ପାଣି ନାହିଁ, ମାଠିଆ ମେଲା

ଭୁବନେଶ୍ୱର,୨୯।୩ (ବନ୍ଦନା ସେଠୀ): ରାଜ୍ୟରେ ଏବେ ପାରଦ ଉପରମୁହାଁ ରହିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଧୀରେ ଧୀରେ ତାତି ଅସମ୍ଭାଳ ହେଉଛି। ଟାଇଁ ଟାଇଁ ଖରାକୁ ଗରମ ପବନ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ଖରାରେ ଖୋଜେ ଚାଲିଲେ ଶୋଷ ଲାଗୁଛି। ବିଶେଷକରି ଛାତ୍ରୀଛାତ୍ର, ଶ୍ରମିକ, ଅସହାୟ ଲୋକେ ପାଣି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ପରିସ୍ଥିତିରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଲିଥିବା ଜଳସେବା ଶିବିର ସେବାରେ ଆସୁ ନ ଥିବା ଦେଖିବାକୁ ମିଳୁଛି। କେଉଁଠି ମାଠିଆ ନାହିଁ, ତ ଆଉ କେଉଁଠି ପାଣି ନାହିଁ। ପୁଣି ମାଠିଆ ମେଲା ପଡିଥିବାବେଳେ ସେବା ଦେବାକୁ କେହି ନାହିଁ। ଲୋକେ ଶୋଷରେ ଆଉଟୁପାଉଟୁ ହେଉଥିବାବେଳେ ବିଏମ୍‌ସି ଜଳସେବା ଶିବିର ନଁାରେ ଲୋକଙ୍କୁ ଭୁଆଁ ବୁଲାଇ ଚାଲିଛି। ବାଉଁଶରେ କପଡ଼ା ବାନ୍ଧି, ବ୍ୟାନର ଝୁଲାଇ, ଫଟୋ ଉଠାଇ ଅର୍ଥ ହରିଲୁଟ୍‌ ପାଇଁ ଯୋଜନା କରୁଥିବା ଭଳି ଗୁରୁତର ଅଭିଯୋଗ ଉଠୁଛି।
ଇତିମଧ୍ୟରେ ରାଜଧାନୀରେ ପାରଦ ୩୭ ଡିଗ୍ରୀ ଡେଇଁଛି। ଖରା ଓ ଅଂଶୁଘାତଜନିତ ସ୍ଥିତିର ମୁକାବିଲା କରିବାକୁ ବିଏମ୍‌ସି ଆଗୁଆ ପ୍ରସ୍ତୁତ ହୋଇଥିଲା। ବୈଠକ କରି ସହରରେ ଜଳଯୋଗାଣକୁ ଗୁରୁତ୍ୱ ଦିଆଯିବା ସହ ଗ୍ରୀଷ୍ମ ଶେଷ ଯାଏ ଜଳସେବା ଶିବିର ଚାଲୁ ରଖିବାକୁ ନିଷ୍ପତ୍ତି ହୋଇଥିଲା। ପୂର୍ବବର୍ଷର ବିଭ୍ରାଟକୁ ଏଡାଇବା ଲାଗି ଏବର୍ଷ ସ୍ବୟଂ ସହାୟକ ଗୋଷ୍ଠୀ ଓ ଅନ୍ୟମାନଙ୍କ ଉପରେ ଭରସା ନ କରି ବିଏମ୍‌ସି ନିଜେ ଜଳସେବା ଶିବିର ଖୋଲିବା ସହ ପରିଚାଳନା କଲା। ମେୟର କେତେକ ଜଳ ସେବା ଶିବିରକୁ ଉଦ୍‌ଘାଟନ କଲେ। ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ଜଳସେବା ଶିବିର ଲେଖାଥିବା ବ୍ୟାନର ଲଗାଗଲା। ବ୍ୟାନରରେ ଓଡ଼ିଶା ସରକାର ଓ ବିଏମ୍‌ସିର ଲୋଗୋ ରହିଥିବାବେଳେ ସହଭାଗୀ ଅନୁଷ୍ଠାନ ଭାବେ ଭୁବନେଶ୍ୱର ମହାନଗର ନିଗମ ରହିଥିବା ଉଲ୍ଲେଖ କରାଯାଇଛି। ତେବେ ଆଡମ୍ବରପୂର୍ଣ୍ଣ ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ ଦେଖିଲେ ଆଶା କରାଯାଉଥିଲା ବିଏମ୍‌ସିର ଜଳସେବା ଶିବିର ରାଜଧାନୀବାସୀଙ୍କ ସେବାରେ ଲାଗିବ। ହେଲେ କେଇଟା ଦିନରେ ଜଳସେବା ଶିବିର ଅଚଳ ହୋଇପଡିଛି। ଗୋଟିଏ କି ଦୁଇଟି ସ୍ଥାନ ନୁହେଁ, ସହରର ଅଧିକାଂଶ ଅଞ୍ଚଳରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ୟୁନିଟ୍‌-୪ସ୍ଥିତ ଓଡ଼ିଶା ବିଧାନସଭା ହୋମିଓପାଥିକ୍‌ ଚିକିତ୍ସାଳୟ ସାମ୍ନାରେ ଥିବା ଜଳସେବା ଶିବିର ହେଉ ଅବା ନିୟୁ ଏୟାରପୋର୍ଟ ରାସ୍ତା ଡ୍ରେନ୍‌ ଉପର, ଏଜିରୁ ମାର୍କେଟ ବିଲ୍ଡିଂ ଯିବା ରାସ୍ତା କଡ଼ ସବୁଠି ସମାନ ଅବସ୍ଥା। କେତେକ ସ୍ଥାନରେ ଶିବିର ଚାରିପଟେ ଏମିତି ବାଡ଼ ଦିଆଯାଇଛି ଯେମିତି ସେଠାକୁ କେହି ମହିଳା, ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଯାଇ ପାଣି ପିଇ ପାରିବେ ନାହିଁ। ବିଏମ୍‌ସିର ଏପରି ଲୋକଦେଖାଣିଆ ଜଳସେବା ଶିବିରକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି।
ପୂର୍ବରୁ ବିଏମ୍‌ସି ପକ୍ଷରୁ ଜଳଛତ୍ର ଖୋଲାଯାଉଥିଲେ ମଧ୍ୟ ଏହାର ପରିଚାଳନା ଲାଗି ସାମାଜିକ ସଙ୍ଗଠନ ତଥା କିଛି ସ୍ଥାନରେ ଏସ୍‌ଏଚ୍‌ଜି ମହିଳାଙ୍କୁ ଦାୟିତ୍ୱ ଦିଆଯାଇଥିଲା। ମାତ୍ର କିଛିଦିନ ପରେ ପ୍ରାୟ ସବୁ ଶିବିର ଫାଙ୍କା ପଡିବା ସହ ଖାଲି ମାଠିଆ ଦେଖିବାକୁ ମିଳିଥିଲା। ଫଳରେ ବିଏମ୍‌ସିକୁ ନିନ୍ଦିତ ହେବାକୁ ପଡିଥିଲା। ତେଣୁ ଚଳିତବର୍ଷ ଯେପରି ଏହାର ପୁନରାବୃତ୍ତି ନ ହେବ ସେଥିପାଇଁ ବିଏମ୍‌ସି ନିଜେ ପରିଚାଳନା ଦାୟିତ୍ୱ ନେଇଛି। ପ୍ରତି ଜଳସେବା ଶିବିର ନିକଟରେ ୨ଜଣ କର୍ମଚାରୀଙ୍କୁ ବିଏମ୍‌ସିି ନିୟୋଜିତ କରିଥିବା ସୂଚନା ରହିଥିବାବେଳେ ଏହା କେବଳ କାଗଜ କଲମରେ ସୀମିତ ରହିଛି। ସେହିପରି ପ୍ରତି ଓ୍ବାର୍ଡରେ ୨ଟି ଲେଖାଏ ଜଳଛତ୍ର ଖୋଲିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ମାର୍ଚ୍ଚ ସରିବାକୁ ବସିଥିବାବେଳେ ଏବେ ସୁଦ୍ଧା ସମସ୍ତ ଓ୍ବାର୍ଡରେ ଜଳସେବା ଶିବିର ଖୋଲିପାରି ନାହିଁ। ହେଲେ ଟେଣ୍ଟ, ମାଠିଆ, ପାଣି ଓ ଜଳସେବାରେ ଆବଶ୍ୟକ ବିଭିନ୍ନ ସାମଗ୍ରୀ ସମେତ ଗ୍ରୀଷ୍ମ ଶେଷ ପର୍ଯ୍ୟନ୍ତ ୨ଜଣ କର୍ମଚାରୀ ବାବଦକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ଦର୍ଶାଇ ସେସବୁକୁ ହରିଲୁଟ୍‌ କରାଯିବ ବୋଲି ଆଲୋଚନା ଚାଲିଛି। ତେବେ ଏ ସମ୍ପର୍କରେ ଜଳ ସେବା ଶିବିର ଦାୟିତ୍ୱରେ ଥିବା ବିଏମ୍‌ସିର ଜରୁରୀକାଳୀନ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?