Posted inଖେଳ

୪ ଦିନିଆ ଟେଷ୍ଟକୁ ଲିୟନ, ଲାଙ୍ଗରଙ୍କ ନାପସନ୍ଦ

ସିଡ୍‌ନୀ,୨।୧(ପି.ଟି.)- ପ୍ରସ୍ତାବିତ ୪ ଦିନିଆ ଟେଷ୍ଟ ଫର୍ମାଟକୁ ଅଷ୍ଟ୍ରେଲିଆର କେତେକ ଆଗଧାଡ଼ିର କ୍ରିକେଟର ନାପସନ୍ଦ କରିଛନ୍ତି। ନୂଆ ଫର୍ମାଟରେ ଖେଳାଯିବାକୁ ଥିବା ଟେଷ୍ଟର ଏହି ଫର୍ମାଟକୁ ସେମାନେ ବିରୋଧ କରିଛନ୍ତି। ଏଭଳି ପ୍ରସ୍ତାବ ନିହାତି ହାସ୍ୟାସ୍ପଦ ବୋଲି ଅଷ୍ଟ୍ରେଲିଆ ସ୍ପିନର ନାଥନ ଲିୟନ କହିଛନ୍ତି। ଟେଷ୍ଟର ପାରମ୍ପରିକ ୫ ଦିନିଆ ଫର୍ମାଟରେ କୌଣସି ପରିବର୍ତ୍ତନକୁ ଅଷ୍ଟ୍ରେଲିଆ ହେଡ୍‌ କୋଚ୍‌ ଜଷ୍ଟିନ୍‌ ଲାଙ୍ଗର ନାପସନ୍ଦ କରିଛନ୍ତି। କ୍ରିକେଟ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ କେଭିନ ରବଟର୍‌ସ ୪ ଦିନିଆ ଟେଷ୍ଟ ନେଇ ବୋର୍ଡ ବହୁତ ଉତ୍ସାହିତ ରହିଛି। ନୂଆବର୍ଷରେ ଆଫଗାନିସ୍ତାନ ବିପକ୍ଷରେ ଏହି ୪ ଦିନିଆ ଟେଷ୍ଟ ଅଷ୍ଟ୍ରେଲିଆ ଖେଳିପାରେ ବୋଲି ସେ ସୂଚନା ଦେବାର ଗୋଟିଏ ଦିନ ପରେ ଲିୟନ ଏଭଳି ମତ ଦେଇଛନ୍ତି।
ଏହି ନୂଆ ଫର୍ମାଟକୁ ସମ୍ପୂର୍ଣ୍ଣ ରୂପେ ବିରୋଧ କରୁଛି। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଏହାକୁ ବିଚାରକୁ ନେବ ନାହିଁ ବୋଲି ଲିୟନ କହିଛନ୍ତି। ଅନ୍ତିମ ତଥା ପଞ୍ଚମ ଦିନରେ ହିଁ ଟେଷ୍ଟ ଫର୍ମାଟର ମଜା ଦେଖିବାକୁ ମିଳିଥାଏ। ଏ ଭଳି କେତୋଟି ଟେଷ୍ଟ ମଧ୍ୟ ମୁଁ ଖେଳିଛି। ଉଲ୍ଲେଖଥାଉ କି, ୨୦୨୩ରେ ଆଇସିସି ୪ ଦିନିଆ ଟେଷ୍ଟକୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ସାମିଲ କରିବ ବୋଲି କୁହାଯାଇଥିଲା। ତେବେ ପ୍ରସ୍ତାବିତ ଏହି ନୂଆ ଫର୍ମାଟକୁ ଆଦୌ ପସନ୍ଦ କରେନାହିଁ। ବରଂ ୫ ଦିନିଆ ଟେଷ୍ଟ ଶ୍ରେଷ୍ଠ ବୋଲି ଲାଙ୍ଗର ମତ ଦେଇଛନ୍ତି। ଯଦି ବି ଟେଷ୍ଟ କ୍ରିକେଟକୁ ଜୀବିତ ରଖିବା ପାଇଁ ଓ ଏହାର ଲୋକପ୍ରିୟତା ୪ ଦିନିଆ ଫର୍ମାଟ ଖେଳାଯିବ ତା’ହାଲେ ଏହାର ସୁଫଳ ଦେଖିବା ଜରୁରୀ। କିନ୍ତୁ ୫ ଦିନିଆ ଟେଷ୍ଟକୁ ଅଧିକ ପସନ୍ଦ କରେ। କାରଣ ଏଥିରେ ପରିବର୍ତ୍ତନ ଚାହେଁନାହି ବୋଲି ଲାଙ୍ଗର କହିଛନ୍ତି। ୨୦୧୪ରେ ଆଡିଲେଡରେ ଖେଳାଯାଇଥିବା ଭାରତ ବିପକ୍ଷ ଟେଷ୍ଟର ଉଦାହରଣ ଦେଇଛନ୍ତି ଲିୟନ। ଏହି ମ୍ୟାଚ୍‌ର ଅନ୍ତିମ ଘଣ୍ଟାରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା। ଏହି ମ୍ୟାଚ୍‌ ମଧ୍ୟ ବେଶ୍‌ ଉପଭୋଗ୍ୟ ଥିଲା ବୋଲି ଲିୟନ କହିଛନ୍ତି। ସେହିପରି ୨୦୧୪ରେ ଖେଳାଯାଇଥିବା କେପ୍‌ଟାଉନ ଟେଷ୍ଟ ମଧ୍ୟ ବେଶ୍‌ ରୋମାଞ୍ଚକ ଥିଲା। ଆଉ ଦୁଇ ଓଭର ପରେ ମ୍ୟାଚ୍‌ ଶେଷ ହେବାକୁ ଯାଉଥିବା ବେଳେ ମର୍ନ ମୋର୍କେଲଙ୍କୁ ରିଆନ ହାରିସ ବୋଲ୍ଟ କରିଥିଲେ ଓ ମ୍ୟାଚ୍‌ ଅଷ୍ଟ୍ରେଲିଆ ସପକ୍ଷରେ ଯାଇଥିଲା ବୋଲି ଲିୟନ ମନେ ପକାଇ କହିଛନ୍ତି।
ଉଲ୍ଲେଖଥାଉ କି, ୪ ଦିନିଆ ଟେଷ୍ଟରେ ଗୋଟିଏ ଦିନରେ ୯୦ ବଦଳରେ ୯୮ ଓଭର ବୋଲିଂ କରାଯିବ। ଗତ ୧୦ ବର୍ଷ ମଧ୍ୟରେ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ୪୩ଟି ଟେଷ୍ଟ ଫଳାଫଳ ମିଳିଥିଲା। ତେବେ ୩୮ଟି ମ୍ୟାଚ୍‌ର ଫଳାଫଳ ୩୯୨ ଓଭରରେ ଅର୍ଥାତ ୪ଦିନ ମଧ୍ୟରେ ମିଳିଯାଇଥିଲା। ତେବେ ୪ ଦିନିଆ ଟେଷ୍ଟ ନୂଆ ଚ୍ୟାଲେଞ୍ଜ୍‌ ସୃଷ୍ଟି କରିଛି ବୋଲି ଲିୟନ କହିଛନ୍ତି। ଅଷ୍ଟ୍ରେଲିଆ ଟେଷ୍ଟ ଅଧିନାୟକ ଟିମ୍‌ ପେନ୍‌ ଓ ଉପ- ଅଧିନାୟକ ଟ୍ରାଭିସ ହେଡ ମଧ୍ୟ ୫ଦିନିଆ ଟେଷ୍ଟକୁ ସମର୍ଥନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡାଇମଣ୍ଡ ଲିଗ୍‌ ଫାଇନାଲ୍ସ ପାଇଁ ଯୋଗ୍ୟତା ହାସଲ କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ, ୨୮ା୮: ଭାରତର ଅଗ୍ରଣୀ ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ସେପ୍ଟେମ୍ବର ୫ରେ ବ୍ରସେଲ୍ସରେ ହେବାକୁଥିବା ଡାଇମଣ୍ଡ ଲିଗ୍‌ ଫାଇନାଲ୍ସରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ଅର୍ଜନ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି: ଅମିତ ଶାହାଙ୍କ ବଡ଼ ବୈଠକ

ଅହମଦାବାଦ,୨୮ା୮: ଭାରତରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି ଏବଂ ଦେଶର ୨୦୩୬ ଅଲିମ୍ପିକ ବିଡ୍‌ ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା…

ଅଷ୍ଟ୍ରେଲିଆରେ ଅନାୟା ବାଙ୍ଗରଙ୍କୁ ମହିଳା କ୍ରିକେଟ୍ ଖେଳିବାକୁ ଅନୁମତି: ଅସନ୍ତୋଷ ପ୍ରକାଶ କଲେ…

ନୂଆଦିଲ୍ଲୀ,୨୮।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଲରାଉଣ୍ଡର ଓ କୋଚ୍ ସଞ୍ଜୟ ବାଙ୍ଗରଙ୍କ ଟ୍ରାନ୍ସଜେଣ୍ଡର ଝିଅ ଅନାୟା ବାଙ୍ଗରଙ୍କୁ ନେଇ କ୍ରିକେଟ୍ ଜଗତରେ ଏକ ନୂଆ ବିବାଦ…

ପ୍ରଥମ ଭାରତୀୟ ଭାବେ ଏହି ଟ୍ରଫି ଜିତି ଇତିହାସ ରଚିଲେ ପ୍ରଜ୍ଞାନନ୍ଦା

ନୂଆଦିଲ୍ଲୀ,୨୮।୮:ଭାରତୀୟ ଗ୍ରାଣ୍ଡମାଷ୍ଟର ଆର. ପ୍ରଜ୍ଞାନାନନ୍ଦ ସେଣ୍ଟ ଲୁଇସରେ ଗ୍ରାଣ୍ଡ ଚେସ ଟୁର୍‌ ଟାଇଟଲ ଜିତି ଇତିହାସ ରଚିଛନ୍ତି। ଏହି ଟ୍ରଫି ଜିତିଥିବା ପ୍ରଥମ ଭାରତୀୟ ଚେସ ଖେଳାଳି…

‘ମୁଁ ପୁରା ପରିଶ୍ରମ କରୁଛି…’, ଟିମ୍ ଇଣ୍ଡିଆକୁ କମ୍‌ବ୍ୟାକ୍ ନେଇ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୮।୮: ଟି-୨୦ ବିଶ୍ୱକପ୍ ୨୦୨୬ରେ ଭାରତକୁ ଚାମ୍ପିୟନ କରିଥିବା ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ପରବର୍ତ୍ତୀ ଟି-୨୦ ସିରିଜ୍‌ରୁ ବାଦ୍ ଦିଆଯିବା ନେଇ କ୍ରିକେଟ୍‌ ଜଗତରେ ଚର୍ଚ୍ଚା ଜୋର…

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri