ବିଜିୟୁର ୬ଷ୍ଠ ସମାବର୍ତ୍ତନ ଉସତ୍ବ

ଭୁବନେଶ୍ୱର,୨୬।୧୧: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି (ବିଜିୟୁ) ର ୬ଷ୍ଠ ସମାବର୍ତ୍ତନ ଉତ୍ସବ ଶନିବାର ବିଶ୍ୱବିଦ୍ୟାଳୟର ଭୁବନେଶ୍ୱର କ୍ୟାମ୍ପସରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ବିଜିୟୁର ୨୦୨୧-୨୩ ବ୍ୟାଚ୍‌ର ସ୍ନାତକୋତ୍ତର ଏବଂ ୨୦୨୦-୨୩ ବ୍ୟାଚ୍‌ର ସ୍ନାତକ ଛାତ୍ରୀଛାତ୍ରମାନଙ୍କ ପାଇଁ ଉକ୍ତ ସମାର୍ବତ୍ତନ ଉତ୍ସବ ଆୟୋଜିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ବିଜିୟୁର ମ୍ୟାନେଜମେଣ୍ଟ, କମ୍ୟୁନିକେଶନ, କମର୍ସ, ସୋସିଆଲ ସାଇନ୍ସ ଏବଂ ଲ’ବିଭାଗର କୃତୀ ଛାତ୍ରୀଛାତ୍ରମାନଙ୍କୁ ଡିଗ୍ରୀ ଏବଂ ସ୍ବର୍ଣ୍ଣପଦକ ପ୍ରଦାନ କରାଯାଇଥିଲାବେଳେ ମହିନ୍ଦ୍ରା ଡିଫେନ୍ସ ଆଣ୍ଡ୍‌ ଏରୋସ୍ପେସ୍‌ର ଅଧ୍ୟକ୍ଷ ପ୍ରକାଶ ଶୁକ୍ଳା ଏବଂ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ବିର୍ଲା ଗ୍ଲୋବାଲ୍‌ ୟୁନିଭର୍ସିଟି ପକ୍ଷରୁ ସମ୍ମାନଜନକ ଡି. ଲିଟ୍‌ ଉପାଧି ପ୍ରଦାନ କରାଯାଇଛି। ସେହିଭଳି ବିର୍ଲା ଏକାଡେମି ଅଫ୍‌ ଆର୍ଟ ଆଣ୍ଡ୍‌ କଲ୍‌ଚର ଏବଂ ବିର୍ଲା ଗ୍ଲୋବାଲ ୟୁନିଭର୍ସିିଟିର ଅଧ୍ୟକ୍ଷା ଜୟଶ୍ରୀ ମୋହତା ସମାବର୍ତ୍ତନ ଉତ୍ସବରେ ସଭାପତିତ୍ୱ କରିଥିଲେ।ି ଡିଗ୍ରୀ ହାସଲ କରିଥିବା ଛାତ୍ରୀଛାତ୍ରଙ୍କୁ ଶୁକ୍ଳା ଅଭିନନ୍ଦନ ଜଣାଇବା ସହ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନ ମଧ୍ୟରେ ଆବଶ୍ୟକ ହେଉଥିବା ସନ୍ତୁଳନକୁ ବଜାୟ ରଖିବା ଉପରେ ଶୁକ୍ଲା ଗୁରୁତ୍ୱାରୋପ କରିଥିଲେ। ଏପରିକି ଏକ ଟିମ୍‌ ମଧ୍ୟରେ କାର୍ଯ୍ୟ କରିବାର ପ୍ରାଧାନ୍ୟକୁ ଜଣେ ଅନୁଭବ କରିବା ସହ ସଂସ୍ଥାର ନିର୍ଭରଯୋଗ୍ୟ ବ୍ୟକ୍ତି ରୂପେ ପାରଦର୍ଶିତା ଲାଭ କରିବା ଉଚିତ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ବିଜିୟୁର ଭିସି ପ୍ରଫେସର ପି.ପି.ମାଥୁର ବିଶ୍ୱବିଦ୍ୟାଳୟର ବାର୍ଷିକ ବିବରଣୀ ସହ ବିଶ୍ୱବିଦ୍ୟାଳୟର ସଫଳତା ଆଦି ବିଷୟରେ ବିସ୍ତୃତ ଭାବେ ମତପ୍ରକାଶ କରିଥିଲେ। ଉକ୍ତ ଉତ୍ସବରେ ବିଜିୟୁର ବୋର୍ଡ ଅଫ୍‌ ଗଭର୍ନର୍ସ ଏବଂ ବୋର୍ଡ ଅଫ୍‌ ମ୍ୟାନେଜମେଣ୍ଟର ସଦସ୍ୟ, ଫାକଲ୍ଟି, ଛାତ୍ରୀଛାତ୍ର ଏବଂ ଅଭିଭାବକମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

ଏଣିକି ଉତ୍କେଲାରୁ ଭୁବନେଶ୍ୱରରୁ ପ୍ରତିଦିନ ଉଡ଼ିବ ବିମାନ, ଯାତ୍ରୀଙ୍କ ମହଲରେ ଖୁସିର ଲହରୀ; ଜାଣନ୍ତୁ ଟିକେଟ ଦର…

କେସିଙ୍ଗା,୨୩।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାବାସୀଙ୍କ ପାଇଁ ଏକ ବଡ଼ ଖୁସିର ଖବର। ଜିଲାର ଏକମାତ୍ର ବିମାନବନ୍ଦର ଉତ୍କେଲା ବିମାନ ବନ୍ଦରରୁ ରାଜଧାନୀ ଭୁବନେଶ୍ୱରକୁ ପ୍ରତିଦିନ ବିମାନ ଉଡ଼ିବ।…

ଏସିଆନ ଗେମ୍ସ ଚୟନରେ ଭାଗନେବେ ଭିନେଶ

ନୂଆଦିଲ୍ଲୀ, ୨୩ା୫: ରେସଲର ଭିନେଶ ଫୋଗତ ଆଗାମୀ ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ଭାଗ ନେବେ। ଏଥିନେଇ ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଅନୁମତି ପ୍ରଦାନ କରିବା ସହ…

କୋଟିଏ ଟଙ୍କାର ବୀମା ଟଙ୍କା ପାଇଁ ସ୍ବାମୀଙ୍କ ଉପରେ ଲାଗିଲା ଗୁରୁତର ଅଭିଯୋଗ! ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଭିଡ଼ିଓ

ଚେନ୍ନାଇ,୨୩।୫: ତେଲେଙ୍ଗାନାର ଖମ୍ମମ ଜିଲାର ଥିରୁମାଲାୟାପାଲେମ ମଣ୍ଡଳରେ ଅବସ୍ଥିତ ଗୋଲ ଥାଣ୍ଡା ଗାଁରେ ଜଣେ ୨୯ ବର୍ଷୀୟ ବିବାହିତ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଛି। ମୃତକଙ୍କ…

ନିଖିଲ ହାଡପା ଗୁଳିକାଣ୍ଡ ମାମଲା: ପୋଲିସର ଫ୍ଲାଗମାର୍ଚ୍ଚ, ୯ ଅଭିଯୁକ୍ତ ଜିଲ୍ଲା ବାହାର ଜେଲକୁ ସ୍ଥାନାନ୍ତର

ଗୁଣପୁର, ୨୩।୫ (ସୁଜାତା ପାଢ଼ୀ): ନିଖିଲ ହାଡପା ଗୁଳିକାଣ୍ଡ ଘଟଣା ପରେ ରାୟଗଡା ସହରରେ ଉତ୍ତେଜନା ଜାରି ରହିଛି। ଶୁକ୍ରବାର ରାତିରେ ରାୟଗଡା ଟାଉନ ଥାନା ସମ୍ମୁଖରେ…

ବିଦ୍ୟୁତ କାର୍ଯ୍ୟାଳୟରେ ତାଲା ପକାଇଲେ ତାଳପଡା ଗ୍ରାମବାସୀ: ଅଘୋଷିତ ବିଦ୍ୟୁତ କାଟ …

ପାତ୍ରପୁର, ୨୩/୦୫ (ଉମା ଚରଣ ନେପାକ): ଅଘୋଷିତ ବିଦ୍ୟୁତ କାଟ ଓ ଏସ୍‌ ନୁଆଗାଁ ଗ୍ରାମ ଉପର ପଟରୁ ଯାଇଥିବା ୧୧ କେଭି ତାର ସ୍ଥାନାନ୍ତର ଦାବିକୁ…

ଶୁଭେନ୍ଦୁଙ୍କ ବଡ଼ ଆକ୍ସନ, ମମତାଙ୍କୁ ଲାଗିବ ଶକ୍ତ ଧକ୍କା

କୋଲକାତା,୨୩।୫: କୋଲକାତାର ପ୍ରସିଦ୍ଧ ସଲ୍ଟ ଲେକ ଷ୍ଟାଡିୟମ ବାହାରେ ଅବସ୍ଥିତ ଏକ ବିବାଦୀୟ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। ଏହି ମୂର୍ତ୍ତିରେ ଫୁଟବଲ ଉପରେ ଦୁଇଟି ଅସ୍ଥିର ଗୋଡ଼କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri