ରାଜ୍ୟ

ରାଜ୍ୟ ଭିଜିଲାନ୍ସରେ ୮ ଏଏସ୍‌ପି, ୨୪ ଡିଏସ୍‌ପି,୧୬ ଏସ୍‌ଆଇ ପଦବୀ ହେବ ସୃଷ୍ଟି

ଭୁବନେଶ୍ୱର,୨ା୧(ଅନିଲ ଦାସ):ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ନୀତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଆସିଛନ୍ତି। ବିଶେଷକରି ଉଚ୍ଚସ୍ତରରେ ଦୁର୍ନୀତି ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଉଛି। ଏଥିପାଇଁ ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥାର ଶକ୍ତି ବୃଦ୍ଧିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାର…

ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ମିଳିଲା ଏହି ଦାୟିତ୍ୱ

ଭୁବନେଶ୍ୱର,୨ା୧: ନୂଆବର୍ଷ ଆରମ୍ଭରୁ ଆଇଏଏସ୍‌ ସ୍ତରରେ ଅଦଳବଦଳ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ବଦଳିଛନ୍ତି। ୫ ମାସ ତଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଥିବା ଅରିନ୍ଦମ ଡାକୁଆଙ୍କ ଗୁରୁବାର ବଦଳି ହୋଇଛି। ତାଙ୍କ ସ୍ଥାନରେ…

ଓଡ଼ିଶା ଆସିବେ ଆଉ ୩ ମହାବଳ

ଭୁବନେଶ୍ୱର,୨ା୧: ଓଡ଼ିଶା ଆସିବେ ଆଉ ୩ ମହାବଳ। ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି। ଏହି ୩ ବାଘ ଓଡ଼ିଶା ଆସିବା ପରେ ତାଙ୍କୁ ଡେବ୍ରିଗଡ଼ ଅଭୟାରଣ୍ୟରେ ଛଡ଼ାଯିବ। ୫ ମହାବଳରୁ ଯମୁନା, ଜିନ୍ନତ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ବଢିଲା ଭତ୍ତା ରାଶି, ଏଣିକି ପାଇବେ…

ଭୁବନେଶ୍ୱର,୨।୧: ସ୍ବାଧୀନତା ସଂଗ୍ରାମୀ ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ଘୋଷଣା କରିଛନ୍ତି। ଗୁରୁବାର ରାଜ୍ୟ ସରକାର ସ୍ବାଧୀନତା ସଂଗ୍ରାମୀଙ୍କ ଭତ୍ତା ବୃଦ୍ଧି କରିଛନ୍ତି। କାରାବରଣ କରିଥିବା ସ୍ବାଧୀନତା ସଂଗ୍ରାମୀଙ୍କ ପେନସନ ଦୁଇଗୁଣା ହୋଇଛି। କାରାବରଣ କରିଥିଲେ ୧୦ ହଜାର…

ଓଡ଼ିଶାରେ ପହଞ୍ଚିଲା ଡବଲ ଡେକର ବସ୍‌, ଏଥିରେ ରହିଛି ଏସବୁ ସୁବିଧା

ବ୍ରହ୍ମପୁର,୨ା୧: ଡବଲ ଡେକର ଇଲେକ୍ଟ୍ରିକ୍‌ ବସ୍‌ ମହାରାଷ୍ଟ୍ରରୁ ଆସି ଗୁରୁବାର ବ୍ରହ୍ମପୁରରେ ପହଞ୍ଚିଛି। ଏହି ଡବଲ ଡେକରର ଡିଜାଇନରେ ଓଡିଶାର କଳା ଏବଂ ସଂସ୍କୃତି ରହିଛି। ଏହାଦ୍ୱାରା ଟ୍ବିନ୍‌ ସିଟି ଏବଂ ପୁରୀରେ ଅଧିକ ଆରାମଦାୟକ ଯାତ୍ରା କରିବାକୁ ସକ୍ଷମ ହେବେ…

ରାଜଧାନୀରେ ମର୍ଡର: ଯୁବକଙ୍କୁ ହତ୍ୟା କରି ରେଳଧାରଣାରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ଭୁବନେଶ୍ୱରୀ,୨ା୧: ରାଜଧାନୀ ଭୁବନେଶ୍ବରରେ ଥମୁନି ମର୍ଡର। ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ାଇ ଚାଲିଛନ୍ତି ଦୁର୍ବୃତ୍ତ। ଗୁରୁବାର ପୁଣି ଏକ ବୀଭତ୍ସ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହାଣି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ…

ଶୀତରେ ଥରୁଛି ଜି.ଉଦୟଗିରି ସହର, ସର୍ବନିମ୍ନ ତାପମାତ୍ରା ରହିଛି…

ଜି.ଉଦୟଗିରି,୨ା୧(ଶିଶିର ପଟ୍ଟନାୟକ): କନ୍ଧମାଳ ଜିଲା ଜି.ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ଚିହ୍ନଟ ହୋଇଛି। ପ୍ରବଳ ଶୀତରେ ଥରୁଛି ସହର। ଗୁରୁବାର ଜି.ଉଦୟଗିରି ସହରର ସର୍ବନିମ୍ନ ତାପମାତ୍ରା ୪.୮ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ବୋଲି ଜି.ଉଦୟଗିରି କୃଷି ଗବେଷଣା କେନ୍ଦ୍ର…

ଟ୍ୟାଙ୍କର ଧକ୍କାରେ ବାଇକ୍‌ଆରୋହୀଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଭବାନୀପାଟଣା,୨ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ ବାନେର ଛକ ନିକଟରେ ଗତ ୨୯ ତାରିଖରେ ଜଣେ ବାଇକ୍‌ଆରୋହୀଙ୍କୁ ଟ୍ୟାଙ୍କର ଧକ୍କା ଦେଇଥିଲା। ଏଥିରେ ବାଇକ୍‌ଆରୋହୀ ଜଣକ ଗୁରୁତର ହୋଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ରାୟପୁରର ଏକ ଘରୋଇ…

ସମ୍ବଲପୁରରେ ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା, ପ୍ରବଳ ଉତ୍ତେଜନା

ସମ୍ବଲପୁର,୨ା୧(ପ୍ରମୋଦ ବହିଦାର): ସମ୍ବଲପୁର ମହାନଗର ନିଗମ ପକ୍ଷରୁ ସହରରେ ପୁନର୍ବାର ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା। ଗୁରୁବାର ସକାଳ ୬ଟାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଭୂତାପଡ଼ା ଛକରୁ ଧନକଉଡ଼ା ପର୍ଯ୍ୟନ୍ତ ଚାଲିଥିବା ଜବରଦଖଲ ଭୟରେ ମୋତିଝରଣ ଛକରେ ଉଚ୍ଛେଦକାରୀ…

ଥରାଉଛି ଶୀତ, ଆହୁରି ଖସିବ ତାପମାତ୍ରା

ଭୁବନେଶ୍ୱର,୨ା୧: ରାଜ୍ୟକୁ ଫେରିଛି ଶୀତ। ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଗୁରୁବାରଠାରୁ ୪ ତାରିଖ ମଧ୍ୟରେ କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି…

ଚଳିତବର୍ଷ ୨ ସୂର୍ଯ୍ୟୋପରାଗ, ୨ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ: ଜାଣନ୍ତୁ କେଉଁ କେଉଁ ତାରିଖରେ ପଡ଼ିବ

ଭୁବନେଶ୍ୱର, ୨।୧(ସୁଚିସ୍ମିତା ସାହୁ): ଚଳିତବର୍ଷ ମୋଟ ଚାରୋଟି ପରାଗ ଓ ଗ୍ରହଣ ସଂଗଠିତ ହେବ। ସେଥିରୁ ଦୁଇଟି ଆଶିଂକ ସୂର୍ଯ୍ୟାପରାଗ ଏବଂ ଦୁଇଟି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ। ସେଥିମଧ୍ୟରୁ କେବଳ ଗୋଟିଏ ପୂଣ୍ଣର୍ର୍ ଚନ୍ଦ୍ରଗ୍ରହଣ ଭାରତରୁ ଦେଖିହେବ ବୋଲି ଜନବିଜ୍‌ୟାନୀ ଡ. ଶୁଭେନ୍ଧୁ…

ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ମୁକୁଳା ଡ୍ରେନର ସମୀକ୍ଷା କଲେ ମନ୍ତ୍ରୀ

ଭୁବନେଶ୍ୱର,୨।୧: ଗୁରୁବାର ସକାଳୁ ରାଜଧାନୀର ମୁକୁଳା ଡ୍ରେନର ସମୀକ୍ଷା କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ରାଜଧାନୀର ବିଭିନ୍ନ ଡ୍ରେନ ଓ ପରିମଳ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ମନ୍ତ୍ରୀଙ୍କ ସହ ବିଏମ୍‌ସି ଏବଂ ବିଡିଏର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?