ରାଶନ କାର୍ଡକୁ ନେଇ ଆସିଲା ବଡ଼ ଖବର: ୨୨ ସୁଦ୍ଧା ପ୍ରସ୍ତୁତି ଶେଷକର

ଭୁବନେଶ୍ୱର,୧୯ା୪(ରବିନାରାୟଣ ଜେନା):ରାଜ୍ୟରେ ଦୀର୍ଘଦିନ ଧରି ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ଖୁବ୍‌ଶୀଘ୍ର ରାଶନକାର୍ଡ ଯୋଗାଇ ଦିଆଯିବ। ଏଥିପାଇଁ ବ୍ଲକ ଓ ପୌରାଞ୍ଚଳସ୍ତରରେ ପ୍ରସ୍ତୁତି ପ୍ରକ୍ରିୟା ଚଳିତମାସ ୨୨ ସୁଦ୍ଧା ଶେଷ କରିବାକୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହ ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସବୁ ଜିଲାପାଳଙ୍କୁ ପ୍ରମୁଖ ସଚିବ ସଞ୍ଜୟ ପ୍ରଦାନ କରିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି, ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନା ନିୟମ-୨୦୨୦ ଅନୁଯାୟୀ ଯୋଗ୍ୟ ହିତାଧିକାରୀଙ୍କୁ ନୂତନ ରାଶନ କାର୍ଡ ଯୋଗାଇ ଦିଆଯିବ। ଏଥିପୂର୍ବରୁ ଥିବା ରାଶନକାର୍ଡ ତାଲିକାରେ ନୂତନ ସଦସ୍ୟଙ୍କୁ ଯୋଡ଼ିବା ପାଇଁ ସରକାର ଏକ ଚୂଡ଼ାନ୍ତ ତାଲିକାକୁ ଅନୁମୋଦନ ଦେଇଛନ୍ତି । ତେଣୁ ଏପ୍ରିଲ ୨୨ ପୂର୍ବରୁ ନୂଆ ରାଶନ କାର୍ଡ ପ୍ରସ୍ତୁତି କାର୍ଯ୍ୟ ଶେଷ କରିବାକୁ ସଞ୍ଜୟ ଉକ୍ତ ପତ୍ରରେ ଦର୍ଶାଇଛନ୍ତି।
ପତ୍ରରେ ସେ ଆହୁରି ଉଲ୍ଲେଖ କରିଛନ୍ତି, ଏପ୍ରିଲ ୨୨ ପୂର୍ବରୁ ସଂପୃକ୍ତ ବିଡିଓ ଏବଂ ପୌରାଞ୍ଚଳ ଅଧିକାରୀଙ୍କୁ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରଦାନ କରାଯିବ। ରାଶନ କାର୍ଡରେ ଥିବା ସମସ୍ତ ସଦସ୍ୟଙ୍କ ଇ-କେୱାଇସି ଯାଞ୍ଚ ପରେ ଡ୍ରାଫ୍ଟ ପ୍ରାଥମିକତା ତାଲିକା (ଡିପିଏଲ)ରେ ରଖାଯାଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ଚୂଡ଼ାନ୍ତ ପ୍ରାଥମିକତା ତାଲିକାକୁ ସ୍ଥାନାନ୍ତର କରିବା ଏବଂ ରାଶନ କାର୍ଡ ପିଡିଏଫ୍‌ ସୃଷ୍ଟି କରିବା ପାଇଁ ଆରସିଏମ୍‌ଏସ୍‌ରେ ବ୍ଲକ/ୟୁଏଲ୍‌ବି ସ୍ତରର ବିଡିଓଙ୍କୁ ସ୍ବୀକୃତି ଦିଆଯାଇଛି । ସେମାନେ ଉକ୍ତ ତାଲିକା ଅନୁଯାୟୀ ହିତାଧିକାରୀଙ୍କ ଇ-କଓ୍ବୋଇସି ଯାଞ୍ଚ କରିବେ। ଯାଞ୍ଚ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ବିଡିଓ ଓ ମହାନଗର ନିଗମ ଆୟୁକ୍ତ ତଥା ପୌରାଞ୍ଚଳ ଅଧିକାରୀ ରଙ୍ଗିନ ରାଶନ କାର୍ଡ ପିଡିଏଫ୍‌ ଫର୍ମାଟରେ ପ୍ରସ୍ତୁତ କରିବେ। ସେଥିରେ ରାଶନକାର୍ଡର ଉଭୟ ପକ୍ଷରେ ହିତାଧିକାରୀଙ୍କ ସମ୍ପୂର୍ଣ୍ଣ ବିବରଣୀ ରହିବ। ତେବେ ନୂତନ ରାଶନକାର୍ଡ ପିଛା ୧୦ଟଙ୍କା ଲେଖାଏ ଖର୍ଚ୍ଚ କରାଯାଇ ପାରିବ। ଏହାବାଦ୍‌ ରାଶନକାର୍ଡର ଲମ୍ବ, ଓସାର ଏବଂ ମୋଟେଇ କେତେ ରହିବ ତାହା ନେଇ ନିର୍ଦ୍ଦିଷ୍ଟ ସ୍ପେସିଫିକେଶନ ପ୍ରଦାନ କରାଯାଇଛି। ନୂତନ ରାଶନ କାର୍ଡ ବଣ୍ଟନ ପୂର୍ବରୁ ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ, ପୌର କମିଶନର/କାର୍ଯ୍ୟକାରୀ ଅଧିକାରୀମାନେ ୨୦ ଏପ୍ରିଲ ସୁଦ୍ଧା ରାଶନ କାର୍ଡ ତାଲିକାକୁ ଲାମିନେଟ୍‌ କରିବେ। ରାଶନ କାର୍ଡର ଲାମିନେଟେଡ୍‌ କପିଗୁଡ଼ିକ ବ୍ଲକ କିମ୍ବା ପୌରାଞ୍ଚଳ କାର୍ଯ୍ୟାଳୟରେ ରଖାଯିବ। ଏହାପରେ ଜିଲାପାଳଙ୍କ ଦ୍ୱାରା ନିର୍ଦ୍ଧାରିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ନୂତନ ରାଶନ କାର୍ଡ ବଣ୍ଟନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର…

ସ୍ବାମୀଙ୍କ ସହ ବାଇକ୍‌ରେ ଯିବାବେଳେ ଓଢ଼ଣୀ ନେଲା ସ୍ତ୍ରୀଙ୍କ ଜୀବନ

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍‌ ଚକାରେ ଓଢ଼ଣୀ ଫସିଯିବା ଯୋଗୁ ତଳେ ପଡ଼ି ଜଣେ ମହିଳାଙ୍କ…

ହାଫିଜ ସୟିଦଙ୍କୁ ସମନ ଜାରି କରିବ NIA

ଜମ୍ମୁ-କଶ୍ମୀର,୨୨।୮: ୨୦୨୫ ପହଲଗାମ ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା(NIA) ପକ୍ଷରୁ ପାକିସ୍ତାନୀ ଆତଙ୍କବାଦୀ ହାଫିଜ ସୟିଦଙ୍କୁ ସମନ ଜାରି କରାଯିବ। ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ପାକିସ୍ତାନକୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ରେଳଧାରଣରୁ ମିଳିଲା ୨ ମୃତଦେହ

ବ୍ରହ୍ମପୁର,୨୧।୮( ସୁବାସ ଚନ୍ଦ୍ର ପାଢ଼ୀ ): ଜିଆର୍‌ପି ପୋଲିସ ଗୋଶାଣିନୂଆଗାଁ ବ୍ରିଜ ତଳ ଦେଇ ଯାଇଥିବା ରେଳଧାରଣ ନିକଟରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି।…

ଲଭ୍‌-ସେକ୍ସ-ଧୋକା ଅଭିଯୋଗ; ବାରିପଦା ଟାଉନ୍‌ ଥାନାର SI ଅଟକ

ବାରିପଦା,୨୨।୮: ବାରିପଦା ଟାଉନ୍‌ ଥାନାର ଜଣେ ସବ୍‌-ଇନ୍ସପେକ୍ଟରଙ୍କ ବିରୋଧରେ ଜଣେ ମହିଳା ଲଭ୍‌-ସେକ୍ସ-ଧୋକା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ଟାଉନ୍‌ ଥାନାର SI ପ୍ରଭାତ ନାୟକଙ୍କୁ ପୋଲିସ…

କରିସ୍ମାଙ୍କୁ ପୂଜା କରନ୍ତି କଙ୍ଗନା, ତାଙ୍କ ଫ୍ୟାଶନ ସେନ୍ସକୁ ପ୍ରଶଂସା କରିବା ସହ ଏମିତି କହି…

ମୁମ୍ବାଇ: ଭାଜପା ନେତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ସୋସିଆଲ ମିଡିଆରେ ସବୁବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri