ଖାର୍ଗେଙ୍କୁ ଭେଟିଲେ ସପ୍ତଗିରି, ପୁଣି ପ୍ରାର୍ଥୀ ହେବା ସମ୍ଭାବନା ବଢ଼ିଲା

ରାୟଗଡ଼ା,୨୯।୨(ଆଶିଷ ରଞ୍ଜନ ପଣ୍ଡା): କୋରାପୁଟ ଏମ୍‌ପି ସପ୍ତଗିରି ଶଙ୍କର ଉଲାକା ବୁଧବାର ଦିଲ୍ଲୀରେ ଏଆଇସିସି ସଭାପତି ମଲିକାର୍ଜୁନ ଖାର୍ଗେଙ୍କୁ ସାକ୍ଷାତ କରିଛନ୍ତି। ଆସନ୍ତା ନିର୍ବାଚନ ପ୍ରଚାର ପାଇଁ ଖାର୍ଗେ ରାୟଗଡ଼ା ଓ କୋରାପୁଟ ଜିଲା ଗସ୍ତରେ ଆସିବା ପାଇଁ ସପ୍ତଗିରି ତାଙ୍କୁ ନିମନ୍ତ୍ରଣ କରିଛନ୍ତି ।
କୋରାପୁଟ ଲୋକ ସଭା ଆସନ ପାଇଁ କଂଗ୍ରେସରୁ ୧୨ଜଣ ଆଶାୟୀ ପ୍ରାର୍ଥୀ ଅନ୍‌ଲାଇନରେ ଆବେଦନ କରିଥିଲେ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସପ୍ତଗିରିଙ୍କୁ ପୁଣି ରିପିଟ୍‌ କରିବ ଦଳ । ଯେଉଁମାନେ ଅନ୍‌ଲାଇନ ଆବେଦନ କରିଥିଲେ, ସମସ୍ତଙ୍କୁ ପଛରେ ପକାଇ ସପ୍ତଗିରିଙ୍କ ଉପରେ ଦଳୀୟ ହାଇକମାଣ୍ଡ ମୋହର ଲଗାଇଥିବା ଚର୍ଚ୍ଚା ହେଉଛି। ସେହିଭଳି ରାୟଗଡ଼ା ବିଧାନସଭା ଆସନରୁ ୧୧ଜଣ ଆଶାୟୀ ଆବେଦନ କରିଥିଲେ ହେଁ ଆପଲସ୍ବାମୀ କାଡ୍ରାକାଙ୍କୁ ପୁଣି ଦଳ ରିପିଟ୍‌ କରିପାରେ ବୋଲି ଶୁଣିବାକୁ ମିଳୁଛି। ବିଷମକଟକ ବିଧାନସଭା ଆସନରୁ ୨ ଆଶାୟୀ ପ୍ରାର୍ଥୀ ଅଛନ୍ତି। ସେ ୨ ଜଣ ହେଲେ, ଗତ ସାଧାରଣ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ନୀଳମାଧବ ହିକ୍‌କା ଓ ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକାଙ୍କ ପୁଅ ନୀଳମାଧବ ଉଲାକା। ତେବେ ଦଳ ପୁଣି ଥରେ ନୀଳମାଧବ ହିକ୍‌କାଙ୍କୁ ରିପିଟ୍‌ କରିବା ନେଇ ଦଳୀୟ ସ୍ତରରେ ଚର୍ଚ୍ଚା ହେଉଛି। ଏଭଳିକି ଏହି ୩ ଜଣଙ୍କୁ ପ୍ରଚାର ପାଇଁ ମୈଦାନରେ ଓହ୍ଲାଇବାକୁ ଦଳ ପକ୍ଷରୁ ସବୁଜ ସଙ୍କେତ ମିଳିଥିବା ମଧ୍ୟ ଶୁଣିବାକୁ ମିଳୁଛି । ତେବେ ଗୁଣପୁର ବିଧାନସଭା ଆସନ ପାଇଁ ୭ ଜଣ ଆଶାୟୀ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରାର୍ଥୀ ଚୟନ ହୋଇପାରିନାହିଁ । ଅନେକ ଆଶାୟୀ ରହିଥିବା ଯୋଗୁଁ ଦ୍ୱନ୍ଦ୍ୱରେ ଦଳୀୟ ନେତା ପଡ଼ିଛନ୍ତି । ଏଭଳିକି ଗମାଙ୍ଗ ପରିବାରର ଜଣକୁ ଟିକେଟ ପାଇଁ ଛକାପଞ୍ଝା ଲାଗି ରହିଛି । ତେବେ ଗୁଣପୁର ପାଇଁ ମଧ୍ୟ ଶୀଘ୍ର ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ତେବେ ଏ ନେଇ ଦଳ ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା ହୋଇ ନ ଥିବା ବେଳେ ଏମ୍‌ପି ସପ୍ତଗିରିଙ୍କ ସହିତ ଯୋଗାଯୋଗ ସମ୍ଭବପର ହୋଇପାରିନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?