ଆଜିବି କ୍ରିକେଟରୁ ଅବସର ମିଳିରେ ପିତାଙ୍କ ସହ ବିଲରେ କାମ କରନ୍ତି ଏହି ପ୍ରସିଦ୍ଧ କ୍ରିକେଟର
ଭାରତୀୟ ଦ୍ରୁତ ବୋଲର୍ ଉମେଶ ଯାଦବଙ୍କ ଆଜି ୩୨ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୭, ଅକ୍ଟୋବର ୨୫ରେ ଉତ୍ତର ପ୍ରଦେଶର ଦେଓରିଆରେ ଏକ ଗରିବ ଘରେ ଜନ୍ମଗ୍ରହଣ କରିଥିଲେ ଉମେଶ। ତାଙ୍କ ପିତା ନାଗପୁର ନିକଟ ଖାପରଖେଡା ଅଞ୍ଚଳରେ ଥିବା ଓ୍ବେଷ୍ଟର୍ଣ୍ଣ…
ବାପାଙ୍କ ସହ ଗାଡି ସଫା କଲେ ଜିଭା
ରାଞ୍ଚି, ୨୫।୧୦: ୨୦୧୯ ବିଶ୍ୱକପ୍ ପରେ କ୍ରିକେଟରୁ କିଛିଦିନ ହେବ ଦୂରେଇ ଯାଇଛନ୍ତି ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଏବେ ସେ ନିଜ ପରିବାର ସହ ସମୟ ବିତାଉଛନ୍ତି। ଏବେ ତାଙ୍କ ଅବସରକୁ ନେଇ ଖୁବ୍ ଚର୍ଚ୍ଚା ମଧ୍ୟ…
ଫ୍ରେଞ୍ଚ୍ ଓପନ୍: ବିଶ୍ୱ ଚାମ୍ପିୟନଙ୍କୁ ହରାଇଲେ ସାତ୍ତ୍ୱିକ-ଚିରାଗ
ପ୍ୟାରିସ, ୨୫।୧୦ (ପି.ଟି.)- ଭାରତର ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଯୋଡ଼ି ଏଠାରେ ଚାଲିଥିବା ୭ ଲକ୍ଷ ୫୦ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ଫ୍ରେଞ୍ଚ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ପୁରୁଷ ଡବଲ୍ସରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ନିକଟରେ…
ଭାରତ ବିପକ୍ଷ ସିରିଜରୁ ସୈଫୁଦ୍ଦିନ ଓହରିଲେ
ଢାକା, ୨୫।୧୦(ପି.ଟି.)-ପିଠିରେ ଯନ୍ତ୍ରଣା କାରଣରୁ ବାଂଲାଦେଶ ଅଲରାଉଣ୍ଡର ମହମ୍ମଦ ସୈଫୁଦ୍ଦିନ ଭାରତ ବିପକ୍ଷ ଟି୨୦ କ୍ରିକେଟ ସିରିଜରୁ ଓହରି ଯାଇଛନ୍ତି। ଆହତ ସମସ୍ୟା ଯୋଗୁ ଅଷ୍ଟ୍ରେଲିଆ ବିପକ୍ଷ ବାଂଲାଦେଶର ଗୁରୁତ୍ୱପୂର୍ଣ୍ଣ ବିଶ୍ୱକପ ମ୍ୟାଚ ଏବଂ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ଖେଳିପାରି…
ଡିଏଭି ଜୋନାଲ ଶୁଟିଂ, ରୋଲର ସ୍କେଟିଂ ମିଟ୍
ଭୁବନେଶ୍ୱର, ୨୫।୧୦(କ୍ରୀଡ଼ା ପ୍ରତିନିଧି)-ୟୁନିଟ-୮ ଡିଏଭି ସ୍କୁଲ ଆନୁକୂଲ୍ୟରେ ଜୋନାଲ ମିଟ୍ର ବନ୍ଧୁକ ଚାଳନା ଓ ରୋଲର ସ୍କେଟିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଓଡ଼ିଶା ରାଇଫଲ ଆସୋସିଏଶନ ତତ୍ତ୍ୱାବଧାନରେ ବନ୍ଧୁକ ଚାଳନା ପ୍ରତିଯୋଗିତା ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ପରିସରରେ ଆୟୋଜିତ…
ଅଲ୍ ଓଡ଼ିଶା କେ.ସି. ମେମୋରିଆଲ ବ୍ୟାଡ୍ମିଣ୍ଟନ ଉଦ୍ଯାପିତ
ଭୁବନେଶ୍ୱର, ୨୫।୧୦(କ୍ରୀଡ଼ା ପ୍ରତିନିଧି)-କେ.ସି. ମେମୋରିଆଲ ଟ୍ରଷ୍ଟ ଓ ଉଡାନ ବ୍ୟାଡ୍ମିଣ୍ଟନ ଏକାଡେମୀ ଆନୁକୂଲ୍ୟରେ ଅଲ୍ ଓଡ଼ିଶା ଓପନ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟ ଗୁରୁବାର ଉଦ୍ଯାପିତ ହୋଇଛି। ପଟିଆସ୍ଥିତ ଉଡାନ ଏକାଡେମୀରେ ଗତ ୨୧ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ୧୩ ବର୍ଷରୁ…
ଫ୍ରାନ୍ସକୁ ୟୁଫାର ଜରିମାନା
ପ୍ୟାରିସ, ୨୫ା୧୦ (ଏଏଫ୍ପି)-ଆଲବାନିଆ ପାଇଁ ତ୍ରୁଟି ଜାତୀୟ ସଂଙ୍ଗୀତ ପରିବେଷଣ କରିଥିବାରୁ ୟୁଫା (ୟୁନିୟନ ଅଫ୍ ୟୁରୋପିଆନ୍ ଫୁଟ୍ବଲ ଆସୋସିଏଶନ୍ସ) ଫ୍ରାନ୍ସକୁ ୨୦,୦୦୦ ୟୁରୋ ଜରିମାନା କରିଛି। ସେପ୍ଟେମ୍ବର ୭ରେ ୟୁରୋ ୨୦୨୦ ପାଇଁ ଅନୁଷ୍ଠିତ ଏକ କ୍ୱାଲିଫାଇଙ୍ଗ ମ୍ୟାଚ ପୂର୍ବରୁ…
ବାଂଲାଦେଶ ବିପକ୍ଷ ଟି୨୦ ଦଳ ଘୋଷିତ: କୋହଲିଙ୍କୁ ବିଶ୍ରାମ, ଦୁବେ ନୂଆ ମୁହଁ
ମୁମ୍ବାଇ, ୨୪।୧୦(ପି.ଟି.)- ବାଂଲାଦେଶ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ ଓ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଗୁରୁବାର ଭାରତୀୟ ଦଳ ଘୋଷିତ ହୋଇଛି। ମୁମ୍ବାଇ ଅଲରାଉଣ୍ଡର ଶିବମ୍ ଦୁବେ ନୁଆ ମୁହଁ ଭାବେ ଦଳରେ ସାମିଲ…
ଫିଫା ର଼୍ୟାଙ୍କିଙ୍ଗ୍ରେ ଭାରତର ଅବନତି
ନୂଆଦିଲ୍ଲୀ, ୨୪।୧୦ (ପି.ଟି.)- ଫୁଟ୍ବଲର ସର୍ବୋଚ୍ଚ ସଂସ୍ଥା ଫିଫା ପକ୍ଷରୁ ସଦ୍ୟ ପ୍ରକାଶିତ ର଼୍ୟାଙ୍କିଙ୍ଗ୍ରେ ଭାରତର ଅବନତି ହୋଇଥିବା ଦେଖିବାକୁ ମିଳିଛି। ଭାରତୀୟ ଫୁଟ୍ବଲ ଦଳ ୨ଟି ପାହାଚ ତଳକୁ ଖସି ୧୦୬ତମ ସ୍ଥାନରେ ରହିଛି। ଚଳିତ ମାସ ମଧ୍ୟଭାଗରେ ବାଂଲାଦେଶ…
ଭାରତ ଗସ୍ତରୁ ବାଦ୍ ପଡ଼ିପାରନ୍ତି ଇକବାଲ
ଢାକା,୨୪।୧୦- ବାଂଲାଦେଶ ଓପନର ତାମିମ ଇକବାଲ ଆଗାମୀ ଭାରତ ଗସ୍ତର ପ୍ରାରମ୍ଭିକ ମ୍ୟାଚ୍ ଖେଳିପାରିବେ ନାହିଁ। ବ୍ୟକ୍ତିଗତ କାରଣ ଯୋଗୁ ସେ ସିରିଜର ପ୍ରାରମ୍ଭିକ ପର୍ଯ୍ୟାୟ ପାଇଁ ଉପଲବ୍ଧ ରହିବେ ନାହିଁ ବୋଲି ବିସିବିକୁ ଜଣାଇଛନ୍ତି। ତାଙ୍କ ପତ୍ନୀ ଦ୍ୱିତୀୟ ଥର…
ବିଶ୍ୱ ମିଲିଟାରୀ ଗେମ୍ସ: ଗୁଣସେକରନଙ୍କୁ ୩ ସ୍ବର୍ଣ୍ଣ
ଉହାନ(ଚାଇନା),୨୪।୧୦(ପି.ଟି.)- ଏଠାରେ ଚାଲିଥିବା ୭ମ ସିଆଇଏସ୍ଏମ୍ ବିଶ୍ୱ ମିଲିଟାରୀ କ୍ରୀଡ଼ାରେ ପାରାଆଥ୍ଲେଟ୍ ଆନନ୍ଦନ ଗୁଣସେକରାନ ୩ୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେହିଭଳି ଜାଭେଲିନ ଜାଭେଲିନ ଥ୍ରୋୟର ଶିବପାଲ ସିଂ ମଧ୍ୟ ପୋଡିୟମର ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ପୁରୁଷ ଭିନ୍ନକ୍ଷମ ୧୦୦…
ଟି୧୦ ଲିଗ୍: ଖେଳାଳିଙ୍କୁ ଏନ୍ଓସି ଦେବ ନାହିଁ ପିସିବି
କରାଚୀ,୨୪।୧୦- ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବାକୁ ଥିବା ଆବୁଧାବି ଟି୧୦ ଲିଗ୍ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଦେଶର ଖେଳାଳିଙ୍କୁ ଏନ୍ଓସି ନ ଦେବାକୁ ନିଷ୍ପତ୍ତି ନେଇଛି। ଖେଳାଳିଙ୍କ କାମର ବୋଝ ହ୍ରାସ ଓ ଘରୋଇ ଟୁର୍ନାମେଣ୍ଟ କୁଇଦ…
Archives


