ବିଶ୍ୱ ଦେଖିବ ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ

ଭୁବନେଶ୍ୱର,୩।୨(ଶର୍ମିଷ୍ଠା ପାଣିଗ୍ରାହୀ/ଅନିଲ ଦାସ): ଓଡ଼ିଶା ପ୍ରଥମ ଭାଷାଭିତ୍ତିକ ରାଜ୍ୟ। ପ୍ରଥମ ଥର ପାଇଁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରି ପୁଣିଥରେ ଓଡ଼ିଶା ବିଶ୍ୱରେ ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରିଛି। ସବୁଠି ଉତ୍ସାହ, ଉଦ୍ଦୀପନା। ଭାଷାକୁ ନେଇ ସବୁଠି ପାଳନ ହେଉଛି ଉତ୍ସବ। ଓଡ଼ିଆ ଭାଷାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି। ଗାଁଠୁ ସହର, ସ୍କୁଲରୁ କଲେଜ ସବୁଠି ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ସମ୍ପର୍କିତ କାର୍ଯ୍ୟକ୍ରମ ଆୟୋଜନ ହେଉଛି। ବିଶ୍ୱ ଦେଖୁଛି ଓଡ଼ିଆ ବର୍ଣ୍ଣମାଳ ଅ..ଆ..। ପିଲାଠୁ ନେଇ ବୟସ୍କ ସମସ୍ତେ ଆଜି ନିଜ ଭାଷାକୁ ସ୍ବତନ୍ତ୍ର ଭାବେ ପାଳନ କରିବାକୁ ଉତ୍ସାହିତ। ଦୂରରେ ରହି ଓଡ଼ିଆ ବୋଲି ଆଜି ଗର୍ବ କରୁଛନ୍ତି ପ୍ରବାସୀ। ସରକାରଙ୍କ ଏହି ପ୍ରୟାସକୁ ସମଗ୍ର ଓଡ଼ିଶାବାସୀ ଆଜି ଭୁରିଭୁରି ପ୍ରଶଂସା କରୁଛନ୍ତି। ଆଜି ପ୍ରତି ଓଡ଼ିଆଙ୍କ ମନରେ ଭାଷା ପ୍ରତି ପୁନଃ ଏକ ସଚେତନତା ଆସିଛି। ଶନିବାରଠାରୁ ସ୍ଥାନୀୟ ଜନତା ମଇଦାନରେ ୩ଦିନ ଧରି ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଚାଲିବ। ଏ ନେଇ ବ୍ୟାପକ ଆୟୋଜନ କରାଯାଇଛି।
ସମ୍ମିଳନୀର ପ୍ରଥମ ଦିନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ। ତାଙ୍କ ସହ ଐତିହାସିକ ପଦ୍ମଶ୍ରୀ ହରମାନ କୁଲକେ, ପ୍ରଫେସର ଇଉଇ ସ୍କୋଡା ଉଦ୍‌ଘାଟନୀ ଦିବସରେ ଯୋଗଦେବେ। ଏହି ଅବସରରେ ବିଶିଷ୍ଟ ଭାଷାବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମାନ ସହ ପୁରସ୍କାର ବାବଦରେ ୨୦ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ଦ୍ୱିତୀୟ ଦିବସରେ ପଦ୍ମ ପୁରସ୍କାର ସହିତ ଅନ୍ୟାନ୍ୟ ମର୍ଯ୍ୟାଦାଜନକ ପୁରସ୍କାର ପାଇଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା ଦିଆଯିବ। ଉଦ୍‌ଯାପନୀ ଦିବସରେ ପ୍ରଫେସର ଆର୍ଲୋ ଗ୍ରିଫିଥ୍‌ସ ଓ ପ୍ରଫେସର ଆଣ୍ଟେ ସ୍କିମେଡିଚେନ୍‌ ଉପସ୍ଥିତ ରହିବେ। ‘୨୦୩୬ରେ ଓଡ଼ିଶା:ନବଦିଗନ୍ତର ସମ୍ଭାବନା’,
‘ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଯୁଗରେ ଓଡ଼ିଆ ଭାଷା: ସୁଯୋଗ ଓ ଭବିଷ୍ୟତ’, ‘ସଂସ୍କୃତି ଓ ଐତିହ୍ୟ: ରାଜ୍ୟର ସୂକ୍ଷ୍ମଶକ୍ତି’, ‘ବିଜ୍ଞାନ କ୍ଷେତ୍ରରେ ଓଡ଼ିଆ ଭାଷାର ପ୍ରୟୋଗ ଓ ଭାଷାରୁ ଅନ୍ୟ ଭାଷା ଏବଂ ଅନ୍ୟ ଭାଷାରୁ ଓଡ଼ିଆ ଭାଷା ଅନୁବାଦ’ ଆଦି ଶୀର୍ଷକରେ ୩ଦିନ ବ୍ୟାପୀ ଆଲୋଚନା କରାଯିବ। ସାରେ ଓଡ଼ିଶୀ ନୃତ୍ୟ ସହ ଲୋକକଳା ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆଦିବାସୀ ନୃତ୍ୟକଳା ସମେତ ଅନ୍ୟାନ୍ୟ ପାରମ୍ପରିକ ନୃତ୍ୟ ପରିବେଷିଣ ହେବ।
ଜନତା ମଇଦାନକୁ ସଂଗ୍ରହାଳୟ ଭାବେ ସୁସଜ୍ଜିତ କରାଯାଇଛି। ଓଡ଼ିଆ ବର୍ଣ୍ଣମାଳାକୁ ବେଶ୍‌ ସୁନ୍ଦର ଭାବେ ଏଠାରେ ସ୍ଥାନିତ କରାଯାଇଛି। ଏକ ପୂର୍ଣ୍ଣାଙ୍ଗ ‘କୋଣାର୍କ ଅଶ୍ୱ’ ପ୍ରତିମୂର୍ତ୍ତିକୁ ପ୍ରତୀକ ଭାବରେ କେନ୍ଦ୍ରୀୟ ସ୍ଥଳରେ ସ୍ଥାନିତ କରାଯିବ। ସମ୍ମିଳନୀରେ ଭାଷା, ସାହିତ୍ୟ, ସଂସ୍କୃତି ଓ ନୌବାଣିଜ୍ୟ ପରମ୍ପରା ସହ ଜନଜାତି ସମ୍ପର୍କିତ ପ୍ରଦର୍ଶନୀ ରହିବ। ଏହି ପ୍ରଦର୍ଶନୀରେ ଓଡ଼ିଆ ଭାଷା ଏବଂ ଲିପିର ଉତ୍ପତ୍ତି ଓ ବିବର୍ତ୍ତନ, ପ୍ରାଚୀନ ପ୍ରସ୍ତର ଅଭିଲେଖ, ତାମ୍ରଫଳକ, ତାଳପତ୍ର ପୋଥି, କଳିଙ୍ଗଶୈଳୀର ମନ୍ଦିର ସ୍ଥାପତ୍ୟ, ଓ ନୌବାଣିଜ୍ୟ ସମ୍ପର୍କିତ କଳାକୃତିଗୁଡିକ ସୁଦୃଶ୍ୟ ଚିତ୍ରପଟ ମାଧ୍ୟମରେ ପ୍ରଦର୍ଶିତ ହେବ। ପ୍ରିଣ୍ଟିଂ ପ୍ରେସ୍‌ର ଆଗମନ ଏବଂ ଓଡ଼ିଆ ଭାଷାର ପ୍ରସାରରେ ଏହାର ପ୍ରଭାବ ଉପଯୁକ୍ତ କଳାକୃତି ଏବଂ ଫଟୋ ସହିତ ସମସାମୟିକ ଖବରକାଗଜ, ପତ୍ରପତ୍ରିକା