ଅସୁସ୍ଥ ମାଈହାତୀକୁ ଚିକିତ୍ସା ପାଇଁ ପଠାଗଲା କପିଳାସ ପ୍ରାଣୀ ଉଦ୍ୟାନ
ଢେଙ୍କାନାଳ,୧୭।୬(ରତନ ନାୟାର): ଢେଙ୍କାନାଳ ସଦର ରେଞ୍ଜ ତଥା ଢେଙ୍କାନାଳ କପିଳାସ ରାସ୍ତାର ମେଘା ସଂରକ୍ଷିତ ଜଙ୍ଗଲରେ ଗତ ୯ ତାରିଖରୁ ଗୋଠଛଡ଼ା ହୋଇ ରହିଥିବା ୩ ବର୍ଷର ମାଈହାତୀ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲା । ପାଟ୍ରୋଲିଂ କରୁଥିବା ବନ କର୍ମଚାରୀ…
ଶିମିଳିପାଳ ଅଭୟାରଣ୍ୟ: ଶିକାରୀ ଗୁଳିରେ ଆଉ ଜଣେ ବନ କର୍ମଚାରୀ ମୃତ
ଠାକୁରମୁଣ୍ଡା,୧୭।୬ (ତାରାକାନ୍ତ ପଟ୍ଟନାୟକ): ଶିକାରୀଙ୍କ ଗୁଳିରେ ରକ୍ତରଞ୍ଜିତ ହୋଇପଡିଛି ଶିମିଳିପାଳ ଅଭୟାରଣ୍ୟ। ଶୁକ୍ରବାର ଅପରାହ୍ନରେ ଶିମିଳିପାଳ ଅଭୟାରଣ୍ୟର ଉତ୍ତର ଡିଭିଜନ ଅନ୍ତର୍ଗତ ଗାମଛାଚରଣ ବିଟ୍ ଅଞ୍ଚଳରେ ଶିକାରୀଙ୍କ ଗୁଳିରେ ଜଣେ ଫରେଷ୍ଟରଙ୍କ ମୃତ୍ୟୁ ଘଟିଛ। ମୃତ ଫରେଷ୍ଟର ଜଣକ ଉପର ବାରହାକାମୁଡା…
ବିଓଆଇର ମିନି ଆର୍ବିସି ଉଦ୍ଘାଟିତ
ଭୁବନେଶ୍ୱର,୧୭।୬: ବ୍ୟାଙ୍କ ଅଫ୍ ଇଣ୍ଡିଆ (ବିଓଆଇ)ର ଏକ ମିନି-ଆର୍ବିସି ନିକଟରେ କଟକର କଲେଜ ସ୍କୋୟାର ଶାଖାଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଏନ୍ବିଜି ଓଡ଼ିଶାର ମହାପ୍ରବନ୍ଧକ ବିକ୍ରମ କେଶରୀ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍ଘାଟନ କରିଥିଲେ।…
ଖାର୍ଗେଙ୍କୁ ଅଭିଯୋଗ ଜଣାଇଲେ ତାରା
ଭୁବନେଶ୍ବର, ୧୭।୬(ସୁନିତ୍ ମିଶ୍ର): କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଦିଲ୍ଲୀ ଯାଇ ଏଆଇସିସି(ଅଖିଳ ଭାରତ କଂଗ୍ରେସ କମିଟି)ର ବରିଷ୍ଠ ନେତାଙ୍କୁ ଭେଟି ଅଭିଯୋଗ କରିବାରେ ଲାଗିଛନ୍ତି। ତାରାଙ୍କ ସ୍ତ୍ରୀ ମୀନାକ୍ଷୀ ବାହିନୀପତିଙ୍କୁ କୋରାପୁଟ ଜିଲା କଂଗ୍ରେସ ସଭାପତି ପଦରୁ ବିଦା କରାଯିବା…
ଷଷ୍ଠରୁ ଅଷ୍ଟମ ପାଇଁ ପ୍ରସ୍ତୁତ ହେବ ଏକକ ପ୍ରଶ୍ନପତ୍ର
ଭୁବନେଶ୍ୱର,୧୭ା୬(ଅନୁରାଧା ମହାରଣା) ରାଜ୍ୟ ବିଦ୍ୟାଳୟ ସ୍ତରୀୟ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ହେବାକୁ ଯାଉଛି। ଦଶମ ବୋର୍ଡ ପରୀକ୍ଷା ପରି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପରୀକ୍ଷାରେ ଏକକ ପ୍ରଶ୍ନପତ୍ର ରହିବ। ଏଥିସହ ଖାତା ମୂଲ୍ୟାୟନ ଢ଼ାଞ୍ଚା ବି ବଦଳିବ।…
ଏସ୍ସିବିରୁ ଆହତଙ୍କ ସଂଖ୍ୟା କମୁଛି
କଟକ,୧୭ା୬ (କାର୍ତ୍ତିକ ସାହୁ) ବାଲେଶ୍ୱର ଜିଲା ବାହାନଗାଠାରେ ଗତ ୨ ତାରିଖରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାକୁ ୨ ସପ୍ତାହ ବିତିଲାଣି। ତଥାପି ମନରୁ ଭୟ ଯାଇନି। ରାଜ୍ୟ ତଥା ରାଜ୍ୟ ବାହାରେ ଚିକିତ୍ସାଧୀନ ଆହତମାନେ ଏବେ ବି ଆଶଙ୍କିତ ଅବସ୍ଥାରେ ଅଛନ୍ତି।…
ଚିହ୍ନଟ ଅପେକ୍ଷାରେ ୮୧ ମୃତଦେହ
ଭୁବନେଶ୍ୱର,୧୭ା୬(ଅଭିଜିତ ଦାସ) ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ୨ ସପ୍ତାହ ବିତିଯାଇଛି। ଗତ ୨ ତାରିଖ ଶୁକ୍ରବାର ରାତିରେ ଘଟିଥିବା ଏହି ଭୟଙ୍କର ଦୁର୍ଘଟଣାରେ ଘଟଣାସ୍ଥଳରେ ୨୮୮ଜଣଙ୍କ ଜୀବନ ଯାଇଥିବାବେଳେ ପରବର୍ତ୍ତୀ ସମୟରେ କଟକ ଏସ୍ସିବିରେ ଚିକିତ୍ସାଧୀନ ଥିବା ୨ଜଣ ଯାତ୍ରୀଙ୍କ ମୃତ୍ୟୁ…
୨୧ ଯାଏ ପ୍ରଚଣ୍ଡ ରୌଦ୍ରତାପ
ଭୁବନେଶ୍ୱର,୧୭ା୬,ଅନିଲ ଦାସ: ଉପକୂଳରୁ ଉପାନ୍ତ ସବୁଠି ପାରଦ ଉପରମୁହାଁ ହୋଇଛି। ସୋନପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୫.୬ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି। ସେହିପରି ରାଜ୍ୟର ୩ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀକୁ ଟପି…
ଭିଜିଲାନ୍ସ ଜାଲରେ କୋଟିପତି ନିଲମ୍ବିତ ଯୋଗାଣ ଅଧିକାରୀ
ଭୁବନେଶ୍ୱର(ସତ୍ୟଜିତ୍ ରାଉତ)/ନିମାପଡ଼ା(ବିଚିତ୍ରାନନ୍ଦ ସାହୁ), ୧୭ା୬: ସରକାରୀ କ୍ଷମତାର ଅପବ୍ୟବହାର କରି ନିଲମ୍ବିତ ହୋଇଥିବା ନୟାଗଡ଼ ଜିଲା ଯୋଗାଣ ଅଧିକାରୀ (ସିଏସ୍ଓ) ବ୍ରଜେନ୍ଦ୍ର କୁମାର ନାୟକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଭିଜିଲାନ୍ସର ୮ଟି ଟିମ୍…
ଅଦିନିଆ ରଥଯାତ୍ରାକୁ ବିରୋଧ
ପୁରୀ,୧୭ା୬(ଅଜିତ୍ ମହାନ୍ତି) ଅଦିନିଆ ରଥଯାତ୍ରାକୁ ନେଇ ପୁଣି ବିବାଦ ସୃଷ୍ଟି ହୋଇଛି। ମଧ୍ୟପ୍ରଦେଶର ଗ୍ବାଲିୟରଠାରେ ଚଳିତ ମାସ ୨୪ତାରିଖରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହେବ ବୋଲି ସୋସିଆଲ ମିଡିଆରେ ଖବର ଘୂରିବୁଲୁଛି। ଏହି ଅଦିନିଆ ରଥଯାତ୍ରାକୁ ଓଡ଼ିଶାର ଜଗନ୍ନାଥପ୍ରେମୀ ଓ ଶ୍ରୀମନ୍ଦିର ସେବାୟତଙ୍କ…
ବିଦ୍ୟୁତ୍ ବିଭ୍ରାଟ: ଉପଭୋକ୍ତା ଉତ୍ତେଜିତ
ଭୁବନେଶ୍ୱର,୧୭ା୬(ଅନିଲ ଦାସ) ଅସମ୍ଭାଳ ହେଉଛି ଗରମ ଓ ଗୁଳୁଗୁଳି। ଏଭଳି ସ୍ଥଳେ ବିଦ୍ୟୁତ୍ କାଟ ଯୋଗୁ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଲୋକେ। ଘଣ୍ଟା ଘଣ୍ଟା ବିଦ୍ୟୁତ୍ କାଟ ଓ ଲୋ-ଭୋଲ୍ଟେଜକୁ ନେଇ ସାରା ରାଜ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ବିଦ୍ୟୁତ୍ ବିଭ୍ରାଟକୁ…
ନକଲି ମହାପ୍ରସାଦକୁ ନେଇ ଚିନ୍ତା
ମହାପ୍ରଭୁଙ୍କ ଅବଢ଼ା ନାଁ ଶୁଣିଦେଲେ ମନରେ ଭରିଯାଏ ଭକ୍ତି। ଟିକେ ମହାପ୍ରସାଦ ପାଇଗଲେ ଜୀବନ ଧନ୍ୟ ହୋଇଯିବା ଭଳି ମନେ ହୁଏ। ହେଲେ ମହାପ୍ରସାଦ ବି ନକଲି ପ୍ରସ୍ତୁତ ହେବା ସହ ବିକ୍ରି ହେଉଥିବା ଅଭିଯୋଗ ଉଠିଛି। ଶ୍ରୀମନ୍ଦିରରେ ଯେପରି ଅନ୍ନ,…

