Posted inଖେଳ

ବାଂଲାଦେଶ ବିପକ୍ଷ ଟି୨୦ ଦଳ ଘୋଷିତ: କୋହଲିଙ୍କୁ ବିଶ୍ରାମ, ଦୁବେ ନୂଆ ମୁହଁ

ମୁମ୍ବାଇ, ୨୪।୧୦(ପି.ଟି.)- ବାଂଲାଦେଶ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଓ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଗୁରୁବାର ଭାରତୀୟ ଦଳ ଘୋଷିତ ହୋଇଛି। ମୁମ୍ବାଇ ଅଲରାଉଣ୍ଡର ଶିବମ୍‌ ଦୁବେ ନୁଆ ମୁହଁ ଭାବେ ଦଳରେ ସାମିଲ ହୋଇଛନ୍ତି। ଭାରତ ଏ’ ଦଳ ତରଫରୁ ଦମ୍‌ଦାର ପ୍ରଦର୍ଶନ କରି ସେ ଚୟନକର୍ତ୍ତାଙ୍କ ଆସ୍ଥାଭାଜନ ହୋଇଛନ୍ତି। ସେହିପରି ଉଇକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଓ ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସାମସନ ୨୦୧୫ରେ ଜିମ୍ବାଓ୍ବେ ବିପକ୍ଷରେ ଏକମାତ୍ର ଟି୨୦ ମ୍ୟାଚ୍‌ ଖେଳିଥିଲେ। ଭାରତ ଏ ଦଳ ତରଫରୁ ନିୟମିତ ପ୍ରତିନିଧିତ୍ୱ କରିଆସୁଥିବା ସାମସନ ବିଜୟ ହଜାରେ ଟ୍ରଫିରେ ଉନ୍ନତ ପ୍ରଦର୍ଶନ କରି ଦଳରେ ସ୍ଥାନ ହାସଲ କରିଛନ୍ତି। ସେ ୮ଟି ଇନିଂସ ଖେଳି ୪୧୦ ରନ ସଂଗ୍ରହ କରିଛନ୍ତି। ଏଥିମଧ୍ୟରେ ସେ ଏକ ଦ୍ୱିଶତକ ମଧ୍ୟ ହାସଲ କରିଛନ୍ତି।
ବ୍ୟାକ୍‌ ଇଞ୍ଜୁରି ପାଇଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୟୁକେରେ ଆସ୍ତ୍ରୋପଚାର କରାଇଥିବାରୁ ତାଙ୍କ ନାମକୁ ନେଇ ଚୟନକର୍ତ୍ତାମାନେ ଚର୍ଚ୍ଚା କରି ନ ଥିଲେ। ତାଙ୍କ ସ୍ଥାନରେ ୨୬ ବର୍ଷୀୟ ଦୁବେଙ୍କୁ ସୁଯୋଗ ମିଳିଛି। ଲମ୍ବା ଶଟ୍‌ ଖେଳିବାର ଦକ୍ଷତା ରଖୁଥିବା ଦୁବେ ବିଜୟ ଶଙ୍କରଙ୍କୁ ପଛରେ ପକାଇ ଦଳରେ ସ୍ଥାନ ପାଇଛନ୍ତି। ଦୁବେ ଜଣେ ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ। ସେ ଓ୍ବେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ଏ ଦଳ ବିପକ୍ଷ ଦିନିକିଆ ସିରିଜରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ ବୋଲି ମୁଖ୍ୟ ଚୟନକର୍ତ୍ତା ଏମଏସ୍‌କେ ପ୍ରସାଦ କହିଛନ୍ତି। ଅଧିନାୟକ ବିରାଟ କୋହଲିଙ୍କୁ ଟି୨୦ ସିରିଜରୁ ବିଶ୍ରାମ ଦିଆଯାଇଛି। ତାଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା ପୂର୍ବଭଳି ଦଳର ନେତୃତ୍ୱ ନେବେ।
ଟି୨୦ ସିରିଜ ନଭେମ୍ବର ୩ ରୁ ନୂଆଦିଲ୍ଲୀରୁ ଆରମ୍ଭ ହେବ।  ୭ ତାରିଖରେ ରାଜକୋଟରେ ଦ୍ୱିତୀୟ ଟି୨୦ ଓ ଅନ୍ତିମ ତଥା ତୃତୀୟ ଟି୨୦ ନାଗପୁରରେ ୧୦ ତାରିଖରେ ଖେଳାଯିବ। ଏହାପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଅଂଶସ୍ବରୂପ ବାଂଲଦେଶ ଓ ଭାରତ ଦୁଇଟି ଟେଷ୍ଟ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। ଇନ୍ଦୋର ଓ କୋଲକାତାରେ ଏହି ଦୁଇ ଟେଷ୍ଟ ମ୍ୟାଚ୍‌ ଯଥାକ୍ରମେ ନଭେମ୍ବର ୧୪ ଓ ୨୨ରୁ ଆରମ୍ଭ ହେବ।
ବାଂଲାଦେଶ ଖେଳାଳିମାନେ ପାଉଣା ବୃଦ୍ଧି ଓ ଅନ୍ୟ ସମସ୍ୟା ସମାଧାନ ନେଇ ଦାବି କରିବା ସହିତ ଏହି ଗସ୍ତରେ ସାମିଲ ହେବେ ନାହିଁ ବୋଲି ଘୋଷଣା କରିଥିଲେ। ଫଳରେ ଏହି ସିରିଜ ନେଇ ଅନିଶ୍ଚତିତା ସୃଷ୍ଟି ହୋଇଥିଲା। ତେବେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେବା ପରେ ଖେଳାଳିମାନେ ହରତାଳ ପ୍ରତ୍ୟାହାର କରି ନେଇଥିଲେ। ଫଳରେ ଏହି ଗସ୍ତ ଟ୍ରାକକୁ ଫେରିଛି।
ତେବେ ଟେଷ୍ଟ ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ଭାରତ କ୍ଲିନ ସୁଇପ କରିଥିଲା। ଫଳରେ ଏହି ଦଳ ଅପରିବର୍ତ୍ତିତ ରହିଛି। ପଦାର୍ପଣରେ ଏହି ସିରିଜରେ ୪ ଉଇକେଟ ଅକ୍ତିଆର କରିଥିବା ବାମହାତୀ ଅଫ୍‌ ସ୍ପିନର ଶାହବାଜ ନଦିମଙ୍କ ନାମ ଦଳ ଚୟନରେ ବିଚାରକୁ ନିଆଯାଇ ନ ଥିଲା। ଗତ ସିରିଜରେ ନଦିମ ମୂଳ ଦଳରେ ସ୍ଥାନ ପାଇ ନ ଥିଲେ। ଆହତ ହୋଇଥିବା କୁଲଦୀବ ଯାଦବଙ୍କ ସ୍ଥାନରେ ସେ ସୁଯୋଗ ପାଇଥିଲେ।
ଟି୨୦ରେ ରବୀନ୍ଦ୍ର ଜାଡେଜାଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କ ସ୍ଥାନରେ ମୁମ୍ବାଇ ଦ୍ରୁତ ବୋଲର ଶାର୍ଦ୍ଦୁଳ ଠାକୁରଙ୍କୁ ଦଳରେ ସାମିଲ କରାଯାଇଛି। ଅଭିଜ୍ଞ ମହେନ୍ଦ୍ର ସିଂ ଧୋନୀଙ୍କ ଉତ୍ତରାଧିକାରୀ ରୂପେ ବିବେଚିତ ହେଉଥିବା ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ମଧ୍ୟ ଦଳରେ ସ୍ଥାନ ବଜାୟ ରଖିଛନ୍ତି। ତେବେ ସାମସନଙ୍କ ସହ ତାଙ୍କୁ ଏବେ ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ହେବାକୁ ପଡିବ। ଦିଲ୍ଲୀ ଦ୍ରୁତ ବୋଲର ନବଦୀପ ସଇନି ଫିଟ୍‌ନେସ ପାଇଁ ଦଳରୁ ବାଦ୍‌ ପଡିଛନ୍ତି। ସେଥିପାଇଁ ଶାର୍ଦ୍ଦୁଳଙ୍କୁ ଦଳରେ ସାମିଲ କରାଯାଇଛି ବୋଲି ପ୍ରସାଦ କହିଛନ୍ତି। ସେହିପରି ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଇଞ୍ଜୁରି କାରଣରୁ ଅସ୍ତ୍ରୋପଚାର କରାଇଥିବାରୁ ତାଙ୍କ ପ୍ରତ୍ୟାବର୍ତ୍ତନ ଏବେ ଡେରି ହେବ ବୋଲି ସେ କହିଛନ୍ତି।
ଭାରତୀୟ ଟି୨୦ ଦଳ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାଓ୍ବନ, ଲୋକେଶ ରାହୁଲ, ସଞ୍ଜୁ ସାମସନ, ଶ୍ରେୟାସ ଆୟାର, ମନୀଷ ପାଣ୍ଡେ, ରିଷଭ ପନ୍ତ, ଓ୍ବାଶିଂଟନ ସୁନ୍ଦର, କ୍ରୁନାଲ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ, ରାହୁଲ ଚହର, ଦୀପକ ଚହର, ଖଲିଲ ଅହମ୍ମଦ, ଶିବମ୍‌ ଦୁବେ ଓ ଶାର୍ଦ୍ଦୁଲ ଠାକୁର।
ଭାରତୀୟ ଟେଷ୍ଟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ମୟଙ୍କ ଅଗ୍ରଓ୍ବାଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ, ହନୁମା ବିହାରୀ, ରିଦ୍ଧିମାନ ଶାହା (ଉଇକେଟ କିପର), ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, କୁଲଦୀପ ଯାଦବ, ମହମ୍ମଦ ସାମି, ଉମେଶ ଯାଦବ, ଇଶାନ୍ତ ଶର୍ମା, ଶୁବମନ ଗିଲ ଓ ରିଷଭ ପନ୍ତ।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri