ଜିଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ୱାର୍ଡରେ ଲାଗିଲା ନିଆଁ
ଭବାନୀପାଟଣା,୨୩।୨୪ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ମହିଳା ଓ ଶିଶୁ ୱାର୍ଡରେ ସୋମବାର ବିଳମ୍ବିତ ରାତିରେ ନିଆଁ ଲାଗିଯାଇଥିଲା। ଡାକ୍ତର ଖାନାର ଚତୁର୍ଥ ମହଲାରେ ଏହି ନିଆଁ ଲାଗି ଥିବା ବେଳେ…
୩ ବରିଷ୍ଠ ନେତାଙ୍କ ଉପରୁ ହଟିଲା ନିଲମ୍ବନ ଆଦେଶ
କଟକ,୨୩।୧: ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ତାର ଘର ସଜଡ଼ା ଆରମ୍ଭ କରି ଦେଇଛି । ମଙ୍ଗଳବାର ୩ ବରିଷ୍ଠ ନେତାଙ୍କ ଉପରୁ କଂଗ୍ରେସ ନିଲମ୍ବନ ଆଦେଶ ଉଠାଇଛି। ସେମାନେ ହେଲେ, କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍, ବରିଷ୍ଠ କଂଗ୍ରେସ ନେତା…
OSRTC ବସ୍କୁ ଧକ୍କା ଦେଲା ଘରୋଇ ବସ: ଏକାଧିକ ଆହତ
ଭୁବନେଶ୍ୱର,୨୩।୧: ଭୁବନେଶ୍ୱରର ବାଣୀବିହାର ଓଭରବ୍ରିଜ ଉପରେ ମଙ୍ଗଳବାର ସକାଳୁ ଏକ ଦୁର୍ଘଟଣା ଘଟିଛି। OSRTC ବସ୍କୁ ପଛରୁ ଏକ ଘରୋଇ ବସ୍କୁ ଧକ୍କା ଦେଇଛି ଘରୋଇ ବସ। ଏହି ଦୁର୍ଘଟଣାରେ ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି। ବସ୍ଟି ଯାତ୍ରୀଙ୍କୁ ଉଠାଇବା ପାଇଁ…
ଆଜିଠୁ ବିଜେଡିର ପରିବାର ସମ୍ପର୍କ ଯାତ୍ରା
ଭୁବନେଶ୍ୱର, ୨୩ା୧(ଅସମାପିକା ସାହୁ):ବିଜେଡିର ପରିବାର ସମ୍ପର୍କ ଯାତ୍ରା ମଙ୍ଗଳବାରଠାରୁ ଆରମ୍ଭ ହେବ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରୁ ମାର୍ଚ୍ଚ ୫ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଯାଏ ବିଜେଡି ପକ୍ଷରୁ ଏହି ଅଭିଯାନ ଚାଲିବ। ପରିବାର ସହ ନେତା…
ମୋକିମ, ଚିରଞ୍ଜୀବଙ୍କ ଉପରୁ ଉଠିପାରେ ନିଲମ୍ବନ
ଭୁବନେଶ୍ୱର,୨୩।୧(ଶର୍ମିଷ୍ଠା ପାଣିଗ୍ରାହୀ):କଟକ ବିଧାୟକ ମହମ୍ମଦ ମୋକିମ ଓ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳଙ୍କ ଉପରୁ ଖୁବ୍ଶୀଘ୍ର କଂଗ୍ରେସ ନିଲମ୍ବନ ଉଠାଇପାରେ। ପାଖାପାଖି ୬ମାସ ଧରି କଂଗ୍ରେସରୁ ନିଲମ୍ବିତ ହୋଇଥିଲେ ମଧ୍ୟ ସେମାନେ ଅନ୍ୟ କେଉଁ ଦଳରେ ମିଶିନାହାନ୍ତି। ତେବେ ସୋମବାର ଏହି…
ଦଳୀୟ ନେତାଙ୍କ ସହ ଚା’ ପିଇ ଧର୍ମେନ୍ଦ୍ରଙ୍କ ଆଲୋଚନା
କଟକ,୨3।୧(ଶିଳ୍ପା ପ୍ରିୟଦର୍ଶିନୀ):ଅଯୋଧ୍ୟା ରାମମନ୍ଦିରରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକ କାଳିଆବୋଦାସ୍ଥିତ ଶ୍ୟାମାକାଳୀ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ। ପରେ ସେ ୧୫ ମିନିଟ୍ ପର୍ଯ୍ୟନ୍ତ ମନ୍ଦିର ପରିସରରେ ଅତିବାହିତ କରିବା ସହ ସହ ଚା’…
ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ କଟକଣା
ଭୁବନେଶ୍ୱର,୨୩ା୧(ସୂର୍ଯ୍ୟକାନ୍ତ ବେହେରା):ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ଆସନ୍ତା ୨୬ ତାରିଖରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହେବ। ଏଥିପାଇଁ ସର୍ବସାଧାରଣ ଯାତାୟାତ ନିମନ୍ତେ କଟକଣା ଲାଗୁ କରାଯାଇଛି। ସକାଳ ସାଢେ ୬ଟାରୁ ପରେଡ଼ ସରିବା ପର୍ଯ୍ୟନ୍ତ କୌଣସି ଭାରୀଯାନ ଜନପଥ ରାସ୍ତା…
ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡାଙ୍କ ପରଲୋକ
କଟକ,୨୨ା୧(କାର୍ତ୍ତିକ ସାହୁ): ବରିଷ୍ଠ ସାମ୍ବାଦିକ, ସାହିତି୍ୟକ ତଥା ସ୍ତମ୍ଭକାର ଅରୁଣ କୁମାର ପଣ୍ଡାଙ୍କର ୭୬ବର୍ଷ ବୟସରେ କଟକ ସିଡିଏ ସେକ୍ଟର-୬ସ୍ଥିତ ବାସଭବନରେ ସୋମବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ସେ କିଛିଦିନ ହେବ କର୍କଟ ରୋଗରେ ପୀଡ଼ିତ ଥାଇ ଚିକିତ୍ସାଧୀନ ଥିଲେ। ଏଥିସହ…
ଆହୁରି ୩ଦିନ ବର୍ଷା, କୁହୁଡ଼ି ୨୬ରୁ ପାଗ ବଦଳିପାରେ
ଭୁବନେଶ୍ୱର,୨୨।୧(ଅନୁରାଧା ମହାରଣା): ରାଜ୍ୟରେ ଗତକିଛି ଦିନ ଧରି ସ୍ଥାନେ ସ୍ଥାନେ ବର୍ଷା ହେବା ସହ ପାଗ କୋହଲା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁସାରେ, ଆସନ୍ତା ୨୫ ତାରିଖ ଯାଏ କିଛି ଜିଲାରେ ହାଲୁକାରୁ ମଧ୍ୟମ ଧରଣର…
ପ୍ରାଣୀଧନ ଚିକିତ୍ସକଙ୍କ ପ୍ରଶିକ୍ଷଣ ଅବଧି ୧୨ମାସକୁ ହ୍ରାସ କରିବାକୁ ପ୍ରସ୍ତାବ
ଭୁବନେଶ୍ୱର, ୨୨।୧ (ବନ୍ଦନା ସେଠୀ): ସୋମବାର ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ବିଭାଗ ଅନ୍ତର୍ଗତ ଏକ ପ୍ରସ୍ତାବ ରଖାଯାଇଥିଲା। ଓଡ଼ିଶା ପ୍ରାଣୀ ଚିକିତ୍ସା ବୈଷୟିକ ସେବା (ନିଯୁକ୍ତି ସର୍ତ୍ତାବଳୀ) ନିୟମ, ୧୯୮୩ର ପ୍ରସ୍ତାବିତ ସଂଶୋଧନ…
ଗାଡି ଭଡାରେ ଆଣି ଲକ୍ଷାଧିକ ଟଙ୍କା ଠକେଇ,୨ ଗିରଫ
ଭୁବନେଶ୍ୱର,୨୨।୧(ସୂର୍ଯ୍ୟକାନ୍ତ ବେହେରା): ଏଜେନ୍ସିଗୁଡ଼ିକରୁ ଭଡା ସୂତ୍ରରେ ଗାଡି ଆଣୁଥିଲେ। ପରେ ସେହି ଗାଡିକୁ ନିଜର କହି ଅନ୍ୟମାନଙ୍କୁ ଭଡାରେ ଲଗାଇ ମୋଟା ଅଙ୍କର ଟଙ୍କା ଆଣୁଥିଲେ। ହେଲେ ଗାଡିର ପ୍ରକୃତ ମାଲିକାନାକୁ ଟଙ୍କା ନ ଦେଇ ଚଳୁ କରି ଦେଉଥିଲେ। ଦୀର୍ଘଦିନ…
ସୁରଟକୁ ଗଞ୍ଜେଇ ଚାଲଣ ବେଳେ ୨ ଯୁବକ ଗିରଫ
ଭୁବନେଶ୍ୱର,୨୨।୧(ସୂର୍ଯ୍ୟକାନ୍ତ ବେହେରା): ଭୁବନେଶ୍ୱର ବରମୁଣ୍ଡା ବସ ଷ୍ଟାଣ୍ଡରେ ଚଢାଉ କରି ଭରତପୁର ଥାନା ପୋଲିସ ୨ ଯୁବକଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲଣ କରିଛି। ସେମାନେ ହେଲେ ଗଞ୍ଜାମର କାହ୍ନୁ ବେହେରା ଓ ବିହାରର ସୁରଜ ଯାଦବ। ଉଭୟଙ୍କଠାରୁ ସାଢେ…

