Posted inଖେଳ

ବିଶ୍ୱ ମିଲିଟାରୀ ଗେମ୍ସ: ଗୁଣସେକରନଙ୍କୁ ୩ ସ୍ବର୍ଣ୍ଣ

ଉହାନ(ଚାଇନା),୨୪।୧୦(ପି.ଟି.)- ଏଠାରେ ଚାଲିଥିବା ୭ମ ସିଆଇଏସ୍‌ଏମ୍‌ ବିଶ୍ୱ ମିଲିଟାରୀ କ୍ରୀଡ଼ାରେ ପାରାଆଥ୍‌ଲେଟ୍‌ ଆନନ୍ଦନ ଗୁଣସେକରାନ ୩ୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେହିଭଳି ଜାଭେଲିନ ଜାଭେଲିନ ଥ୍ରୋୟର ଶିବପାଲ ସିଂ ମଧ୍ୟ ପୋଡିୟମର ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ପୁରୁଷ ଭିନ୍ନକ୍ଷମ ୧୦୦ ମିଟର ଓ ୪୦୦ ମି. ଆଇଟି ଓ୍ବାନ୍‌ ଇଭେଣ୍ଟରେ ଶୀର୍ଷ ସଫଳତା ପାଇଥିବା ଗୁଣସେକରନ ୨୦୦ ମି. ଆଇଟି ଓ୍ବାନ୍‌ ଦୌଡ଼ ଇଭେଣ୍ଟରେ ମଧ୍ୟ ସ୍ବର୍ଣ୍ଣ ପଦକ ହାତେଇଛନ୍ତି। ଦୌଡ଼କୁ ସେ ୨୪.୩୧ ସେକେଣ୍ଡର ଶେଷ କରିଥିଲେ। କଲମ୍ବିଆର ଫାଜର୍ଡୋ ପାର୍ଡୋ ଟେଡିସେଲୋ (୨୬.୧୧ ସେ.) ଓ ପେରୁର କାସା ଜୋସେ (୨୭.୩୩ ସେ.) ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇଛନ୍ତି। ୨୪ ବର୍ଷୀୟ ଶିବପାଲ ଜାଭେଲିନ ଥ୍ରୋ ଇଭେଣ୍ଟରେ ସର୍ବାଧିକ ୮୩.୩୩ ମିଟର ଦୂରତା ହାସଲ କରି ଦେଶର ସ୍ବର୍ଣ୍ଣ ପଦକ ସଂଖ୍ୟାକୁ ବୃଦ୍ଧି କରିଛନ୍ତି। ପୋଲାଣ୍ଡର କରୁକୋଓ୍ବସ୍କି ମାର୍ସିନ ରୌପ୍ୟ ଓ ଶ୍ରୀଲଙ୍କାର ରାନାସିଂଘେ ବ୍ରୋଞ୍ଜ ପଦକ ପାଇଛନ୍ତି। ପୂର୍ବରୁ ଶିବପାଲ ଦୋହାଠାରେ ଅନୁଷ୍ଠିତ ଏସିଆନ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ହାତେଇଥିଲେ। ୨୫ ମି. ଫାୟର ପିସ୍ତଲ ପୁରୁଷ ବ୍ୟକ୍ତିଗତ ଇଭେଣ୍ଟରେ ଗୁରପ୍ରିତ ସିଂ ମୋଟ ୫୮୫ ପଏଣ୍ଟ ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହି ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ୟୁକ୍ରେନର କୋରୋଷ୍ଟାଇଲଭ ପାଭଲୋ ଜିତିଛନ୍ତି। ଅନୀଶ କୁମାର ସୁରେନ୍ଦ୍ରନ ପିଲାଇ ଓ ବୀରେନ୍ଦର ପୁରୁଷ ଭିନ୍ନକ୍ଷମ ଶଟ ପୁଟ୍‌ରେ ସ୍ବର୍ଣ୍ଣ ପାଇଛନ୍ତି। ଚଳିତ ପ୍ରତିଯୋଗିତାରେ ଭାରତ ଏପର୍ଯ୍ୟନ୍ତ ୬ ସ୍ବର୍ଣ୍ଣ ସମେତ ମୋଟ ୭ ପଦକ ଜିତିଛି। ଏଥିରେ ଗୋଟିଏ ବ୍ରୋଞ୍ଜ ପଦକ ରହିଛି। ଚାଇନାରେ ଚାଲିଥିବା ବିଶ୍ୱ ମିଲିଟାରୀ କ୍ରୀଡ଼ାରେ ୧୪୦ ଦେଶର ୧୦ ହଜାର ଆଥ୍‌ଲେଟ ୨୭ କ୍ରୀଡ଼ାରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ଧାରଣାସ୍ଥଳରୁ ରାହୁଲ କଲେ ବଡ଼ ଘୋଷଣା, ଏବେଠୁ ମୁଁ… ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୧।୭: ମଙ୍ଗଳବାର ନିଟ୍ (NEET) ପେପର ଲିକ୍ ମାମଲାରେ କକରୋଚ ଜନତା ପାର୍ଟି ଏବଂ ଦେଶବାସୀଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏଥିରେ ଏବେ କଂଗ୍ରେସ ନେତା…

ଥମୁନି ଦାଦନ ଦୁଃଖ, ସର୍ଦ୍ଦାର, ମାଲିକଙ୍କ ବିରୋଧରେ ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି

ନୂଆପଡ଼ା,୨୧ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦାଦନ ଦୁଃଖ ଥମିବା ନାଁ ନେଉନାହିଁ। ସରକାରୀସ୍ତରରେ ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri