ରାଜ୍ୟ

ମହିଳାଙ୍କୁ ଛୁରିରେ ଆକ୍ରମଣ: ଅଭିଯୁକ୍ତଙ୍କୁ ପିଟିପିଟି ମାରିଦେଲେ ସମ୍ପର୍କୀୟ

କୋରୁକୋଣ୍ଡା,୩୧।୮(ଅବିନାଶ ବେହେରା): ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଉଥିବା ଜଣେ ଅଭିଯୁକ୍ତଙ୍କୁ ଧରି ପିଟିପିଟି ମାରିଦେବା ଘଟଣା ସାମ୍ନାକୁ ଆସିଛି। ଏହିପରି ଏକ ଘଟଣା ଘଟିଛି ମାଲକାନଗିରି ଜିଲା କାଲିମେଳା ବ୍ଲକ ସଦର ଥାନା ଚିନ୍ତାଳୱାଡ଼ା ପଞ୍ଚାୟତ ଅନ୍ତର୍ଗତ ମାଝୀଗୁଡ଼ା…

ପିକ୍‌ଅପ ଭ୍ୟାନ୍‌ ଧକ୍କାରେ ଚାଲିଗଲା ଶିଶୁପୁତ୍ରଙ୍କ ଜୀବନ

କୋଟଗଡ଼,୩୧।୮(ସରୋଜ ବଳିୟାରସିଂ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଧୀନ ବାରଖମା ଅଞ୍ଚଳରେ ଏକ କବାଡ଼ି ସାମଗ୍ରୀ ବୋଝେଇ ପିକ୍‌ଅପ୍‌ ଭ୍ୟାନ ଧକ୍କାରେ ଜଣେ ଶିଶୁ ପୁତ୍ରଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ବାରଖମା ଦଣ୍ଡିସାହି ଅଞ୍ଚଳର ଅଭିରାମ ଦଣ୍ଢିଆଙ୍କ ପୁଅ…

ମହିଳାଙ୍କୁ ଛୁରିରେ ଆକ୍ରମଣ: ଅଭିଯୁକ୍ତଙ୍କୁ ପିଟିପିଟି ମାରିଦେଲେ ସମ୍ପର୍କୀୟ, ୪ ଅଟକ

କୋରୁକୋଣ୍ଡା,୩୧ା୮(ଅବିନାଶ ବେହେରା): ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅନ୍ତର୍ଗତ ଚିନ୍ତଲବାଡ଼ା ପଞ୍ଚାୟତ ମାଝିଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଜଣେ ବ୍ୟକ୍ତିଙ୍କୁ ପିଟିପିଟି ମାରିଦେବା ସହ ଶେଷରେ ଗଛରେ ଟାଙ୍ଗି ଦେଇଥିଲେ…

ଭୁବନେଶ୍ୱରରୁ କଳାହାଣ୍ଡିକୁ ଉଡ଼ିଲା ବିମାନ

ଭୁବନେଶ୍ୱର,୩୧ା୮(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ କାଲାହାଣ୍ଡି ଜିଲାର ଉତ୍‌କେଲା ଅଭିମୁଖେ ପ୍ରଥମ ନିର୍ଦ୍ଧାରିତ ବିମାନ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଗୁରୁବାର ଭୁବନେଶ୍ୱର-ଉତ୍‌କେଲା ଏମ୍‌/ଏସ୍‌ ଇଣ୍ଡିଆ ଓ୍ବାନ ଏୟାର ଦ୍ୱାରା ଏକ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ମା’ ମୃତ, ୪ ମାସର ଶିଶୁପୁତ୍ର ସହ ବାପା ଗୁରୁତର

ପାଟଣା,୩୧ା୮(ବୀରକିଶୋର ଦାଶ): କେନ୍ଦୁଝର-ମୟୂରଭଞ୍ଜ ଜିଲା ଦେଇ ଯାଇଥିବା ମୁମ୍ବାଇ କୋଲକାତା ୪୯ ନମ୍ବର ଜାତୀୟ ରାଜପଥ ନିକଟ ଚଢେଇଭୋଳଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ମା’ଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ମାସର ଶିଶୁପୁତ୍ର ଓ…

ଭାଇଙ୍କୁ ରାଖୀ ବାନ୍ଧିବା ଅଧା ରହିଲା: ଦୁର୍ଘଟଣାରେ ଚାଲିଗଲା ଭଉଣୀଙ୍କ ଜୀବନ

ଗଞ୍ଜାମ,୩୧ା୮(ବିଦ୍ୟାଧର ସାହୁ): ରକ୍ଷାବନ୍ଧନରେ ଭଉଣୀ ଭାଇ ହାତରେ ରାଖୀ ବାନ୍ଧି ଭାଇଙ୍କର ଶୁଭ ମନାସିବା ସହ ନିଜକୁ ସୁରକ୍ଷା ଦେବା ପାଇଁ ଭାଇଙ୍କଠାରୁ ପ୍ରତିଜ୍ଞା ଗ୍ରହଣ କରନ୍ତି। କିନ୍ତୁ ଜଣେ ଭଉଣୀ ଭାଇ ହାତରେ ରାଖୀ ବାନ୍ଧିବାକୁ ଯିବା ବାଟରେ ଦୁର୍ଘଟଣାରେ…

ଗ୍ୟାସ୍‌ ଦର ୨୦୦ ଟଙ୍କା ହ୍ରାସକୁ ନେଇ ତେଜିଲା ରାଜନୀତି

ଭୁବନେଶ୍ୱର, ୩୧।୮(ସୁନିତ୍‌ ମିଶ୍ର): ‘ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା’ରେ ଅତିରିକ୍ତ ୭୫ ଲକ୍ଷ ମାଆ ଭଉଣୀଙ୍କୁ ଯେଡ଼ାଯିବା ନେଇ କ୍ୟାବିନେଟ ମଞ୍ଜୁରୀ ମିଳିସାରିଛି। ଏହା ଫଳରେ ଓଡ଼ିଶାର ଆନୁମାନିକ ପ୍ରାୟ ୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ଉଜ୍ଜ୍ୱଳା ଯୋଜନାରେ ସାମିଲ କରାଯିବ। ଏହି…

ପରିବାରବାଦ ଉପରେ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ହାସ୍ୟାସ୍ପଦ : ବିଜେଡି

ଭୁବନେଶ୍ୱର,୩୧ା୮(ଅନିଲ ଦାସ): ପରିବାରବାଦ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ମତ ରଖିଛନ୍ତି ତାହା ଅନ୍ୟନ୍ତ ହାସ୍ୟାସ୍ପଦ। ଧର୍ମେନ୍ଦ୍ର ମଧ୍ୟ ପରିବାରବାଦ ରାଜନୀତି ମଧ୍ୟରୁ ଆସିଛନ୍ତି ଏବଂ ରାଜନୈତିକ ପରିବାରର ସୁବିଧାକୁ ଉପଭୋଗ କରିଛନ୍ତି। ହେଲେ ଓଡ଼ିଶାର ଜନସାଧାରଣ ତାଙ୍କୁ ଆଶୀର୍ବାଦ…

ଜେଏମ୍‌ଏମ୍‌ ଛାଡ଼ିଲେ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି

ରାଇରଙ୍ଗପୁର,୩୧ା୮ (ମନୋରଞ୍ଜନ ତିରିଆ): ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ଝାଡ଼ଖଣ୍ଡ ମୁୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌)ର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ଜେଏମ୍‌ଏମ୍‌ ରାଜ୍ୟ ଉପ ସଭାପତି ଦାୟିତ୍ୱରେ ଥିଲେ। ଦଳରେ ତାଙ୍କୁ କୋଣଠେସା କରି ରଖାଯାଇଥିବାରୁ ମଙ୍ଗଳବାର ରାତିରେ ସେ…

ତ୍ରୁଟି ଥିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ: ଚନ୍ଦ୍ରିକା

କଟକ,୩୧।୮(ସୁପ୍ରିୟା ପ୍ରିୟଦର୍ଶିନୀ)କଟକର ଏକ ଘରୋଇ ନର୍ସିଂହୋମ୍‌ରେ ଜଣେ ରୋଗୀଙ୍କୁ ଭୁଲ୍‌ ରକ୍ତ ଦିଆଯିବାରୁ ତାଙ୍କ ଅବସ୍ଥା ଗୁରୁତର ରହିଛି। ରେଡ୍‌କ୍ରସ୍‌ ବ୍ଲଡ୍‌ ବ୍ୟାଙ୍କ ପକ୍ଷରୁ ତାଙ୍କୁ ଭୁଲ୍‌ ରକ୍ତ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ରେଡ୍‌କ୍ରସ୍‌ ବ୍ଲଡ୍‌ ବ୍ୟାଙ୍କ ନିର୍ଦ୍ଦେଶକ…

‘ରାମ’ରେ ବଲିଉଡ୍‌ ଅଭିନେତା ରାହୁଲ ଦେବ

ଭୁବନେଶ୍ୱର,୩୧।୮(ଶର୍ମିଷ୍ଠା ପାଣିଗ୍ରାହୀ)ଓଲିଉଡ୍‌ ଅଭିନେତା ଅରିନ୍ଦମ ରାୟ ଦୀର୍ଘ ଦିନପରେ ପୁଣି ଓଲିଉଡ୍‌କୁ ଫେରୁଛନ୍ତି। ଦଶହରାରେ ରିଲିଜ୍‌ ହେବାକୁ ଯାଉଛି ତାଙ୍କ ଅଭିନୀତ ବଡ଼ ବଜେଟ୍‌ ଫିଲ୍ମ ‘ରାମ’। ରତ୍ନା ଫିଲ୍ମ ବ୍ୟାନରର ଚତୁର୍ଥ ଅବଦାନ ତଥା ଅରିନ୍ଦମଙ୍କ ପ୍ରଯୋଜନାରେ ଆସିବାକୁ ଥିବା…

ଆଜି ପ୍ରକାଶ ପାଇବ ପିଜି ଚତୁର୍ଥ ରାଉଣ୍ଡ ମେଧା ତାଲିକା

ଭୁବନେଶ୍ୱର, ୩୧।୮(ଅସମାପିକା ସାହୁ)୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟରେ ପିଜି ନାମଲେଖା ନିମନ୍ତେ ଗୁରୁବାର ଅପରାହ୍ନ ୨ଟାରେ ଚତୁର୍ଥ ରାଉଣ୍ଡ୍‌ ମେଧା ତାଲିକା ପ୍ରକାଶ ପାଇବ। ମନୋନୀତ ଛାତ୍ରୀଛାତ୍ର ଛୁଟିଦିନ ବ୍ୟତୀତ ୧ ତାରିଖ ସକାଳ ୯ଟାରୁ ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?