ରାଜ୍ୟ

କୋଷ୍ଟାଲ୍‌ ହାଇଓ୍ବେ ପରିବର୍ତ୍ତିତ ନକ୍ସାକୁ ନେଇ ଉଦ୍‌ବେଗ

ଭୁବନେଶ୍ୱର,୨୮।୧(ବ୍ୟୁରୋ): କେନ୍ଦ୍ର ସରକାର ପ୍ରସ୍ତାବିତ ଉପକୂଳ ରାଜପଥ(କୋଷ୍ଟାଲ୍‌ ହାଇଓ୍ବେ) ପ୍ରକଳ୍ପର ନକ୍ସା ପରିବର୍ତ୍ତନ କରିଛନ୍ତି। ଜାତୀୟ ରାଜପଥ ପ୍ରାଧିକରଣ ମୁଖ୍ୟ ପ୍ରବନ୍ଧକ ରାମ ପ୍ରସାଦ ପଣ୍ଡା କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ଏବଂ ଜଙ୍ଗଲ, ପରିବେଶ ଓ…

ପାଠକ ବାପପୁଅଙ୍କୁ ଜାମିନ

ଭୁବନେଶ୍ୱର,୨୮।୧(ବ୍ୟୁରୋ): ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ବୁଧବାର ଭିଜିଲାନ୍ସ ସ୍ବତନ୍ତ୍ର କୋର୍ଟରୁ ଜାମିନ ମିଳିଛି। ଗିରଫ ହେବାର ୬୦ ଦିନ ମଧ୍ୟରେ ଭିଜିଲାନ୍ସ ପକ୍ଷରୁ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିବାରେ ବିଫଳ ହେବାରୁ ଏହାର ସୁବିଧା…

ଅଠର ବର୍ଷର ଅପେକ୍ଷା

ବଇଣ୍ଡା,୨୮ା୧(ପରିକ୍ଷିତ ସାହୁ): କ୍ରୀଡ଼ାର ବିକାଶ ପାଇଁ ଯୋଜନା ପରେ ଯୋଜନା ହେଉଛି। କଳିଙ୍ଗ ଷ୍ଟାଡିୟମର ଆଧୁନିକୀକରଣ ଠାରୁ ଆରମ୍ଭ କରି ଜିଲା ଓ ବ୍ଲକସ୍ତରରେ ମିନି ଷ୍ଟାଡିୟମମାନ ନିର୍ମାଣ କରାଯାଉଛି। କିନ୍ତୁ ଅନୁଗୋଳ ଜିଲା କିଶୋରନଗର ବ୍ଲକର ବଇଣ୍ଡାଠାରେ ଏକ ମିନି ଷ୍ଟାଡିୟମ…

ରାସ୍ତାକଡ଼ରୁ ଛାତ୍ରୀଙ୍କ ମୃତଦେହ ଜବତ

ରସୁଲପୁର/ବାରିପଦା ଅଫିସ,୨୭ା୧: ଯାଜପୁର ଜିଲା ରସୁଲପୁର ବ୍ଲକ ମୂଳାପାଳ ଛକ ନିକଟସ୍ଥ ରାଜେନ୍ଦ୍ରପୁର-ଦିଆଲଖଣ୍ଡି ଗ୍ରାମରାସ୍ତା ପାର୍ଶ୍ୱରୁ ବୁଧବାର କୁଆଖିଆ ପୋଲିସ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି। ଯୁବତୀ ଜଣକ ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଯୁକ୍ତତିନି ୨ୟ ବର୍ଷ ଛାତ୍ରୀ…

ରାମଚନ୍ଦ୍ର ବେହେରା ପାଇବେ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’

ଭୁବନେଶ୍ୱର, ୨୭।୧(ବ୍ୟୁରୋ): ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବୁଧବାର ୨୦୨୦ ପାଇଁ ଏକାଡେମୀର ସର୍ବୋଚ୍ଚ ମର୍ଯ୍ୟାଦାଜନକ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ଓ ‘ବୟୋଜ୍ୟେଷ୍ଠ ସାରସ୍ବତ ସମ୍ମାନ’ ଘୋଷଣା କରାଯାଇଛି। ପ୍ରଖ୍ୟାତ କଥାକାର ରାମଚନ୍ଦ୍ର ବେହେରାଙ୍କୁ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’…

ଏକାଠି ପିଉଥିଲେ ମଦ, ଆଉ ତାପରେ…

ତେନ୍ତୁଳିଖୁଣ୍ଟି, ୨୭।୧: ମଦ୍ୟ ପାନ କରି ବଚସା ପରେ ହାତାହାତି ହୋଇ ଜଣଙ୍କ ଜୀବନ ଯାଇଛି। ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନା ନରସିଂହଗୁଡ଼ା ଗ୍ରାମରେ ଏଭଳି ଏକ ଘଟଣା ଘଟିଛି। ମୃତକ ହେଲେ ଥବୀର ଜାନି। ମଙ୍ଗଳବାର ଥବୀର କେତେଜଣ ଯୁବକଙ୍କ…

ସୁସ୍ଥ ହେଲେ ୧୦୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୭ା୧- ଓଡ଼ିଶାରେ ବୁଧବାର ୧୦୮ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ସମ୍ବଲପୁରରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ ୧୯ ଜଣ କରୋନା ଆକ୍ରାନ୍ତ। ସେହିଭଳି ପୁରୀରୁ ୧୭, ସୁନ୍ଦରଗଡ଼ରୁ ୧୫, ନୂଆପଡ଼ାରୁ ୧୦, ବାଲେଶ୍ୱରରୁ ୯, ଅନୁଗୁଳରୁ ୮, ଖୋର୍ଦ୍ଧାରୁ…

କୋଭିଡ୍‌ ଟିକା ପରେ ମୃତ୍ୟୁ

ତରବୋଡ଼/ନୂଆପଡ଼ା ଅଫିସ, ୨୭।୧: କୋଭିଡ୍‌ ଟିକା କୋଭାକ୍ସିନ ନେବାର ୨ ଦିନ ପରେ ଜଣେ ହସ୍ପିଟାଲ ସୁରକ୍ଷା କର୍ମଚାରୀଙ୍କ ମଙ୍ଗଳବାର ମୃତ୍ୟୁ ଘଟିଛି। ଏଭଳି ଘଟଣା ଓଡ଼ିଶାରେ ପ୍ରଥମ କରି ଘଟିଛି। ମୃତକ ହେଲେ ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ…

କୋଇଲା ବୋଝେଇ ଟ୍ରକ୍‌ରେ ଲାଗିଲା ନିଆଁ, ତା ପରେ..

ରାୟଗଡ଼ା ଅଫିସ,୨୭।୧: ରାୟଗଡ଼ା ବ୍ଲକ୍‌ ଲାଡା ଗ୍ରାମ ନିକଟରେ ବୁଧବାର ସକାଳେ ଶର୍ଟ ସର୍କିଟ ଯୋଗୁ ଏକ କୋଇଲା ବୋଝେଇ ଟ୍ରକ୍‌ରେ ନିଅଁା ଲାଗିଯାଇଥିଲା। ତେବେ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ଼ ଧରଣର ଦୁର୍ଘଟଣା ଏଡ଼ାଇ ଯାଇପାରିଛି। ସୂଚନା…

କ୍ଷମତାର ଅପବ୍ୟବହାର କରି ସରକାରଙ୍କୁ ଲୁଟୁଥିଲେ ସରପଞ୍ଚ

ଲୋଇସିଂହା,୨୭।୧: କ୍ଷମତାର ଅପବ୍ୟବହାର କରି ନିଜ ଦୁଇ ସମ୍ପର୍କୀୟଙ୍କ ନାଁରେ ୨ଟି ଗ୍ରାମୀଣ ଆବାସ ଘର ହାତେଇବା ବଲାଙ୍ଗୀର ସଦର ବ୍ଲକ ଲୋଇସିଂହା ଥାନା ଅନ୍ତର୍ଗତ ମନହୀରା ପଞ୍ଚାୟତର ସରପଞ୍ଚ ବ୍ରଜ ପୁଟେଲଙ୍କୁ ମହଙ୍ଗା ପଡିଛି। ପ୍ରଶାସନିକ ତଦନ୍ତ ପରେ ରାଜ୍ୟ…

ଶାଗ ତୋଳିବାକୁ ଯାଇ ଫେରିଲେନି ମହିଳା: ୩ ଦିନ ପରେ ମିଳିଲା ମୃତଦେହ

ପୁରୁଷୋତ୍ତମପୁର,୨୭ା୧: ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶାର୍ଗୁଣାପଲ୍ଲୀ ଗ୍ରାମଠାରୁ ୧ କି.ମି ଦୂର ବିଲରେ ଥିବା ଏକ କୂଅରୁ ବୁଧବାର ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ମିଳିଛି। ସେ ହେଲେ ଶାର୍ଗୁଣାପଲ୍ଲୀର ନାରସୁ ନାହାକ (୩୦)। ନାରସୁ ରବିବାର ଶାଗ…

ରାଜ୍ୟରୁ ଚିହ୍ନଟ ହେଲେ ନୂଆ ୧୩୮ କରୋନା ପଜିଟିଭ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୪୬୬୭ରେ ପହଞ୍ଚିଲା

ଭୁବନେଶ୍ୱର, ୨୭।୧(ବ୍ୟୁରୋ): ଗତ ମଙ୍ଗଳବାର ରାଜ୍ୟରେ ଶତେ ତଳକୁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବୁଧବାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧୩୮। ଏଥିମଧ୍ୟରୁ ୮୧ ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୫୭ ଲୋକାଲ କେସ୍‌ ରହିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri