିଟ୍‌ ପରିବର୍ତ୍ତେ ଏଣିକି ମୁଲତବୀ ଆଲୋଚନା ୯୫ ମିନିଟ କରିବାକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୁରୁବାର ଘୋଷଣା କରିଛନ୍ତି। ବିରୋଧୀ ଦଳ ସଦସ୍ୟଙ୍କ ପକ୍ଷରୁ ବିଭିନ୍ନ ପ୍ରସଙ୍ଗରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri