ରାଜ୍ୟ

ମାଡ଼ିଗଲା ଟ୍ରାକ୍ଟର: ଚାଲିଗଲା ଜେଜେ, ନାତିଙ୍କ ଜୀବନ

କୁଆଁରମୁଣ୍ଡା,୧୯।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅଧୀନ ଟାଙ୍ଗରାଣୀ ଗ୍ରାମ ନିକଟରେ ଗୁରୁବାର ରାତିରେ ଏକ ଦୁର୍ଘଟଣା ଘଟିଛି। ଜେଜେ ଏବଂ ନାତି ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ବେଳେ ଏକ ଟ୍ରାକ୍ଟର(ନଂ.ଓଆର୍‌ ୧୪ ଆର୍‌ ୪୮୪୫) ହଠାତ୍‌…

ମହିଳାଙ୍କୁ ଗଣବଳାତ୍କାର

କେନ୍ଦୁଝର,୧୯ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ସୋସୋ ଥାନା ଅଞ୍ଚଳରେ ବୁଧବାର ରାତିରେ ଜଣେ ୩୭ ବର୍ଷୀୟ ମହିଳାଙ୍କୁ ୩ ଯୁବକ ଗଣ ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଛି। ପୋଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ତଦନ୍ତ କରୁଛି। ସୂଚନା ଅନୁଯାୟୀ, ମହିଳାଙ୍କ…

ସେମିଷ୍ଟାର ପରୀକ୍ଷା ଦେବେ ଅର୍ଚ୍ଚନା

ଭୁବନେଶ୍ୱର,୧୯।୧(ବ୍ୟୁରୋ): ମହିଳା ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ଇଣ୍ଟିଗ୍ରେଟେଡ୍‌ ଲ’ର ସପ୍ତମ ସେମିଷ୍ଟାର ପରୀକ୍ଷା ଦେବେ। ତେବେ ଅର୍ଚ୍ଚନାଙ୍କୁ ଫର୍ମଫିଲପ୍‌ ପାଇଁ କୋର୍ଟ ଅନୁମତି ଦେଇଛନ୍ତି। ବୁଧବାର ଅର୍ଚ୍ଚନାଙ୍କ ଓକିଲ ଏନେଇ କୋର୍ଟରେ ଆବେଦନ କରିଥିଲେ।

ମହିଳା ଥାନାରେ ହାଜର ହେଲେ ହ୍ୟୁମାନ ସାଗର

କଟକ ଅଫିସ,୧୯।୧: ମହିଳା ଥାନାରେ ହାଜର ହେଲେ ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ତାଙ୍କ ବିରୋଧରେ ସ୍ତ୍ରୀ ଶ୍ରେୟା ମିଶ୍ର ନିର୍ଯାତନା ଅଭିଯୋଗ ଆଣିଥିବା ବେଳେ ଆପୋସ ବୁଝାମଣା ଲାଗି ଗୁରୁବାର ସେ ହାଜର ହୋଇଥିବା ଜଣାପଡ଼ିଛି। ପ୍ରକାଶ ଯେ, ହୁମାନ…

ଜମିଜମା ରେକର୍ଡ କମ୍ପ୍ୟୁଟରୀକରଣରେ ଓଡ଼ିଶା ଏକ ନମ୍ବର

ଭୁବନେଶ୍ୱର,୧୯ା୧(ବ୍ୟୁରୋ): ରାଜ୍ୟରେ ଜମିଜମା ରେକର୍ଡ କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ଓଡ଼ିଶାର ୧୯ ଜିଲା ଜାତୀୟ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛି। ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ଓଡ଼ିଶା…

ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡ଼ାଇବା ଘଟଣା: ୟୁଟ୍ୟୁବ୍‌ର ଅନିମେଷ ପଶ୍ଚିମବଙ୍ଗରୁ ଗିରଫ

ପୁରୀ ଅଫିସ, ୧୯ା୧: ଶ୍ରୀମନ୍ଦିର ନୋ ଫ୍ଲାଇଂ ଜୋନ୍‌ରେ ଡ୍ରୋନ୍‌ ଉଡ଼ାଇ ଭିତରବେଢ଼ାର ଭିଡିଓ ଭାଇରାଲ କରିବା ସହ ଟଙ୍କା ମାଗିବା ଘଟଣାରେ ଅଭିଯୁକ୍ତ ବଙ୍ଗୀୟ ୟୁଟ୍ୟୁବ୍‌ର ଅନିମେଷ ଚକ୍ରବର୍ତ୍ତୀଙ୍କୁ ବୁଧବାର ପୁରୀ ପୋଲିସ ଗିରଫ କରିଛି। ପୁରୀ ସିଟି ଡିଏସ୍‌ପି…

ଇ-ରିକ୍ସାରେ ବିଏମ୍‌ସି କମିଶନର

ଭୁବନେଶ୍ୱର,୧୯।୧(ବ୍ୟୁରୋ): ଇ-ରିକ୍ସାରେ ବସି ବିଏମ୍‌ସି କମିଶନର ତଥା କ୍ରୁଟ ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ ଏକାମ୍ର କ୍ଷେତ୍ର ପରିଭ୍ରମଣ କରିଛନ୍ତି। ହକି ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି କ୍ରୁଟ୍‌ ପକ୍ଷରୁ ‘ହେରିଟେଜ୍‌ ଅନ୍‌ ମୋ ଇ-ରାଇଡ୍‌’ ସେବା ପ୍ରଦାନ କରାଯାଉଛି। ତେବେ…

ପୁଣି ଏକ ହାତୀ ମୃତ୍ୟୁ

ଭଞ୍ଜନଗର,୧୯ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ହାତୀ ମୃତ୍ୟୁ ଥମିବାର ନାଁ ନେଉନି। ବୁଧବାର ରାତିରେ ଏହି ବନଖଣ୍ଡର ତାରସି ରେଞ୍ଜ ମାଣପୁର ବାରଦଣ୍ଡା ରାସ୍ତାକଡ଼ର ଜଙ୍ଗଲରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ବିଦ୍ୟୁତ୍‌ ଆଘାତରେ ହାତୀଟିର ମୃତ୍ୟୁ…

ସତ୍ୟଙ୍କ କ୍ଷୁଦ୍ରତମ ହକି ଷ୍ଟିକ୍‌: ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନିତ

ବ୍ରହ୍ମପୁର ଅଫିସ,୧୯ା୧: ପୁରୁଷ ବିଶ୍ୱକପ୍‌ ହକି ଅବସରରେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା କ୍ଷୁଦ୍ରତମ ହକି ଷ୍ଟିକ୍‌ ନିର୍ମାଣ କରି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ ନିମନ୍ତେ ମନୋନୀତ ହୋଇଛନ୍ତି। ସତ୍ୟ ଗତ ୮ ତାରିଖରେ ୫ ମିଲିମିଟର ଲମ୍ବ…

ବାଘ ଛାଲ ଜବତ, ୩ କୋର୍ଟ ଚାଲାଣ

ମାଲକାନଗିରି,୧୯ା୧(ଡି.ଏନ୍‌.ଏ.): ମାଲକାନଗିରି ବନଖଣ୍ଡ ଅନ୍ତର୍ଗତ ମୋଟୁ ବନାଞ୍ଚଳର ପୋଟେରୁକୋଲେଠାରେ ଏକ କଲରାପତରିଆ ବାଘ ଛାଲ ଜବତ ହୋଇଛି। ଏହି ଚମଡ଼ାର ଲମ୍ବର ପ୍ରାୟ ୧.୧୩ ମିଟର। ମୋଟୁ ବନାଞ୍ଚଳର ସମସ୍ତ ବନପାଳ, ବନରକ୍ଷୀଙ୍କ ସହଯୋଗ ଏବଂ ବନାଞ୍ଚଳ ଅଧିକାରୀ ରଶ୍ମୀରଞ୍ଜନ ସ୍ବାଇଁଙ୍କ…

ଓଲଟିଲା ବସ୍‌, ୨୧ ନିର୍ମାଣ ଶ୍ରମିକ ଗୁରୁତର

ରାଜକନିକା,୧୯ା୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଗଞ୍ଜା ନିକଟରେ ଗୁରୁବାର ସକାଳେ ‘ଦୟାଲ’ ନାମକ ଏକ ବସ୍‌ ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଛି। ଏଥିରେ ୩୦ରୁ ଊର୍ଦ୍ଧ୍ୱ ଶ୍ରମିକ ଥିଲେ। ଏମାନଙ୍କ ମଧ୍ୟରୁ ୨୧ ଜଣ ଗୁରୁତର ହୋଇଛନ୍ତି। ୧୮ ଜଣଙ୍କୁ…

ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରକୁ ସବୁଜ ସଙ୍କେତ

କଟକ ଅଫିସ,୧୯ା୧: ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ ପାଇଁ ରହିଥିବା ଅଦାଲତ କଟକଣା ଏବେ ଅପସରି ଯାଉଛି। ଏହି ପୁରସ୍କାର ପ୍ରଦାନ ଉପରେ ଜାରି ହୋଇଥିବା ରହିତାଦେଶ ହଟାଇବା ନିମନ୍ତେ ରାଜ୍ୟ ସରକାର କରିଥିବା ଆବେଦନକୁ ହାଇକୋର୍ଟ ଗ୍ରହଣ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?