ଏବଂ ଆଧୁନିକ ଚିନ୍ତାନାୟକମାନଙ୍କର ଭାବଧାରା ମଧ୍ୟ ପ୍ରଦର୍ଶିତ ହେବ। ଅତୀତର କୃତବିଦ୍ୟ ସାଧକମାନଙ୍କର ଅବଦାନକୁ ସ୍ମରଣକରି ତାଙ୍କର ପ୍ରତିମୂର୍ତ୍ତି ଓ ତୈଳଚିତ୍ର ପ୍ରଦର୍ଶିତ କରାଯାଉଛି। ବିଶିଷ୍ଟ ବ୍ୟକ୍ତିବିଶେଷଙ୍କର ଓଡ଼ିଆ ଦସ୍ତଖତ ପ୍ରଦର୍ଶିତ ହେବ।
ସମ୍ମିଳନୀରେ ଆଦିକବି ସାରଳା ଦାସ, ଅତିବଡ଼ୀ ଜଗନ୍ନାଥ ଦାସ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ବ୍ୟାସକବି ଫକୀର ମୋହନ ସେନାପତିଙ୍କ ନାମରେ ନାମିତ ଚାରୋଟି କକ୍ଷରେ ଓଡ଼ିଆ ଭାଷାକୁ ନେଇ ବିଭିନ୍ନ ସମ୍ପାନରେ ପ୍ରାସଙ୍ଗିକ ବିଷୟବସ୍ତୁ ଉପରେ ତଥ୍ୟଭିତ୍ତିକ ଆଲୋଚନା ଅନୁଷ୍ଠିତ ହେବ।
ଏହି ସମ୍ମିଳନୀକୁ ସ୍ମରଣୀୟ କରିବା ପାଇଁ ପୂର୍ବାହ୍ନ ୧୧ଟା ୩୦ରେ ରାଜ୍ୟ ତଥା ଦେଶବିଦେଶରେ ରହୁଥିବା ଓଡ଼ିଆ ଭଉଣୀଭାଇମାନେ ଏକକାଳୀନ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରିବେ। ଯାହା ଏକ ନିଆରା ପରିବେଶ ସୃଷ୍ଟି କରିବ। ପ୍ରଦର୍ଶନୀକୁ ପିଲାମାନଙ୍କ ପାଇଁ ଅଧିକ ଚଳଚଞ୍ଚଳ କରିବାକୁ ଡାକ ପ୍ରକୋଷ୍ଠ ଏବଂ ସୂଚନା ଫଳକ ପ୍ରଦର୍ଶିତ ହେବ।
ସମ୍ମିଳନୀ ସହ ପ୍ରତ୍ୟେକ ଓଡ଼ିଆଙ୍କୁ ଯୋଡ଼ିବାର ପ୍ରୟାସ ମଧ୍ୟ କରାଯାଇଛି। ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି ସମ୍ମିଳନୀ ଆୟୋଜନ ହେଉଥିବାରୁ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ପାଉଛି । ଏପରି କି ଅନଲାଇନ ମାଧ୍ୟମରେ ବହୁ ପ୍ରବାସୀ ଭାଗ ନେବେ । ପ୍ରାୟ ୧୩ ଲକ୍ଷ ପ୍ରବାସୀ ଓଡ଼ିଆଙ୍କୁ ଅନଲାଇନ ମାଧ୍ୟମରେ ଯୋଡ଼ିବା ପାଇଁ ବ୍ୟବସ୍ଥା କରାଯାଇଛି । ସେହିପରି ଭାଷା, ସଂସ୍କୃତିକୁ ମନୋରଞ୍ଜନ ମାଧ୍ୟମରେ ପହଞ୍ଚାଇବା ପାଇଁ ଭୁବନେଶ୍ୱରରେ ଏକାମ୍ର ଉତ୍ସବ ଆରମ୍ଭ ହେଉଛି। ଯେଉଁଠି କାହାଣୀ, ସଙ୍ଗୀତ, ନୃତ୍ୟ, ଓଡ଼ିଶାର କାରିଗରିକୁ ନେଇ କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?