ରାଜ୍ୟ

ପିଜିଆଇ ରିପୋର୍ଟ ସରକାରଙ୍କ ମୁଖା ଖୋଲିଦେଇଛି: ଭାଜପା

ଭୁବନେଶ୍ବର, ୧୧ା୭(ସୁନିତ୍‌ ମିଶ୍ର):ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ନେଇ ପର୍‌ଫର୍‌ମାନ୍ସ ଗ୍ରେଡିଂ ଇଣ୍ଡେକ୍ସ (ପିଜିଆଇ) ରିପୋର୍ଟ ଆସିବା ପରେ ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲିଯାଇଛି। ସର୍ବଭାରତୀୟ ସ୍ତରରେ ଓଡ଼ିଶାର ମାନ ୧୦ରୁ ଯାଇ ୨୪ରେ ପହଞ୍ଚିଛି। ଶିକ୍ଷା ବ୍ୟବସ୍ଥା ପ୍ରତି ୨୩…

ମଣ୍ଡପ ବସ୍ତି ନିର୍ମାଣ କାର୍ଯ୍ୟ ସରୁନି

ଭୁବନେଶ୍ୱର,୧୧।୭(ବନ୍ଦନା ସେଠୀ):ଭୁବନେଶ୍ୱରରେ ଥିବା ବସ୍ତିଗୁଡିକର ଉନ୍ନତୀକରଣ ତଥା ବସ୍ତିବାସିନ୍ଦାଙ୍କୁ ବିଭିନ୍ନ ଯୋଜନାରେ ଥଇଥାନ ନିମନ୍ତେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଓ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ନାନା ପଦକ୍ଷେପ ଗ୍ରହଣ କରାଯାଉଛି। ମାତ୍ର ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ମାଣ…

ମେଟ୍ରୋ ରେଲ୍‌ର ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ

ଭୁବନେଶ୍ୱର,୧୧।୭(ଅଭିଜିତ ଦାସ)/ ବାରଙ୍ଗ (ଲିଙ୍ଗରାଜ ରାଉତ): ଭୁବନେଶ୍ୱର ମେଟ୍ରୋ ରେଲ୍‌ ପ୍ରୋଜେକ୍ଟ ପାଇଁ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇଛି। ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେଶନ (ଡିଏମ୍‌ଆର୍‌ସି)ର ବିଶେଷଜ୍ଞମାନେ ସୋମବାର ଭୁବନେଶ୍ୱରରେ ପହଞ୍ଚି ପ୍ରାଥମିକ ପର୍ଯ୍ୟାୟ ସର୍ଭେ ଆରମ୍ଭ କରିଛନ୍ତି। ତ୍ରିଶୂଳିଆ ଛକରେ…

ଅବହେଳାରୁ ବହୁ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ

ଭୁବନେଶ୍ୱର,୧୧।୭(ସତ୍ୟଜିତ୍‌ ରାଉତ):ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ସରକାରୀ ଔଷଧ ଭର୍ତ୍ତି ଗୋଦାମ ଜଳିଯିବା ଘଟଣାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅବହେଳାରୁ ବହୁ କୋଟିର ସରକାରୀ ସମ୍ପତ୍ତି ନଷ୍ଟ ହୋଇଥିବା ଆଲୋଚନା ଚାଲିଛି। ବହୁ ପୁରୁଣା ଭଙ୍ଗା ଦଦରା କୋଠାରେ…

ଅକ୍ଟୋବର ଯାଏ ଡେଙ୍ଗୁ ସତର୍କତା

ଭୁବନେଶ୍ୱର,୧୧।୭(ଅଭିଜିତ ଦାସ):ରାଜ୍ୟରେ ଏବେ ଡେଙ୍ଗୁ ବ୍ୟାପି ଚାଲିଛି। ମୌସୁମୀ ପରେ ୧୬ ଜିଲାରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଜିଲା ଶୀର୍ଷରେ ରହିଛି। ରାଜ୍ୟରେ ୨୫୦ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ୧୩୪ଜଣ ରୋଗୀ କେବଳ ଖୋର୍ଦ୍ଧାରେ ବାହାରିଛନ୍ତି। ବଢୁଥିବା…

ଆଖି ଧରିଲେ ସ୍କୁଲ ନ ଯିବାକୁ ପରାମର୍ଶ

ଭୁବନେଶ୍ୱର,୧୧।୭(ଅଭିଜିତ ଦାସ):ବର୍ଷା ଆରମ୍ଭରୁ ଡେଙ୍ଗୁ ଭଳି ଆଖିଧରା ରୋଗ ଆଉ ଏକ ଚିନ୍ତା ଆଣିଛି। ସ୍ବାସ୍ଥ୍ୟ ବିଭାଗର ଆକଳନ ଅନୁଯାୟୀ ପ୍ରତି ୧୦ଜଣଙ୍କ ମଧ୍ୟରୁ ୩ରୁ ୪ଜଣ ଆଖିଧରା ରୋଗରେ ସଂକ୍ରମିତ ହେଉଛନ୍ତି। ବିଶେଷକରି ପିଲା ଓ ବୟସ୍କଙ୍କୁ ଅଧିକ ଆକ୍ରାନ୍ତ…

୩,୨୬୬ କୋଟି ଟଙ୍କାର ୧୧ଟି ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ବର, ୧୧ା୭(ସୁନିତ୍‌ ମିଶ୍ର):ଓଡ଼ିଶା ରାଜ୍ୟ ସରକାରଙ୍କ ୧୧୯ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ) ବୈଠକ ସୋମବାର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏଥିରେ ପ୍ରାୟ ୩୨୬୬ କୋଟି ଟଙ୍କାର ୧୧ଟି ଶିଳ୍ପ…

ନୂଆ ବଜାର-ବାଲିତରା ସେତୁ ପାଇଁ ୯୭.୨୪ କୋଟି ଟଙ୍କାର ଟେଣ୍ଡରକୁ ମଞ୍ଜୁରୀ

ଭୁବନେଶ୍ୱର,୧୧ା୭(ଅନିଲ ଦାସ):ରାଜ୍ୟ ସରକାର ଇଞ୍ଜିନିୟରିଂ, ପ୍ରୋକ୍ୟୋର୍‌ମେଣ୍ଟ ଆଣ୍ଡ କନ୍‌ଷ୍ଟ୍ରକ୍‌ସନ୍‌ (ଇପିସି) ମୋଡ୍‌ ଚୁକ୍ତି ମାଧ୍ୟମରେ ଖରସ୍ରୋତା ନଦୀରେ କେନ୍ଦ୍ରାପଡ଼ା ଜିଲାର ନୂଆ ବଜାର-ବାଲିତରା ଘାଟ ରାସ୍ତାରେ ଏକ ଉଚ୍ଚ ସେତୁ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ସେତୁ କେନ୍ଦ୍ରାପଡ଼ା…

୩ ମାସରେ ରେରା ରୁଲ୍‌ ଆଣିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ(କାର୍ତ୍ତିକ ସାହୁ)/ଭୁବନେଶ୍ୱର(ଅନିଲ ଦାସ),୧୧ା୭: ଆପାର୍ଟମେଣ୍ଟରେ ଫ୍ଲାଟ୍‌ କିଣାବିକା ଉପରେ ଥିବା ରହିତାଦେଶକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ରାଜ୍ୟ ସରକାର ନୂତନ ନିୟମ ନ ଆଣିବା ପର୍ଯ୍ୟନ୍ତ ଏହି ରହିତାଦେଶ ଜାରି ରହିବ। ଏଥିସହ ଆଗାମୀ ୩ ମାସ ମଧ୍ୟରେ ଫ୍ଲାଟ୍‌ ପଞ୍ଜୀକରଣର…

ବଜ୍ରପାତରେ ୪ ମୃତ ୨ ଗୁରୁତର

ଭୁବନେଶ୍ୱର,୧୦।୭: ରାଜ୍ୟର ପୃଥକ ପୃଥକ ସ୍ଥାନରେ ସୋମବାର ବଜ୍ରପାତରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୋଟିଏ ଘଟଣା ଅନୁଗୋଳ ଜିଲାରେ ଘଟିଥିବା ବେଳେ ଅନ୍ୟଟି କୋରାପୁଟ ଜିଲାରେ ଘଟିଛି। ୪ ମୃତକଙ୍କ ମଧ୍ୟରେ…

୫ ଶ୍ରେଣୀକୁ ୨ ଶିକ୍ଷକ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡ଼ିଛି। କେଉଁଠି ସ୍କୁଲ ସ୍ଥାନାନ୍ତରଣ ଯୋଗୁ ପିଲାମାନେ ପାଠ ପଢିବାକୁ ହଟହଟା ହେଉଛନ୍ତି ତ ଆଉ କେଉଁଠି ଶିକ୍ଷକ ଅଭାବ ଯୋଗୁଁ ପାଠପଢା ବ୍ୟାହତ ହେଉଛି। ବରଗଡ଼ ଜିଲା ଅତାବିରା ବିଧାନସଭା…

ଉନ୍ନତି ନାମରେ ଦୁର୍ନୀତି ହେଉଛି: କଂଗ୍ରେସ

ଭଦ୍ରକ,୧୦।୭(ସନାତନ ରାଉତ): ଭଦ୍ରକ ବିଧାନସଭା କ୍ଷେତ୍ରରେ ଉନ୍ନତି ନାମରେ ବ୍ୟାପକ ଦୁର୍ନୀତି ହେଉଛି l ବିନା ପିସିରେ କୌଣସି କାମ ହେଉନାହିଁ l ଠିକାଦାରମାନେ ନିମ୍ନମାନର କାମ କରୁଛନ୍ତି । ନିମ୍ନମାନର କାର୍ଯ୍ୟ ଯୋଗୁ ଭଦ୍ରକାଳୀ ପୋଖରୀ ପାଚେରୀ ସହ ଏରଡ଼ାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri