Posted inଖେଳ

ନେମାରଙ୍କ ସଫଳ ପ୍ରତ୍ୟାବର୍ତ୍ତନ : ଇଞ୍ଜୁରି ଟାଇମ୍‌ରେ ପିଏସ୍‌ଜିକୁ ଜିତାଇଲେ

ପ୍ୟାରିସ୍‌,୧୫।୯(ଏଏଫ୍‌ପି)- ବ୍ରାଜିଲ ଫୁଟବଲ ସୁପରଷ୍ଟାର ନେମାର ଦୀର୍ଘ ଦିନ ପରେ ନିଜ କ୍ଲବ ପ୍ୟାରିସ ସେଣ୍ଟ ଜର୍ମାନ(ପିଏସ୍‌ଜି)କୁ ପ୍ରତ୍ୟାବର୍ତ୍ତନ କରି ଚମକ ଦେଖାଇଛନ୍ତି। ଶନିବାର ଫ୍ରେଞ୍ଚ୍‌ ଲିଗ୍‌-୧’ରେ ଅନୁଷ୍ଠିତ ମ୍ୟାଚ୍‌ରେ ଷ୍ଟ୍ରାସବର୍ଗ ବିପକ୍ଷରେ ବିଜୟ ସୂଚକ ଗୋଲ ସ୍କୋର କରି ପିଏସ୍‌ଜିକୁ ବିଜୟୀ କରାଇଛନ୍ତି। ଏହି ଗୋଲ ଓ ବିଜୟ ନେମାରଙ୍କ ପାଇଁ ବିଶେଷ ଭାବେ ମହତ୍ତ୍ୱ ରଖୁଛି। ୨୭ ବର୍ଷୀୟ ନେମାର ପିଏସ୍‌ଜି ପାଇଁ ସେସନର ପ୍ରଥମ ୪ଟି ମ୍ୟାଚ୍‌ ଖେଳିପାରି ନ ଥିଲେ। ଗତ ସେସନରେ ମଧ୍ୟ ତାଙ୍କ ପ୍ରଦର୍ଶନ ସେତେଟା ଭଲ ହୋଇ ନ ଥିଲା। ପାର୍କ ଡେସ୍‌ ପ୍ରିନ୍ସେସ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ୯୦ତମ ମିନିଟର ଜବରଦସ୍ତ ସଂଘର୍ଷ ପରେ ଇଞ୍ଜୁରୀ ଟାଇମ୍‌ରେ ସେ ଏକ ଚମତ୍କାର ଗୋଲ ଦେଇ ଦଳକୁ ଜିତାଇଥିଲେ।
ଅଫ୍‌ ସେସନରେ ନେମାର ତାଙ୍କ ପୂର୍ବତନ କ୍ଲବ ବାର୍ସିଲୋନାରେ ଯୋଗ ଦେବାକୁ ଖୋଲାଖୋଲି ଇଚ୍ଛା ପ୍ରକାଶ କରିଥିଲେ। ଫଳରେ ଷ୍ଟାଡିୟମରେ ପିଏସ୍‌ଜି ପ୍ରଶଂସକମାନେ ତାଙ୍କୁ ପରିହାସ କରିବା ସହ ଗାଳିଗୁଲଜ କରିଥିଲେ। ତାଙ୍କ ପ୍ରତି ଅପଶବ୍ଦ ମଧ୍ୟ ବ୍ୟବହାର କରିଥିଲେ। ତେବେ ଏ ସବୁକୁ ଖାତିର ନ କରି ନେମାର ତାଙ୍କ ସ୍ବାଭାବିକ ଖେଳ ପ୍ରଦର୍ଶନ କରି ଶେଷରେ ସମସ୍ତଙ୍କୁ ଚୁପ୍‌ କରାଇଥିଲେ। ଗତ ସପ୍ତାହରେ ନେମାର ବ୍ରାଜିଲ ତରଫରୁ ଖେଳି ଗୋଲ ସ୍କୋର କରିଥିଲେ। ସେଏହି ଲିଗ୍‌ର ୪ଟି ମ୍ୟାଚ୍‌ ଖେଳି ନ ଥିଲେ। ଏହି ବିଜୟ ସହ ପିଏସ୍‌ଜି ଫ୍ରେଞ୍ଚ୍‌ ଲିଗ୍‌ରେ ଅପରାଜେୟ ରହିଛି।
ଉଲ୍ଲେଖଥାଉକି, ବ୍ରାଜିଲ ଅଧିନାୟକ ନେମାର ୨୦୧୭ରେ ୨୨୨ ମିଲିୟନ ୟୁରୋ ବିନିମୟରେ ବାର୍ସିଲୋନା ଛାଡି ପିଏସ୍‌ଜିରେ ଯୋଗ ଦେଇ ବିଶ୍ୱ ଫୁଟବଲରେ ସବୁଠାରୁ ଦାମୀଖେଳାଳି ସାବ୍ୟସ୍ତ ହୋଇଥିଲେ। ୨୦୧୮ ମାର୍ଚ୍ଚରେ ଇଞ୍ଜୁରି କାରଣରୁ ତାଙ୍କ ଗୋଡ଼ରେ ଅସ୍ତ୍ରୋପଚାର କରାଯାଇଥିଲା। ଫଳରେ ସେ ସିଜନର ବାକି ମ୍ୟାଚ୍‌ଗୁଡିକ ଖେଳିପାରି ନ ଥିଲେ। ସେତେବେଳେ ସେ ପ୍ରଥମ ସେସନରେ ୩୦ଟି ମ୍ୟାଚ୍‌ ଖେଳି ୨୮ଟି ଗୋଲ ସ୍କୋର କରିଥିଲେ। ଏହାପରେ ୨୦୧୭-୧୮ ସିଜନରେ ପିଏସ୍‌ଜି ଫ୍ରେଞ୍ଚ୍‌-୧ ଲିଗ୍‌ ଟାଇଟଲ ହାସଲ କରିଥିଲା। ତେବେ ଇଞ୍ଜୁରି କାରଣରୁ ନେମାର ପୂରା ସେସନ ଖେଳିପାରି ନ ଥିଲେ ଓ ୧୮ଟି ମ୍ୟାଚ୍‌ରେ ଅଂଶଗ୍ରହଣ କରି ନ ଥିଲେ। ଫଳରେ ଚାମ୍ପିୟନ୍ସ ଲିଗ୍‌ରେ ପିଏସ୍‌ଜି ମାଞ୍ଚେଷ୍ଟର ୟୁନାଇଟେଡଠାରୁ ପରାସ୍ତ ହୋଇ ବିଦାୟ ନେଇଥିଲା। ସେ ମଧ୍ୟ କୋପା ଆମେରିକାରେ ଖେଳିପାରି ନଥିଲେ। ଯଦିଓ ବ୍ରାଜିଲ ଏଥିରେ ଚାମ୍ପିୟନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?