ଖାର୍ଗେଙ୍କୁ ଭେଟିଲେ ସପ୍ତଗିରି, ପୁଣି ପ୍ରାର୍ଥୀ ହେବା ସମ୍ଭାବନା ବଢ଼ିଲା

ରାୟଗଡ଼ା,୨୯।୨(ଆଶିଷ ରଞ୍ଜନ ପଣ୍ଡା): କୋରାପୁଟ ଏମ୍‌ପି ସପ୍ତଗିରି ଶଙ୍କର ଉଲାକା ବୁଧବାର ଦିଲ୍ଲୀରେ ଏଆଇସିସି ସଭାପତି ମଲିକାର୍ଜୁନ ଖାର୍ଗେଙ୍କୁ ସାକ୍ଷାତ କରିଛନ୍ତି। ଆସନ୍ତା ନିର୍ବାଚନ ପ୍ରଚାର ପାଇଁ ଖାର୍ଗେ ରାୟଗଡ଼ା ଓ କୋରାପୁଟ ଜିଲା ଗସ୍ତରେ ଆସିବା ପାଇଁ ସପ୍ତଗିରି ତାଙ୍କୁ ନିମନ୍ତ୍ରଣ କରିଛନ୍ତି ।
କୋରାପୁଟ ଲୋକ ସଭା ଆସନ ପାଇଁ କଂଗ୍ରେସରୁ ୧୨ଜଣ ଆଶାୟୀ ପ୍ରାର୍ଥୀ ଅନ୍‌ଲାଇନରେ ଆବେଦନ କରିଥିଲେ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସପ୍ତଗିରିଙ୍କୁ ପୁଣି ରିପିଟ୍‌ କରିବ ଦଳ । ଯେଉଁମାନେ ଅନ୍‌ଲାଇନ ଆବେଦନ କରିଥିଲେ, ସମସ୍ତଙ୍କୁ ପଛରେ ପକାଇ ସପ୍ତଗିରିଙ୍କ ଉପରେ ଦଳୀୟ ହାଇକମାଣ୍ଡ ମୋହର ଲଗାଇଥିବା ଚର୍ଚ୍ଚା ହେଉଛି। ସେହିଭଳି ରାୟଗଡ଼ା ବିଧାନସଭା ଆସନରୁ ୧୧ଜଣ ଆଶାୟୀ ଆବେଦନ କରିଥିଲେ ହେଁ ଆପଲସ୍ବାମୀ କାଡ୍ରାକାଙ୍କୁ ପୁଣି ଦଳ ରିପିଟ୍‌ କରିପାରେ ବୋଲି ଶୁଣିବାକୁ ମିଳୁଛି। ବିଷମକଟକ ବିଧାନସଭା ଆସନରୁ ୨ ଆଶାୟୀ ପ୍ରାର୍ଥୀ ଅଛନ୍ତି। ସେ ୨ ଜଣ ହେଲେ, ଗତ ସାଧାରଣ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ନୀଳମାଧବ ହିକ୍‌କା ଓ ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକାଙ୍କ ପୁଅ ନୀଳମାଧବ ଉଲାକା। ତେବେ ଦଳ ପୁଣି ଥରେ ନୀଳମାଧବ ହିକ୍‌କାଙ୍କୁ ରିପିଟ୍‌ କରିବା ନେଇ ଦଳୀୟ ସ୍ତରରେ ଚର୍ଚ୍ଚା ହେଉଛି। ଏଭଳିକି ଏହି ୩ ଜଣଙ୍କୁ ପ୍ରଚାର ପାଇଁ ମୈଦାନରେ ଓହ୍ଲାଇବାକୁ ଦଳ ପକ୍ଷରୁ ସବୁଜ ସଙ୍କେତ ମିଳିଥିବା ମଧ୍ୟ ଶୁଣିବାକୁ ମିଳୁଛି । ତେବେ ଗୁଣପୁର ବିଧାନସଭା ଆସନ ପାଇଁ ୭ ଜଣ ଆଶାୟୀ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରାର୍ଥୀ ଚୟନ ହୋଇପାରିନାହିଁ । ଅନେକ ଆଶାୟୀ ରହିଥିବା ଯୋଗୁଁ ଦ୍ୱନ୍ଦ୍ୱରେ ଦଳୀୟ ନେତା ପଡ଼ିଛନ୍ତି । ଏଭଳିକି ଗମାଙ୍ଗ ପରିବାରର ଜଣକୁ ଟିକେଟ ପାଇଁ ଛକାପଞ୍ଝା ଲାଗି ରହିଛି । ତେବେ ଗୁଣପୁର ପାଇଁ ମଧ୍ୟ ଶୀଘ୍ର ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ତେବେ ଏ ନେଇ ଦଳ ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା ହୋଇ ନ ଥିବା ବେଳେ ଏମ୍‌ପି ସପ୍ତଗିରିଙ୍କ ସହିତ ଯୋଗାଯୋଗ ସମ୍ଭବପର ହୋଇପାରିନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri