ଖବର ପ୍ରକାଶ ପରେ ମରାମତି ହେଲା ନଳକୂପ

ନୂଆଗାଁ,୭।୧୨(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ କୋରଡା ପଞ୍ଚାୟତ ବେଲବଣି ଗ୍ରାମରେ ୧୦ ଦିନ ହେଲା ସୋଲାର ଜଳ ଯୋଗାଣ ବ୍ୟବସ୍ଥା ଓ ନଳକୂଅ ଉଭୟ ଖରାପ ହୋଇ ଯାଇଥିବାରୁ ଲୋକମାନେ ପାଣି ପାଇଁ ଡହଳବିକଳ ହେଉଥିଲେ । ଏ ନେଇ ଗ୍ରାମର ମହିଳାମାନେ ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ ା ଏ ସଂକ୍ରାନ୍ତରେ ଧରିତ୍ରୀରେ ବୁଧବାର ଖବର ପ୍ରକାଶିତ ହେବା ପରେ ଆରଡବ୍ଳ୍ୟୁଏସ୍‌ଏସ୍‌ କର୍ମଚାରୀ ନଳକୂପ ମରାମତି କରିଛନ୍ତି । କିନ୍ତୁ ନଳକୂଅ ଭିତରେ ପାଣିଉଠା ମୋଟର ଫସି ରହିଥିବାରୁ ସୋଲାର ସିଷ୍ଟମ ଅକାମୀ ହୋଇଯାଇଛି। ତେଣୁ ଗ୍ରାମବାସୀ ସୋଲା ବ୍ୟବସ୍ଥାରେ ପାଣି ପାଇବାରୁ ବଞ୍ଚତ୍ତ ହୋଇଛନ୍ତି।
ସୂଚନା ମୁତାବକ ନୂଆଗାଁ ବ୍ଲକ କୋରଡା ପଞ୍ଚାୟତ ବେଲବଣି ଗ୍ରାମରେ ପ୍ରାୟ ୨୨ ଆଦିବାସୀ ପରିବାର ବସବାସ କରୁଛନ୍ତି। ସେମାନଙ୍କ ବ୍ୟବହାର ନିମନ୍ତେ ଗୋଟିଏ ମାତ୍ର ନଳକୂଅ ରହିଛି। ଲୋକମାନଙ୍କ ସୁବିଧା ଦୃଷ୍ଟିରୁ ସେହି ନଳକୂଅରେ ସୋଲାର ସିଷ୍ଟମ କରି ପାଇପ୍‌ ଯୋଗେ ପାଣି ଦିଆଯାଉଥିଲା। ତାହା ଅଚଳ ହୋଇଯିବାରୁ ମରାମତି ପାଇଁ ବିଭାଗୀୟ ଅଧିକାରୀଙ୍କୁ ଗ୍ରାମବାସୀ ଜଣାଇଥିଲେ । ତେଣୁ ୧୦ ଦିନ ପୂର୍ବେ ନଳକୂଅ ମରାମତି ମିସ୍ତ୍ରୀ ଯାଇ ନଳକୂଅକୁ ଖୋଲିଥିଲେ । କିନ୍ତୁ ତାହାକୁ ମରାମତି କରିବା ପରିବର୍ତ୍ତେ ପାଇପ୍‌ ପାଣି ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ। ଗାଁରେ ଥିବା ଗୋଟିଏ ମାତ୍ର ନଳକୂଅର ପାଣି ଖରାଦିନେ ଶୁଖିଯାଉଛି । ତେଣୁ ଲୋକମାନେ ବାଧ୍ୟ ହୋଇ ଗହିର ମଝିରେ ଥିବା ଖୋଲାକୂଅର ପାଣି ବ୍ୟବହାର କରୁଛନ୍ତି ା ତେଣୁ ଗ୍ରାମରେ ଆଉ ଗୋଟିଏ ଗଭୀର ନଳକୂଅ ଖୋଳିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଲଘୁଚାପ, ୧୪ ଯାଏ ପ୍ରବଳ ବର୍ଷା; ଏସବୁ ଜିଲାକୁ ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ବର,୮ା୮(ବନ୍ଦନା ସେଠୀ) – ଦକ୍ଷିଣ-ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଶନିବାର ସକାଳ ୮ଟା ୩୦ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ଦାବିପତ୍ର ଦେବାକୁ ୨୫ କି.ମି. ପଦଯାତ୍ରା କଲେ ଚାଷୀ

ଗୋଲାମୁଣ୍ଡା,୮ା୮ (ବଟକୃଷ୍ଣ ପଣ୍ଡା): ଶସ୍ୟବୀମା ପଞ୍ଜିକରଣଠାରୁ ଆରମ୍ଭ କରି ସାର ଯୋଗାଣ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଗୋଲାମୁଣ୍ଡା ବ୍ଲକର ଚାଷୀ। କଳାହାଣ୍ଡି…

ଘରେ କେହି ନ ଥିଲେ, ତାଲା ଭାଙ୍ଗି ୫.୫ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଲେ …

ପାରଳାଖେମୁଣ୍ଡି,୮|୮(ଗିରିଧାରୀ ପରିଛା)- ପାରଳାଖେମୁଣ୍ଡି ସହର ସଞ୍ଜୟଗାନ୍ଧୀ କଲୋନୀରେ ଘରେ କେହି ନଥିବା ଏକ ବଡ଼ ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରର ତାଲା ଭାଙ୍ଗି ଏକ ବଡ଼ଧରଣର ଚୋରି…

ଏହି ଦେଶରୁ ବିଦା ହେଲେଣି ୩ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୮ା୮: କାନାଡା ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ୩,୩୨୩ ଜଣ ଭାରତୀୟଙ୍କୁ ବିଦା କରିଛି, ଯାହାକି ଗତବର୍ଷ ବହିଷ୍କୃତ ହୋଇଥିବା ସଂଖ୍ୟା ତୁଳନାରେ ଅଧିକ।…

ନାବାଳିକାଙ୍କୁ ଅପହରଣ କରି ନେଇ ସମ୍ପର୍କୀୟଙ୍କ ଘରେ ରଖିଥିଲେ, ଅଭିଯୁକ୍ତ ନାବାଳକ ଅଟକ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ…

ତାମିଲନାଡୁରେ ଟ୍ରେନରୁ ଖସି ଓଡ଼ିଆ ଦାଦନ ଶ୍ରମିକ ମୃତ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ଏମ୍.ପି

ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ତାମିଲନାଡୁରେ ଟ୍ରେନରୁ ଖସି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ସାହିର ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ ଘଟିଛି।…

ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

ବରଗଡ଼,୮।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି…

ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କର୍ଲାମୁଣ୍ଡା,୮ା୮(ପ୍ରଦୀପ କୁମାର ସାହୁ): ଦାଦନ ଖଟିବାକୁ ଯାଇଥିବା ଜଣେ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି। ସେ ହେଲେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ଗ୍ରାମର ସୀମାଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri