ପାଣି ନାହିଁ, ମାଠିଆ ମେଲା

ଭୁବନେଶ୍ୱର,୨୯।୩ (ବନ୍ଦନା ସେଠୀ): ରାଜ୍ୟରେ ଏବେ ପାରଦ ଉପରମୁହାଁ ରହିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଧୀରେ ଧୀରେ ତାତି ଅସମ୍ଭାଳ ହେଉଛି। ଟାଇଁ ଟାଇଁ ଖରାକୁ ଗରମ ପବନ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ଖରାରେ ଖୋଜେ ଚାଲିଲେ ଶୋଷ ଲାଗୁଛି। ବିଶେଷକରି ଛାତ୍ରୀଛାତ୍ର, ଶ୍ରମିକ, ଅସହାୟ ଲୋକେ ପାଣି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ପରିସ୍ଥିତିରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଲିଥିବା ଜଳସେବା ଶିବିର ସେବାରେ ଆସୁ ନ ଥିବା ଦେଖିବାକୁ ମିଳୁଛି। କେଉଁଠି ମାଠିଆ ନାହିଁ, ତ ଆଉ କେଉଁଠି ପାଣି ନାହିଁ। ପୁଣି ମାଠିଆ ମେଲା ପଡିଥିବାବେଳେ ସେବା ଦେବାକୁ କେହି ନାହିଁ। ଲୋକେ ଶୋଷରେ ଆଉଟୁପାଉଟୁ ହେଉଥିବାବେଳେ ବିଏମ୍‌ସି ଜଳସେବା ଶିବିର ନଁାରେ ଲୋକଙ୍କୁ ଭୁଆଁ ବୁଲାଇ ଚାଲିଛି। ବାଉଁଶରେ କପଡ଼ା ବାନ୍ଧି, ବ୍ୟାନର ଝୁଲାଇ, ଫଟୋ ଉଠାଇ ଅର୍ଥ ହରିଲୁଟ୍‌ ପାଇଁ ଯୋଜନା କରୁଥିବା ଭଳି ଗୁରୁତର ଅଭିଯୋଗ ଉଠୁଛି।
ଇତିମଧ୍ୟରେ ରାଜଧାନୀରେ ପାରଦ ୩୭ ଡିଗ୍ରୀ ଡେଇଁଛି। ଖରା ଓ ଅଂଶୁଘାତଜନିତ ସ୍ଥିତିର ମୁକାବିଲା କରିବାକୁ ବିଏମ୍‌ସି ଆଗୁଆ ପ୍ରସ୍ତୁତ ହୋଇଥିଲା। ବୈଠକ କରି ସହରରେ ଜଳଯୋଗାଣକୁ ଗୁରୁତ୍ୱ ଦିଆଯିବା ସହ ଗ୍ରୀଷ୍ମ ଶେଷ ଯାଏ ଜଳସେବା ଶିବିର ଚାଲୁ ରଖିବାକୁ ନିଷ୍ପତ୍ତି ହୋଇଥିଲା। ପୂର୍ବବର୍ଷର ବିଭ୍ରାଟକୁ ଏଡାଇବା ଲାଗି ଏବର୍ଷ ସ୍ବୟଂ ସହାୟକ ଗୋଷ୍ଠୀ ଓ ଅନ୍ୟମାନଙ୍କ ଉପରେ ଭରସା ନ କରି ବିଏମ୍‌ସି ନିଜେ ଜଳସେବା ଶିବିର ଖୋଲିବା ସହ ପରିଚାଳନା କଲା। ମେୟର କେତେକ ଜଳ ସେବା ଶିବିରକୁ ଉଦ୍‌ଘାଟନ କଲେ। ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ଜଳସେବା ଶିବିର ଲେଖାଥିବା ବ୍ୟାନର ଲଗାଗଲା। ବ୍ୟାନରରେ ଓଡ଼ିଶା ସରକାର ଓ ବିଏମ୍‌ସିର ଲୋଗୋ ରହିଥିବାବେଳେ ସହଭାଗୀ ଅନୁଷ୍ଠାନ ଭାବେ ଭୁବନେଶ୍ୱର ମହାନଗର ନିଗମ ରହିଥିବା ଉଲ୍ଲେଖ କରାଯାଇଛି। ତେବେ ଆଡମ୍ବରପୂର୍ଣ୍ଣ ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ ଦେଖିଲେ ଆଶା କରାଯାଉଥିଲା ବିଏମ୍‌ସିର ଜଳସେବା ଶିବିର ରାଜଧାନୀବାସୀଙ୍କ ସେବାରେ ଲାଗିବ। ହେଲେ କେଇଟା ଦିନରେ ଜଳସେବା ଶିବିର ଅଚଳ ହୋଇପଡିଛି। ଗୋଟିଏ କି ଦୁଇଟି ସ୍ଥାନ ନୁହେଁ, ସହରର ଅଧିକାଂଶ ଅଞ୍ଚଳରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ୟୁନିଟ୍‌-୪ସ୍ଥିତ ଓଡ଼ିଶା ବିଧାନସଭା ହୋମିଓପାଥିକ୍‌ ଚିକିତ୍ସାଳୟ ସାମ୍ନାରେ ଥିବା ଜଳସେବା ଶିବିର ହେଉ ଅବା ନିୟୁ ଏୟାରପୋର୍ଟ ରାସ୍ତା ଡ୍ରେନ୍‌ ଉପର, ଏଜିରୁ ମାର୍କେଟ ବିଲ୍ଡିଂ ଯିବା ରାସ୍ତା କଡ଼ ସବୁଠି ସମାନ ଅବସ୍ଥା। କେତେକ ସ୍ଥାନରେ ଶିବିର ଚାରିପଟେ ଏମିତି ବାଡ଼ ଦିଆଯାଇଛି ଯେମିତି ସେଠାକୁ କେହି ମହିଳା, ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଯାଇ ପାଣି ପିଇ ପାରିବେ ନାହିଁ। ବିଏମ୍‌ସିର ଏପରି ଲୋକଦେଖାଣିଆ ଜଳସେବା ଶିବିରକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି।
ପୂର୍ବରୁ ବିଏମ୍‌ସି ପକ୍ଷରୁ ଜଳଛତ୍ର ଖୋଲାଯାଉଥିଲେ ମଧ୍ୟ ଏହାର ପରିଚାଳନା ଲାଗି ସାମାଜିକ ସଙ୍ଗଠନ ତଥା କିଛି ସ୍ଥାନରେ ଏସ୍‌ଏଚ୍‌ଜି ମହିଳାଙ୍କୁ ଦାୟିତ୍ୱ ଦିଆଯାଇଥିଲା। ମାତ୍ର କିଛିଦିନ ପରେ ପ୍ରାୟ ସବୁ ଶିବିର ଫାଙ୍କା ପଡିବା ସହ ଖାଲି ମାଠିଆ ଦେଖିବାକୁ ମିଳିଥିଲା। ଫଳରେ ବିଏମ୍‌ସିକୁ ନିନ୍ଦିତ ହେବାକୁ ପଡିଥିଲା। ତେଣୁ ଚଳିତବର୍ଷ ଯେପରି ଏହାର ପୁନରାବୃତ୍ତି ନ ହେବ ସେଥିପାଇଁ ବିଏମ୍‌ସି ନିଜେ ପରିଚାଳନା ଦାୟିତ୍ୱ ନେଇଛି। ପ୍ରତି ଜଳସେବା ଶିବିର ନିକଟରେ ୨ଜଣ କର୍ମଚାରୀଙ୍କୁ ବିଏମ୍‌ସିି ନିୟୋଜିତ କରିଥିବା ସୂଚନା ରହିଥିବାବେଳେ ଏହା କେବଳ କାଗଜ କଲମରେ ସୀମିତ ରହିଛି। ସେହିପରି ପ୍ରତି ଓ୍ବାର୍ଡରେ ୨ଟି ଲେଖାଏ ଜଳଛତ୍ର ଖୋଲିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ମାର୍ଚ୍ଚ ସରିବାକୁ ବସିଥିବାବେଳେ ଏବେ ସୁଦ୍ଧା ସମସ୍ତ ଓ୍ବାର୍ଡରେ ଜଳସେବା ଶିବିର ଖୋଲିପାରି ନାହିଁ। ହେଲେ ଟେଣ୍ଟ, ମାଠିଆ, ପାଣି ଓ ଜଳସେବାରେ ଆବଶ୍ୟକ ବିଭିନ୍ନ ସାମଗ୍ରୀ ସମେତ ଗ୍ରୀଷ୍ମ ଶେଷ ପର୍ଯ୍ୟନ୍ତ ୨ଜଣ କର୍ମଚାରୀ ବାବଦକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ଦର୍ଶାଇ ସେସବୁକୁ ହରିଲୁଟ୍‌ କରାଯିବ ବୋଲି ଆଲୋଚନା ଚାଲିଛି। ତେବେ ଏ ସମ୍ପର୍କରେ ଜଳ ସେବା ଶିବିର ଦାୟିତ୍ୱରେ ଥିବା ବିଏମ୍‌ସିର ଜରୁରୀକାଳୀନ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଜେପି ନଡ୍ଡା: କହିଲେ, ହୋଇଯାନ୍ତୁ ସଚେତନ ନଚେତ୍‌…

