ନବଜାତକଙ୍କୁ ଜନ୍ମ ଦେଇ ଶୌଚାଳୟ ପ୍ୟାନ୍‌ରେ ଫିଙ୍ଗିଦେଲେ ନାବାଳିକା ଛାତ୍ରୀ, ଆଉ ତା’ ପରେ…

ଦାରିଙ୍ଗବାଡ଼ି,୧୨ା୨(ଅରୁଣ ସାହୁ): ସ୍ବାସ୍ଥ୍ୟକେନ୍ଦ୍ରର ଶୌଚାଳୟରୁ ମୃତ ନବଜାତ ଶିଶୁ ଉଦ୍ଧାର ହୋଇଛି। ଜନୈକା ନାବାଳିକା ଛାତ୍ରୀ ନବଜାତକଙ୍କୁ ଜନ୍ମ ଦେଇ ଶୌଚାଳୟ ମଧ୍ୟରେ ଫିଙ୍ଗିଦେଇଥିଲେ ବୋଲି ଚର୍ଚ୍ଚା ହେଉଛି। ଅଗ୍ନିଶମ ବିଭାଗ ପକ୍ଷରୁ ଶୌଚାଳୟ ଭାଙ୍ଗି ମୃତ ନବଜାତକଙ୍କୁ ଉଦ୍ଧାର କରାଯାଇଛି।

ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ। ତେବେ ସୂଚନା ମୁତାବକ ବୁଧବାର ସକାଳେ ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ଜଣେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କ ସ୍ବାସ୍ଥ୍ୟ ଖରାପ ଥିବାରୁ ପରିବାର ଲୋକଙ୍କ ସହ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ଆଉ ସେ ବହର୍ବିଭାଗର ପୁରୁଷ ଶୌଚାଳୟକୁ ଯାଇଥିବା ବେଳେ ସେଠି ନବଜାତ ଶିଶୁଙ୍କୁ ଜନ୍ମ ଦେଇଥିଲେ। ତା’ପରେ ନବଜାତ ଶିଶୁଙ୍କୁ ଶୌଚାଳୟର ପ୍ୟାନ୍‌ ମଧ୍ୟରେ ଫୋପାଡ଼ି ସେଠାରୁ ଛାତ୍ରୀ ଜଣଙ୍କ ଚାଲିଯିବାକୁ ଉଦ୍ୟମ ରଖିଥିବା ବେଳେ ନବଜାତ ଶିଶୁର ମୁଣ୍ଡଟି କିନ୍ତୁ ଶୌଚାଳୟରେ ଫସି ରହିଯାଇଥିଲା। ନା ତାହା ଆଗକୁ ଯାଉଥିଲା ନା ପଛକୁ ଫେରୁଥିଲା। ଏଭଳି ସ୍ଥିତିରେ ଛତ୍ରୀଙ୍କ ମା’ ଜାଣିବାକୁ ପାଇ ନବଜାତର ଗୋଡ଼କୁ ଧରି ସେଠି ବସି ରହିଥିଲେ।

ସ୍ବାସ୍ଥ୍ୟକେନ୍ଦ୍ରର କର୍ତ୍ତୃପକ୍ଷ ଖବର ପାଇ ଛାତ୍ରୀଙ୍କୁ ପ୍ରସୂତି କକ୍ଷକୁ ନେବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ପହଞ୍ଚି ଶୌଚାଳୟ ଖୋଳି ବାହାର କରିଥିବା ବେଳେ ନବଜାତଙ୍କ ମୃତ୍ୟୁ ହୋଇସାରିଥିବା ଜଣାପଡ଼ିଛି। ତେବେ ଛାତ୍ରୀ ଜଣକ ଅନ୍ୟ ଥାନା ଅଞ୍ଚଳରେ ପଢ଼ୁଥିବା ବେଳେ ଗତକାଲି ହିଁ ସେ ନିଜ ଘରକୁ ଆସିଥିଲେ। ଆଜି ସକାଳୁ ଏ ସବୁ ଘଟଣା ଘଟିଛି। ଯାହାକି ସେ ଯେଉଁ ମହାବିଦ୍ୟାଳୟର ଅଧ୍ୟୟନ କରୁଥିଲେ ତାଙ୍କ କାର୍ଯ୍ୟଧାରାଙ୍କୁ ନେଇ ଅନେକ ବିଷୟ ଆଲୋଚନାକୁ ଆସିଛି। ସେପଟେ ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡା ଏବଂ ଦାରିଙ୍ଗବାଡ଼ି ପୋଲିସ ମଧ୍ୟ ଖବର ପାଇ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ମଣିଷଠାରୁ ମହାନ୍‌

ଓଡ଼ିଆ ସବୁଜ ସାହିତ୍ୟର ମହାରଥୀ କାଳିନ୍ଦୀଚରଣ ପାଣିଗ୍ରାହୀ ଏକାଧାରରେ ଥିଲେ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ପ୍ରାବନ୍ଧିକ। କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ପାଇଁ ସେ…

ଅକ୍ଟୋବର ସୁଦ୍ଧା ସରିବ ପୋଲିସ ଏସ୍‌ଆଇ ପରୀକ୍ଷା

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପ୍ରଶ୍ନପତ୍ର ଲିକ୍‌ ଓ ନିଯୁକ୍ତି ଅନିୟମିତା ଯୋଗୁ ଦେଢ଼ବର୍ଷ ଧରି ପୋଲିସ ସବ୍‌-ଇନ୍ସପେକ୍ଟର (ଏସ୍‌ଆଇ) ପରୀକ୍ଷା ଅନିଶ୍ଚିତତା ଭିତରେ ରହିଥିବାବେଳେ ଇତିମଧ୍ୟରେ ବହୁ ଆବେଦନକାରୀଙ୍କ…

ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ମେସିଙ୍କ ସମକକ୍ଷ ଏମ୍‌ବାପେ

ଇଷ୍ଟ ରଦରଫୋର୍ଡ,୨ା୭ (ଏପି):ଚଳିତ ଫିଫା ବିଶ୍ୱକପ୍‌ରେ ଫ୍ରାନ୍ସ ତା’ର ବିଜୟଧାରା ଜାରି ରଖି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। କିଲିଆନ ଏମ୍‌ବାପେଙ୍କ ଡବଲ ଗୋଲ୍‌ ବଳରେ ବୁଧବାର ଅନୁଷ୍ଠିତ…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri