ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ ୫-ଟି ସଚିବ, ଡିସେମ୍ବର ସୁଦ୍ଧା ଶେଷ ହେବ ଶ୍ରୀସେତୁ, ଜଗନ୍ନାଥବଲ୍ଲଭ ପାର୍କିଂ ସେଣ୍ଟର କାର୍ଯ୍ୟ
ଭୁବନେଶ୍ୱର,୬ା୧୦(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ସଚିବ ଭି.କେ ପାଣ୍ଡିଆନ ଶୁକ୍ରବାର ପୁରୀ ଗସ୍ତରେ ଯାଇଥିବା ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ସଚିବ ଅଧିକାରୀ ଏବଂ ଏଜେନ୍ସିମାନଙ୍କୁ ଚଳିତବର୍ଷ ଡିସେମ୍ବର ସୁଦ୍ଧା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ…
ଭଉଣୀଙ୍କୁ ଗୁଳିକରି ହତ୍ୟା କଲେ ଭାଇ
କେନ୍ଦୁଝର,୬ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପଣ୍ଡାପଡ଼ା ଥାନା ସୋମଗିରି ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟିଥିବା ନେଇ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ନିଜ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ନିଜ ଭଉଣୀକୁ ଗୁଳି ମାରି ହତ୍ୟା କରିବା ପରେ…
ରେଫର ନ କରି ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ଘରକୁ ପଠାଇଲେ, ମୃତ୍ୟୁ ପରେ ଉତ୍ତେଜନା
ନୟାଗଡ଼,୬ା୧୦(ଲୋକନାଥ ମିଶ୍ର): ରେଫର ନ କରି ଜଣେ ଦୁର୍ଘଟଣା ରୋଗୀଙ୍କୁ ଡାକ୍ତର ଘରକୁ ପଠାଇଦେଲେ। ତେବେ ଉକ୍ତ ରୋଗୀଙ୍କ ମୃତ୍ୟୁ ପରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକ ହେଲେ ସାଗେରି ମହାପାତ୍ର (୫୫)। ନୟାଗଡ଼ ଜିଲା ଶରଣକୁଳ…
ଚିତ୍ତରଞ୍ଜନ ତ୍ରିପାଠୀ ଏନ୍ଏସ୍ଡି ନିର୍ଦ୍ଦେଶକ
ଭୁବନେଶ୍ୱର,୬ା୧୦(ଶର୍ମିଷ୍ଠା ପାଣିଗ୍ରାହୀ):ନ୍ୟାଶନାଲ ସ୍କୁଲ୍ ଅଫ୍ ଡ୍ରାମା (ଏନ୍ଏସ୍ଡି)ର ନିର୍ଦ୍ଦେଶକ ଭାବେ ଅଭିନେତା ଚିତ୍ତରଞ୍ଜନ ତ୍ରିପାଠୀଙ୍କ ନାମ ଘୋଷଣା କରାଯାଇଛି। ତାଙ୍କ ଘର ଭଦ୍ରକ ଜିଲା ଅନ୍ତର୍ଗତ ଚାନ୍ଦବାଲିରେ। ସେ କେବଳ ଜଣେ ଅଭିନେତା ନୁହନ୍ତି, ସିନେ ନିର୍ଦ୍ଦେଶକ, ଲେଖକ ଓ ସଙ୍ଗୀତ…
ଡିଏନ୍ଏ ରିପୋର୍ଟ: ପୁଅ ନୁହେଁ, ଝିଅ ହୋଇଥିଲା
ଭୁବନେଶ୍ୱର,୬ା୧୦(ସତ୍ୟଜିତ୍ ରାଉତ):ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ଘଟଣାର ୯ଦିନ ପରେ ଗୁରୁବାର ସତ ପଦାକୁ ଆସିଛି। ଅଭିଯୋଗକାରୀ ପିତା ତଥା କେନ୍ଦ୍ରାପଡ଼ା ଜିଲା ରାଜକନିକା ଅଞ୍ଚଳର ବାସିନ୍ଦା ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ସ୍ତ୍ରୀଙ୍କର ପୁଅ ନୁହେଁ, ଝିଅ ହିଁ ଜନ୍ମ…
ଗୁଣିଗାରେଡ଼ିକୁ ନେଇ ହତ୍ୟା: ମୁଖ୍ୟ ଅଭିଯୁକ୍ତ ପୁତୁରା ଗିରଫ
ଭବାନୀପାଟଣା/ଜୁନାଗଡ଼,୫।୧୦(ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଧୀନ ଶଙ୍କରପଲା ଗ୍ରାମରେ ଗତ ରବିବାର ଘଟିଥିବା ଟ୍ରିପଲ ମର୍ଡର ଘଟଣାର ଫର୍ଦ୍ଦାଫାଶ କରିଛି ଜୁନାଗଡ଼ ପୋଲିସ। ଗୁଣି ଗାରେଡିକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି। ଏହି ଘଟଣାରେ…
ଓଡ଼ିଆ ଯବାନ ଶହୀଦ
କାମାକ୍ଷାନଗର,୫ା୧୦(ସୁଧୀର କୁମାର ପରିଡ଼ା)- ଉତ୍ତର ସିକିମ୍ର ଲୋନାକ ଲେକ୍ ଅଞ୍ଚଳରେ ମଙ୍ଗଳବାର ରାତିରେ ହୋଇଥିବା ବାଦଲଫଟା ବର୍ଷା ପରେ ତିସ୍ତା ନଦୀ ଅବବାହିକାରେ ଆସିଥିବା ବନ୍ୟାରେ ଭାସିଯାଇ ନିଖୋଜ ହୋଇଯାଇଥିବା ଓଡ଼ିଆ ଯବାନ ସରୋଜ କୁମାର ଦାସ (୨୯) ଶହୀଦ ହୋଇଯାଇଛନ୍ତି।…
ଟେକ୍ନୋଲୋଜି ହେଉଛି ଆମ ଭବିଷ୍ୟତର ମୂଳ ସ୍ଥାନ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୫ା୧୦(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଆଇଏମ୍ଏମ୍ଟି ଅଡିଟୋରିୟମ ଭୁବନେଶ୍ୱରରେ ବିପିୟୁଟି ଟେକ୍ କାର୍ନିଭାଲ-୨୦୨୩ର ଉଦ୍ଘାଟନ କରି କହିଛନ୍ତି, ଟେକ୍ନୋଲୋଜି ହେଉଛି ଆମ ଭବିଷ୍ୟତର ମୂଳ ସ୍ଥାନ। ଆମର ଅଭିବୃଦ୍ଧି, ଆମର ମଙ୍ଗଳ, ସବୁକିଛି ଉନ୍ନତ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା…
ଆର୍ଟିଓ ବିଭାଗ ପକ୍ଷରୁ ଚାଲିଛି ସ୍କୁଲ ବସ୍ ଯାଞ୍ଚ, ୬୫୦୦୦ ଟଙ୍କା ଫାଇନ୍ ଆଦାୟ
ରାୟଗଡ଼ା,୫ା୧୦(ଭାଗ୍ୟଶ୍ରୀ ମିଶ୍ର): ଓଡ଼ିଶା ଟ୍ରାନ୍ସ ପୋର୍ଟ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ଦିନିକିଆ ସ୍କୁଲ ବସ୍ ଯାଞ୍ଚ କରାଯାଉଛି। ରାୟଗଡ଼ା ସହରର କପିଳାସ ଛକରେ ଆଜି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଏହି ଯାଞ୍ଚ କରାଯାଇଛି। ଇନ୍ସପେକ୍ଟର ଜେ.ଭରା ସଗରିଆଙ୍କ ନେତୃତ୍ୱରେ…
୨୬ ମନ୍ଦିରର ନବୀକରଣରେ ଖର୍ଚ୍ଚ ହେବ ୪୨ କୋଟି ୪୯ ଲକ୍ଷ ଟଙ୍କା
ଛତ୍ରପୁର,୫ା୧୦(ଦିଲ୍ଲୀପ ସାମଲ): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫ଟି ସଚିବ ଭି.କେ ପାଣ୍ଡିଆନ ଗଞ୍ଜାମ ଜିଲାକୁ ଅଗଷ୍ଟ ୨୫ ରୁ ୨୭ ତିନି ଦିନ ହିଞ୍ଜିଳି ବ୍ୟତୀତ ୧୨ଟି ନିର୍ବାଚନ ମଣ୍ଡଳୀ ପରିଦର୍ଶନ କରି ବିଭିନ୍ନ ବର୍ଗର ଲୋକମାନଙ୍କ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ।…
ଡ୍ରେନ୍ରେ ଅଳିଆ, ଶୌଚାଳୟରେ ତାଲା
ଖୋର୍ଦ୍ଧା,୫ା୧୦(ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ପୌରାଞ୍ଚଳରେ ସ୍ବଚ୍ଛତା ପ୍ରହସନ ପାଲଟିଛି। ସହରରୁ ଅଧିକାଂଶ ଦିନ ଅଳିଆ ହଟୁ ନ ଥିବାବେଳେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗତ ସପ୍ତାହେ ହେଲା ଲଘୁଚାପ ବର୍ଷାରେ ଡ୍ରେନରୁ ପାଣି ନିଷ୍କାସନ ହୋଇ ନ ପାରି ରାସ୍ତାରେ ଭାସୁଛି।…
ଡଏଚ୍ଏଚ୍ରେ ଆଇସିୟୁ ଉଦ୍ଘାଟିତ
ଖୋର୍ଦ୍ଧା, ୫ା୧୦ (ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍ଏଚ୍)ରେ ବିଧାୟକ ପାଣ୍ଠିରୁ ଦେଢ କୋଟି ଟଙ୍କା ବ୍ୟୟ ଅଟକଳରେ ୧୦ ଶଯ୍ୟା ବିଶିଷ୍ଟ ଇଣ୍ଟେନ୍ସିଭ କେୟାର ୟୁନିଟ(ଆଇସିୟୁ) ଉଦ୍ଘାଟିତ ହୋଇଯାଇଛି। ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ମୁଖ୍ୟଅତିଥି ଭାବେ ଯୋଗ…

