କଳାହାଣ୍ଡିରେ ସରିଲା ଖରିଫ୍‌ ଧାନକିଣା:ଗତ ବର୍ଷଠାରୁ ଅଧିକ ଧାନ ସଂଗ୍ରହ

ଭବାନୀପାଟଣା,୧୧ା୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ନଭେମ୍ବର ୨୯ ତାରିଖଠାରୁ ଚାଲିଥିବା ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସୋମବାର ଶେଷ ହୋଇଛି। ଚଳିତ ଖରିଫ୍‌ରେ ଜିଲାରେ ୬୪ଲକ୍ଷ ୬ହଜାର ୧୯୧ କୁଇଣ୍ଟାଲ ଧାନ ବିକ୍ରୟ ପାଇଁ ଟାର୍ଗେଟ ମଗାଯାଇଥିଲା। ସେଥିରୁ ୬୦ଲକ୍ଷ ୯୬ହଜାର ୮୦୭.୮୩ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି। ଏଥିରେ ୨୨୩ଟି ମଣ୍ଡି ଜରିଆରେ ୧ ଲକ୍ଷ ୯ ହଜାର ୧୪୨ ଜଣ ଚାଷୀ ୬୦ଲକ୍ଷ ୯୬ହଜାର ୮୦୭.୮୩ କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି। ଗତବର୍ଷ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ୫୧ ଲକ୍ଷ ୨୬ହଜାର ରହିଥିଲା। ଯାହାକି ଏଥର ୯ଲକ୍ଷ ୭୦ହଜାର ୮୦୭ କୁଇଣ୍ଟାଲ ଅଧିକ ରହିଛି। ଶେଷ ଦିନରେ ଅର୍ଥାତ୍‌ ସୋମବାର ଲାଞ୍ଜିଗଡ ମଣ୍ଡିରେ ୪ ଜଣ ଚାଷୀ ୧୬୮.୬୮ କୁଇଣ୍ଟାଲ ଧାନ ବିକ୍ରି କରିଥିବା ଜଣାପଡିଛି। ଏଥର ଜିଲାରେ ୨୨୩ଟି ମଣ୍ଡିରେ ୮୪ ମିଲର୍ସ ନିଯୁକ୍ତ ହୋଇଥିଲେ। ଏଥର ଗୁରୁତ୍ୱପୂର୍ଣ୍ଣ ବିଷୟ ରହିଥିଲା ବୋନ୍‌ସ ଟଙ୍କା। ଗତ ସାଧାରଣ ନିର୍ବାଚନରେ ରାଜ୍ୟରେ ଭାଜପା ସରକାର ଆସିଲେ ଧାନ କୁଇଣ୍ଟାଲ ପିଛା ୮ଶହ ଟଙ୍କା ବୋନସ୍‌ ଦେବା ପାଇଁ ଘୋଷଣା କରାଯାଇଥିଲା। ଭାଜପା ସରକାରୀ ଆସିବା ପରେ ଏହା କାର୍ଯ୍ୟକାରୀ ହୋଇଛି। ଚଳିତ ଖରିଫ୍‌ରେ କଳାହାଣ୍ଡି ଜିଲାର ୧ ଲକ୍ଷ ୯ ହଜାର ୧୪୨ ଜଣ ଚାଷୀ ୪୮୭ କୋଟି ୭୪ ଲକ୍ଷ ୪୫ହଜାର ୬ଶହ ଟଙ୍କା ଅଧିକ ବୋନ୍‌ସ ଟଙ୍କା ପାଇଛନ୍ତି। ଏହାକୁ ନେଇ ଜିଲାର ଚାଷୀମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ସେହିପରି ଧାନ କୁଇଣ୍ଟାଲ ୩୧ ଶହ ହେବା ପରେ ଗତ ବର୍ଷଠାରୁ ଏଥର ୯ଲକ୍ଷ ୭୦ହଜାର ୮୦୭ କୁଇଣ୍ଟାଲ ଅଧିକ ରହିଛି। ଏଥିରୁ ଜିଲାରେ ଚାଷୀମାନେ ଧାନ ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁଥିବା ପ୍ରମାଣିତ ହୋଇଛି। ଏ ନେଇ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ପବିତ୍ର ମୋହନ ସାହୁଙ୍କୁ ପଚାରିବାରୁ ଜିଲାରେ ଚଳିତ ଖରିଫ୍‌ ଧାନ ସଂଗ୍ରହ ଗତ ବର୍ଷଠାରୁ ଅଧିକ ହୋଇଥିବାବେଳେ ଚାଷୀମାନେ ମଧ୍ୟ ବୋନସ୍‌ ଟଙ୍କା ପାଇ ବେଶ ଉତ୍ସାହିତ ଅଛନ୍ତି ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓୱାଇସିଙ୍କ ବୟାନକୁ ନେଇ ହଇଚଇ, କହିଲେ ରାତିରେ ଶୋଇବା ପୂର୍ବରୁ ପତ୍ନୀଙ୍କୁ….

ନୂଆଦିଲ୍ଲୀ,୨୨।୯: ରାଜନୈତିକ ପ୍ରସଙ୍ଗରେ ନିଜ ମତ ରଖୁଥିବା AIMIM ମୁଖ୍ୟ ତଥା ହାଇଦ୍ରାବାଦ ଲୋକସଭା ଏମପି ଅସଦୁଦ୍ଦିନ ଓୱାଇସିଙ୍କ ଏକ କାର୍ଯ୍ୟକ୍ରମରେ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି…

ଛାତ୍ରୀଛାତ୍ରଙ୍କୁ ଜଳଖିଆ ପରଷିଲେ, ନିଜେ ବି ଖାଇଲେ ସିଏମ ବିଜୟ; ଭିଡିଓ ଭାଇରାଲ

ଚେନ୍ନାଇ,୨୨।୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ମଙ୍ଗଳବାର (ସେପ୍ଟେମ୍ବର ୨୨) ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ଜଳଖିଆ ଯୋଜନାର ସମ୍ପ୍ରସାରଣ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ…

ମନ୍ତ୍ରୀଙ୍କୁ ବନ୍ଧୁକ ଦେଖାଇ କରିନେଲେ ଅପହରଣ: ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ

ଇସଲାମାବାଦ/ପେଶାୱାର,୨୨।୯: ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବା ପାକିସ୍ତାନରେ ଏବେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ନିଜ ଦେଶର ନିର୍ବାଚିତ ଜନପ୍ରତିନିଧି ଏବଂ ମନ୍ତ୍ରୀମାନେ ମଧ୍ୟ ଏବେ ସୁରକ୍ଷିତ…

ବୁଢ଼ା ବୟସରେ ପ୍ରେମ, ପରେ ପ୍ରେମିକଙ୍କୁ ହତ୍ୟା କରି ଜାଳିଦେଲେ ୭୦ ବର୍ଷୀୟା! DNA ଟେଷ୍ଟ ଖୋଲିଲା ରହସ୍ୟ

ମୁମ୍ବାଇ,୨୨।୯: ମହାରାଷ୍ଟ୍ରର ସୋଲାପୁର ଜିଲାପଣ୍ଢରପୁରରୁ ଏକ ଚାଞ୍ଚଲ୍ୟକର ହତ୍ୟା ଘଟଣା ସାମ୍ନାକୁ ଆସିଛି। ୭୦ ବର୍ଷ ବୟସରେ ପ୍ରେମ ସମ୍ପର୍କକୁ ନେଇ ନିଜ ପ୍ରେମିକଙ୍କୁ ହତ୍ୟା କରିବା…

୩୮୦ କୋଟିର ଗଡ଼ବଡ଼ ଅଭିଯୋଗ ଆଣିଲା CJP , ତଦନ୍ତ ଦାବି: ଓଡ଼ିଶା ସରକାର ଛାନିଆ!

ଭୁବନେଶ୍ୱର,୨୨।୯: ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ଓ ଛପା-ବଣ୍ଟନକୁ ନେଇ ବିବାଦ ମଧ୍ୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କକରୋଚ ଜନତା ପାର୍ଟି (CJP)। ଦଳର ସହ-ସଂଯୋଜକ…

ଭୋ ଭୋ ହୋଇ କାନ୍ଦିଲେ ଭାଜପା ମନ୍ତ୍ରୀ: ବିଜୟ ସତ୍ତ୍ୱେ…

ଅଲୱର,୨୨।୯: ରାଜସ୍ଥାନର ଅଲୱର ନଗର ନିଗମରେ ଭାଜପାର ବିଜୟ ପରେ ଭାବବିହ୍ବଳ ହୋଇପଡ଼ିଛନ୍ତି ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ସଞ୍ଜୟ ଶର୍ମା। ଅଲୱର ନଗର ନିଗମର ଦାୟିତ୍ୱ ତାଙ୍କୁ…

କମାଲ୍‌ କଲେ ୧୩ ବର୍ଷୀୟା ବାଳିକା: ଏସିଆନ ଗେମ୍ସରେ ୨ ସ୍ବର୍ଣ୍ଣ ସହ ମହାରେକର୍ଡ

ନୂଆଦିଲ୍ଲୀ,୨୨।୯: ଯେଉଁ ବୟସରେ ଅଧିକାଂଶ ପିଲା ପାଠପଢ଼ା ଓ ଖେଳର ମୌଳିକ ଅଭ୍ୟାସରେ ବ୍ୟସ୍ତ ରହନ୍ତି, ସେହି ବୟସରେ ଚାଇନାର ୧୩ ବର୍ଷୀୟା ସନ୍ତରଣକାରୀ ୟୁ ଜିଦି…

ଆଗାମୀ ୩ ମାସ ଏହି ରାଶିଙ୍କ ଭାଗ୍ୟରେ ଲାଗିବ ଲଟେରୀ! ମିଳିବ ମନଚାହାଁ ସଫଳତା, ଚାକିରିରେ ପଦୋନ୍ନତି, ବ୍ୟବସାୟରେ ଟଙ୍କା ହିିଁ ଟଙ୍କା

ଭୁବନେଶ୍ୱର: ୨୦୨୬ ବର୍ଷ ଶେଷ ଆଡ଼କୁ ଗତି କରୁଥିବା ବେଳେ ଆଗାମୀ ତିନି ମାସ ଧାର୍ମିକ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?