Posted inଖେଳ

ଡିଏଭି ଜୋନାଲ ଶୁଟିଂ, ରୋଲର ସ୍କେଟିଂ ମିଟ୍‌

ଭୁବନେଶ୍ୱର, ୨୫।୧୦(କ୍ରୀଡ଼ା ପ୍ରତିନିଧି)-ୟୁନିଟ-୮ ଡିଏଭି ସ୍କୁଲ ଆନୁକୂଲ୍ୟରେ ଜୋନାଲ ମିଟ୍‌ର ବନ୍ଧୁକ ଚାଳନା ଓ ରୋଲର ସ୍କେଟିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଓଡ଼ିଶା ରାଇଫଲ ଆସୋସିଏଶନ ତତ୍ତ୍ୱାବଧାନରେ ବନ୍ଧୁକ ଚାଳନା ପ୍ରତିଯୋଗିତା ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ପରିସରରେ ଆୟୋଜିତ ହୋଇଛି। ଏହି ମିଟ୍‌ର ବାଳକ ୧୦ ମିଟର ଏୟାର ରାଇଫଲ ପିପ୍‌ ସାଇଟ୍‌ରେ ଅଂଶୁମାନ ନାୟକ ପ୍ରଥମସ୍ଥାନ ଅଧିକାର କରିଛନ୍ତି। ବାଳକ ୧୦ ମିଟର ଏୟାର ପିସ୍ତଲରେ ପ୍ରିୟରଞ୍ଜନ ମିଶ୍ର, ଅମିତ କୁମାର ହୋତା ଓ ପ୍ରଦୀପ ଦାସ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଥିଲେ। ବାଳିକା ୧୦ ମିଟର ଏୟାର ରାଇଫଲ ପିପ୍‌ ସାଇଟ୍‌ରେ ତନିସ୍କା ସାମନ୍ତ, ମାନ୍ୟତା ସିଂ ଓ ଅନ୍ବେଷା ଦାସ ପ୍ରଥମ ତିନିସ୍ଥାନ ଅଧିକାର କରିଛନ୍ତି। ୧୦ ମିଟର ଏୟାର ରାଇଫଲ ଓପନ ସାଇଟ୍‌ରେ ପି. ସାଇଲକ୍ଷ୍ମୀ ପ୍ରଥମ ଓ ଡି. ହର୍ଷିତା ଦ୍ୱିତୀୟ ସ୍ଥାନ ପାଇଛନ୍ତି। ବାଳିକା ୧୦ ମିଟର ଏୟାର ପିସ୍ତଲରେ ଶୃତି ପାତ୍ରୋ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ପ୍ରତିଯୋଗୀମାନେ ଜାତୀୟ ଡିଏଭି ମିଟ୍‌କୁ ଉନ୍ନୀତ ହୋଇଛନ୍ତି। ଆୟୋଜକ ୟୁନିଟ-୮ ଡିଏଭି ସ୍କୁଲର ପ୍ରିନ୍ସିପାଲ ଇପ୍‌ସିତା ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ସ୍କୁଲର ଖେଳ ପ୍ରଶିକ୍ଷକ କେ.ସି. ଦାସ, ରାଇଫଲ ଆସୋସିଏଶନର ସମ୍ପାଦକ ଡ. ହରିପ୍ରସାଦ ପଟ୍ଟନାୟକ, ଭଳଭଦ୍ର ଦାସ, ଆଶିଷ ନାୟକ, ଗୌରୀ ମହାନ୍ତି, ପାର୍ଥ ସାରଥି ଜେନା ପ୍ରମୁଖ ପ୍ରତିଯୋଗିତା ପରିଚାଳନା କରିଥିଲେ।
ରୋଲର ସ୍କେଟିଂ
ଓଡ଼ିଶା ରୋଲର ସ୍କେଟିଂ ଆସୋସିଏଶନ(ଓଆରଏସଏ) ତତ୍ତ୍ୱାବଧାନରେ ରୋଲର ସ୍କେଟିଂ ଜୋନାଲ ମିଟ୍‌ ସଫଳତାର ସହ ଡିଏଭି ଚନ୍ଦ୍ରଶେଖରପୁରରେ ଆୟୋଜିତ ହୋଇଛି। ଏହି ମିଟ୍‌ରେ ୪୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ବାଳକ ବିଭାଗରେ ଡିଏଭି ପୋଖରିପୁଟ ୧୪ ପଏଣ୍ଟ ସହ ଚାମ୍ପିୟନ ଏବଂ କଳିଙ୍ଗ ନଗର ୧୧ ପଏଣ୍ଟ ପାଇ ରନର୍ସଅପ୍‌ ହୋଇଥିଲା। ବାଳିକା ବିଭାଗରେ ୟୁନିଟ-୮ ଡିଏଭି ୧୫ ପଏଣ୍ଟ ସହିତ ଚାମ୍ପିୟନ ଏବଂ ପୋଖରିପୁଟ ୧୪ ପଏଣ୍ଟ ସହ ରନର୍ସଅପ୍‌ ହୋଇଥିଲା। ଉଦ୍‌ଯାପନୀ ଉତ୍ସବରେ ଆୟୋଜକ ୟୁନିଟ-୮ ଡିଏଭି ପ୍ରିନ୍ସିପାଲ ଇପ୍‌ସିତା ଦାସ, ଡିଏଭି ଚନ୍ଦ୍ରଶେଖରପୁର ପ୍ରିନ୍ସିପାଲ କେ.ସି. ଶତପଥୀ, ଫିଜିକାଲ ଏଜୁକେଶନ ଶିକ୍ଷକ କିଶୋର ଚନ୍ଦ୍ର ଦାସ, ଆନନ୍ଦ ଚନ୍ଦ୍ର ଦାସ, ଓଡ଼ିଶା ରୋଲର ସ୍କେଟିଂ ଆସୋସିଏଶନ ସମ୍ପାଦକ ପାର୍ଥସାରଥି ଜେନା ଓ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨ବର୍ଷ ପରେ ଦମଦାର ପ୍ରତ୍ୟାବର୍ତ୍ତନ, ପ୍ରଥମ ବଲ୍‌ରେ ୱିକେଟ୍ ନେଇ ଇତିହାସ ରଚିଲେ ମୟଙ୍କ

ନୂଆଦିଲ୍ଲୀ,୨୩।୭: ମୟଙ୍କ ଯାଦବ ଜିମ୍ବାୱେ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ଦୁଇ ବର୍ଷରୁ ଅଧିକ ସମୟ ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ତାଙ୍କର ପ୍ରଥମ…

Commonwealth Games 2026: ପଦକ ପକ୍କା, ଉଦଘାଟନୀ ଉତ୍ସବ ପୂର୍ବରୁ ଇତିହାସ ରଚିଲେ ଲୋଭଲିନା ବୋରଗୋହାଇନ!

ନୂଆଦିଲ୍ଲୀ,୨୩।୭: ଭାରତ ଉଦଘାଟନୀ ଉତ୍ସବ ପୂର୍ବରୁ 2026 ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ତାଲିକା ଖୋଲିସାରିଛି। ଷ୍ଟାର ବକ୍ସର ଲୋଭଲିନା ବୋରଗୋହାଇନ ପ୍ରଥମ ରାଉଣ୍ଡରେ ବାଇ ପାଇ 75…

ଅଧିନାୟକ ଆୟରଙ୍କ ବଡ଼ ବୟାନ: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୨୩।୭: ଭାରତୀୟ ଦଳ ବର୍ତ୍ତମାନ ଟି-୨୦ ଫର୍ମାଟରେ ଏକ ପରିବର୍ତ୍ତନଶୀଳ ପର୍ଯ୍ୟାୟ ଦେଇ ଗତି କରୁଛି ଏବଂ ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଆରମ୍ଭ ଆଶା…

ICC ODI Rankingରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଦବ୍‌ଦବା: ଟପ୍‌-୪ରେ ୩ ଭାରତୀୟ, ଜାଣନ୍ତୁ କେଉଁ ସ୍ଥାନରେ ରୋହିତ-ବିରାଟ

ନୂଆଦିଲ୍ଲୀ,୨୩।୭: ICC ଦ୍ୱାରା ବୁଧବାର ନୂତନ ରାଙ୍କିଙ୍ଗ ଜାରି କରାଯାଇଛି। ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କ ଦବଦବା ଜାରି ରହିଥିବାବେଳେ କ୍ୟାପଟେନ ଶୁବମନ ଗିଲ୍‌ ନମ୍ବର-୧…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri