ରାସ୍ତାକଡ଼ରୁ ଛାତ୍ରୀଙ୍କ ମୃତଦେହ ଜବତ

ରସୁଲପୁର/ବାରିପଦା ଅଫିସ,୨୭ା୧: ଯାଜପୁର ଜିଲା ରସୁଲପୁର ବ୍ଲକ ମୂଳାପାଳ ଛକ ନିକଟସ୍ଥ ରାଜେନ୍ଦ୍ରପୁର-ଦିଆଲଖଣ୍ଡି ଗ୍ରାମରାସ୍ତା ପାର୍ଶ୍ୱରୁ ବୁଧବାର କୁଆଖିଆ ପୋଲିସ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି। ଯୁବତୀ ଜଣକ ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଯୁକ୍ତତିନି ୨ୟ ବର୍ଷ ଛାତ୍ରୀ ଝରାଫୁଲ ନାୟକ(୨୧)। ତାଙ୍କ ଘର ମୟୂରଭଞ୍ଜ ଜିଲା ଯଶିପୁର ଥାନା ବୁନ୍ଦେଇପୋଷି ଗ୍ରାମରେ ବୋଲି ଜଣାପଡ଼ିଛି। ହତ୍ୟା ପରେ ଝରାଫୁଲଙ୍କୁ ୨ଜଣ ଯୁବକ ଏକ ସ୍କୁଟିରେ ଆଣି ପକାଇ ଦେଇପଳାଇ ଯାଇଥିବା ନିକଟ ଚାଷ ଜମିରେ କାମ କରୁଥିବା ପ୍ରତ୍ୟେକ୍ଷଦର୍ଶୀଙ୍କ ଠାରୁ ସୂଚନା ମିଳିଛି। ଏସମ୍ପର୍କରେ ଖବର ପାଇ କୁଆଖିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ମୃତ ଯୁବତୀଙ୍କ ନିକଟରୁ ମିଳିଥିବା ଏକ ଏୟାର ବ୍ୟାଗରୁ କିଛି ବହି, ଖାତା, ପୋଷାକ ମିଳଛି। ଖାତାରେ ଲେଖାଥିବା ଏକ ଫୋନ୍‌ ନମ୍ବରରେ ପୋଲିସ ଯୋଗାଯୋଗ କରିବାରୁ ତାହା ମୃତା ଯୁବତୀ ରହୁଥିବା ହଷ୍ଟେଲର ଜଣେ ଅନ୍ତେବାସିନୀଙ୍କ ବୋଲି ଜଣାପଡ଼ିଥିଲା। ଉକ୍ତ ଅନ୍ତେବାସିନୀଙ୍କ ଠାରୁ ମୃତା ଝରାଫୁଲଙ୍କ ପରିବାର ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଯୋଗାଯୋଗ କରାଯିବାପରେ ପରିବାର ଲୋକେ ଥାନାରେ ପହଞ୍ଚତ୍ ମୃତଦେହ ଚିହ୍ନଟ କରିଥିଲେ। ମୃତା ଯୁବତୀଙ୍କ ବାପା ରମାକାନ୍ତ ନାୟକଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଆଇପିସି ଦଫା ୩୦୨(ହତ୍ୟା), ୨୦୧(ପ୍ରମାଣ ନଷ୍ଟ)ରେ ଏକ ମାମଲା ରୁଜୁ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ତଦନ୍ତ ଅଧିକାରୀ ମନୋଜ କୁମାର ସ୍ବାଇଁ ପ୍ରକାଶ କରିଛନ୍ତି। ମୃତଦେହ ପଡ଼ିଥିବା ସ୍ଥାନରୁ ରାଜପଥ ଆଡ଼କୁ ପ୍ରାୟ ୩୦୦ମିଟର ଦୂରରେ ଥିବା ମୂଳାପାଳ ଛକର ଏକ ଦୋକାନର ସିସି ଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ମୃତଦେହକୁ ଏକ ସ୍କୁଟିରେ ଅଣାଯାଇ ସେଠାରେ ପକାଯାଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି।
ମୃତ ଯୁବତୀଙ୍କ ବାପା ରମାକାନ୍ତଙ୍କ ଅଭିଯୋଗ ଅନୁଯାୟୀ, ଝରାଫୁଲ ଜଣେ ଅଧ୍ୟାପକଙ୍କ ଝିଅ ଜନ୍ମଦିନରେ ଯୋଗଦେବାକୁ ଗତ ୨୪ତାରିଖରେ ଭୁବନେଶ୍ୱର ଯାଇଥିଲେ। ୨୫ ତାରିଖ ଦିନ ଜନ୍ମଦିନ ପାଳନ କରିବା ପରେ ରାତିରେ ସେଠାରେ ରହିଥିଲେ । ପରଦିନ ସକାଳେ ଝରାଫୁଲଙ୍କୁ ବସ୍‌ରେ ବସାଇ ଦେଇ ଅଧ୍ୟାପକ ଫେରିଯାଇଥିଲେ । ତେବେ ଝରାଫୁଲ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ସେ ବସ୍‌ରେ ବସିବାର ୫ମିନିଟ୍‌ ପରେ ବାଣୀବିହାର ଛକ ନିକଟରେ ଓହ୍ଲାଇ ପଡ଼ିଥଲେ । ସେ ତାର ସାଙ୍ଗ ଘରକୁ ଶୌଚ ହେବାକୁ ଯାଇଥଲେ ବୋଲି ଝରାଫୁଲ ତାଙ୍କ ବାପାଙ୍କୁ ଫୋନ୍‌ ଯୋଗେ ଜଣାଇଥଲେ । ତେବେ ବାପା ମଧ୍ୟାହ୍ନ ସମୟରେ ଝିଅ ବସ୍‌ରେ ବସିଲାଣିକି ନାହିଁ ଜାଣିବାକୁ ଫୋନ କରିବାରୁ ତାଙ୍କ ଫୋନ ବନ୍ଦ ଥିଲା। ଏହାପରେ ଝିଅ ଘରକୁ ଫେରିବା ନେଇ ସେମାନେ କୌଣସି ସୂଚନା ପାଇପାରି ନ ଥିଲେ। ଶେଷରେ ମୃତ ଦେହ ଯାଜପୁର ଜିଲାର କୁଆଖିଆ ଥାନା ଅଞ୍ଚଳରୁ ଉଦ୍ଧାର କରାଯାଇଛି ବୋଲି ପୋଲିସ ଠାରୁ ସୂଚନା ପାଇଥିଲେ। ତେବେ ଝରାଫୁଲଙ୍କୁ କେହି ହତ୍ୟାକରି ଆଣି ଏଠାରେ ଫୋପାଡି ଦେଇଛି ବୋଲି ବାପା ଥାନାରେ ଲିଖିତ ଭାବରେ ଜଣାଇଛନ୍ତି । ଅପରପକ୍ଷରେ ଏହି ଘଟଣାକୁ ନେଇ ଅନେକ କଥା ଚର୍ଚ୍ଚାକୁ ଆସୁଛି ା ଝରାଫୁଲଙ୍କ ଏକ ଚପଲ ଘଟଣା ସ୍ଥଳରୁ ମିଳିଥିବାବେଳେ ଅନ୍ୟ ଏକ ଚପଲ ମୂଳାପାଳ ଛକରୁ ବାଲେଶ୍ୱର ଆଡକୁ ଲମ୍ବିଥିବା ରାଜପଥର ପୁରୁଣା ଥାନା ଛକରୁ ମିଳିଛି। ତେଣୁ ଯୁବତୀଙ୍କ ମୃତଦେହକୁ ଭୁବନେଶ୍ୱର ବଦଳରେ ବାଲେଶ୍ୱରପଟୁ ଅଣାଯାଇଥିବା ସନ୍ଦେହ କରାଯାଉଛି। ଏତଦ୍‌ବ୍ୟତିତ ପରିବାର ଲୋକେ ଗଣମାଧ୍ୟମ ସମ୍ମୁଖରେ ଦେଇଥିବା ବୟାନରୁ ଜଣାଯାଇଛି ଯେ, ଯୁବତୀଙ୍କ ସହ ବାଙ୍କୀ ଅଞ୍ଚଳର ଜଣେ ଯୁବକଙ୍କ ସହ ବନ୍ଧୁତ୍ୱ ସମ୍ପର୍କ ରହିଥିଲା। ଉକ୍ତ ଯୁବକ ମୟୂରଭଞ୍ଜ ଜିଲାରେ ଠିକାଦାରୀ କାମ କରୁଥିଲେ। ଏହା ଜଣାପଡ଼ିବା ପରେ ଯୁବକଙ୍କ ସହ କଥା ନ ହେବାକୁ ଝରାଫୁଲଙ୍କୁ ପରିବାର ପକ୍ଷରୁ ବାରଣ କରାଯାଉଥିଲା। ଯାଜପୁର ଜିଲାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବାଉରୀ ବନ୍ଧୁ ବେହେରା, ଏସଡିପିଓ ଚିନ୍ମୟ କୁମାର ନାୟକ ପ୍ରମୁଖ ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି।

ଫଟୋ ଅଛି


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଷ୍ଣୁ ଗୋସ୍ୱାମୀ ମହାରାଜଙ୍କ ଜନ୍ମ ମହୋତ୍ସବ: ଯୋଗଦେଲେ ବିଧାୟକ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚୈତନ୍ୟ ଆଶ୍ରମର ଆଚାର୍ଯ୍ୟ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଭାଗବତ ପ୍ରଚାରକ ଭକ୍ତି ବିଚାର ଶ୍ରୀ…

ଦିଗପହଣ୍ଡିର ବିଭିନ୍ନ ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ଜିଲାପାଳଙ୍କ ଉପସ୍ଥିତିରେ ବିଧାୟକଙ୍କ ସମୀକ୍ଷା 

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ରହିଥିବା ବିଭିନ୍ନ ପର୍ଯ୍ଯଟନୀସ୍ଥଳ ଗୁଡ଼ିକର ଉନ୍ନତି କରାଯିବା ନେଇ ଶୁକ୍ରବାର ଦିଗପହଣ୍ଡି ବ୍ଲକ ଖମାରୀଗାଁ ପଞ୍ଚାୟତ ଘୋଡାହାଡ…

ଶିଶୁ ଫର୍ମୁଲା ଫୁଡ୍ ମାମଲାରେ ନେସଲେ ଇଣ୍ଡିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ, FSSAI ଉଠାଇଲା କଠୋର ପଦକ୍ଷେପ

ନୂଆଦିଲ୍ଲୀ,୧୮।୯: ଶିଶୁମାନଙ୍କ ପାଇଁ ବ୍ୟବହୃତ ହେଉଥିବା ଫର୍ମୁଲା ଫୁଡ୍ (Infant Formula Food) ର ବିଜ୍ଞାପନ ଓ ପୋଷକ ତତ୍ତ୍ୱର ଗୁଣବତ୍ତାକୁ ନେଇ ଖାଦ୍ୟ ସୁରକ୍ଷା ଓ…

ଖେମୁଣ୍ଡି କଲେଜରେ  କ୍ୟାରିଅର କାଉନସେଲିଂ: ଛାତ୍ରୀ ମାନଙ୍କ ଦକ୍ଷତା ବିକାଶ କୁ ନେଇ ଗୁରୁତ୍ୱାରୋପ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ସେଲ୍ ଏବଂ ଏକ ଘରୋଇ ଶିକ୍ଷାନୁଷ୍ଠାନ ର ମିଳିତ ସହଭାଗିତା…

ସମୟ ପୂର୍ବରୁ ବିଦ୍ୟାଳୟ ବନ୍ଦ ମହଙ୍ଗା ପଡ଼ିଲା ପ୍ରଧାନଶିକ୍ଷକ ନିଲମ୍ବିତ

ପାତ୍ରପୁର, ୧୮ା୯(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଗୁଣ୍ଡୁରା ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱନାଥ ପ୍ରଧାନଙ୍କୁ ସମୟ ପୂର୍ବରୁ ବିଦ୍ୟାଳୟ…

ଛତ୍ରପୁର କଲେଜ ଛକରେ ଦୁର୍ଘଟଣା: ସ୍କୁଟିକୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ୍‌

ଛତ୍ରପୁର, ୧୮/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର କଲେଜ ଛକରେ ଗୁରୁବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ୍‌ ସ୍କୁଟିକୁ ଧକ୍କା…

୩୩ ଫିଲ୍ମକୁ ପଛରେ ପକାଇ ଓସ୍କାର ଗଲା ‘ଗୋନ୍ଧଳ’; ମିଳିଲା ଅଫିସିଆଲ୍ ଟିକେଟ୍!

ନୂଆଦିଲ୍ଲୀ: ୯୯ତମ ଏକାଡେମୀ ଆୱାର୍ଡ (ଓସ୍କାର ୨୦୨୭) ପାଇଁ ଭାରତରୁ ଅଫିସିଆଲ ଏଣ୍ଟ୍ରି କରିଛି ମରାଠୀ ଫିଲ୍ମ ‘ଗୋନ୍ଧଳ’। ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆ ଏବଂ ଇମ୍ପାର…

ମା’ଙ୍କ ଏକମାତ୍ର ଭରସା ଥିଲେ ସୁମିତ, ଛଡ଼ାଇନେଲା ତୁମ୍ବେଶ୍ୱର ଘାଟ: ଗଣେଶ ଭସାଣି ବେଳେ ଋଷିକୁଲ୍ୟାରେ ଭାସିଗଲେ ଛାତ୍ର

ପୁରୁଷୋତ୍ତମପୁର, ୧୮/୯ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଗ୍ରାମ ନିକଟ ଋଷିକୁଲ୍ୟା ନଦୀର ତୁମ୍ବେଶ୍ୱର ଘାଟରେ ଶୁକ୍ରବାର ଅଘଟଣ ଘଟିଛି। ଗଣେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?