ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା ଗୁଦଡ଼ୀ ଥାନା ବୁରୁଗୁଲିକେରା ଗ୍ରାମର ଗନ୍ଧୋରୀ ବୁଡ଼(୬୦) ଓ ତାଙ୍କ ପୁଅ ରାଜେଶ ବୁଡ଼(୩୫)।

ଖବର ପାଇ ସ୍ଥାନୀୟ ପୋଲିସ ଓ ସିଆର୍‌ପିଏଫ୍‌ ଯବାନ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରାଯାଇଛି। ଏ ନେଇ ଗୁରୁବାର ସିଆର୍‌ପିଏଫ୍‌ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସୂଚନା ଅନୁସାରେ, ମାଓବାଦୀମାନେ ଗନ୍ଧୋରୀଙ୍କ ଘରକୁ ଯାଇ ତାଙ୍କୁ ହତ୍ୟା କରିଥିଲେ। ଏହାପରେ ସେମାନେ ମୃତା ବୃଦ୍ଧାଙ୍କ ସ୍ବାମୀ ସୁଖରାମ ବୁଡ଼ ଓ ସାନପୁଅ ଦୁନୁ ବୁଡ଼ଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। ଏହି ସମୟରେ ସୁଖରାମ ଓ ଦୁନୁଙ୍କୁ ବଞ୍ଚାଇବାକୁ ଯାଇ ରାଜେଶ ମାଓବାଦୀଙ୍କ ଆକ୍ରମଣର ଶିକାର ହୋଇଥିଲେ ଏବଂ ପ୍ରାଣ କରାଇଥିଲେ। ତେବେ ମୃତ ରାଜେଶଙ୍କ ନାମରେ ଗୋଇଲକେରା ଥାନାରେ ଦୁଇଟି ଆପରାଧିକ ମାମଲା ରହିଥିବା ଜଣାପଡିଛି। ଏହି ଘଟଣା ପରେ ସୁରକ୍ଷାବଳ ପକ୍ଷରୁ କୋମ୍ବିଂ ଅପରେଶନ ଜୋରଦାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାନ୍ତ ଜଗଦ୍ଦେବଙ୍କୁ ଏଠାରୁ ପ୍ରାର୍ଥୀ କଲା ଭାଜପା

ଖୋର୍ଦ୍ଧା,୨୭ା୪: ଶନିବାର ଭାଜପା ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ଆଉ ୮ ବିଧାନସଭା ପାଇଁ ପ୍ରାର୍ଥୀ ଦେଇଛି ଭାଜପା। ତେଲକୋଇରୁ ଫକୀର...

ଆଉ ୮ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା, ଜାଣନ୍ତୁ କାହାକୁ ମିଳିଲା ଟିକେଟ…

ଭୁବନେଶ୍ୱର,୨୭।୪: ଭାଜପା ପକ୍ଷରୁ ଶନିବାର ଓଡ଼ିଶାର ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏଥିରେ ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ...

ଅରିନ୍ଦମଙ୍କୁ ମିଳିଲା ଟିକେଟ୍‌, ଏଇଠୁ ଲଢିବେ…

ଭୁବନେଶ୍ୱର,୨୭।୪: ଓଡିଶା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାରତୀୟ ଜନତା ପାର୍ଟି। ବିଧାନସଭା ନିର୍ବାଚନ ପାଇଁ ବାକି ଥିବା ୮ ଆସନରେ ପ୍ରାର୍ଥୀ...

ବନ କର୍ମଚାରୀଙ୍କୁ ଆକ୍ରମଣ କରି ବନ୍ଧା ହେଲେ ୩

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜର ନୟାକୋଟ ବିଟ୍‌ର ଫରେଷ୍ଟର ଏବଂ ସ୍କ୍ବାଡ କର୍ମଚାରୀଙ୍କୁ ଆକ୍ରମଣ କରିବା ଘଟଣାରେ ବନ ବିଭାଗ ୩ଜଣଙ୍କୁ...

କାଠଫାଳିଆରେ ମା’ଙ୍କୁ ପିଟିପିଟି ମାରିଦେଲେ ଝିଅ

ଭୁବନ,୨୭ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ମଝିପାଳ ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଝିଅର କାଠଫାଳିଆ ମାଡ଼ରେ ମାଆଙ୍କ ମୃତ୍ୟୁ ଘଟିଛି।...

ଯୋଡିଶଙ୍ଖ ପାଇଁ ପ୍ରଚାର କଲେ ସୁର ରାଉତରାୟ, ଭିଡିଓ ଭାଇରାଲ

ଭୁବନେଶ୍ୱର,୨୭।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଯୋଡି ଶଙ୍ଖକୁ ଭୋଟ ନାରା ପରେ ସୁର ରାଉତରାୟ ଶନିବାର ଏହାକୁ ନେଇ...

ମୋରଡ଼ା ନିର୍ବାଚନମଣ୍ଡଳୀରେ କଂଗ୍ରେସର ଘନଘନ ବୈଠକ, ମିଶ୍ରଣ ପର୍ବ

ମୋରଡ଼ା,୨୭ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାର ଏକମାତ୍ର ଅଣସଂରକ୍ଷିତ ନିର୍ବାଚନମଣ୍ଡଳୀ ମୋରଡ଼ା ନିର୍ବାଚନମଣ୍ଡଳୀ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସମସ୍ତ ରାଜନୈତିକ ଦଳ...

ବାସନ ମାଜୁଥିବା ବେଳେ ଟଳିପଡ଼ିଲେ ବୃଦ୍ଧା, ଅଂଶୁଘାତ ଆଶଙ୍କା

ରାୟଗଡ଼ା/ଟିକିରି,୨୭ା୪(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ପଞ୍ଚାୟତର ଜଣେ ବୃଦ୍ଧା ବାସନ ମାଜୁଥିବା ସମୟରେ ଟଳି ପଡ଼ିଥିଲେ। ମୃତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri