ମିଛର ମୁକାବିଲା କର: ନବୀନ
ଭୁବନେଶ୍ୱର,୧୬।୧୨(ଅନିଲ ଦାସ): ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର କାର୍ଯ୍ୟକାରିଣୀ ବୈଠକକୁ ସମ୍ବୋଧିତ କରି କହିଛନ୍ତି, ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ହେବ। ଓଡ଼ିଶାବାସୀ ଜାଣିଛନ୍ତି, ହଜାରେ ମିଛ କେବେ ସତ ହେବନାହିଁ। ଘରେ ଘରେ ଶଙ୍ଖ ବାଜିବ। ସତ୍ୟର…
୩୫୩ କୋଟି ଜବତର ୧୦ ଦିନ ପରେ ମୁହଁ ଖୋଲିଲେ ଧୀରଜ, ଟଙ୍କା ତାଙ୍କର ନୁହେଁ, କମ୍ପାନୀର…
ନୂଆଦିଲ୍ଲୀ,୧୫ା୧୨ :କଂଗ୍ରେସ ଏମ୍ପି ଧୀରଜ ସାହୁଙ୍କର ଓଡ଼ିଶା ଓ ଝାଡ଼ଖଣ୍ଡରେ ଥିବା ଘର ଓ ସଂସ୍ଥା ଉପରେ ଆୟକର ବିଭାଗ ଚଢ଼ାଉ କରି ୩୫୩.୫ କୋଟି ଟଙ୍କା ଜବତ କରିବାର ୧୦ ଦିନ ପରେ ସେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି।…
ଆଇପିଏସ୍ ଅଫିସର ସ୍ତରରେ ଅଦଳବଦଳ: ବି. ରାଧିକା ପୋଲିସ ରିକ୍ର୍ୟୁଟମେଣ୍ଟ ବୋର୍ଡ ଅଧ୍ୟକ୍ଷ
ଭୁବନେଶ୍ୱର,୧୫।୧୨(ଅନିଲ ଦାସ): ରାଜ୍ୟ ସରକାର ଆଇପିଏସ୍ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ଏ ନେଇ ଶୁକ୍ରବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁସାରେ କେନ୍ଦ୍ରୀୟ ଡେପୁଟେଶନରୁ ଫେରିଥିବା ୧୯୮୯ ବ୍ୟାଚ୍ ଆଇପିଏସ୍ ଅଫିସର ବି.ରାଧିକାଙ୍କୁ ରାଜ୍ୟ…
ଭିଜିଲାନ୍ସ ଜାଲରେ ଅତିରିକ୍ତ ମତ୍ସ୍ୟ ଅଧିକାରୀ
ସମ୍ବଲପୁର/ନାକଟିଦେଉଳ,୧୫ା୧୨(ପ୍ରମୋଦ ବହିଦାର/ବୈକୁଣ୍ଠ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଅତିରିକ୍ତ ମତ୍ସ୍ୟ ଅଧିକାରୀ ସ୍ନେହଲତା ମହାନ୍ତି ଶୁକ୍ରବାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। କୁଣ୍ଡରେ କାର୍ପ ମାଛ ଜାଆଁଳ ଚାଷ ପାଇଁ ନେଇଥିବା ଋଣ ପରିଶୋଧ ପରେ ସବ୍ସିଡି ଅନୁମୋଦନ…
ପିଲାଙ୍କୁ ପଢ଼ାଇଲେ ବିଧାୟକ ସୂର୍ଯ୍ୟବଂଶୀ
ଧାମନଗର,୧୫।୧୨(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗରର ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୂରଜ ହଠାତ୍ ଏକ ବିଦ୍ୟାଳୟକୁ ପଶିଯିବା ଏବଂ ସେଠାରେ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବା ସହ ସେମାନଙ୍କ ସମସ୍ୟା ବୁଝିବା ଓ ସମାଧାନର ପ୍ରତିଶ୍ରୁତି ଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ…
ଅନ୍ତିମ ସତ୍କାରକୁ ନେଇ ଦୁଇ ଗ୍ରାମବାସୀ ମୁହାଁମୁହିଁ
ମୋରଡା,୧୫।୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିଦପୁର ବ୍ଲକ ଅଧୀନ ରାସଗୋବିଦପୁର ପଞ୍ଚାୟତରେ ଶୁକ୍ରବାର ଅନ୍ତିମ ସତ୍କାରକୁ କେନ୍ଦ୍ର କରି ସାରମୂଳା ପଞ୍ଚାୟତ ଓ ରାସଗୋବିଦପୁର ପଞ୍ଚାୟତର ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି l ମିଳିଥିବା ସୂଚନା ମୁତାବକ, ରାସଗୋବିଦପୁର ପଞ୍ଚାୟତର କନ୍ଦ୍ରା ନାଏକଙ୍କ…
ନିର୍ବାଚନ ଲଢ଼ିବେନି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ: ଦେବୀ ମିଶ୍ର
ଭୁବନେଶ୍ୱର,୧୫।୧୨: ସବୁ ଚର୍ଚ୍ଚାର ଅନ୍ତ ଘଟାଇ ବଡ଼ ନିଷ୍ପତ୍ତି ନେଇଛନ୍ତି ନିକଟରେ ପ୍ରଶାସନିକ ସେବାରୁ ସ୍ବେଛାକୃତ ଅବସର ନେଇ ବିଜେଡିରେ ଯୋଗ ଦେଇଥିବା ଭି. କାର୍ତ୍ତିକ ପାଣ୍ଡିଆନ। ଶୁକ୍ରବାର ବିଜୁ ଜନତା ଦଳର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ବସିଥିବା ପରିବର୍ଦ୍ଧିତ…
ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନା ଅବଧିକୁ ଆଉ ୫ ବର୍ଷ ବଢ଼ାଇଲେ ସରକାର
ଭୁବନେଶ୍ୱର,୧୫ା୧୨: ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାର ଅବଧିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ୫ ବର୍ଷକୁ ବୃଦ୍ଧି କରିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାରେ ରାଜ୍ୟର ୩,୧୪,୯୨୩ ପରିବାରର ୯,୯୭,୦୫୫ ଜଣ ଅନ୍ତର୍ଭୁକ୍ତ ହୋଇଛନ୍ତି। ସେମାନେ ପ୍ରତ୍ୟେକ ମାଗଣାରେ ମାସକୁ ୫ କେଜି…
କଲେଜ ଛାତ୍ରଙ୍କୁ ଛୁରି ଭୁସି ହତ୍ୟା
ରାୟଗଡ଼ା,୧୫।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ଗୌତମନଗରଠାରେ ଶୁକ୍ରବାର ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ଦୁଇ ଜଣ ଦୁର୍ବୃତ୍ତ ଏହି କାଣ୍ଡ ଭିଆଇ ଫେରାର ହୋଇଯାଇଛନ୍ତି। ମୃତକ ହେଉଛନ୍ତି ପ୍ରମୋଦ କିଲାକା(୨୧)। ପ୍ରମୋଦ ନିଜ ଭାଣିଜୀଙ୍କୁ ସ୍କୁଲରୁ ଧରି…
ଫେବୃୟାରୀ ୧୬ରୁ ଯୁକ୍ତ ଦୁଇ ପରୀକ୍ଷା
ଭୁବନେଶ୍ୱର,୧୫ା୧୨: ଆସନ୍ତା ଫେବୃୟାରୀ ୧୬ରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏହି ପରୀକ୍ଷା ଫେବୃୟାରୀ ୧୬ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବ। କାଉନ୍ସିଲର…
ଆଜିଠାରୁ ଆରମ୍ଭ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା, ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୫।୧୨: ଭୁବନେଶ୍ୱରର ଜନତା ମଇଦାନରେ ଆଜିଠାରୁ ଅଷ୍ଟାଦଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ ହେଉଛି । ଏହି ମେଳାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଚଳିତବର୍ଷ ଏହି ମେଳାରେ ରାଜ୍ୟ ଏବଂ…
ଜାଡ଼ରେ ଥରୁଛି ଦାରିଙ୍ଗବାଡ଼ି
ଦାରିଙ୍ଗବାଡ଼ି,୧୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେବା ସହ ପାରଦ ତଳମୁହାଁ ହୋଇଛି। ୧୦ ଡିଗ୍ରୀ ତଳେ ପାରଦ ରହୁଥିବା ବେଳେ ଆଭ୍ୟନ୍ତରୀଣ ଅଞ୍ଚଳରେ ଅସହ୍ୟ ଶୀତ ଅନୁଭୂତ ହେଉଛି। ଶୁକ୍ରବାର ସକାଳ…

