ରାଜ୍ୟ

ନାବାଳିକା ଗର୍ଭପାତ ଔଷଧ ଖାଇ ଗୁରୁତର

ନିରାକାରପୁର,୨୯।୨(ମାନସ ଚନ୍ଦ୍ର ପଟ୍ଟନାୟକ): ଜଣେ ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଜଣେ ଯୁବକ ବଳାତ୍କାର କରିଥିଲେ। ହେଲେ ନାବାଳିକା ଜଣକ ଗର୍ଭବତୀ ହେବା ଜାଣି ଯୁବକ ତାଙ୍କୁ ଗର୍ଭପାତ ଔଷଧ ଖାଇବାକୁ ଦେଇଥିଲେ। ଔଷଧ ଖାଇବା ପରେ ପ୍ରବଳ ରକ୍ତସ୍ରାବ ଯୋଗୁ…

୭ ମାଓବାଦୀ ବଙ୍କର ଠାବ

ରାଉରକେଲା,୨୯।୨(ସଙ୍ଗୀତା ଜେନା): ସୀମାନ୍ତ ଟୋଣ୍ଟୋ ଥାନା ବନଗ୍ରାମ ଜିମକି ଇକ୍ରୀ ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ଗୁରୁବାର ୭ଟି ମାଓବାଦୀ ବଙ୍କର ଠାବ କରାଯାଇଛି। ଏଥିରେ ପ୍ରାୟ ୭୦ରୁ ୮୦ ଜଣ ରହିବା ବ୍ୟବସ୍ଥା ରହିଛି। ଉକ୍ତ ବଙ୍କରରୁ ମାଓବାଦୀ ପୋଷାକ, ଫୁଲ…

ଅଦିନିଆ ବର୍ଷା ସାଙ୍ଗକୁ ଝଡ଼ତୋଫାନ: ଉଜୁଡ଼ିଲା ପରିବା ଚାଷ

ଭବାନୀପାଟଣା,୨୯।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ବୁଧବାର ଅଦିନିଆ ବର୍ଷା ସହ ଝଡ଼ ତୋଫାନ ହୋଇଛି। ଏହାର ପ୍ରଭାବରେ ପନିପରିବା ଚାଷ ନଷ୍ଟ ହୋଇ ଉଜୁଡି ଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷୀମାନେ ବହୁ ପରିଶ୍ରମ କରି ଚାଷ…

ଶତାଧିକ ସମର୍ଥକଙ୍କ ସହ ଭାଜପାରେ ସାମିଲ ହେଲେ ୨ ପୂର୍ବତନ ବିଧାୟକ

ଭୁବନେଶ୍ୱର,୨୯।୨: ବିଜେଡିର ଦୁଇ ପୂର୍ବତନ ବିଧାୟକ ନବୀନ ନନ୍ଦ ଓ ଭାଦୋବ ହାଁସଦା ନିଜର ଶତାଧିକ ସମର୍ଥକଙ୍କ ସହ ଗୁରୁବାର ଭାଜପାରେ ମିଶିଛନ୍ତି । ଆଜି ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଢେଙ୍କାନାଳ ଜିଲାର ପୂର୍ବତନ ବିଧାୟକ ତଥା…

ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୯।୨: ରାଜ୍ୟ ସରକାର ଗୁରୁବାର ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ,ବରିଷ୍ଠ ଓଏଏସ ସୁଚାରୂ କୁମାର ବଳଙ୍କୁ ସମ୍ବଲପୁର ଅତିରିକ୍ତ ଜିଲାପାଳ, ଝାରସୁଗୁଡା ଅତିରିକ୍ତ ଜିଲାପାଳ ଆଲୋମନି ସେଠୀଙ୍କୁ କୋରାପୁଟ…

ଶ୍ରୀଅରବିନ୍ଦ ସଂଗଠନର ଓଡ଼ିଶା ମୁଖ୍ୟ ଗଦାଧର ମିଶ୍ରଙ୍କ ପରଲୋକ

କଟକ,୨୯ା୨(କାର୍ତ୍ତିକ ସାହୁ): ଶ୍ରୀଅରବିନ୍ଦ ସଂଗଠନର ଓଡ଼ିଶା ମୁଖ୍ୟ ଗଦାଧର ମିଶ୍ରଙ୍କ ଗୁରୁବାର ପଣ୍ଡିଚେରୀସ୍ଥିତ ସରକାରୀ ହସ୍ପିଟାଲରେ ହୃତଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ସେ ମାମୁ ନାମରେ ରାଜ୍ୟର ଶ୍ରୀଅରବିନ୍ଦ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପରିଚିତ ଥିଲେ। ଶ୍ରୀମା-ଶ୍ରୀଅରବିନ୍ଦଙ୍କ…

ଜୁଏଲେରି ଦୋକାନ ମାଲିକଙ୍କୁ ଗୁଳି ମାଡ଼: ଧରାପଡ଼ିଲେ ମାଷ୍ଟରମାଇଣ୍ଡ

ସମ୍ବଲପୁର,୨୯ା୨(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଏକ ଜୁଏଲେରି ଦୋକାନ ମାଲିକଙ୍କୁ ଗୁଳିକରି ଲୁଟ୍‌ ଉଦ୍ୟମ ଘଟଣାରେ ପୋଲିସ ଗୁରୁବାର ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଜିଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି ମୁକେଶ ଭାମୁ ସୂଚନା ଦେଇ କହିଛନ୍ତି,…

ଭାଜପାରେ ସାମିଲ ହେଲେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମାମୁ

ଭୁବନେଶ୍ୱର,୨୯।୨: ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମାମୁ ଭବାନୀ ଶଙ୍କର ଜଗଦ୍ଦେବ ମହାପାତ୍ର ଗୁରୁବାର ଭାଜପାରେ ସାମିଲ ହୋଇଛନ୍ତି। ଦଳର ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି, ଏମ୍‌ପି ଅପରାଜିତା ଷଢଙ୍ଗୀ ଓ ପୂର୍ବତନ ରାଜ୍ୟ ସଭାପତି…

ଏଣିକି ସ୍ବତନ୍ତ୍ର ଚେୟାରରେ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଦିବ୍ୟାଙ୍ଗ

ପୁରୀ,୨୯।୨: ଏଣିକି ସ୍ବତନ୍ତ୍ର ଚେୟାରରେ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଦିବ୍ୟାଙ୍ଗ । ଏନେଇ ସ୍ବତନ୍ତ୍ର ଚେୟାର ବ୍ୟବସ୍ଥା କରାଯାଇଛି। ଅନଲାଇନ୍‌ ମାଧ୍ୟରେ ୨୦ ଜଣଙ୍କୁ ଏହି ସୁବିଧା ମିଳିବ। ଆସନ୍ତା ମାର୍ଚ୍ଚ ୮ ତାରିଖରୁ ଏହି ବ୍ୟବସ୍ଥା ଆରମ୍ଭ ହେବ।

ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି: ନିୟମିତ ହେବେ ଅଙ୍ଗନଓ୍ବାଡି ସୁପରଭାଇଜର

ଭୁବନେଶ୍ୱର,୨୯।୨: ୫୦୪ ଠିକା ଅଙ୍ଗନଓ୍ବାଡି ସୁପରଭାଇଜର ନିୟମିତ ହେବେ। ଏନେଇ ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ରାଜ୍ୟର ଅଙ୍ଗନୱାଡି କର୍ମୀମାନଙ୍କର ମାସିକ ପାରିଶ୍ରମିକ ବୃଦ୍ଧି କରିଛନ୍ତି। ଏହା ସହିତ ଅଙ୍ଗନୱାଡି କର୍ମୀଙ୍କର ସେବା…

ଆସିଲା ନାବାଳିକା ବଳାତ୍କାର ମାମଲାର ରାୟ: ଦୋଷୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୯ା୨(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ସୋରଡ଼ା ଅଞ୍ଚଳର ଏକ ନାବାଳିକା ବଳାତ୍କାର ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ସ୍ବତନ୍ତ୍ର ପୋକ୍‌ସୋ ଜଜ୍‌ ପ୍ରଭାତ କୁମାର ରାଜଗୁରୁ ସମସ୍ତ ସାକ୍ଷ୍ୟପ୍ରମାଣକୁ ଭିତ୍ତି ଅଭିଯୁକ୍ତ ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦…

ଆପାର୍ଟମେଣ୍ଟ ଚୋରଙ୍କୁ ବାନ୍ଧିଲା କମିଶନରେଟ ପୋଲିସ, ଆନ୍ତଃରାଜ୍ୟ ଗ୍ୟାଙ୍ଗର ୯ ଗିରଫ

ଭୁବନେଶ୍ୱର,୨୯।୨: ଭୁବନେଶ୍ୱରରେ ଆପାର୍ଟମେଣ୍ଟରେ ହେଉଥିବା ଚୋରି ଘଟଣାରେ କମିଶନରେଟ ପୋଲିସକୁ ବଡ଼ ସଫଳତା ମିଳିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗକୁ କମିଶନରେଟ ପୋଲିସ ବାନ୍ଧିଛି। ଏକ ସ୍ୱତନ୍ତ୍ର ସ୍କ୍ୱାଡ଼ ଗୁରୁବାର ଏହି ଗ୍ୟାଙ୍ଗର ୯ ଜଣ ସଦସ୍ୟଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?