ଭାଙ୍ଗିଲେ ୬୧ ବର୍ଷର ରେକର୍ଡ
ଚଳିତ ୫ ମ୍ୟାଚ୍ବିଶିଷ୍ଟ ଆଶେସ ସିରିଜରେ ବ୍ୟାଟିଂରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିବା ଓ୍ବାର୍ନର ମୋଟ୍ ୧୦ ଇନିଂସରୁ ୯୫ ରନ୍ ସଂଗ୍ରହ କରିଛନ୍ତି। ଯେଉଁଥିରେ ୬୫ ରନର ଏକ ଅର୍ଦ୍ଧଶତକୀୟ ଇନିଂସ ସାମିଲ ରହିଛି। ଇନିଂସ ପିଛା ତାଙ୍କ ଆଭରେଜ…
ଆଡଭାନୀଙ୍କୁ ୨୨ତମ ବିଶ୍ୱ ଟାଇଟଲ
ମାଣ୍ଡଲେ(ମିଆଁମାର), ୧୫।୯(ପି.ଟି.)- ଭାରତୀୟ ବିଲିୟାଡର୍ସ ତାରକା ପଙ୍କଜ ଆଡଭାନୀ ରେକର୍ଡ ୨୨ତମ ବିଶ୍ୱ ଟାଇଟଲ ହାସଲ କରି ଏକ ବିରଳ ସଫଳତା ହାସଲ କରିଛନ୍ତି। ଏଠାରେ ଖେଳାଯାଇଥିବା ଆଇବିଏସ୍ଏଫ୍ ବିଶ୍ୱ ବିଲିୟାଡର୍ସ ଚାମ୍ପିୟନଶିପ୍ରେ ସେ ଚାମ୍ପିୟନ ହୋଇଛନ୍ତି। ଚାମ୍ପିୟନଶିପ୍ର ୧୫୦- ଅପ୍…
ଓ୍ବାଲିନ୍ଙ୍କୁ ହରାଇଲେ ଫ୍ୟୁରି
ଲାସ୍ ଭେଗାସ, ୧୫ା୯ (ଏପି)- ଜଜ୍ମାନଙ୍କ ସର୍ବସମ୍ମତି ନିଷ୍ପତ୍ତି ଭିତ୍ତିରେ ସ୍ବିଡେନ୍ର ଓଟୋ ଓ୍ବାଲିନ୍ଙ୍କ ବିପକ୍ଷ ବକ୍ସିଂ ମୁକାବିଲାରେ ବିଜୟ ଲାଭ କରିଛନ୍ତି ବ୍ରିଟିଶ ବକ୍ସର ଟାଇସନ ଫ୍ୟୁରୀ। ଏଥିସହିତ ସେ ଲାଇନଲ ହେଭିଓ୍ବେଟ୍ ଟାଇଟଲ ବଜାୟ ରଖିବାରେ ସମର୍ଥ ହୋଇଛନ୍ତି।…
ଇଞ୍ଜିନିୟରରୁ ପ୍ରସିଦ୍ଧ କ୍ରିକେଟର ହୋଇଥିଲେ ଏହିସବୁ ଭାରତୀୟ ଖେଳାଳି
ବିଶିଷ୍ଟ ଇଞ୍ଜନିୟର ତଥା ଭାରତରତ୍ନ ଏମ. ବିଶ୍ୱେଶ୍ୱରାୟଙ୍କ ଜୟନ୍ତୀ ସେପ୍ଟେମ୍ବର ୧୭କୁ ସମଗ୍ର ଦେଶରେ ଇଞ୍ଜିନିୟର୍ସ ଦିବସ ଭାବେ ପାଳନ କରାଯାଏ। ଏହି ଦିବସରେ କିଛି ପ୍ରସିଦ୍ଧ କ୍ରିକେଟରଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଇଞ୍ଜିନିୟରିଂ ଛାଡି କ୍ରିକେଟରେ କ୍ୟାରିୟର୍ ଗଢିଥିଲେ।…
ଭିଏତ୍ନାମ ଓପନ୍ ବ୍ୟାଡମିଣ୍ଟନ: ସୌରଭ ଚାମ୍ପିୟନ
ହୋ ଚି ମିନ୍ ସିଟି,୧୫।୯ (ପି.ଟି.)- ଭାରତୀୟ ଯୁବ ବ୍ୟାଡମିଣ୍ଟନ ତାରକା ସୌରଭ ବର୍ମା ଆଉ ଏକ ବିଶ୍ୱସ୍ତରୀୟ ସଫଳତା ହାସଲ କରିଛନ୍ତି। ଏଠାରେ ଅନୁଷ୍ଠିତ ୭୫,୦୦୦ ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ଭିଏତ୍ନାମ ଓପନ୍ ବିଡବ୍ଲ୍ୟୁଏଫ୍ ଟୁର ସୁପର ୧୦୦…
ରେସଲିଂ ବିଶ୍ୱ ଚାମ୍ପିୟନଶିପ୍ : ଭାରତୀୟଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଜାରି
ନୁର-ସୁଲତାନ(କାଜାଖସ୍ଥାନ),୧୫।୯(ପି.ଟି.)- ଏଠାରେ ଚାଲିଥିବା ରେସଲିଂ ବିଶ୍ୱ ଚାମ୍ପିୟନଶିପ୍ରେ ଭାରତୀୟ ରେସଲର ମାନେ ଆଶାନୁରୂପ ପ୍ରଦର୍ଶନ କରିପାରି ନାହାନ୍ତି। ରବିବାର ଭାରତୀୟ ଗ୍ରୀକୋ- ରୋମାନ ରେସଲରଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ଫଳରେ ଭାରତୀୟ ରେସଲରଙ୍କ ଅଲିମ୍ପିକ୍ସ ଯୋଗ୍ୟତା ହାସଲ ନେଇ ଆଶଙ୍କା…
ପ୍ରଥମ ଟି୨୦: ଧର୍ମଶାଳାରେ ପ୍ରବଳ ବର୍ଷା
ଧର୍ମଶାଳା, ୧୫।୯(ପି.ଟି.)- ସ୍ଥାନୀୟ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ (ଏଚ୍ପିସିଏ) ଗ୍ରାଉଣ୍ଡରେ ରବିବାର ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ତେବେ ବର୍ଷା ଏହି ମ୍ୟାଚ୍ରେ ବାଧା ସୃଷ୍ଟି କରିବାର ଯଥେଷ୍ଟ…
ପ୍ରିମିୟର ଲିଗ୍: ମାଞ୍ଚେଷ୍ଟର ସିଟିର ପ୍ରଥମ ପରାଜୟ
ଲଣ୍ଡନ,୧୫।୯(ଏଏଫ୍ପି)- ଜାନୁୟାରୀ ପରେ ପ୍ରିମିୟର ଲିଗ୍ରେ ମାଞ୍ଚେଷ୍ଟର ସିଟ୍ ତା’ର ପ୍ରଥମ ପରାଜୟ ବରଣ କରିଛି। ଶନିବାର ଅନୁଷ୍ଠିତ ମୁକାବିଲାରେ ନରଓ୍ବିଚ୍ ସିଟି ୩-୨ ଗୋଲରେ ମାଞ୍ଚେଷ୍ଟର ସିଟିକୁ ହରାଇଛି। ନରଓ୍ବିଚ୍ ତରଫରୁ କେନି ମ୍ୟାକଲିନ୍ ୧୮ ତମ ମିନିଟ୍ରେ ପ୍ରଥମ…
ମେଡିକାଲ ଇମର୍ଜେନ୍ସି : ନ୍ୟୁଜିଲାଣ୍ଡ ଗଲେ ସିନ୍ଧୁଙ୍କ କୋଚ୍
ହାଇଦ୍ରାବାଦ, ୧୫।୯- ଅଲିମ୍ପିକ୍ସ ରୌପ୍ୟ ତଥା ବିଶ୍ୱ ଚାମ୍ପିୟନଶିପ୍ ସ୍ବର୍ଣ୍ଣ ପଦକ ବିଜୟିନୀ ପି.ଭି. ସିନ୍ଧୁଙ୍କ କୋରିଆ କୋଚ୍ କିମ୍ ଜି ହ୍ୟୁନ୍ ମେଡିକାଲ ଇମର୍ଜେନି୍ସ ନେଇ ନ୍ୟୁଜିଲାଣ୍ଡ ପ୍ରସ୍ଥାନ କରିଛନ୍ତି। ତାଙ୍କ ସ୍ବାମୀ ଅସୁସ୍ଥ ଥିବାରୁ କିମ୍ଙ୍କୁ ହଠାତ ଯିବାକୁ…
ବେଞ୍ଜେମାଙ୍କ ଡବଲ୍ ଗୋଲ: ରିୟଲ ମାଡ୍ରିଡ୍ ବିଜୟୀ
ମାଡ୍ରିଡ,୧୫।୯(ଏଏଫ୍ପି)- ସ୍ପାନିଶ ଲା ଲିଗାର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ କରିମ ବେଞ୍ଜେମାଙ୍କ ଡବଲ୍ ଗୋଲ ସହାୟତାରେ ରିୟଲ ମାଡ୍ରିଡ ୩-୨ ଗୋଲରେ ଲେଭାଣ୍ଟେକୁ ପରାସ୍ତ କରିଛି। ପ୍ରଥମାର୍ଦ୍ଧରେ ୩ଟି ଗୋଲ ଦେଇ ମାଡ୍ରିଡ ୩-୦ରେ ଅଗ୍ରଣୀ ହୋଇଥିଲା। ତେବେ ଦ୍ୱିତୀୟାର୍ଦ୍ଧରେ ଲେଭାଣ୍ଟେ…
ନେମାରଙ୍କ ସଫଳ ପ୍ରତ୍ୟାବର୍ତ୍ତନ : ଇଞ୍ଜୁରି ଟାଇମ୍ରେ ପିଏସ୍ଜିକୁ ଜିତାଇଲେ
ପ୍ୟାରିସ୍,୧୫।୯(ଏଏଫ୍ପି)- ବ୍ରାଜିଲ ଫୁଟବଲ ସୁପରଷ୍ଟାର ନେମାର ଦୀର୍ଘ ଦିନ ପରେ ନିଜ କ୍ଲବ ପ୍ୟାରିସ ସେଣ୍ଟ ଜର୍ମାନ(ପିଏସ୍ଜି)କୁ ପ୍ରତ୍ୟାବର୍ତ୍ତନ କରି ଚମକ ଦେଖାଇଛନ୍ତି। ଶନିବାର ଫ୍ରେଞ୍ଚ୍ ଲିଗ୍-୧’ରେ ଅନୁଷ୍ଠିତ ମ୍ୟାଚ୍ରେ ଷ୍ଟ୍ରାସବର୍ଗ ବିପକ୍ଷରେ ବିଜୟ ସୂଚକ ଗୋଲ ସ୍କୋର କରି ପିଏସ୍ଜିକୁ…
ଇଷ୍ଟ ଜୋନ୍ ସ୍ନୁକର: ଶାହାବାଜ ଚାମ୍ପିୟନ
ଭୁବନେଶ୍ୱର,୧୫।୯(ସ୍ପୋଟର୍ସ ବ୍ୟୁରୋ)- ସ୍ଥାନୀୟ ପଟିଆସ୍ଥିତ ୬ ପକେଟ୍ସଠାରେ ଚାଲିଥିବା ଫାଲ୍କନ ଚିଲିକା ଇଷ୍ଟ ଜୋନ୍ ସ୍ନୁକର ଚାମ୍ପିୟନଶିପ୍ ଶନିବାର ଶେଷ ହୋଇଛି। ପଶ୍ଚିମବଙ୍ଗର ଶାହାବାଜ ଆଦିଲ ଖାଁ ଟାଇଟଲ ହାସଲ କରିଛନ୍ତି। ପ୍ରତିଯୋଗିତାର ଦଶମ ଦିବସରେ ଅନୁଷ୍ଠିତ ଫାଇନାଲ ମୁକାବିଲାରେ ସେ…
Archives


