ପ୍ରତିଭା ରାୟ, ସୀତାକାନ୍ତ ମହାପାତ୍ର, ଶ୍ରୀନିବାସ ଉଦ୍ଗାତାଙ୍କୁ ‘ଅତିବଡ଼ୀ ପୁରସ୍କାର’
ଭୁବନେଶ୍ୱର,୧୦।୫(ବ୍ୟୁରୋ): ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସମ୍ମାନ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ୩ ବର୍ଷ ପାଇଁ ପ୍ରଦାନ କରାଯାଇଛି। ଏଥିସହ ୪୪ଜଣଙ୍କୁ ସାରସ୍ବତ ସମ୍ବର୍ଦ୍ଧନା ଦିଆଯାଇଛି। ସୋମବାର ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ…
୧୦ରେ ବାତ୍ୟା ରୂପ ନେବ ଅବପାତ
ଭୁବନେଶ୍ୱର,୯ା୫(ବ୍ୟୁରୋ): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ସୋମବାର ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ମଙ୍ଗଳବାର ଏହା ଆହୁରି ଅଧିକ ଘନୀଭୂତ ହୋଇ ଡିପ୍ରେସନ(ଅବପାତ)ରେ ପରିଣତ ହେବ। ୧୦ ତାରିଖ ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବା ସମ୍ଭାବନା…
ଚିଲିକାକୁ ଉଜାଡ଼ୁଛି ଚିଙ୍ଗୁଡ଼ି ଲୋଭ
ଖୋର୍ଦ୍ଧା ଅଫିସ୍,୯।୫(ପ୍ରଭାତ ପାଣିଗ୍ରାହୀ): ଶୀତଋତୁରେ ବିଦେଶାଗତ ପକ୍ଷୀଙ୍କ ସମାଗମ ସାଙ୍ଗକୁ ଚିଲିକାର ନୈସର୍ଗିକ ପରିବେଶ ପର୍ଯ୍ୟଟକଙ୍କୁ ବିଭୋର କରିଥାଏ। ହେଲେ ଜବରଦଖଲ ଏବଂ ବେଆଇନ ଚିଙ୍ଗୁଡ଼ି ଘେରି ଯୋଗୁ ଏଠାକାର ଜୈବବିବିଧତା ଧୀରେ ଧୀରେ ନଷ୍ଟ ହେବାରେ ଲାଗିଛି। ୨୦୨୨ ଅକ୍ଟୋବରରେ…
ଲେଉଟିଲା ତାତି: ବୌଦ୍ଧରେ ସର୍ବାଧିକ ୪୨ ତାପମାତ୍ରା ରେକର୍ଡ
ଭୁବନେଶ୍ବର,୮।୫(ବ୍ୟୁରୋ): ରାଜ୍ୟରେ ଲେଉଟିଲା ଗ୍ରୀଷ୍ମ ପ୍ରବାହ। ପ୍ରାୟ ୨ ସପ୍ତାହ ପରେ ପୁଣି ତାତି ଅନୁଭୂତ ହୋଇଛି। ଆଜି ରାଜ୍ୟର ୧୪ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରେକର୍ଡ କରାଯାଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା…
ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ଅନ୍ତ ଘଟାଇଲେ ସୁପ୍ରିମକୋର୍ଟ
ପୁରୀ ଅଫିସ,୮।୫: ସୁପ୍ରିମକୋର୍ଟ ସୋମବାର ଶ୍ରୀମନ୍ଦିରର ରତ୍ନଭଣ୍ଡାର ମାମଲାର ଅନ୍ତ ଘଟାଇଛନ୍ତି। ସୂଚନା ଅନୁଯାୟୀ, ବହୁଚର୍ଚ୍ଚିତ ରତ୍ନଭଣ୍ଡାର ଚାବି ହଜିବା ଘଟଣା ନେଇ ଆଇନଜୀବୀ ମୃଣାଳିନୀ ପାଢ଼ୀ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ଏହି ମାମଲା ନମ୍ବର ରହିଥିଲା…
ସଂକୀର୍ତ୍ତନ କଳାକାରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ୩୨ ଆହତ
ବରଗଡ଼ ଅଫିସ,୮।୫: ବରଗଡ଼ ଜିଲା ଭଟଲି ଥାନା ଅଧୀନ ପିପଲମୁଣ୍ଡା ନିକଟରେ ସୋମବାର ସଂକୀର୍ତ୍ତନ କଳାକାରଙ୍କୁ ଧରି ଯାଉଥିବା ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗାଡିରେ ଥିବା ୩୨ଜଣ କଳାକାର ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ…
ଇଟାରେ ଛେଚି ସ୍ତ୍ରୀଙ୍କୁ ହତ୍ୟା: ଜେଲ ଗଲେ ଅଭିଯୁକ୍ତ ସ୍ବାମୀ
ଜମନକିରା,୮।୫(ଡି.ଏନ୍.ଏ.): ସମ୍ବଲପୁର ଜିଲା ଜମନକିରା ଥାନା ବଡ଼ମାଳ ପଞ୍ଚାୟତ ନୂଆଁଡିହି ଗ୍ରାମରେ ଏକ ଅଘଟଣ ଘଟିଛି। ସ୍ବାମୀ ଏକ ଇଟାରେ ସ୍ତ୍ରୀଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଛନ୍ତି। ଏହି ଘଟଣାରେ ଜମନକିରା ପୋଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରି ସୋମବାର କୋର୍ଟ…
ଯବାନ-ମାଓବାଦୀ ଗୁଳିବିନିମୟ, ୨ ମାଓବାଦୀ ମୃତ
ମାଲକାନଗିରି,୮ା୫(ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ସୁକୁମା ଜିଲାରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଗୁଳି ବିନିମୟରେ ଜଣେ ହାର୍ଡକୋର ମାଓବାଦୀଙ୍କ ସମେତ ୨ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ସୂଚନାନୁଯାୟୀ, ସୁକୁମା ଜିଲା ଭେଜି ଥାନା ଅନ୍ତର୍ଗତ ଦନ୍ତେଶ୍ୱର…
ଘରେ ପଶି ନାବାଳିକାଙ୍କ ତଣ୍ଟିକାଟି ହତ୍ୟା କଲେ ଯୁବକ
ଅନୁଗୋଳ ଅଫିସ,୮ା୫: ଅନୁଗୋଳ ସହର ଉପକଣ୍ଠ କୁଇଓ ଗ୍ରାମରେ ସୋମବାର ପୂର୍ବାହ୍ନରେ ଜଣେ ନାବାଳିକାଙ୍କ ତଣ୍ଟି କାଟି ହତ୍ୟା କରାଯାଇଛି। ମୃତ ନାବାଳିକା ହେଲେ, ଭାଗୀରଥି ସାହୁଙ୍କ ଝିଅ ଖୁସି (୧୨)। ତାଙ୍କ ପ୍ରକୃତ ଘର ତାଳଚେର ଡଅଁରାରେ ହୋଇଥିବା ବେଳେ…
ପୁଣି ତାତିଲା ରାଜଧାନୀ
ଭୁବନେଶ୍ୱର,୮ା୫(ବ୍ୟୁରୋ): କିଛିଦିନ ଧରି ବର୍ଷା ହେଉଥିବାରୁ ଥଣ୍ଡା ଥିବା ରାଜଧାନୀ ସୋମବାର ପୁଣି ଉତ୍ତପ୍ତ ହୋଇଛି। ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ତାପମାତ୍ରା ୩୧ ଡିଗ୍ରୀ ଛୁଇଁଥିବା ବେଳେ ୮୫ ପ୍ରତିଶତ ଆର୍ଦ୍ରତା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ସୂତ୍ରରୁ…
ତ୍ରିଶୂଳିଆଠାରେ କାଠଯୋଡ଼ିରେ ହେବ ଦ୍ୱିତୀୟ ସେତୁ
କଟକ ଅଫିସ,୮ା୫: କଟକର ତ୍ରିଶୂଳିଆ ନିକଟ କାଠଯୋଡ଼ି ନଦୀ ଉପରେ ଖୁବ୍ଶୀଘ୍ର ଦ୍ୱିତୀୟ ସେତୁ ନିର୍ମାଣ ହେବ। ଏହି ସେତୁ ୪ ଲେନ୍ ବିଶିଷ୍ଟ ହେବ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେତୁ ନିକଟରେ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଯୋଗରେ ଏହି ସେତୁ…
ରାଷ୍ଟ୍ରପତିଙ୍କ ହେଲିକପ୍ଟର ସହ ସେଲ୍ଫି ନେଲେ ଫାର୍ମାସିଷ୍ଟ
ବାରିପଦା ଅଫିସ,୮ା୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ସମୟରେ ବିଦ୍ୟୁତ୍ ବିଭ୍ରାଟ ନେଇ ଆରୋପ ପ୍ରତ୍ୟାରୋପ ଚାଲିଥିବା ବେଳେ ସୁରକ୍ଷା ବ୍ୟବସ୍ଥାରେ ସାଂଘାତିକ ତ୍ରୁଟି ପରିଲକ୍ଷିତ ହୋଇଛି। ଗସ୍ତ ସମୟରେ ନିୟୋଜିତ ଥିବା ଜଣେ ଫାର୍ମାସିଷ୍ଟ ରାଷ୍ଟ୍ରପତିଙ୍କ ଗମନାଗମନରେ ନିୟୋଜିତ ହେଲିକପ୍ଟର…

