ଏଣିକି ଯାତ୍ରୀବାହୀ ବସ୍ରେ ବାଣ ନେଉଥିଲେ ହୋଇଯାନ୍ତୁ ସାବଧାନ
ଭୁବନେଶ୍ୱର,୧୧।୧୧: ଏଣିକି ଯାତ୍ରୀବାହୀ ବସ୍ରେ ବାଣ ନେଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଏ ନେଇ ଚେତାବନୀ ଦିଆଯାଇଛି। ଶନିବାର ଭୁବନେଶ୍ୱର ଡେପୁଟି ଅଗ୍ନିଶମ ଅଧିକାରୀ ଅବନୀ ସ୍ବାଇଁ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି। ପଶ୍ଚିମବଙ୍ଗର ଖଡ଼ଗ୍ପୁର ବସ୍ରେ ଶନିବାର ରାତିରେ ଘଟିଥିବା…
ନିଜ ଝିଅକୁ ବଳାତ୍କାର କଲେ ବାପା
ବାଲିମେଳା,୧୧ା୧୧ (ଶିବଦତ୍ତ ସାହୁ): ମାଲକାନଗିରି ଜିଲା ବାଲିମେଳା ସହରରେ ଶୁକ୍ରବାର ଏକ ଲଜ୍ୟାଜନକ ଘଟଣା ଘଟିଛି। ବାପା ନିଜ ଝିଅକୁ ବଳାତ୍କାର କରିବା ପରି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ଖେଳାଇ ଦେଇଛି। ବାଲିମେଳା ଥାନା ଅଞ୍ଚଳର ଜଣେ ୪୦ ବର୍ଷିୟ…
ନୂଆ ଜିଲା ସଭାପତି ନିଯୁକ୍ତି ପରେ ଭାଜପାରେ ଫାଟ
ନୟାଗଡ,୧୧।୧୧(ଲୋକନାଥ ମିଶ୍ର): ଭାଜପାର ନବନିଯୁକ୍ତ ନୟାଗଡ ଜିଲା ସଭାପତିଙ୍କୁ ସ୍ବାଗତ ପାଇଁ ଶୁକ୍ରବାର ସ୍ବାଗତ ସମ୍ବର୍ଦ୍ଧନା ସଭା ଓ ଶୋଭାଯାତ୍ରା ନୟାଗଡ଼ ନିର୍ବାଚନମଣ୍ଡଳୀ ସମେତ ଜିଲା ରାଜନୀତିର ଦୃଶ୍ୟପଟକୁ ବଦଳାଇବା ଆରମ୍ଭ କରିଛି। ପୁରୁଣା ଜିଲା ସଭାପତି ଲାଲା ମନୋଜ ରାୟ…
୨ ବର୍ଷ ୧୦ ମାସର ପ୍ରତୀକ୍ଷା ପରେ ଦର୍ପଣଗଡ଼ ଫେରିଲା ମା’ କୋଟ୍ରାକ୍ଷୀଙ୍କ ମୂର୍ତ୍ତି
ଚଣ୍ଡିଖୋଲ,୧୧ା୧୧(ପ୍ରଦୀପ୍ତ କୁମାର ପୃଷ୍ଟି): ଦୀର୍ଘ ୨ ବର୍ଷ ୧୦ ମାସର ପ୍ରତୀକ୍ଷା ପରେ ଶୁକ୍ରବାର ମା’କୋଟ୍ରାକ୍ଷୀଙ୍କ ମୂର୍ତ୍ତି ଯାଜପୁର ଜିଲା ବଡ଼ଚଣା ଥାନା ଅନ୍ତର୍ଗତ ଦର୍ପଣଗଡ଼ ଗ୍ରାମକୁ ଫେରିଛି। ଏହାପରେ ଗ୍ରାମରେ ଆନନ୍ଦର ଲହରି ଖେଳିଯାଇଛି। ଗୁରୁବାର ଦିଲ୍ଲୀରେ ମା’ଙ୍କ ମୂର୍ତ୍ତିକୁ…
ବଲିଉଡ୍ ଫ୍ୟାଶନ ଡିଜାଇନର, ଓଲିଉଡ୍ର ପ୍ରଯୋଜିକା
ଭୁବନେଶ୍ୱର,୧୧।୧୧(ଶର୍ମିଷ୍ଠା ପାଣିଗ୍ରାହୀ): ସ୍ବପ୍ନ ପୂରଣ ପାଇଁ ବେଳେବେଳେ ଉପଯୁକ୍ତ ସମୟକୁ ଅପେକ୍ଷା କରିବାକୁ ପଡ଼େ। ମାତ୍ର ନିଜର ସ୍ବପ୍ନ ଓ ଆଶାକୁ ଅନ୍ୟର ଇଚ୍ଛାଶକ୍ତି ଆଗରେ ଜଣେ ପ୍ରକୃତ ଉଚ୍ଚାଭିଳାଷୀ ମଣିଷ ହିଁ ହାର ମାନିବାକୁ ଦେଇ ନ ଥାଏ। ତେବେ…
କୋଟି କୋଟି ଟଙ୍କା ଠକି ମାଆ-ପୁଅ ଗିରଫ
କଟକ,୧୧ା୧୧ (କାର୍ତ୍ତିକ ସାହୁ): ପ୍ଲଟ୍ ବିକ୍ରି ନାମରେ ଏକ ବଡ଼ ଧରଣର ଠକେଇ ହୋଇଛି। ଜମି ଦେବାକୁ କହି ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ବାଦାମବାଡ଼ି ଥାନା ପୋଲିସ ମାଆ-ପୁଅଙ୍କୁ ଗିରଫ ପରେ ଶୁକ୍ରବାର କୋର୍ଟ ଚାଲାଣ କରିଛି।…
ଟୁଇନ୍ସିଟିରେ ରାତି ୧୦ଟା ପରେ ବାଣ ଫୁଟାଇବା ମନା
ଭୁବନେଶ୍ୱର,୧୧।୧୧(ସୂର୍ଯ୍ୟକାନ୍ତ ବେହେରା): ବାୟୁ ଓ ଶବ୍ଦ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସାରା ଦେଶରେ ବାଣ ଫୁଟାଇବା ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ। ଏଥିସହ ଏହାକୁ ନିୟନ୍ତ୍ରଣ କରିବାକୁ ଆବଶ୍ୟକ ପଦକ୍ଷେପ ନେବା ଲାଗି ପରାମର୍ଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ପରାମର୍ଶ…
ବିକାଶର ଇତିହାସ ଲେଖୁଛି ‘ଆମ ଓଡ଼ିଶା ନବୀନ ଓଡ଼ିଶା’
ଭୁବନେଶ୍ୱର,୧୧ା୧୧(ଅନିଲ ଦାସ): ସବୁ ପଞ୍ଚାୟତରେ ପହଞ୍ଚିଲା ‘ଆମ ଓଡ଼ିଶା ନବୀନ ଓଡ଼ିଶା’। ରାଜ୍ୟ ସରକାରଙ୍କ ଗ୍ରାମାଭିମୁଖୀ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଉଦ୍ଘାଟନ ଶୁକ୍ରବାର ଶେଷ ହୋଇଛି। ଅକ୍ଟୋବର ୧୦ରୁ ଆରମ୍ଭ ହୋଇ ନଭେମ୍ବର ୧୦ରେ ରେକର୍ଡ ୧୩…
‘ଓଡ଼ିଶା ମିଲେଟ୍ ମିଶନ ବିଶ୍ୱ ମଡେଲ’
ଭୁବନେଶ୍ୱର,୧୧।୧୧(ଶର୍ମିଷ୍ଠା ପାଣିଗ୍ରାହୀ): ମିଲେଟ୍ସ ଆମ ଭାରତର ପାରମ୍ପରିକ ଖାଦ୍ୟ। ଶୁଷ୍କ ଅଞ୍ଚଳରେ ବହୁ କମ୍ ରାସାୟନିକ ସାର ବ୍ୟବହାରରେ ମିଲେଟ ଚାଷ ହୋଇଥାଏ। ଚାଉଳ ଓ ଗହମ ତୁଳନାରେ ଏଥିରେ ଅଧିକ ସୂକ୍ଷ୍ମ ପୋଷକତତ୍ତ୍ବ ରହିଛି ଏବଂ ପ୍ରୋଟିନ୍ର ମାତ୍ରା ମଧ୍ୟ…
୨୧ରେ ରାଷ୍ଟ୍ରପତିଙ୍କ ୨ଦିନିଆ ସମ୍ବଲପୁର ଗସ୍ତ
ସମ୍ବଲପୁର,୧୧ା୧୧(ବି.ଶଙ୍କର): ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆସନ୍ତା ୨୧ରେ ଦୁଇଦିନିଆ ସମ୍ବଲପୁର ଜିଲା ଗସ୍ତ କାର୍ଯ୍ୟକ୍ରମ ରହିଛି। ୨୧ରେ ରାଷ୍ଟ୍ରପତି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି ବୋଲି କୁଳପତି ପ୍ରଫେସର ବଂଶୀଧର…
କୋଲକାତାରୁ ପାରାଦୀପ ଆସୁଥିବା ବସ୍ ଜଳିଗଲା, ୩୬ ଆହତ
ପାରାଦୀପ, ୧୦ା୧୧(ଶରତ ରାଉତ)କୋଲକାତାର ବାବୁଘାଟ ବସ୍ ଟର୍ମିନାଲରୁ ପାରାଦୀପ ଆସୁଥିବା ଏକ ଶତୀତାପ ନିୟନ୍ତ୍ରିତ ଯାତ୍ରୀବାହୀ ବସ୍ ‘ଶିବମ୍ ଟ୍ରାଭେଲ୍ସ’ ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୦ଟାରେ ଚଳନ୍ତା ଅବସ୍ଥାରେ ଜଳିଯାଇଛି। ପଶ୍ଚିମବଙ୍ଗର ଖଡ଼ଗପୁର ଥାନା ଅନ୍ତର୍ଗତ ମାଡ଼ପୁରଠାରେ ଏହି ଘଟଣା…
କୋଟିପତିି ଆୟୁର୍ବେଦ କଲେଜ ଅଧ୍ୟକ୍ଷ ଗିରଫ: ଆୟଠାରୁ ୧୧୩ ପ୍ରତିଶତ ଅଧିକ ସମ୍ପତ୍ତି ଠାବ
ଭୁବନେଶ୍ୱର,୧୦।୧୧ (ସତ୍ୟଜିତ୍ ରାଉତ): ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଜିଲା ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଓ ହସ୍ପିଟାଲ ଅଧ୍ୟକ୍ଷ ସୁଦର୍ଶନ ବେହେରାଙ୍କୁ ଶୁକ୍ରବାର ଭିଜିଲାନ୍ସ ଗିରଫ କରିଛି। ଭିଜିଲାନ୍ସ ପକ୍ଷରୁ ହୋଇଥିବା ଚଢ଼ାଉରେ ସୁଦର୍ଶନଙ୍କ ବିପୁଳ ଆୟବହିର୍ଭୂତ ସମ୍ପତ୍ତି…