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରର ଆମ୍ବପୁଆଠାରେ ସାଧାରଣ ସଭାରେ ଯୋଗଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ ଓଡ଼ିଶାବାସୀଙ୍କୁ ସତର୍କ କରାଇ କହିଛନ୍ତି, ଏଠାରେ ବାହାର ଲୋକଙ୍କୁ ପ୍ରଶ୍ରୟ...

ବିଜେଡି ସରକାର ବଦଳିବା ଦରକାର: ଆମ୍ବପୁଆରେ ଗର୍ଜିଲେ ନଡ୍ଡା

ବ୍ରହ୍ମପୁର,୨୮।୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ଭାଜପାର ଷ୍ଟାର ପ୍ରଚାରକ ନିର୍ବାଚନ ମଇଦାନକୁ...

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

ଭୁବନେଶ୍ୱରରେ ପହଞ୍ଚିଲେ ଜେପି ନଡ୍ଡା

ଭୁବନେଶ୍ୱର,୨୮ା୪: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହା ପରେ  ନଡ୍ଡା ନବରଙ୍ଗପୁର ଓ ବ୍ରହ୍ମପୁର ଲୋକ ସଭା କ୍ଷେତ୍ର ଗସ୍ତ କରି...

ତାତିରୁ ଆଶ୍ବସ୍ତି ଆଣିଦେବ କାଳବୈଶାଖୀ, ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ୱର, ୨୭।୪: ରାଜ୍ୟରେ ସୂର୍ଯ୍ୟଦେବଙ୍କ ପ୍ରକୋପ ଜାରି ରହିଛି। ସକାଳ ୮ ଟା ଡେଇଁଲେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର...

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି, ୮ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୭।୪: ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri