ଖେଳ

ଜାତୀୟ ସିନିୟର ଖୋଖୋ: ଓଡିଶା ମହିଳା ଦଳକୁ ବ୍ରୋଞ୍ଜ

ଭୁବନେଶ୍ୱର, ୩୧।୧୨(କ୍ରୀଡ଼ା ପ୍ରତିନିଧି)- ଛତିଶଗଡରେ ଅନୁଷ୍ଠିତ ୫୩ତମ ଜାତୀୟ ସିନିୟର ଖୋଖୋ ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଛି। ଏଥିରେ ଓଡ଼ିଶା ମହିଳା ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ପ୍ରଥମଥର ପାଇଁ ଓଡ଼ିଶା ଦଳ ସେମିଫାଇନାଲରେ ପ୍ରବେଶ କରି ଏୟାରପୋର୍ଟ...

ଜାତୀୟ ରୋଲ୍‌ବଲ ଚାମ୍ପିୟନଶିପ୍‌ ପ୍ରଥମଥର ପାଇଁ କ୍ୱାର୍ଟରରେ ଓଡ଼ିଶା

ଭୁବନେଶ୍ୱର, ୩୧।୧୨(କ୍ରୀଡ଼ା ପ୍ରତିନିଧି)- ଆସାମର ଗୁଆହାଟୀଠାରେ ଚାଲିଥିବା ୧୩ତମ ଜାତୀୟ ରୋଲ୍‌ବଲ୍‌ ଚାମ୍ପିୟନଶିପ୍‌ରେ ଓଡ଼ିଶା ଦଳ ଚମତ୍କାର ପ୍ରଦର୍ଶନ କରିଛି। ପ୍ରଥମଥରପାଇଁ ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଛି। ପ୍ରତିଯୋଗିତାରେ ଦଳ ଏପର୍ଯ୍ୟନ୍ତ ୨ଟି ମ୍ୟାଚ...

ରାଜ୍ୟ ଆଥଲେଟିକ୍‌ ମିଟ୍‌ କଟକ ଚାମ୍ପିୟନ, ସୁନ୍ଦରଗଡ଼ ରନର୍ସଅପ୍‌

ଭୁବନେଶ୍ୱର, ୩୧।୧୨(କ୍ରୀଡ଼ା ପ୍ରତିନିଧି)- କଟକ ବାରବାଟୀ ଷ୍ଟାଡିୟମରେ ରାଜ୍ୟ ଆଥଲେଟିକ୍‌ ମିଟ୍‌ର ୬୭ତମ ସଂସ୍କରଣ ସୋମବାର ଉଦ୍‌ଯାପିତ ହୋଇଛି। ଏଥିରେ କଟକ ଦଳ ୫୫୭ ପଏଣ୍ଟ ପାଇ ଓଭରଅଲ୍‌ ଚାମ୍ପିୟନ ହୋଇଛି। ୨୬୪ ପଏଣ୍ଟ ସହିତ ସୁନ୍ଦରଗଡ଼ ରନର୍ସଅପ୍‌ ହୋଇଛି।...

ଇଂଲଣ୍ଡ ଦଳର ସଦ୍ୟ ଅସୁସ୍ଥ ଖେଳାଳି ସିବ୍‌ଲି

ସେଞ୍ଚୁରୀଅନ୍‌, ୩୦ା୧୨ (ଏଏଫ୍‌ପି)- ଦକ୍ଷିଣ ଆଫ୍ରିକା ଟୁର୍‌ରେ ଥିବା ଇଂଲଣ୍ଡ କ୍ରିକେଟ ଦଳର ଆଉ ଜଣେ ଖେଳାଳି ଓପନିଂ ବ୍ୟାଟ୍ସମ୍ୟାନ ଡୋମିନିକ୍‌ ସିବ୍‌ଲି ଅସୁସ୍ଥ ହୋଇ ପଡ଼ିଛନ୍ତି। ଦଳର ଜଣେ ମୁଖପାତ୍ର ସୋମବାର ଏକଥା ପ୍ରକାଶ କରିଛନ୍ତି। ଚଳିତ ମାସ...

୧୪ ଭାରତୀୟ ଖେଳାଳିଙ୍କୁ କୋଚିଂ ଦେବେ କ୍ରାମ୍‌ନିକ୍‌

ଚେନ୍ନାଇ, ୩୦ା୧୨ (ପି.ଟି.): ବିଶ୍ୱର ଦ୍ୱିତୀୟ ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟର ଡି. ଗୁକେଶ ଏବଂ ଆର. ପ୍ରଗ୍ନାନନ୍ଧାଙ୍କ ସମେତ ୧୪ଜଣ ଯୁବ ଭାରତୀୟ ଚେସ୍‌ ଖେଳାଳିଙ୍କୁ କୋଚିଂ ଦେବେ ପୂର୍ବତନ ବିଶ୍ୱଚାମ୍ପିୟନ ଭ୍ଲାଡିମିର କ୍ରାମ୍‌ନିକ। ଏଥିଲାଗି ଚେନ୍ନାଇରେ ଜାନୁୟାରୀ ୮ରୁ ଏକ...

ଭାରତ ଗସ୍ତ ଲାଗି ଅଷ୍ଟ୍ରେଲିଆ ଦିନିକିଆ ଦଳ ଘୋଷିତ

ମେଲବୋର୍ନ, ୩୦।୧୨(ପି.ଟି.)- ଆଗାମୀ ଭାରତ ଗସ୍ତ ପାଇଁ ଅଷ୍ଟ୍ରେଲିଆ ଦିନିକିଆ ଦଳ ଘୋଷିତ ହୋଇଛି। ଆହତ ହୋଇଥିବା ଦ୍ରୁତ ବୋଲର ସିନ ଆବୋଟ୍ଟଙ୍କ ବଦଳରେ ବିସ୍ଫୋରକ ଓପନିଂ ଅଲରାଉଣ୍ଡର ଡ’ଆର୍କି ଶର୍ଟଙ୍କୁ ଦଳରେ ସାମିଲ କରାଯାଇଛି। ଜାନୁୟାରୀ ୧୪ରେ ଅଷ୍ଟ୍ରେଲିଆ...

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ଶୀର୍ଷ ସ୍ଥାନ ବଜାୟ ରଖିଲେ କୋହଲି

ଦୁବାଇ,୩୦।୧୨(ପି.ଟି.)- ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ବ୍ୟାଟିଂ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଫଳର ଶୀର୍ଷ ସ୍ଥାନରେ ରହି ସେ ବର୍ଷ ଶେଷ କରିବେ। ସେହିପରି ଟେଷ୍ଟ...

ଅଲିମ୍ପିକ୍‌ କ୍ୱାଲିଫାୟର୍ସ: ଭାରତୀୟ ଦଳରେ ବକ୍ସର ବିକାଶ

ବେଙ୍ଗାଲୁରୁ, ୩୦।୧୨(ପି.ଟି.)- ପ୍ରତ୍ୟାବର୍ତ୍ତନରେ ଭାରତୀୟ ବକ୍ସର ବିକାଶ କ୍ରିଷନ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ଏଠାରେ ଚାଲିଥିବା ଫାଇନାଲ ଟ୍ରାଏଲ ବାଉଟ୍‌ରେ ବିଜୟୀ ହୋଇ ବିକାଶ ଆସନ୍ତାବର୍ଷ ଟୋକିଓରେ ଆୟୋଜନ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ କ୍ୱାଲିଫାୟର୍ସ ପାଇଁ ଭାରତୀୟ ବକ୍ସିଂ...

ଫୁଟଫାଥ୍‌ରେ ଜୀବନ ବିତାଉଥିବା ହକି ଖେଳାଳିଙ୍କୁ ସହାୟତାର ହାତ ବଢ଼ାଇଲେ ରିଜିଜୁ,ଅମିତାଭ

ନୂଆଦିଲ୍ଲୀ,୩୦।୧୨: କେବେ ଭାରତୀୟ ଟିମ୍‌ ପାଇଁ ହକି ଖେଳୁଥିବା ଏହି ଖେଳାଳିଙ୍କ ଜୀବନ ଏବେ ବିତୁଛି ରାସ୍ତାକଡ଼ରେ। ଥଣ୍ଡା କାକରରେ ଦିଲ୍ଲୀର ଫୁଟପାଥରେ ଏହି ପୂର୍ବତନ ଖେଳାଳି ନିଜର ଜୀବନ କାଟୁଛନ୍ତି। ସୋସିଆଲ ମିଡିଆରେ ତାଙ୍କର କାହାଣୀ ସାମ୍ନାକୁ ଆସିବା...

ଦଶନ୍ଧିର ଓ୍ବିସ୍‌ଡେନ ଟି୨୦ ଦଳରେ କୋହଲି, ବୁମ୍‌ରା

ଲଣ୍ଡନ, ୩୦।୧୨(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଦଶନ୍ଧିର ଓ୍ବିସ୍‌ଡେନ ଟି୨୦ ଦଳରେ ସ୍ଥାନ ପାଇଛନ୍ତି। ତେବେ ମହେନ୍ଦ୍ର ସିଂ ଧୋନୀଙ୍କ ସମେତ ଅନ୍ୟ କୌଣସି ଭାରତୀୟ ଖେଳାଳି ଏହି ଦଳରେ ସ୍ଥାନ...

ପାକିସ୍ତାନର ଏହି କ୍ରିକେଟର କହିଲେ ‘ଜୟ ଶ୍ରୀରାମ’

ଇସ୍‌ଲାମାବାଦ, ୩୦।୧୨: ହିନ୍ଦୁ ହୋଇଥିବାରୁ ପୂର୍ବତନ ପାକିସ୍ତାନ ଖେଳାଳି ଡାନିସ କନେରିଆଙ୍କୁ ଜାତୀୟ କ୍ରିକେଟ ଟିମରେ ବିରୋଧ କରାଯାଉଥିବା ଖବର ସାମ୍ନାକୁ ଆସିବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏବେ ଡାନିସ୍‌ ନିଜ ୟୁଟ୍ୟୁବ୍‌ ଚ୍ୟାନେଲରେ ଏକ...

ବିଶ୍ୱ ମହିଳା ବ୍ଲିଜ୍‌ ଚେସ୍‌ ଚାମ୍ପିୟନଶିପ୍‌: ଦ୍ୱିତୀୟ ସ୍ଥାନରେ ହମ୍ପି

ମସ୍କୋ,୩୦।୧୨(ପି.ଟି.): ଏଠାରେ ଚାଲିଥିବା ମହିଳା ବିଶ୍ୱ ରାପିଡ୍‌ ଓ ବ୍ଲିଜ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ଭାରତୀୟ ଗ୍ରାଣ୍ଡ ମାଷ୍ଟର କୋନେରୁ ହମ୍ପି ଦ୍ୱିତୀୟ ଟାଇଟଲ ଦୌଡ଼ରେ ରହିଛନ୍ତି। ପ୍ରଥମ ଦିବସରେ ସେ ଅନ୍ୟ ୩ ଖେଳାଳିଙ୍କ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri