ହଂସିତା-ଅନିଲଙ୍କୁ ମିଳିଲା ଜାମିନ, ଏମିତି ସର୍ତ୍ତ ରଖିଲେ ହାଇକୋର୍ଟ…
କଟକ,୧୭ା୩: ହଂସିତା ଅଭୀଲିପ୍ସା ଏବଂ ତାଙ୍କ ସହଯୋଗୀ ଅନିଲ ମହାନ୍ତିଙ୍କୁ ସୋମବାର କୋର୍ଟରୁ ମିଳିଛି ଜାମିନ। ହାଇକୋର୍ଟ ଉଭୟଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ପାସପୋର୍ଟ ସରେଣ୍ଡର କରିବାକୁ ସର୍ତ୍ତ ରଖିଛନ୍ତି ହାଇକୋର୍ଟ । ତେବେ ୫୦ ହଜାର ଟଙ୍କାର ଜଣେ…
ପରଲୋକରେ ଧର୍ମେନ୍ଦ୍ରଙ୍କ ବାପା: ଜାଣନ୍ତୁ ଓଡ଼ିଶାରେ ଭାଜପା ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ଅବଦାନ
ଭୁବନେଶ୍ୱର,୧୭ା୩: ଦେବେନ୍ଦ୍ର ପ୍ରଧାନଙ୍କ ରାଜନୈତିକ ଜୀବନ ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଓଡ଼ିଶାରେ ଦଳର ଅଗ୍ରଗତି ସହିତ ଗଭୀର ଭାବେ ଜଡ଼ିତ। ସେ ଓଡ଼ିଶାର ଜଣେ ପ୍ରଭାବଶାଳୀ ନେତା ଥିଲେ, ଯିଏ ରାଜ୍ୟରେ ଭାଜପାର ମୂଳଦୁଆ ସ୍ଥାପନ ଏବଂ ସଂଗଠନକୁ…
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ
ଭୁବନେଶ୍ୱର,୧୭ା୩: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ ତଥା ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତାଙ୍କର ପରଲୋକ ଘଟିଛି। ଦେବେନ୍ଦ୍ର ପ୍ରଧାନ ବାଜପେୟୀଙ୍କ ସରକାରରେ ପରିବହନ ମନ୍ତ୍ରୀ ଥିଲେ। ସେ ୧୯୮୮ରୁ ୧୯୯୩ ରାଜ୍ୟ ଭାଜପା ସଭାପତି ଥିଲେ। ୧୯୯୩ରୁ ୧୯୯୫ ରାଜ୍ୟ…
ନୀଳଚକ୍ର ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି, ଶ୍ରଦ୍ଧାଳୁ କହୁଛନ୍ତି ଘଟିବ..
ପୁରୀ,୧୭ା୩: ଚୈତ୍ର ମାସ କୃଷ୍ଣ ପ୍ରତିପଦା ତିଥି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହୋଲି ଉତ୍ସବ ଏବଂ ଚନ୍ଦନ ଅନୁକୂଳ ନୀତି ସମ୍ପନ୍ନ ହୋଇଛି। ଏହି ପରିପ୍ରେକ୍ଷୀରେ ସୋମବାର ଶ୍ରୀମନ୍ଦିରର ନୀଳଚକ୍ରରେ ଉଡୁଥିବା ପତିତପାବନବାନାରେ ପଡ଼ିଛି ଶୂନ୍ୟ ଗଣ୍ଠି। ଶୂନ୍ୟ ଗଣ୍ଠି ପଡ଼ିଥିବା…
ରମାକାନ୍ତଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ଆଜି ସ୍ବର୍ଗଦ୍ୱାରରେ ହେବ ଶେଷକୃତ୍ୟ
ଭୁବନେଶ୍ୱର,୧୭ା୩: ବିଶିଷ୍ଟ କବି ରମାକାନ୍ତ ରଥଙ୍କ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଖାରବେଳନଗସ୍ଥିତ ତାଙ୍କ ବାସଭବନରେ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ସୂଚନାଯୋଗ୍ୟ, ରମାକାନ୍ତ ରଥ(ଜନ୍ମ ୧୩ ଡିସେମ୍ବର ୧୯୩୪)ଓଡ଼ିଆ ସାହିତ୍ୟର ଜଣେ…
ସୁପର ସ୍ପେଶାଲିଟି ଡାକ୍ତରଖାନାର ଉଦ୍ଘାଟନ କରିବେ ଶାହା
ସମ୍ବଲପୁର,୧୭ା୩(ପ୍ରମୋଦ ବହିଦାର): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ୨୨ଓ ୨୩ ତାରିଖ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ପ୍ରଥମ ଦିନ ମାର୍ଚ୍ଚ ୨୨ରେ ସମ୍ବଲପୁରରେ ଏକ ସାଧାରଣ ସଭାରେ ଯୋଗଦେବା ସହ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ସ୍ଥିର…
ଆଗକୁ କାଳବୈଶାଖୀ: ୨୦ରୁ ୨୬ ଘଡ଼ଘଡ଼ି ସହ ବର୍ଷା
ଭୁବନେଶ୍ୱର,୧୭।୩: ଆଗକୁ ଆସୁଛି କାଳବୈଶାଖୀ। ଏହାର ପ୍ରଭାବରେ ରାଜ୍ୟରେ କମିବ ତାତି। ଆଶ୍ୱସ୍ତ ହେବେ ରାଜ୍ୟବାସୀ। ଗୁରୁଚାପ ବଳୟ ସାଙ୍ଗକୁ ଟ୍ରାପ୍ ଲାଇନ ପ୍ରଭାବରେ ଆସନ୍ତା ୨୦ରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବାର…
ନବ ଦାସ ହତ୍ୟା ମାମଲା: ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ୍
ଭୁବନେଶ୍ୱର,୧୭ା୩: ନବ ଦାସ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ କରିଛନ୍ତି ନବ ଦାସଙ୍କ ସ୍ତ୍ରୀ। ସେ ଇ-ମେଲ୍ ଜରିଆରେ ସାକ୍ଷାତକାରର ସମୟ ମାଗିଛନ୍ତି। ଇ-ମେଲ୍ ସହ ପୋଷ୍ଟାଲରେ ମଧ୍ୟ ଏକ ଚିଠି ପଠାଇ ସମୟ ମାଗିଛନ୍ତି ନବ ଦାସଙ୍କ ସ୍ତ୍ରୀ। ସିବିଆଇ…
ଚକୋଲେଟ୍ ଦେଇ ଶିଶୁକୁ କରିନେଲେ ଅପହରଣ
ବଡ଼ମ୍ବା,୧୬ା୩(ମାୟାଧର ମଲ୍ଲିକ): ଚକୋଲେଟ ଦେଇ ଶିଶୁ ଅପହରଣ କରାଯାଇଥିବା ଘଟଣାକୁ ନେଇ ବଡ଼ମ୍ବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅବଶ୍ୟ ଅପହରଣ ଶିଶୁଟି ରବିବାର ବଡ଼ମ୍ବା ଅଞ୍ଚଳରୁ ଉଦ୍ଧାର ହୋଇଥିବା ପ୍ରକାଶ ପାଇଛି। ଶିଶୁଟିର ଘର ଖୋର୍ଦ୍ଧା ଅଞ୍ଚଳର କେଶବ ବେହେରାଙ୍କର…
୬୪ ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି,୧୬ା୩(ଦୁର୍ଯ୍ୟୋଧନ ପାତ୍ର): ତେଲଙ୍ଗାନା ଭଦ୍ରାଦ୍ରି କତାଗୁଡେମ ଜିଲା ପୋଲିସ ନିକଟରେ ଛତିଶଗଡ ବିଜାପୁର ଓ ସୁକ୍ମାର ୬୪ ମାଓବାଦୀ ରବିବାର ଆତ୍ମସମର୍ପଣ କରିଛନ୍ତି। ସୁକ୍ମା ଓ ବିଜାପୁରରେ ଏହି ମାଓବାଦୀମାନେ ଦଳ ସଭ୍ୟଭାବେ କାର୍ଯ୍ୟକରି ଆସୁଥିଲେ। ଏମାନଙ୍କ ମଧ୍ୟରୁ ୧୬ ମହିଳା…
ବୌଦ୍ଧ ଦେଶର ଉତ୍ତପ୍ତ ସହର: ୪୩.୬ ଡିଗ୍ରୀ ସହ ତାତିରେ ସିଝିଲେ ଲୋକେ
ଭୁବନେଶ୍ୱର, ୧୬ା୩: ଆଜି ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହିତ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି। ଶନିବାର ୪୨.୫ ଡିଗ୍ରୀ ସହ ବୌଦ୍ଧ ଦେଶର ସବୁଠୁ ଉତ୍ତପ୍ତ ସହର ଥିଲା ବେଳେ ରବିବାର…
ରାଜଧାନୀ ଡବଲ ମର୍ଡର ଘଟଣା: ପୋଲିସ ପିଛା କରିବାରୁ ଡିମିରି ଫଳ ଖାଇଦେଲେ ଅଭିଯୁକ୍ତ, ଡିସିପି କହିଲେ…
ଭୁବନେଶ୍ୱର,୧୬ା୩: ରାଜଧାନୀ ଭୁବନେଶ୍ୱରରେ ହୋଲିରେ ଘଟିଥିଲା ୨ଟି ହତ୍ୟାକାଣ୍ଡ। ଗୋଟିଏ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଆଉ ଗୋଟିଏ ଶହୀଦନଗର ଥାନା ଅଞ୍ଚଳରେ। ତେବେ ଏହି ଦୁଇଟି ହତ୍ୟା ଘଟଣାର ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି। ଏନେଇ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ଭୁବନେଶ୍ବର…

