ରାଜ୍ୟ

ଅମଳ ବେଳେ ଭିଜିଲା ଧାନ ଫସଲ

ଲାଠୋର/ଖପ୍ରାଖୋଲ, ୭ା୧୨(ଭୁବନେଶ୍ୱର ବାରିକ/ଅଭୟ ତ୍ରିପାଠୀ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଅଞ୍ଚଳରେ ମଙ୍ଗଳବାର ରାତିରୁ ଲଗାଣ ବର୍ଷା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି। କ୍ଷେତରେ ଅମଳ ଅବସ୍ଥାରେ ଧାନ ପେଟା ମାଟିରେ ଲୋଟି ପଡିବାରୁ ଭିଜିଯାଇଛି ବୋଲି ବନ୍ଦେର ପଞ୍ଚାୟତ ସଦର…

ପୁନରୁଦ୍ଧାର ଅପେକ୍ଷାରେ ଗୌରଚରଣଙ୍କ ସ୍ମୃତିପୀଠ

ବେଗୁନିଆ,୭।୧୨(ହର ପ୍ରସନ୍ନ ପଣ୍ଡା)କବି ଦ୍ୱିଜ ଗୌରଚରଣ ଅଧିକାରୀ ଜନସାଧାରଣଙ୍କ ମାନସ ପଟରେ ଉଭେଇ ଯିବାକୁ ବସିଛନ୍ତି। ଏପରିକି ତାଙ୍କର ସ୍ମୃତି ପୀଠ ମଧ୍ୟ ମାଟିରେ ଲୀନ ହେବାକୁ ବସିଛି। ଦୀର୍ଘବର୍ଷ ଧରି ଅବହେଳିତ ଅବସ୍ଥାରେ ଅଖୋଜା ଅଲୋଡ଼ା ହୋଇ ପଡ଼ିରହିଛି ପୀଠରେ…

ଦୂରଦୃଷ୍ଟି ଅଭାବରୁ ଦୁର୍ଦ୍ଦଶା

ଭୁବନେଶ୍ୱର,୭ା୧୨(ଅନିଲ ଦାସ)ରାଜ୍ୟର ମୁଖଶାଳା କୁହାଯାଉଥିବା ରାଜଧାନୀ ଭୁବନେଶ୍ୱର ମହାନଗରର ଅବ୍ୟବସ୍ଥିତ ବର୍ଜ୍ୟବସ୍ତୁ ପରିଚାଳନା ସହରବାସୀଙ୍କ ପାଇଁ ଅଭିଶାପ ପାଲଟିଗଲାଣି। ଗତ କିଛି ମାସ ହେବ ସୈନିକ ସ୍କୁଲ ନିକଟସ୍ଥ ଡମ୍ପିଂୟାର୍ଡ(ଟିଟିଏସ୍‌)ରୁ ବାହାରୁଥିବା ଦୁର୍ଗନ୍ଧ ସାରା ସହରକୁ ଅସ୍ତବ୍ୟସ୍ତ କରୁଛି। ପଚାଶଢ଼ା ଗନ୍ଧରେ…

ଚାଲିଲାନି ଗ୍ୟାସ୍‌ଚୁଲା, ମଶାଣିରୁ ଫେରିଲା ମୃତଦେହ

ଭୁବନେଶ୍ୱର, ୭।୧୨ (ବନ୍ଦନା ସେଠୀ)ଚାଲିଲାନି ଗ୍ୟାସ୍‌ ଚୁଲା ମେଶିନ। ଫଳରେ ମଶାଣିରୁ ଫେରିଲା ମୃତଦେହ। ମଙ୍ଗଳବାର ବିଏମ୍‌ସି ଅଧୀନ ପଟିଆସ୍ଥିତ ଜଳିମୁଣ୍ଡା ସାହି ଶ୍ମଶାନରେ ଏଭଳି ଅବ୍ୟବସ୍ଥା ଦେଖାଯାଇଥିଲା। ଶେଷରେ ମୃତଦେହକୁ ସତ୍ୟନଗର ଶ୍ମଶାନକୁ ନିଆଯାଇ ସେଠାରେ ଦାହ କରାଯାଇଥିଲା। ଏହାକୁ…

ଚାଷୀଙ୍କ ଅଣ୍ଟା ଭାଙ୍ଗିଦେଲା ବର୍ଷା

ବ୍ରହ୍ମପୁର,୭ା୧୨ (ସ୍ମୃତି ରଞ୍ଜନ ମହାଲିକ)ବାତ୍ୟା ମିଗଜୋମ ପ୍ରଭାବରେ ଗଞ୍ଜାମ ଜିଲାରେ ପ୍ରବଳ ବର୍ଷା ହୋଇଛି। ଧାନ କଟା ହୋଇ ବିଲରେ ପଡିଥିବାରୁ ବର୍ଷା ଯୋଗୁ ଶତାଧିକ ଏକର ଜମିର ଫସଲ ପାଣିରେ ବୁଡିଯାଇଛି। ଫଳରେ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇ ଆସୁଥିବା…

ମତ୍ସ୍ୟଜୀବୀଙ୍କ ସଂଖ୍ୟା ରିପୋର୍ଟ ବିଭାଗ ପାଖରେ ନାହିଁ

ପାରାଦୀପ,୭ା୧୨(ଶରତ ରାଉତ)ରାଜ୍ୟର ପ୍ରମୁଖ ମତ୍ସ୍ୟ ଉତ୍ପାଦନ ସ୍ଥାନ ହେଲା ପାରାଦୀପ ମାଛଧରା ବନ୍ଦର। ଏହି ମାଛଧରା ବନ୍ଦର ଉପରେ ୫୦ ହଜାରରୁ ଅଧିକ ଲୋକ ନିର୍ଭରଶୀଳ ବୋଲି ଅନେକ ସମୟରେ ସରକାରୀ ଭାବେ କୁହାଯାଉଛି। କିନ୍ତୁ କୌତୂହଳ ପ୍ରସଙ୍ଗ ହେଲା ଉକ୍ତ…

ମରୁଡ଼ି ପରେ ଦାଉ ସାଧିଲା ବର୍ଷା

ନୟାଗଡ଼,୭।୧୨(ଲୋକନାଥ ମିଶ୍ର)ମରୁଡି ପରେ ଦାଉ ସାଧିଛି ବର୍ଷା । ଚାଷୀଙ୍କ ବର୍ଷକର ପରିଶ୍ରମ ବାତ୍ୟା ମିଗଜୋମ ପ୍ରଭାବରେ ପାଣିରେ ଭିଜିଯାଇଛି। ପରିବା ଫସଲ ଉପରେ ପ୍ରଭାବ ପଡିଛି। ରାତିରେ ଅଧିକ ବର୍ଷା ହେଲେ ଧାନ ଫସଲ ଅମଳ ଉପରେ ପ୍ରଭାବ ପକାଇପାରେ…

୫ମାସ ବିତିଲା, ହେଲାନି ସ୍ବତନ୍ତ୍ର ବୈଠକ

ନୟାଗଡ଼,୭ା୧୨(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ମହକୁମାର ପୁରୁଣା ସହରରେ ପୂଜା ପାଉଥିବା ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପାଇଁ କରାଗଲାନି ସ୍ବତନ୍ତ୍ର ବୈଠକ। ଏକାଦଶୀରେ ଅନୁଷ୍ଠିତ ସୁନାବେଶରେ ଶ୍ରୀଜୀଉ ରୁପା ଅଳଙ୍କାରରେ ସଜ୍ଜିତ ହେଉଥିବାରୁ ୨୦୨୩ ବାହୁଡ଼ା ଯାତ୍ରା ପରେ ସ୍ବତନ୍ତ୍ର…

ଦୁର୍ନୀତି ପଦାରେ ପଡ଼ିବା ଭୟ

ନୂଆଗାଁ,୭।୧୨(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ଥିବା ଆଶ୍ରମ ସ୍କୁଲରେ ଅନେକ ଦୁର୍ନୀତି ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି। ଅଭିଯୋଗ ପରେ ଗଣମାଧ୍ୟମ ପ୍ରତିନିଧିମାନେ ସମ୍ପୃକ୍ତ ସ୍କୁଲକୁ ଯାଇ ସତ୍ୟାସତ୍ୟ ଜାଣିବା ପରେ ଖବର ପ୍ରକାଶ କରୁଛନ୍ତି । ଖବର…

ଖବର ପ୍ରକାଶ ପରେ ମରାମତି ହେଲା ନଳକୂପ

ନୂଆଗାଁ,୭।୧୨(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ କୋରଡା ପଞ୍ଚାୟତ ବେଲବଣି ଗ୍ରାମରେ ୧୦ ଦିନ ହେଲା ସୋଲାର ଜଳ ଯୋଗାଣ ବ୍ୟବସ୍ଥା ଓ ନଳକୂଅ ଉଭୟ ଖରାପ ହୋଇ ଯାଇଥିବାରୁ ଲୋକମାନେ ପାଣି ପାଇଁ ଡହଳବିକଳ ହେଉଥିଲେ । ଏ ନେଇ…

ଦୁଇ ନୂଆ ଗର୍ଭନିରୋଧକ ଆଣିଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

ଭୁବନେଶ୍ୱର,୬ା୧୨: ରାଜ୍ୟ ପରିବାର ନିୟୋଜନ ବା ଫ୍ୟାମିଲି ପ୍ଲାନିଂ ବାସ୍କେଟ୍‌ ଅଫ୍‌ ଚଏସ୍‌ରେ ଆଉ ଦୁଇ ନୂଆ ଗର୍ଭ ନିରୋଧକ ସବ୍‌ ଡର୍ମାଲ ଇମ୍ପ୍ଲାଣ୍ଟ ଓ ଅନ୍ତରା ଇଞ୍ଜେକ୍ସନ ଯୋଡ଼ି ହୋଇଛି। ସବ୍‌ ଡର୍ମାଲ ଇମ୍ପ୍ଲାଣ୍ଟ ପଦ୍ଧତି ହେଲା ଛୁଞ୍ଚି ଆକାରର…

ବାଘଛାଲ ଜବତ, ୬ ଜଣଙ୍କୁ ବାନ୍ଧିଲା ପୋଲିସ

ଭବାନୀପାଟଣା/କୋକସରା,୬ା୧୨(ଉତ୍ତମ କୁମାର ଦାଶ/ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡିରେ ପୁଣି ବାଘଛାଲ ଜବତ କରି ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ବନ ବିଭାଗ। ଛତିଶଗଡ଼ ଉଦନ୍ତି ସୀତାନଦୀ ବ୍ୟାଘ୍ର ଅଭୟାରଣ୍ୟ ଏବଂ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ପକ୍ଷରୁ କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ ଆମପାଣି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri