ଶାଗ ତୋଳିବାକୁ ଯାଇ ଫେରିଲେନି ମହିଳା: ୩ ଦିନ ପରେ ମିଳିଲା ମୃତଦେହ

ପୁରୁଷୋତ୍ତମପୁର,୨୭ା୧: ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶାର୍ଗୁଣାପଲ୍ଲୀ ଗ୍ରାମଠାରୁ ୧ କି.ମି ଦୂର ବିଲରେ ଥିବା ଏକ କୂଅରୁ ବୁଧବାର ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ମିଳିଛି। ସେ ହେଲେ ଶାର୍ଗୁଣାପଲ୍ଲୀର ନାରସୁ ନାହାକ (୩୦)। ନାରସୁ ରବିବାର ଶାଗ ତୋଳିବାକୁ ଯାଇ ଘରକୁ ଫେରି ନ ଥିଲେ। ୩ ଦିନ ପରେ ବୁଧବାର କୂଅରେ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଖବରପାଇ ଗଞ୍ଜାମ ଅତିରିକ୍ତ ଏସ୍‌ପି ଠାକୁର ପ୍ରସାଦ ପାତ୍ର, ପୁରୁଷୋତ୍ତମପୁର ଏସ୍‌ଡିପିଓ ସୀମା ସ୍ବାଇଁ, ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ଏ ନେଇ ଥାନାରେ ଏକ ମାମଲା(ନଂ.୨୬/୨୧) ରୁଜୁ ହୋଇଛି। ପାରିପାଶର୍‌ବିକ ସ୍ଥିତିରୁ ତାଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି। ଏନେଇ ଥାନା ଆଇଆଇସି ମଲ୍ଲିକଙ୍କୁ ପଚାରିବାରେ ଘଟଣାର ତଦନ୍ତ ଚାଲିଛି। ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୯ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କୁ ଦିଆଗଲା ତାଲିମ

ଭୁବନେଶ୍ୱର, ୧୨ା୩(ବ୍ୟୁରୋ): ପୌରସଂସ୍ଥା ନିର୍ବାଚନ ନିମନ୍ତେ ନିଯୁକ୍ତ ହୋଇଥିବା ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ଏକ ତାଲିମ କାର୍ଯ୍ୟକ୍ରମ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।...

ଜ୍ୱାଇଁ ଡାକରାରେ ଆସି ଫେରିଲେନି ଧରମ ଭାଇ

ଗଞ୍ଜାମ,୨୭ା୧(ଡି.ଏନ୍‌.ଏ.): ଭଉଣୀଙ୍କ ବାହାଘର ପାଇଁ ଜ୍ୱାଇଁ ଡାକରା ଆସିଥିବା ଧରମ ଭାଇ ଆଉ ଫେରିଲେନି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମରେ। ଗଞ୍ଜାମ ଥାନା...

ଦୁର୍ଘଟଣାପ୍ରବଣ ସ୍ଥାନରେ ଲାଗିବ ସିସିଟିଭି

କଳିଙ୍ଗନଗର, ୨୭ା୯(ଡି.ଏନ୍‌.ଏ.)- ଯାଜପୁର କ୍ଲଷ୍ଟର ଡେଭଲପ୍‌ମେଣ୍ଟ ଲିମିଟେଡ (ଜେସିଡିଏଲ୍‌) ପକ୍ଷରୁ ଗୁରୁବାର ଯାଜପୁର କ୍ଲଷ୍ଟର କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ...

ସାଇକେଲରେ ବିଧାନସଭା ଆସିଲେ କଂଗ୍ରେସ ବିଧାୟକ

ଭୁବନେଶ୍ବର, ୨୩।୨(ବ୍ୟୁରୋ): ପେଟ୍ରୋଲ ଓ ଡିଜେଲ ଦରରେ ପୁଣି ବୃଦ୍ଧି ଘଟିଛି । ଯାହା ସାଧାରଣ ଜନତାଙ୍କ ଉପରେ ବେଶ ପ୍ରଭାବ ପକାଉଛି । ଏନେଇ...

ଲୁହା ବୋଝେଇ ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ: ଜାତୀୟ ରାଜପଥରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ

ବଲାଙ୍ଗୀର ଅଫିସ, ୧୪।୧୦- ବଲାଙ୍ଗୀର ସହର ସତ୍ୟନାରାୟଣପଡାଠାରେ ଶୁକ୍ରବାର ରାତିରେ ଏକ ଲୁହା ବୋଝେଇ ଟ୍ରଲର ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ...

‘ଆହାର’ କେନ୍ଦ୍ରରେ ଖାଇଲେ ଏମ୍‌ପି, ବିଧାୟକ: ଖାଦ୍ୟ ପ୍ରସ୍ତୁତିକୁ ପ୍ରଶଂସା, ଅବ୍ୟବସ୍ଥାକୁ ଗାଳି

ବ୍ରହ୍ମପୁର ଅଫିସ୍‌,୧୬|୧୦-ବ୍ରହ୍ମପୁର ନୂଆବସ୍‌ଷ୍ଟାଣ୍ଡରେ ଥିବା ‘ଆହାର’ କେନ୍ଦ୍ରକୁ ମଙ୍ଗଳବାର ପରିଦର୍ଶନରେ ଯାଇଥିଲେ ଏମ୍‌ପି ଚନ୍ଦ୍ରଶେଖର ସାହୁ ଏବଂ ବିଧାୟକ ବିକ୍ରମ ପଣ୍ଡା। ପୂର୍ବାହ୍ନରେ କେନ୍ଦ୍ରରେ ପହଞ୍ଚିବା...

ପଞ୍ଚଭୂତରେ ବିଲୀନ ହେଲେ ରାଇମୋହନ

ପୁରୀ ଅଫିସ,୨୪।୬: ପଞ୍ଚଭୂତରେ ବିଲୀନ ହେଲେ ଅଭିନେତା ରାଇମୋହନ ପରିଡ଼ା। ପୁରୀ ସ୍ବର୍ଗଦ୍ୱାରଠାରେ ଶୁକ୍ରବାର ରାତିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସାନ ଝିଅ ଉଦିତା...

ସୁଇସାଇଡ୍‌ ନୋଟର ପ୍ରଥମ ପୃଷ୍ଠା ଗାଏବ

କୋରେଇ,୩୦ା୩(ଡି.ଏନ.ଏ.):ଯାଜପୁର ଜିଲା କୋରେଇ ଥାନା ଅଧୀନ ରଗଡ଼ି ସରକାରୀ ପଲିଟେକନିକ କଲେଜର ୩ୟ ବର୍ଷ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଛାତ୍ରୀ ରୋଜାଲିନ ପାତ୍ର(୧୮) କଲେଜ ମଧ୍ୟରେ ଥିବା...

Advertisement
Archives

Model This Week