ଖେଳ

ଶ୍ରୀକାନ୍ତ, ଅଞ୍ଜୁମ ପାଇବେ ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ପୁରସ୍କାର

ନୂଆଦିଲ୍ଲୀ, ୨୮ା୧୨(ପି.ଟି.)-ଭାରତର ପୂର୍ବତନ ଅଧିନାୟକ ତଥା ୧୯୮୩ ବିଶ୍ୱକପ୍‌ ବିଜୟୀ ଭାରତୀୟ ଦଳର ଅନ୍ୟତମ ସଦସ୍ୟ କ୍ରିଷ୍ଣାମାଚାରୀ ଶ୍ରୀକାନ୍ତ ଚଳିତବର୍ଷ ସମ୍ମାନଜନକ ସିକେ ନାୟୁଡୁ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆଓ୍ବାର୍ଡ ପାଇବେ। ତାଙ୍କ ସହିତ ଭାରତ ମହିଳା ଦଳର ପୂର୍ବତନ ଅଧିନାୟିକା…

କ୍ରିକେଟରୁ ଅବସର ନେଲେ ଜାକଟି

ପଣଜୀ, ୨୮ା୧୨ (ପି.ଟି.)- ଗୋଆ ସ୍ପିନର ଶଦାବ ଜାକଟି ଶୁକ୍ରବାର କ୍ରିକେଟର ସମସ୍ତ ଫର୍ମାଟରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ଗତ ଏକ ବର୍ଷ ହେଲା ତାଙ୍କ କ୍ରିକେଟ ଖେଳିବା କମିଯାଇଥିଲା। ବାମହାତୀ ରକ୍ଷଣଶୀଳ ବୋଲର ଜାକଟି ୧୯୯୮/୯୯ ସିଜନରେ ପ୍ରଥମଶ୍ରେଣୀ…

ବିଜୁ ପଟ୍ଟନାୟକ ଗୋଲ୍ଡ କପ୍‌ ଫୁଟବଲ ଫୁଲବାଣୀ, ବାଲେଶ୍ୱର ସେମିଫାଇନାଲରେ

ଭୁବନେଶ୍ୱର, ୨୭।୧୨(କ୍ରୀଡ଼ା ପ୍ରତିନିଧି)- ୟୁନିଟ-୬ ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ଚାଲିଥିବା ବିଜୁ ପଟ୍ଟନାୟକ ଗୋଲ୍ଡ କପ୍‌ ଫୁଟବଲ ଟୁର୍ନାମେଣ୍ଟର ଶୁକ୍ରବାର ଅନୁଷ୍ଠିତ ୨ଟି ମ୍ୟାଚରେ ଫୁଲବାଣୀ ଓ ବାଲେଶ୍ୱର ସ୍ପୋଟର୍‌ସ ହଷ୍ଟେଲ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ପ୍ରଥମ ମ୍ୟାଚରେ…

ଶାନ୍ତନୁଙ୍କ ଶତକ: ବିଜୟ ଦ୍ୱାରରେ ଓଡ଼ିଶା

କଟକ ଅଫିସ,୨୮ା୧୨- ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଉତ୍ତରାଖଣ୍ଡ ବିପକ୍ଷ ରଣ୍‌ଜୀ ଟ୍ରଫି କ୍ରିକେଟ ମ୍ୟାଚ୍‌ରେ ଘରୋଇ ଓଡ଼ିଶା ଦଳ ବିଜୟ ଦ୍ୱାରରେ ପହଞ୍ଚିଛି। ପ୍ରଥମ ଇନିଂସରେ ଓଡ଼ିଶା ୧୩୬ରନ ଅଗ୍ରଣୀ ହାସଲ କରିବା ପରେ ଉତ୍ତରାଖଣ୍ଡ ଦ୍ୱିତୀୟ ଇନିଂସ ଆରମ୍ଭ କରି…

ଜାତୀୟ ସିନିୟର ଭଲିବଲ: ଓଡ଼ିଶା ପୁରୁଷ ଦଳର କ୍ରମାଗତ ତୃତୀୟ ବିଜୟ

ଭୁବନେଶ୍ୱର, ୨୮।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ଭଲିବଲ ଆସୋସିଏଶନ ଆନୁକୂଲ୍ୟରେ କିଟ୍‌ ଇନ୍‌ଡୋର ହଲ୍‌ରେ ଚାଲିଥିବା ଜାତୀୟ ସିନିୟର ଭଲିବଲ ଚାମ୍ପିୟନଶିପ୍‌ର ପୁରୁଷ ବିଭାଗରେ ଓଡ଼ିଶାର ଦଳର ଭଲ ପ୍ରଦର୍ଶନ ଅବ୍ୟାହତ ରହିଛି। ଶୁକ୍ରବାର ତୃତୀୟ ଦିବସରେ ଓଡ଼ିଶା ଦଳ ୩-୨ ସେଟ୍‌ରେ…

ଗୁରୁକୁଳ ଟେନିସ: ଅଂଶୁ ଚାମ୍ପିୟନ

ଭୁବନେଶ୍ୱର, ୨୮।୧୨(କ୍ରୀଡ଼ା ପ୍ରତିନିଧି)- ମେଣ୍ଢାଶାଳସ୍ଥିତ ଗୁରୁକୁଳ ରିସର୍ଟ ଟେନିସ କମ୍ପ୍ଲେକ୍ସରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ସହଯୋଗରେ ଅନୁଷ୍ଠିତ ଏଆଇଟିଏ-ଓଟିଏ ଟେନିସ ଟୁର୍ନାମେଣ୍ଟରେ ଓଡ଼ିଶାର ଅଂଶୁ କୁମାର ଭୂୟାଁ ଚାମ୍ପିୟନ ହୋଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ଫାଇନାଲରେ ସର୍ବଭାରତୀୟ ର଼୍ୟାଙ୍କ୍‌ର ୨୪ତମ ସ୍ଥାନରେ…

ରୋମାଞ୍ଚକ ମୋଡ଼ରେ ସେଞ୍ଚୁରିଆନ ଟେଷ୍ଟ

ସେଞ୍ଚୁରିଆନ, ୨୮।୧୨- ଏଠାରେ ଚାଲିଥିବା ଇଂଲଣ୍ଡ ଓ ଘରୋଇ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ରୋମାଞ୍ଚକ ମୋଡରେ ପହଞ୍ଚିଛି। ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୮୪.୪ ଓଭରରେ ୨୮୪ ରନ…

ଇଣ୍ଡିଆନ୍‌ ସୁପର ଲିଗ୍‌: କଳିଙ୍ଗରେ ଓଡ଼ିଶା ଏଫ୍‌ସିର ବିଜୟ ଅଭିଯାନ

ଭୁବନେଶ୍ୱର, ୨୮।୧୨(ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା ଏଫ୍‌ସି ଘରୋଇ ଗ୍ରାଉଣ୍ଡ କଳିଙ୍ଗ ଷ୍ଟାଡିୟମରେ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ଏଠାରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ତାରକା ଷ୍ଟ୍ରାଇକର ଆରିଡେନ ଜେସସ୍‌ କାବେରା ସାନ୍ତାନାଙ୍କ ଡବଲ୍‌ ଗୋଲ ସହାୟତାରେ ଭ୍ରମଣକାରୀ ଜାମସେଦପୁର ଏଫ୍‌ସିକୁ…

ବକ୍ସିଂ ଡେ ଟେଷ୍ଟ: ହେଡ୍‌ଙ୍କ ଶତକ, ଅଷ୍ଟ୍ରେଲିଆ ସ୍ଥିତି ଦୃଢ଼

ମେଲବୋର୍ନ.୨୭।୧୨(ଏଏଫ୍‌ପି)- ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଟ୍ରାଭିସ ହେଡଙ୍କ ଶତକ ଓ ପରେ ବୋଲରଙ୍କ ପ୍ରାରମ୍ଭିକ ସଫଳତା ସହାୟତାରେ ଅଷ୍ଟ୍ରେଲିଆ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ସ୍ଥିତି ଦୃଢ଼ କରିଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଅଷ୍ଟ୍ରେଲିଆ…

ଅଲିମ୍ପିକ୍‌ କ୍ୱାଲିଫାୟର୍ସ ଟ୍ରାଏଲ୍ସରେ ମେରୀକମ୍‌-ଜରିନ୍‌ ମୁକାବିଲା

ନୂଆଦିଲ୍ଲୀ, ୨୭।୧୨(ପି.ଟି.)- ଆସନ୍ତାବର୍ଷ ଟୋକିଓରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସ କ୍ୱାଲିଫାୟର ପାଇଁ ଭାରତର ଦୁଇ ମହିଳା ତାରକା ବକ୍ସର ମେରୀକମ ଓ ନିଖାତ ଜରିନ୍‌ ଟ୍ରାଏଲ୍ସ ଫାଇନାଲ୍‌ରେ ପରସ୍ପରକୁ ଭେଟିବେ। ୬ଥର ବିଶ୍ୱ ଚାମ୍ପିୟନଶିପ୍‌ ହାସଲ କରିଥିବା ମେରୀକମ ୫୧…

ଏହି କ୍ରିକେଟରଙ୍କ ସ୍ତ୍ରୀଙ୍କଠାରୁ ଫିଟ୍‌ନେସ୍‌ ମନ୍ତ୍ର ଶିଖିଥିଲେ କୋହଲି

କେବଳ ନିଜ ବ୍ୟାଟିଂ ପାଇଁ ନୁହେଁ, ଫିଟ୍‌ନେସ୍‌ ଲାଗି ମଧ୍ୟ  ଅନ୍ୟ ଖେଳାଳିଙ୍କ ଲାଗି ପ୍ରେରଣା ସାଜିଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସେ ଅନ୍ୟତମ। ନିଜକୁ ଫିଟ୍‌ ରଖିବା ଉପରେ…

ଭିନ୍ନକ୍ଷମ ବାଳକଙ୍କ ଗଲି କ୍ରିକେଟ ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୧୨- ଦେଶରେ କ୍ରିକେଟକୁ ଫ୍ୟାନମାନେ ଧର୍ମ ଭଳି ମାନନ୍ତି। ଏହାର ଏକ ହୃଦୟବିଦାରକ ପ୍ରମାଣ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିନ୍ନକ୍ଷମ ବାଳକ ଗଲି କ୍ରିକେଟ ଖେଳୁଥିବାର ଏକ ଭିଡିଓ ଆଇଏଫ୍‌ଏସ୍‌ ଅଫିସର ସୁଧା ରମଣ ଶେୟାର କରିଛନ୍ତି। ଉକ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri