ଗୋଇଠି ଅସ୍ତ୍ରୋପଚାର କରିବେ ପୋଗ୍ବା
ଲଣ୍ଡନ, ୨।୧ (ଏଏଫ୍ପି)- ଫିଫା ବିଶ୍ୱକପ୍ ବିଜୟୀ ଫ୍ରାନ୍ସ ଫୁଟ୍ବଲ ଦଳ ତଥା ମାଞ୍ଚେଷ୍ଟର ୟୁନାଇଟେଡ୍ର ଷ୍ଟାର୍ ଖେଳାଳି ପଲ୍ ପୋଗ୍ବାଙ୍କ ଗୋଇଠିରେ ଅସ୍ତ୍ରୋପଚାର ହେବ। ଫଳରେ ସେ ଆଉ ଗୋଟିଏ ମାସ ପଡ଼ିଆରୁ ଦୂରେଇ ରହିବେ। ଆର୍ସେନାଲଠାରୁ ୨-୦ ଗୋଲରେ…
ଟୋକିଓରେ ଟପ୍-୪ ସମ୍ଭବ: ମନପ୍ରୀତ
ଭୁବନେଶ୍ୱର, ୨।୧(କ୍ରୀଡ଼ା ପ୍ରତିନିଧି)- ୨୦୧୮ ପୁରୁଷ ହକି ବିଶ୍ୱକପର ନୈରାଶ୍ୟକୁ ଭୁଲି ଭାରତୀୟ ହକି ଦଳ ଏବେ ୨୦୨୦ ଟୋକିଓ ଅଲିମ୍ପିକ୍ସ ଉପରେ ଦୃଷ୍ଟି ନିବଦ୍ଧ କରିଛି। ୨୦୧୯ ନଭେମ୍ବରରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରୁ ଦଳକୁ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ମିଳିଥିଲା।…
ସମାଲୋଚନା ଦ୍ୱାରା ପ୍ରଭାବିତ ହୁଏ ନାହିଁ: ସିନ୍ଧୁ
ନୂଆଦିଲ୍ଲୀ,୨।୧(ପି.ଟି.)- ସମାଲୋଚନା ମୋତେ ପ୍ରଭାବିତ କରେନାହିଁ। ପ୍ରଶଂସକଙ୍କ ଆଶା ଦ୍ୱାରା ମଧ୍ୟ ଆଦୌ ପ୍ରଭାବିତ ହୁଏ ନାହିଁ ବୋଲି ବିଶ୍ୱ ଚାମ୍ପିୟନ ତଥା ଭାରତୀୟ ମହିଳା ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ କହିଛନ୍ତି। ଟୋକିଓରେ ଆୟୋଜନ ହେବାକୁ ଯାଉଥିବା ଅଲିମ୍ପିକ୍ସରେ ପଦକ…
ବୟସ ଜାଲିଆତି: ରଣଜୀ ଟ୍ରଫିରୁ କାଲରା ୧ ବର୍ଷ ବାସନ୍ଦ
ନୂଆଦିଲ୍ଲୀ, ୨।୧(ପି.ଟି.)- ବୟସ ଜାଲିଆତିରେ ଧରାପଡିଛନ୍ତି ୧୯ ବର୍ଷରୁ କମ୍ ବିଶ୍ୱକପ୍ ହିରୋ ମନଜୋତ କାଲରା। ଗତ ବିଶ୍ୱକପ୍ ଫାଇନାଲରେ ଶତକ ହାସଲ କରିଥିବା ଯୁବ ବାମହାତୀ ଓପନର କାଲରା ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ (ଡିଡିସିଏ) ଓମ୍ବୁଡ୍ସମ୍ୟାନଙ୍କ ଦ୍ୱାରା ବୟସ…
୪ ଦିନିଆ ଟେଷ୍ଟକୁ ଲିୟନ, ଲାଙ୍ଗରଙ୍କ ନାପସନ୍ଦ
ସିଡ୍ନୀ,୨।୧(ପି.ଟି.)- ପ୍ରସ୍ତାବିତ ୪ ଦିନିଆ ଟେଷ୍ଟ ଫର୍ମାଟକୁ ଅଷ୍ଟ୍ରେଲିଆର କେତେକ ଆଗଧାଡ଼ିର କ୍ରିକେଟର ନାପସନ୍ଦ କରିଛନ୍ତି। ନୂଆ ଫର୍ମାଟରେ ଖେଳାଯିବାକୁ ଥିବା ଟେଷ୍ଟର ଏହି ଫର୍ମାଟକୁ ସେମାନେ ବିରୋଧ କରିଛନ୍ତି। ଏଭଳି ପ୍ରସ୍ତାବ ନିହାତି ହାସ୍ୟାସ୍ପଦ ବୋଲି ଅଷ୍ଟ୍ରେଲିଆ ସ୍ପିନର ନାଥନ…
ଦଶନ୍ଧିର ଦିନିକିଆ, ଟି୨୦ ଦଳରେ ଧୋନୀ, ଟେଷ୍ଟରେ କୋହଲିଙ୍କୁ ନେତୃତ୍ୱ
ନୂଆଦିଲ୍ଲୀ,୨।୧(ପି.ଟି.)- ଇଏସ୍ପିଏଏନ୍ କ୍ରିକ୍ଇନ୍ଫୋ ତରଫରୁ ଗତ ଏକ ଦଶନ୍ଧିର ଦିନିକିଆ, ଟି୨୦ ଓ ଟେଷ୍ଟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟି୨୦ ଦଳରେ ମହେନ୍ଦ୍ର ସିଂ ଧୋନୀଙ୍କୁ ନେତୃତ୍ୱ ଦିଆଯାଇଥିବା ବେଳେ ଟେଷ୍ଟରେ ବିରାଟ କୋହଲିଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ…
ନୂଆବର୍ଷରେ ହାର୍ଦ୍ଦିକଙ୍କ ନିର୍ବନ୍ଧ
ନୂଆଦିଲ୍ଲୀ,୨।୧ (ପି.ଟି.)- ନୂଆବର୍ଷର ପ୍ରଥମ ଦିନରେ ଭାରତୀୟ ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜ ନିର୍ବନ୍ଧ କଥା ଘୋଷଣା କରି ସମସ୍ତଙ୍କୁ ଚକିତ କରିଛନ୍ତି। ସର୍ବିୟା ଅଭିନେତ୍ରୀ ନତାଶା ଷ୍ଟାନ୍କୋଭିକଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଛିି। ଇନ୍ଷ୍ଟାଗ୍ରାମ୍ରେ ପାଣ୍ଡ୍ୟା ଏ ନେଇ…
କ୍ରୀଡ଼ାବିତ୍ଙ୍କ ନୂଆ ବର୍ଷ ପାଳନ
ନୂଆଦିଲ୍ଲୀ, ୧।୧: ନୂତନ ବର୍ଷ ୨୦୨୦କୁ ସ୍ବାଗତ କରିବା ପାଇଁ ଭାରତୀୟ କ୍ରୀଡ଼ା ଜଗତର ତାରକା ଖେଳାଳିମାନେ ସୋସିଆଲ ମିଡିଆର ସହାୟତା ନେଇଥିଲେ। ବିଭିନ୍ନ ସୋସିଆଲ ମିଡିଆରେ ଭାରତୀୟ ଖେଳାଳିମାନେ ନୂଆ ବର୍ଷ ପାର୍ଟିର ଫଟୋ ଶେୟାର କରିବା ସହିତ ସମସ୍ତଙ୍କୁ…
ଭାରତ ବିପକ୍ଷ ଟି୨୦ ସିରିଜ ଲାଗି ମାଥ୍ୟୁସ ଫେରିଲେ
କଲମ୍ବୋ, ୧।୧ (ପି.ଟି.): ଭାରତ ବିପକ୍ଷ ଆଗାମୀ ଟି୨୦ ସିରିଜ ଲାଗି ବୁଧବାର ଶ୍ରୀଲଙ୍କା ଦଳ ଘୋଷିତ ହୋଇଛି। ଲସିଥ୍ ମାଲିଙ୍ଗାଙ୍କ ନେତୃତ୍ୱରେ ଘୋଷିତ ୧୬ ଜଣିଆ ଦଳକୁ ଭେଟେରାନ ଅଲ୍ରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୩୨ ବର୍ଷୀୟ ମାଥ୍ୟୁସ…
ସିଡ୍ନୀ ଟେଷ୍ଟକୁ ପ୍ରଭାବିତ କରିପାରେ ଧୂଆଁ
ସିଡ୍ନୀ,୧।୧(ଏପି)- ନ୍ୟୁ ସାଉଥ୍ ଓ୍ବେଲ୍ସ ଜଙ୍ଗଲରେ ନିଆଁ ଲାଗିଥିବାରୁ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏଠାରେ ଶୁକ୍ରବାରଠାରୁ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ ପ୍ରଭାବିତ ହେବାର ବିଶେଷ ସମ୍ଭାବନା ରହିଛି। ସେଠାକାର ବାସିନ୍ଦାଙ୍କ ପାଇଁ ବାୟୁର ମାନ ଚିନ୍ତାଜନକ ହୋଇ ରହିଛି।…
ଏହି ଶିଶୁ କ୍ରିକେଟରଙ୍କୁ ଦେଖି ସଚିନଙ୍କ ଆଖିରେ ଆସିଲା ଲୁହ
କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ନୂଆବର୍ଷକୁ ଏକ ଭାବୁକ ଏବଂ ପ୍ରେରଣାଦାୟୀ ଭିଡିଓ ଶେୟାର କରି ଆରମ୍ଭ କରିଛନ୍ତି। ନିଜ ବ୍ୟାଟିଂ ଦ୍ୱାରା କୋଟି କୋଟି ଲୋକଙ୍କ ପ୍ରେରଣା ସାଜିଥିବା ସଚିନ ଟୁଇଟରରେ ଏକ ଭାବୁକ ଭିଡିଓ ଶେୟାର କରିଛନ୍ତି।…
ସର୍ବିୟା ଅଭିନେତ୍ରୀଙ୍କୁ ପଟାଖା କହିଲେ ହାର୍ଦ୍ଦିକ ପାଣ୍ଡ୍ୟା
ନୂଆଦିଲ୍ଲୀ,୧।୧- ଆହତ ସମସ୍ୟା ଯୋଗୁ ଜାତୀୟ ଦଳରୁ ବାଦ୍ ପଡ଼ିଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଇନ୍ଷ୍ଟାଗ୍ରାମରେ ଏକ ଫଟୋ ଛାଡ଼ିଛନ୍ତି। ଉକ୍ତ ଫଟୋରେ ହାର୍ଦ୍ଦିକଙ୍କ ସହ ରହିଛନ୍ତି ସର୍ବିୟା ଅଭିନେତ୍ରୀ ନତାସା ଷ୍ଟକୋବିଚ। ଏହାର କ୍ୟାପଶନରେ ଲେଖିଛନ୍ତି, ପଟଖା (ବମ୍) ସହ…
Archives


