ବନ୍ଦ ହେଲା ମାର୍କେଟ ବିଲ୍ଡିଂ
ଭୁବନେଶ୍ୱର,୪।୧(ବ୍ୟୁରୋ): ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ହେଲା ମାର୍କେଟ ବିଲ୍ଡି। ଉଠାଦୋକାନୀଙ୍କୁ ଉଠାଇବା ଦାବିରେ ଏହାକୁ ବନ୍ଦ କରିଦିଆଯାଇଥିବା ଜଣାପଡ଼ିଛି। ତେବେ ଜଣେ ଉଠାଦୋକାନୀ ମାର୍କେଟ ବିଲ୍ଡିଂରେ ଥିବା ଜଣେ ଦୋକାନୀଙ୍କୁ ଧମକ ଦେଇଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଥିଲା।…
ରାୟକୁ ନେଇ ସନୁଷ୍ଟ ନୁହଁନ୍ତି ସୁମିତ, ହାଇକୋର୍ଟ ଯିବେ
ବ୍ରହ୍ମପୁର ଅଫିସ,୪।୧: ହାଇକୋର୍ଟ ଯିବେ ଡାକ୍ତର ସୁମିତ ସାହୁ। ତପସ୍ବିନୀ ଦାଶ ଏବଂ ତାଙ୍କ ମଧ୍ୟରେ ଚାଲିଥିବା ବିବାହ ବିବାଦ ମାମଲାରେ ଜିଲା ଜଜ୍ କୋର୍ଟ ଦେଇଥିବା ରାୟକୁ ଉପର କୋର୍ଟରେ ଚ୍ୟାଲେଞ୍ଜ କରିବେ ସେ। ଏନେଇ ସୁମିତଙ୍କ ଓକିଲ ସୁରେନ୍ଦ୍ର…
୨୦୦ ଫୁଟ ତଳକୁ ଖସିଲା ପିକ୍ନିକ୍ ଗାଡ଼ି
ରାଇକିଆ,୪।୧(ଡି.ଏନ୍.ଏ.): କନ୍ଧମାଳ ଜିଲା ରାଇକିଆ କରଡା ଘାଟିରେ ମଙ୍ଗଳବାର ଏକ ଅଘଟଣା ଘଟିଛି। ପିକ୍ନିକ୍ ଯାଉଥିବା ଏକ ଜାଇଲୋ କାର ଘାଟିରେ ଭାରସାମ୍ୟ ହରାଇ ୨୦୦ ଫୁଟ ତଳକୁ ଖସି ପଡିଛି। ଫଳରେ କାରରେ ଥିବା ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ…
ଆପଣ-ଶାଶୁ ଯେମିତି ଭଲରେ ଅଛନ୍ତି, ଆମକୁ ସେମିତି ରହିବାକୁ ଦିଅନ୍ତୁ: ତପସ୍ବିନୀ
ବ୍ରହ୍ମପୁର ଅଫିସ,୪।୧: ଯାହା ଚାହୁଁଥିଲେ ତାହା ହିଁ ହେଲା। ଦୀର୍ଘ ୪୪ ଦିନ ଧାରଣାରେ ବସିବା ପରେ ଛତ୍ରପୁର କୋର୍ଟଙ୍କ ରାୟ ତପସ୍ବିନୀ ଦାଶଙ୍କ ସପକ୍ଷରେ ଆସିଛି। ଏହା ଶୁଣିବା ପରେ ଖୁସିରେ କାନ୍ଦି ପକାଇଛନ୍ତି ସେ। ପ୍ରତିକ୍ରିୟା ଦେଇ ଧର୍ମର…
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ୧୦ରେ ବସିବ ସର୍ବଦଳୀୟ ବୈଠକ
ଭୁବନେଶ୍ୱର,୪।୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ୧୦ରେ ନିର୍ବାଚନ କମିଶନ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ନିର୍ବାଚନ ପାଇଁ ଆଲୋଚନା ହେବାର ସୂଚନା ରହିଛି। ସେପଟେ ନିର୍ବାଚନ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପଞ୍ଚାୟତ ନିର୍ବାଚନରେ ଲଢିବାକୁ…
୪୪ ଦିନ ଧାରଣାରେ ପୂର୍ଣ୍ଣଚ୍ଛେଦ: ସୁମିତଙ୍କ ଘରେ ରହିବେ ତପସ୍ବିନୀ
ବ୍ରହ୍ମପୁର ଅଫିସ,୪।୧: ଶେଷରେ ୪୪ ଦିନ ଧାରଣାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ବହୁଚର୍ଚ୍ଚିତ ତପସ୍ବିନୀ ଦାଶ-ସୁମିତ ସାହୁ ବୈବାହିକ ଜୀବନରେ ବିବାଦ ମାମଲାରେ ଛତ୍ରପୁର ଜିଲା କୋର୍ଟ ମଙ୍ଗଳବାର ବଡ଼ ରାୟ ଦେଇଛନ୍ତି। ସୁମିତଙ୍କ ବ୍ରହ୍ମାନଗରସ୍ଥିତ ଘରେ ତପସ୍ବିନୀ ରହିବେ। ଏହାଛଡ଼ା ସୁମିତ…
ରାଜ୍ୟରୁ ପୁଣି ଜଣଙ୍କ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୪।୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮,୪୬୪କୁ ବୃଦ୍ଧି ପାଇଛି। ମୃତକ ବାଲେଶ୍ୱର ଜିଲାର। ତେବେ ଆଜି ରାଜ୍ୟରେ ୬୮୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଗଞ୍ଜାମ ଜିଲା ବାଲ୍ୟବିବାହ ମୁକ୍ତ
ଛତ୍ରପୁର,୪।୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ବାଲ୍ୟବିବାହ ମୁକ୍ତ ଘୋଷଣା ହୋଇଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ଘୋଷଣା କରିଛନ୍ତି। ଏଥିପାଇଁ କାର୍ଯ୍ୟ କରିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଜିଲାପାଳ ଶୁଭେଚ୍ଛା ଜଣାଇବା ସହ ଧନ୍ୟବାଦ ଦେଇଛନ୍ତି। ଏଥିସହ ଏଣିକି ବାଲ୍ୟବିବାହ ପ୍ରଥମ ସୂଚନା…
ସୁମିତ-ତପସ୍ବିନୀ ମାମଲାର ଚୂଡ଼ାନ୍ତ ରାୟ ଆଜି
ବ୍ରହ୍ମପୁର ଅଫିସ,୪।୧: ଡା.ସୁମିତ ସାହୁ-ତପସ୍ବିନୀ ଦାଶ ମାମଲାକୁ ନେଇ ଜିଲାଜଜ୍ କୋର୍ଟରେ ଦାଏର ହୋଇଥିବା ଅପିଲର ଚୂଡ଼ାନ୍ତ ରାୟ ମଙ୍ଗଳବାର ପ୍ରକାଶ ପାଇବ। ଗଞ୍ଜାମ ଜିଲା ଜଜ୍ କୋର୍ଟରେ ଏସ୍ଡିଜେଏମ୍ଙ୍କ ରାୟକୁ ଚ୍ୟାଲେଞ୍ଜ କରି ଉଭୟ ପକ୍ଷଙ୍କ ଓକିଲ ଅପିଲ କରିଥିଲେ।…
ବିକଶିତ ହେବ ସହରାଞ୍ଚଳ ବସ୍ତିବାସିନ୍ଦାଙ୍କ ଭିତ୍ତିଭୂମି
ଭୁବନେଶ୍ୱର, ୪।୧(ବ୍ୟୁରୋ): ସହରାଞ୍ଚଳ ବସ୍ତିବାସିନ୍ଦାଙ୍କ ପାଇଁ ନିର୍ଭରଶୀଳ ଓ ବାସଯୋଗ୍ୟ ବସତି ବିକାଶ ଉପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁତ୍ୱ ପ୍ରଦାନ କରିଛନ୍ତି। ସହର ଅନ୍ତର୍ଗତ ଜଙ୍ଗଲ ଜମିରେ ଥିବା ବସ୍ତିଗୁଡ଼ିକରେ ମୌଳିକ ଭିତ୍ତିଭୂମି ବିକାଶ ନିମନ୍ତେ…
ବୁଧବାରରୁ ଆରମ୍ଭ ଦଶମ ସମେଟିଭ୍-୧ ପରୀକ୍ଷା
ଭୁବନେଶ୍ୱର,୪।୧(ବ୍ୟୁରୋ): ଦଶମ ସମେଟିଭ୍-୧ ପରୀକ୍ଷା ବୁଧବାରରୁ ଆରମ୍ଭ ହେବ। ତେବେ ଏହି ପରୀକ୍ଷା ୫ରୁ ୮ ଯାଏ ଚାଲିବ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି। ଦିନକୁ ୨ଟି ସିଟିଂରେ ପରୀକ୍ଷା ହେବ। ନୋଡାଲ ସେଣ୍ଟରକୁ ପ୍ରଶ୍ନପତ୍ର ପଠା ହୋଇସାରିଛି। ୩୦୯୩…
୫ରୁ କମିବ ଶୀତ
ଭୁବନେଶ୍ୱର,୪।୧(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନ ଯୋଗୁ ଚଳିତ ବର୍ଷ ଓଡ଼ିଶା ଭିତରକୁ ବାରମ୍ବାର ପଶ୍ଚିମା ବାୟୁ ପ୍ରବାହ ହେଉଛି। ଏଥିଯୋଗୁ ବର୍ଷା ମଧ୍ୟ ଲାଗିରହୁଛି। ଆସନ୍ତା ୮ ତାରିଖରୁ ୧୨ ତାରିଖ ଯାଏ ରାଜ୍ୟରେ ବର୍ଷା ହେବ। ୮ରୁ ୧୦ ତାରିଖ ମଧ୍ୟରେ…
Archives


